STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବଦନାମ ଗଳି

ବଦନାମ ଗଳି

2 mins
145

  ଭିନ୍ନ ଭିନ୍ନ ସହରରେ ବଦନାମ ଗଳିର ନାମ ଭିନ୍ନ ଭିନ୍ନ, ଦିନ ବେଳା କୌଣସି ଭଦ୍ରଲୋକ ସେ ଗଳିରେ ପାଦ ପକେଇବାକୁ ମନା ଥିଲା ବେଳେ, ସେଦିନ, ସେହି ବଦନାମ ଗଳିର ଗୋଟିଏ ଘର ରେଡ ହେବା ପରେ ଧରାହେଲେ ଧୋବଧାଉଳିଆ ଭଦ୍ରଲୋକ ଜଣେ ତ ଚହଳ ପଡିଗଲା ସାରା ସହର, ସ୍ୱାମୀମାନଙ୍କ ଜୀବନ ହୋଇଗଲା ଦୁର୍ବିସହ, ଗୋଡ଼େ ଗୋଡ଼େ ଜଗିଲେ ସ୍ତ୍ରୀ ମାନେ ହେଲେ ସୁବାସ ମିଶ୍ର ଥିଲେ ବିପତ୍ନୀକ, ତାଙ୍କ ଉପରେ ସମସ୍ତଙ୍କର ନଜର, ସୁବାସ ମିଶ୍ର ପୁଅ ଝିଅ ବାହା କରି ସାରିବା ପରେ ବି ପୁରା ଫିଟ ଥିଲେ, ଏମିତିରେ ବି ଚାକିରୀ କରୁଥିଲେ, ତେଣୁ ସାହିର ସବୁ ସ୍ତ୍ରୀ ଲୋକ ମାନେ ଭୁଟୁରୁ ଭାଟୁରୁ ହୁଅନ୍ତି ତାଙ୍କ ନାମରେ, ଯେ ମହାଶୟ, ଏତେ ଫିଟ ଫାଟ ରହିବାର କାରଣ ବୋଧହୁଏ କିଛି ଅଛି l

  ଶେଷରେ ଦିନେ ଦେଖାଗଲା ବିଧବା ସ୍ତ୍ରୀ ଲୋକ ଜଣେ ଆଉ ଯୁବତୀ ଜଣେ ତାଙ୍କ ଘରେ ଅଛନ୍ତି, ବୁଝୁ ବୁଝୁ, ସେମାନେ ମାଆ ଝିଅ, ତ ସଭିଏଁ ଅନ୍ୟ ଦୃଷ୍ଟିରେ ଦେଖିଲେ କଥାଟାକୁ, ଯେ ଏତେଦିନ ପରେ ସୁବାସ ମିଶ୍ରଙ୍କ ଗୁଣ ଧରା ପଡିଲା, କାରଣ ବିଧବା ସ୍ତ୍ରୀ ଲୋକ ଓ ତାଙ୍କ ଯୁବତୀ ଝିଅ, ବଦନାମ ଗଳିରେ ହିଁ ରହୁଥିଲେ, ଆଉ ସୁବାସ ମିଶ୍ରଙ୍କର କାହା ସଙ୍ଗେ ମାନେ ମାଆ ନା ଝିଅ, କାହା ସଙ୍ଗେ ଭାବ ଜାଣି ହେଉନଥିଲା, ସମସ୍ତେ ଝିଅକୁ ହିଁ ସନ୍ଦେହ କରୁଥିଲେ l

 ସେଦିନ ସୁବାସ ମିଶ୍ର ନିଜେ ଘରେ ଘରେ ବୁଲି ନିମନ୍ତ୍ରଣପତ୍ର ବାଣ୍ଟୁଥିଲେ, ତ ସମସ୍ତେ ଭାବିଲେ ବୁଢାର ବୋଧେ ସେହି ଝଅ ସହ ବାହାଘର ହେବ, ହେଲେ ସମସ୍ତେ ସେଦିନ ଦେଖିଲେ କନ୍ୟା ପିତା ହିସାବରେ ସୁବାସ ବାବୁ ଝିଅର ବାହାଘର କରାଇଲେ . ତାପରେ ବି, ତଥାପି ସମସ୍ତେ ଭାବୁଥିଲେ ବୁଢାର ନିଶ୍ଚୟ ବିଧବା ମାଆ ସହ ଭାବ କିନ୍ତୁ ସେଦିନ ସମସ୍ତଙ୍କୁ ବିସ୍ମିତ କରି ସୁବାସ ମିଶ୍ର ଯେବେ ମୁଁ ମାଆଙ୍କୁ ନେଇ ଝିଅ ଜୋଇଁ ଘର ଯାଉଛି କହି ପଡୋଶୀଙ୍କୁ ଚାବି ଦେଇ ଗଲେ ଆଉ, ସେ କିପରି ବଦନାମ ଗଳିରୁ ମାଆ ଝିଅଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତ ରେ ସାମିଲ କରାଇଥିଲେ, ଶୁଣି,ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଥିଲା ବେଳେ, ଖଟିରେ ତାସ ପାଲି ପକାଇ ସ୍ତ୍ରୀ ଲୋକମାନେ ତାଙ୍କୁ "ବଦନାମ ଗଳିର ବାଦଶାହ" କହି ପରସ୍ପର ମଧ୍ୟରେ ହସାହସି ହେଉଥିଲେ, ଭଲ କାମ କରୁଥିବା ଲୋକଙ୍କୁ ବି ଖରାପ ଶୁଣିବାକୁ ମିଳେ ବୋଲି ମୋର ଦୃଢ଼ ଧାରଣାର ଆଉ ଗୋଟିଏ ପ୍ରମାଣ ମିଳି ଯାଇଥିଲା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational