ବାଟ
ବାଟ


ରାଜୁକୁ ରାତି ଯାକ ନାହିଁ. ଖରା ଦିନିଆ ଛୁଟି କାଟିବାକୁ ସକାଳୁ ସକାଳୁ ରାଜୁ ଉଠି ମାଆ ସହ ମାମୁଁ ଘରକୁ ବାହାରି ପଡିଲା... ଘରଠୁ ପାଞ୍ଚ ମାଇଲି ଦୂର.. ଗାଡି ମଟର ସୁବିଧା ନାହିଁ.. ଜଙ୍ଗଲ ଦେଇ ଯିବାକୁ ହେବ.. ବାଟରେ ଗଲା ବେଳେ ଦୁଇ ପାର୍ଶ୍ୱରେ ଥିବା ଗଛକୁ ଦେଖି ଖୁସିରେ କୁରୁଳି ଉଠୁ ଥିଲା l କେତେବେଳେ ଖଜୁରୀ କୋଳି ଖାଉଥିଲା ତ ଆଉ କେତେବେଳେ କୁସୁମ କୋଳି ଖାଇ ଡେଇଁ ଉଠୁଥିଲା . ଇଚ୍ଛା ହେଉ ଥାଏ ଆହୁରି କୋଳି ଖାଇବାକୁ . କିନ୍ତୁ ମାଆର ତାଗିଦ୍ ଜଲଦି ଯିବା ନହେଲେ ଚୋର ହାବୁଡରେ ପଡିଯିବା l ବାଧ୍ୟ ହେଇ ରାଜୁ ବାଟ ଚାଲୁଥାଏ . କିଛି ବାଟ ଗଲା ପରେ ରାଜୁର ଗୋଡ଼ ଦିଟାରେ ଭାରି କଷ୍ଟ ଅନୁଭବ କଲା l ସେ ତାର ମାଆକୁ କହିଲା ଆଉ ଚାଲି ହେବନି . ଗଛ ମୂଳେ ଟିକିଏ ବିଶ୍ରାମ ନେଇ ପୁଣି ଯିବା l ମା ରାଜୁ କଥାରେ ହଁ ମାରିଲା.. ଟିକେ ସମୟ ବିଶ୍ରାମ ପରେ ମାଆଙ୍କୁ ପଚାରିଲା, ମାଆ... ଗୋଟେ କଥା ପଚାରିବି ମାଆ..
ପଚାର ବୋଲି ମାଆ ଠାରୁ ଶୁଣିବା ପରେ ଏଇ ରାସ୍ତାକୁ କିଏ ତିଆରି କରିଛି ୟା ନାଁ କିଆଁ ବାଟ ଦିଆ ହେଲା.??
ଏଇ ପ୍ରଶ୍ନ ଶୁଣି ମାଆ ହଡବଡେଇ ଗଲା... ସାତ ବର୍ଷର ପୁଅ ମୁହଁରେ ଏ ପ୍ରଶ୍ନ l ତଥାପି ସେ ଉତ୍ତର ଦେଲା ଯେ ବାଟ ଦେଇ ଯାଆସ କରନ୍ତି l
ହେଲେ ରାଜୁର ମନ ମାନିଲା ନାହିଁ..
ଆଉ କିଛି ପଚାରିବା ଆଗରୁ ମା କହିଲେ ଥାଉ..
ଚାଲ ଯିବା ନହେଲେ ବେଳ ବୁଡି ଯିବ ଯେ...
ବାଧ୍ୟ ହେଲା ରାଜୁ .
କିଛି ଘଣ୍ଟା ପରେ ମାମୁଁ ଘରେ ପହଞ୍ଚିଗଲେ .
ମାମୁଁ ଘର ଗଛ ପିଜୁଳି ଖାଇ ଆଉ ଟିକେ ଖୁସି ହେଲା ରାଜୁ .
ରାତି ହେବାରୁ ଖାଇ ପିଇ ସବୁ ଶୋଇଲେ .
ହେଲେ ରାଜୁର ମନରେ ଖାଲି ସେଇ ପ୍ରଶ୍ନ . କିଏ ୟା ନାଁ ବାଟ ଦେଲା...?? ଏମିତି କେତେ ପ୍ରଶ୍ନ.. ଭାବୁ ଭାବୁ ଶୋଇ ପଡିଲା l ସ୍ଵପ୍ନରେ ଦେଖିଲା ସେ ବଡ ହେଇ ଯାଇଚି I ସେ କଷ୍ଟ କରି ନିଜ ହାତରେ ଏକ ନୂଆ ବାଟ ବାହାର କରୁଛି . ହଠାତ୍ ତାର ଗୋଡରେ କଣ୍ଟା ଟିଏ ଫୋଡ଼ି ହେଇ ଗଲା . ସେ ରକ୍ତାକ୍ତ. ଝର ଝର ରକ୍ତ ବୋହି ଯାଉଛି . ସେ ମାଆ ଲୋ... ମାଆ ଲୋ ବୋଲି ରଡି ଛାଡି ଚାଲିଛି..
ଚାଉଁ କିନା ନିଦ ଭାଙ୍ଗିଲା.... ସେ ମାଆକୁ ଉଠାଇଲା.. କହିଲା ମାଆ ଫେରିଲା ବେଳେ ଆଉ ସେ ବାଟରେ ଯିବା ନାହିଁ. ଆମେ ସେଇ ବାଟରେ ଯିବା ଯେଉଁ ବାଟରେ ଆମ ପୂର୍ବ ପୁରୁଷ ମାନେ ଚାଲିଥିଲେ..ମୁଁ ଅଲଗା ବାଟରେ କେବେ ବି ଯିବି ନାହିଁ . ସେ ମୋର ଠାକୁର.. ମା ଖୁସିରେ କୁଣ୍ଢେଇ ଧରି କାନ୍ଦି ପକାଇଲା...