Sunanda Mohanty

Abstract Tragedy Others

3  

Sunanda Mohanty

Abstract Tragedy Others

ବେଲୁନବାଲୀ

ବେଲୁନବାଲୀ

1 min
247



  ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ତ ଗୋଟେ ସାମାନ୍ୟ କଥା ହେଲେ ବେଲୁନବାଲୀ ଠୁ ସବୁତକ ବେଲୁନ ରଖିନେବା କଥାଟା ଝିଅକୁ ପସନ୍ଦ ହେଲାନାହିଁ ତ ଲାଗିଲା ଝଗଡା, ଜୋଇଁ ଯେତେ ବୁଝେଇଲେ ଆମ ଅଝଟିଆ ଝିଅ ପାଇଁ ସବୁତକ ବେଲୁନ ରଖିନେଲି ତ ଅସୁବିଧା କଣ, ତା ଛଡ଼ା ଆଗକୁ ତାର ଜନ୍ମଦିନ ଅଛି, ଜୋଇଁଙ୍କ କଥାକୁ ଅବିଶ୍ୱାସ କରି ବେଲୁନଵାଲୀର ଚେହେରା ଓ କଥାରେ ପ୍ରଭାବିତ ହୋଇ ବେଲୁନ ରଖିଛ କହିବାରେ ଝଗଡ଼ାର ରୂପ ତାଣ୍ଡବରେ ପହଁଚିଲା ତ ଝିଅ ଛୋଟ ଝିଅକୁ ଧରି ଆସି ବାପଘରେ । ବାପା ମାଆ ଦିଟା ଅନ୍ଧାରରେ ବାଡ଼ି ବୁଲାଇ କିଛି ସୁରାକ ପାଉନଥିବା ଭିତରେ ଦୀପାବଳୀ ପାଇଁ ଦୀପ ବିକିବାକୁ ଆସିଥିବା ସ୍ତ୍ରୀ ଲୋକଟି ଠାରୁ ସବୁତକ ଦୀପ ରଖିନେଲା ବେଳେ ମାଆର ସେହିଭଳି କଥାରୁ ଲାଗିଗଲା ବାପାମାଆ ଭିତରେ ଝଗଡା ତ ଝିଅ ବୁଝେଇବା ବଦଳରେ ସିଧା ବାହାରିଲା ଫେରିବାକୁ ଆଉ ଫେରିଆସିଲା ଜୋଇଁ ରହୁଥିବା କ୍ଵାଟରକୁ ତ ବାପା ମାଆ ଦିଟା ବି ପଛରେ ଆସିବାକୁ ବାଧ୍ୟ ହେଲେ ଝିଅ ଘରକୁ l

  ଟିକି ନାତୁଣୀ କଦଳୀକୁ ବନାନା କହି ଖାଉଥାଏ ତ ସେଦିନ ଜୋଇଁ ଯେତେବେଳେ କଦଳୀଵାଲୀ ଠୁ ସବୁତକ କଦଳୀ ରଖିନେବା ସହ ସେ ଆଣିଥିବା କଦଳୀ ଭଣ୍ଡା ଦୁଇଟାରୁ ଗୋଟେ ରଖିବିକି ପଚାରୁଥିଲେ ଝିଅ ଦୁଇଟାଯାକ ରଖିନିଅ ବିଚାରୀ, ଗୋଟେ ଆଉ କୋଉଠି ବିକିବ କହି ମାଆ ବାପାଙ୍କୁ ଚାଁହୁଥିଲା ତୀର୍ଯ୍ୟକ ଦୃଷ୍ଟିରେ ଆଉ ଆସୁଥିବା ଜନ୍ମଦିନ ପାଇଁ ବେଲୁନରେ ସଜାଉଥିଲା ଘର, ନିମନ୍ତ୍ରିତ କରୁଥିଲା କୁଣିଆ ଆଉ ବନ୍ଧୁବାନ୍ଧବ ତଥା ଚିହ୍ନା ଜଣାଙ୍କୁ ତ ସମସ୍ତେ ଖୁସି, ବାପା ମାଆ ଦିଟା ଫେରିବା ବେଳେ ଝିଅ କହୁଥିଲା ଆଉ କିଛି ଦିନ ରହିଯିବାକୁ ତ କେତେ କାମ ଅଛି କହି ଫେରିଆସିଲାବେଳେ ଝିଅର ବରାଦ ଥିଲା ଏଥର ଆସିଲାବେଳେ କିଛି ଦୀପ ନେଇଆସିବୁ ବୋଉ ମୋ ଝିଅର ପ୍ରଥମ ଦୀପାବଳୀରେ ଜଳାଇବି, ବାପାମାଆ ଦିଜଣ ଚାଁହୁଥିଲେ ପରସ୍ପରକୁ, କାରଣ ଜୋଇଁ ସବୁକଥା କହିସାରିଥିଲେ ଏ ଭିତରେ l


Rate this content
Log in

Similar oriya story from Abstract