ବାଟ ଭୁଲା ଶାରୀର କାହାଣୀ
ବାଟ ଭୁଲା ଶାରୀର କାହାଣୀ
ବାହାରେ ପଞ୍ଜୁରୀଟି ସେମିତି ଉଦାସର ଝୁଲଣ ସାଜିଥିଲା | କେମିତି ଗୋଟାଏ ହତାଶାର ପବନ ତାରି ଚାରିପଟେ ଖେଳିବୁଲୁଥିଲା ; କ'ଣ ଗୋଟେ ଯେମିତି ଖୋଜି ବୁଲୁଥିଲା | ସବୁ ଯେମିତି ବୁଝିହଉଛି ହେଲେ କହିହଉନି -ଏମିତକା ସେ ଗୋଟାଏ ରହସ୍ୟ ଯେ ସେ ରହସ୍ୟ ସବୁ ପଞ୍ଜୁରୀରେ ଚାରିପଟେ ଦେଖୁଥିଲା ବାବା |
ତାରି ଅଖିଆଗରୁ ସେଇ ଖାଲି ପଞ୍ଜୁରୀଟିକୁ ଦୂରେଇଦେବାକୁ ଚେଷ୍ଟା କରି ମଧ୍ୟ ସେ ପାରିନି | ଅନେକ ଥର କିନ୍ତୁ ଭାବିଚି ଏ ଅଶୁଭ ଶୂନ୍ୟତାକୁ ଦୁରେଇ ହେବ | ଦୂରେଈହବନି ଯଦି ରଖିବନି ଏ ଅଶୁଭତାକୁ | ବିନା ଶାରୀ ଖାଲି ପଞ୍ଜୁରୀ ତ ଅଶୁଭ | ମାତ୍ର ସେ ପାରିନି | ପ୍ରତି ମୁହୁର୍ତରେ ତାର ମନ ଭିତରୁ କିଏ ଯେମିତି ଗୁମୁରି ଗୁମୁରି କୁହେ , "ସେ ଆସିବ | ନିଶ୍ଚେ ଫେରି ଆସିବ | ଅପେକ୍ଷା କର ,ଧର୍ଯ୍ୟ ଧର" |
ପ୍ରତିଦିନ ମନ୍ଦିର ଗଲାବେଳେ ଏବଂ ଫେରିଲା ବେଳେ ଶୂନ୍ୟ ପଞ୍ଜୁରୀ ସେ ଦେଖେ ଯାହା କି ଏକ ଅଶୁଭ | ଅବଶ୍ୟ କାହଁକି ସେ ଦୋକାନ କାମ ବନ୍ଦ କରି ସେ ମନ୍ଦିରକୁ ଯାଏ ତାର ଉତ୍ତର ତା ପାଖେ ନଥାଏ | ଏଇଟା କେମିତିକା ଅଭ୍ୟାସ ତାର | ଠିକ ପଞ୍ଜୁରୀଟି ଗୋଟାଏ ଭାବନାର ବିଷୟ ହେଇ ପଡିଲା ପରି ପଡିଛି , ଦେଖିଲା ମାତ୍ରେ ତା ପାଦ ଥମିଯାଏ | ମନେ ହୁଏ ବୋଧେ ଶାରୀଟି ଫେରି ଆସିଛି ...ଏଇଟିତ ଖେଳୁଛି , ଡେଉଁଛି ,ପଞ୍ଜୁରୀ ଭିତରେ ନାଚୁଛି | ପୁଣି ଅସ୍ପଷ୍ଟ ସ୍ୱରରେ କହୁଛି ..." ଭଜ ଜୟଗୁଋ ପରମବ୍ରହ୍ମବହ ଅନାଦି ଅନନ୍ତ ଆତ୍ମା ରାମ , ଜପ ହରେ କୃଷ୍ଣ ହରେ ରାମ ହଂସ ସ୍ଵହମ ମରା ରାମ" | ତା କଣ୍ଠ ସ୍ୱର ଖୁବ ମିଠା | ଭାରି ଭଲ ଲାଗୁଚି ତାର ଏଇ କଣ୍ଠ ସ୍ୱର | କିନ୍ତୁ କଉଠି...... , କଉଠି ସେ…… | ତଥାପି ପ୍ରତିଦିନ ଦୋକାନ କାମ ଛାଡି ଆସୁଛି ସେ |
ବାରମ୍ବାର ବାବା କୁ ଏଇ କଥା କିଏ ଯେମିତି କହିଯାଉଛି " ଅପେକ୍ଷା କର ସେ ଆସିବ " | ଅନ୍ୟମନସ୍କ ଭାବେ ସେଇ ପଞ୍ଜୁରୀଟି ପାଖରେ ଅନେକ ସମୟ ସେ ଠିଆ ହୁଏ | ମନ୍ଦିର ଆସୁଥିବା ଯାତ୍ରୀ ମାନେ ବହୁତ ସମୟ ବାବା କୁ ଏମିତି ଠିଆ ହେଇଥିବାର ଦେଖନ୍ତି | ଭୋଗ ସାମଗ୍ରୀ ତା ଠାରୁ କିଣିଲା ବେଳେ , ସେ ତା ଶାରୀ କଥା ଅନ୍ୟମାନଙ୍କୁ କହିପକାଏ ,ଟିକିଏ ସହୃଦୟତାର ସ୍ପର୍ଶ ପାଇବା ପାଇଁ | କେହି କେହି ତା କଥା ଶୁଣି ଚୁପ ରୁହନ୍ତି ତ କେହି କେହି ମୁରୁକି ହସି ବିରୋଧ କରନ୍ତି | ତଥାପି ସେ କୁହେ , ଏମିତି କି ଓଡ଼ିଆ ବୁଝିପାରୁନଥିବା ବିଦେଶୀଙ୍କୁ ବି କହିବସେ |"କେତେ ଆପଣାର କରିନଥିଲି ତାକୁ ... ଶେଷରେ ସେ ଉଡି ଚାଲିଗଲା ? ଟିକିଏ ଢିଲା ପାଇଲାଯେ ,ଏକାବେଳେ ଛୁ | ମହାପ୍ରଭୁବି ଠିକ କହିଛନ୍ତି , କଳିକାଳରେ କାହାକୁ ବିଶ୍ୱାସ କରିହେବନି | ଯିଏ ଯାହାକୁ ପାରିଲା ଠକିଦେଇ ଚାଲି ଗଲା | ଏଇଟା ଠକାମିରଯୁଗ | ସୁବିଧା ପାଇଲେ ସମସ୍ତେ ସମସ୍ତଙ୍କୁ ଠକିବେ | ବାପା ପୁଅକୁ , ସ୍ତ୍ରୀ ସ୍ୱାମୀକୁ , ଛାତ୍ର ଶିକ୍ଷକଙ୍କୁ .... ଘୋର କାଳିକାଳ" |
ଶାରୀଟି ଭଳି ଖାନେଇ ଖାନେଇ ଓଡ଼ିଆ କହୁଥିବା ସହେବାଣି ବି ଏକଥା ଶୁଣି ହସି ପକାନ୍ତି | ଉଦାସ ଭଙ୍ଗୀରେ କଥା ଶୁଣିଲା ପରି | କ୍ଷଣକ ପାଇଁ ସେମାନଙ୍କ ମୁହଁ କୁ ଚାହିଁ ସେ ଭାବେ ବୋଧେ ଏମାନେ ତାକୁ ଥଟା କରୁଛନ୍ତି | ସେ ନିଜ ଭାବାନାକୁ ଆହୁରି ଦୃଢ କରି ବୁଝେଇଲା ସ୍ୱର ରେ କୁହେ , " ସେ ଫେରିଆସିବ ଦିନେ , ଦେଖିବ ଏଇ ପଞ୍ଜୁରୀକୁ ଶହେ ଗୁଣ ଭଲ ମନେ କରିବ ,ନୀଳ ଆକାଶର ସ୍ୱାଧୀନତା ପସନ୍ଦ କରିବନି |
ସେ ନିଶ୍ଚେ ଫେରି ଆସିବ......"| ଲୋକମାନେ ସେତିକି ଶୁଣି ହସି ପକାନ୍ତି ଆଉ ଭୋଗ ସହ ଗଂଜେଇ କିଣି ପଳାନ୍ତି |
ଓଡ଼ିଶାର ଏଇ ଅଂଚଳରେ ଭଲ ଗଂଜେଇ ମିଳେ ବୋଲି ସମସ୍ତେ ଜାଣନ୍ତି | ସେଇ ବିଶ୍ୱାସ ଧରି ଅନେକ ଯୁବକକୁ ଯୁବତୀ ବି ଏ ଭକ୍ତ ମେଳାରେ ସାମିଲ ହେଇ ଆସନ୍ତି | ମନ୍ଦିର ପାଖ ପୋଖରୀ ରେ ତିଆରି ପିଣ୍ଡିରେ ବେଶ କିଛି ବର୍ଷ ହେବ ଭିଡ ଜମାଉଛନ୍ତି | ପବନ ଭଳି ଆସି ତାରି ଦୋକାନ ଆଗରେ ଅଡ୍ଡା ମାରନ୍ତି କାରଣ ବାବା କେବଳ ମନ୍ଦିରର ଭୋଗ ବିକ୍ରି କରେ ତା ନୁହଁ ଗଂଜେଇ ବେପାର ବି କରେ | ଏଠିକାର ଗଂଜେଇ କଲି ଗୁଡିକ ଖୁବ ଲୋଭାନିଆ ଇଛା ନଥିବା ଲୋକ କୁ ବି ଗୋଟେ /ଦି ଦମ ନବାକୁ ବାଧ୍ୟ କାରେଇଦେବ |
ନିର୍ଜନ ରାତିରେ ନିରବ ମୁହୁର୍ତରେ ସମୁଦ୍ର ଗର୍ଜନ ଭଳି ଏମାନେ ବେଶୀ ମାତ୍ରାରେ ଜଣା ପଡନ୍ତିନି | ଶାରୀର ଚିଂ ଚାଁ ଶବ୍ଦ ପରି ଏମାନଙ୍କ କଣ୍ଠ ସ୍ୱର ବି ତାର ଚିହ୍ନା ହେଇଗଲାଣି | ସେଇ ଶବ୍ଦରେ ଏମାନେ ବାବାଙ୍କ ଠୁ ଗଂଜେଇ ମାଗନ୍ତି | ଆଉ ବାବା ବି ସ୍ୱଚ୍ଛ ବେପାରୀ ଭଳି ତାଙ୍କୁ ଗଂଜେଇ ବିକ୍ରୀକରେ | ବେଖିଆଲ ଭାବେ ଜୀବନକୁ ଉପଭୋଗ କରୁଥିବା ଯୁବକ ଯୁବତୀ ମାନେ ଅର୍ଥର ପ୍ରଯୁର୍ଯ୍ୟ ନମୁନା ଦେଖାଉଥିବା ନମୁନା ସେ ଅନେକ ଦେଖିଚି | ଦିନ ରାତି ସବୁବେଳେ ଏଇ ମନ୍ଦିର ପାଖେ ସେମାନଙ୍କର ଭିଡ | କିନ୍ତୁ ସଂଧ୍ୟାର ନିରବ ମୁହଁହୂର୍ତ୍ତରେ ସେମାନେ ବିଭସ୍ଛ ହେଇ ପଡନ୍ତି | ଅନ୍ଧାର ରାତିରେ ମନ୍ଦିର ବେଢାରେ ଅସଂଖ୍ୟ ଡାହାଣୀ ଆଲୁଅ ଭଳି ସେମାନଙ୍କ ଚିଲମ ନିଆଁ ଜୁଳୁଜୁଳୁ ହେଇ ଜଳି ଉଠେ ଅଉ କେତେବେଳେ ଲିଭିଯାଏ କେଉଁଆଡେ | କେଉଁଠୁ ପୁଣି ସୁବିଆସେ ଦଳେ ଲୋକଙ୍କ ଉଚା ସ୍ୱରରେ ଭଜନ " ନିତାଇ ଗୌର ରାଧେ ଶ୍ୟାମ , ହରେ କୃଷ୍ଣ ହରେ ରାମ " ସବୁ ଦେଖେ ସେ , ଅଥଚ କିଛି ଦେଖେନା ! ସତେ ଯେମିତି ପଥର ସେ , ସ୍ବପ୍ନ ଦେଖେ ମହଲ ହେବ…. ତା ଶାରୀ ଫେରିବ.....|
ବେଳେବେଳେ ସେ ଭାବେ ଜୀବନର ଏଇ ସୁନା ସକାଳରେ ଯୁବକ ଯୁବତୀ ଗୁଡାକ ଯେ କାହିଁକି ଏମିତି ହୁଅନ୍ତି , ତାର କିଛି ଅନ୍ତ ପାଏନା | ସେମାନଙ୍କ ପ୍ରେମଳାପ , ଫୁଙ୍ଗୁଳା ହସ ଦେଖିଲେ ତାର ମାନେ ହୁଏ ସତେ ଯେମିତି ସେମାନେ ଅଭିନେତା ଅଭିନେତ୍ରୀ | ହୃଦୟରେ କିଛି ଭବନଥାଇ ମନର ଚରିତାର୍ଥ ପାଇଁ ସେମାନେ ଅଭିନୟ କରୁଛନ୍ତି | ମନରେ ନିଜ ଆକାଂକ୍ଷା କୁ ଲୁଚାଇ ବାହାରେ ଏମିତି ଦେଖାଉଛନ୍ତି |
କାମ ବ୍ୟସ୍ତ ଭିତରେ ଟିକିଏ ଫୁରୁସତ ପାଇଲେ ସେ ଏମାନଙ୍କ ଗତିବିଧିକୁ ଲଖ୍ୟ କରେ | ଏପରିକି ସେମାନେ କ'ଣ କାହାକୁ କହୁଛନ୍ତି , କିଏ କାହା ସହ ନିଜ କି ଲାଭ ପାଇଁ ରହିଛି ଲଖ୍ୟ କରେ | ସେମାନଙ୍କ ଭିତରୁ କେତୋଟି ମୁହଁ ତାର ଚିହ୍ନା ହେଇ ଗଲାଣି | ପ୍ରଥମେ ପ୍ରଥମେ ସବୁ ପୁଅ ଝିଅ ତାକୁ ଏକା ଭଳିଆ ଦେଖା ହଉଥିଲେ | ଏବେ ଅଉ ଅସୁବିଧା ନାହିଁ ସେମାନଙ୍କ ଭିତରୁ ଅନେକଙ୍କ ସାଙ୍ଗରେ ସେ ଭଲ ସମ୍ପର୍କ ବି ଜମେଇ ସାରିଲାଣି | ତାଙ୍କ କଥାକୁ ଅନୁମାନ କରି ବୁଝିନେଲାଣି |
ଏମାନଙ୍କର କଥା ଭାବିଲା ବେଳକୁ ତାର ତା ଶାରୀ କଥା ମାନେ ପଡ଼ିଯାଏ | ଠିକ ଏମିତ ଶାରୀଟା କେଉଁଠି ନୀଳ ଆକାଶ ବକ୍ଷରେ ଉଡି ବୁଲୁଥିବା ମୁକ୍ତ ଆକାଶରେ ଜୀବନର ନୂତନ ସ୍ୱାଦ ଅନୁସନ୍ଧାନ କରୁଥିବା | ପଞ୍ଜୁରୀରେ ରହିବା ବୋଧେ ଶଗଡ଼ ଗାଡ଼ିରେ ଚାଲିଲା ଭଳି ଲାଗୁଥିଲା |ବାବାର ସ୍ନେହ ଶ୍ରଦ୍ଧା ତାକୁ ପାଣିଚିଆ ମନେ ହେଉଥିଲା କି କ'ଣ ତାକୁ , ତେଣୁ ସେ ଅସୁବିଧା ହେବ ଭାବି ଉଡି ଚାଲିଗଲା |
ତାରି କଥା ସମସ୍ତଙ୍କୁ କହି ବସେ | ପଞ୍ଜୁରିଟା ଶୂନ୍ୟ ସନ୍ତକ ଭଳି ସେମିତି ଝୁଲୁଥାଏ | ସେଥିରେ ଶାରୀ ଥିବା ସମୟରେ ଯିଏ ନଦେଖିଚି ସିଏ ବି ବାବା କୁ କହିଛି ଶାରୀଟେ ତ ଥିଲା ସେଥିରେ କଣ ଅଛି ନୂଆ ଟେ ଆଣି ରଖିଦେ | ଏକଥା ତାକୁ ତା ମନରେ ସେ ଲୋକ ପ୍ରତି ବିଦ୍ରୋହ ଭାବ ଜଗେଇ ଦିଏ | ତଥାପି ବାବା ତା ମନର ଭାବକୁ ଛାପି ରଖେ |
ହଠାତ ସେଦିନ ଅସମ୍ଭବଟା ସମ୍ଭବ ହେଇଗଲା | ବାବା ମନର ସୀମାହୀନ ନୈରାଶ୍ୟ ପାଲଟିଲା ଅଶାର ସମୁଦ୍ରରେ | ସେ ଦେଖିଲା , ଶାରୀଟି ମଉନ ହେଇ ପଞ୍ଜୁରୀ ପାଖରେ ବସିଛି | ଆଖିରେ ତା ଅନାବିଳ ପ୍ରେମର ସାଗର | ବୋଧଏ ଲୁହ ମିଶା କୋହ | ସେ ବୋଧେ ତାକୁ ଭଲ ପାଉଥିବା ଲୋକକୁ ଚିହ୍ନି ପାରିଛି ଆଉ ତା ପାଖରୁ ଛାଡି କେବେ ନଯିବାକୁ କହୁଛି , ଆଉ ଚାହଁଉଛି ବାବା ତାକୁ ତା ପଞ୍ଜୁରୀରେ ରଖିଦଉ |
ବାବା ମନରେ ଆନନ୍ଦର ସୀମା ନାହିଁ | ପାଦ ତାର ତଳେ ଲାଗୁନି | ସମସ୍ତଙ୍କୁ ଡାକି ଡାକି ସେ କହୁଛି , "ଦେଖ , ମୋ ଶାରୀ ଫେରି ଆସିଛି ତା ପଞ୍ଜୁରୀକୁ | କେତେଦିନ ଆଉ ସେ ବାଟ ଭୁଲା ହେଇ ରହନ୍ତା |
ହେଇତ! ଆରମ୍ଭ ହେଇଗଲା ତା ଘର ବାହୁଡା " |
( ସମ୍ଭବତଃ ବାବା ଆଖିରେ ଥିଲା କେଉଁ ଅତୀତରେ ଛନ୍ଦ ହଜାଇଥିବା କବିତାର ଖିଅ.............................)