The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Parameswar Ojha

Inspirational

3  

Parameswar Ojha

Inspirational

ବାପା

ବାପା

3 mins
410



 ଆଜି ଫୋନ୍ କରିଥିଲେ ବାପା , କିନ୍ତୁ ଦୀପିକା କିଛି କଥା ହେଲାନି । ସତ କହିଲେ କଥା ହେବାକୁ ଚାହିଁଲାନି । କେମିତି ଗୋଟେ ଘୃଣା ଭାବ ଆସି ଯାଇଥିଲା ବାପାଙ୍କ ପ୍ରତି ତାର । ଭାବିଥିଲା ଆଉ କେବେ ବାପାଙ୍କ ସହିତ ସଂପର୍କ ରଖିବନି । ଯୋଉଠି ଝିଅକୁ ପାଞ୍ଚ ବର୍ଷ ହେଲାଣି ଅଥଚ ଅଜାଙ୍କ ମୁହଁ ସେ ଥରୁଟିଏ ଦେଖିନି ଏବେ କାଇଁ ଆଉ ସେ ଆଉ ସେ କଥା ଉଠୁଛି । 


ଦୀପିକାର ଅଲକ୍ଷ୍ୟରେ ପିଙ୍କି ସେଦିନ ଖେଳୁ ଖେଳୁ କାଠ ଆଲମାରିର ତଳ ଥାକରେ ଥିବା ସେଇ କାଠ ବାକ୍ସକୁ ଖୋଲି ଦେଇଥିଲା ଖାଲି ଖୋଲି ଦେଇଥିଲା ତା ନୁହେଁ ତା ଭିତରେ ଥିବା ନାଁ ଲେଖା ଦୁଇଟି କାଗଜକୁ ମଧ୍ୟ ବାହାର କରି ଦେଇଥିଲା ।


 କିନ୍ତୁ ଦୀପିକା ଜାଣି ନଥିଲା ଝିଅ ପିଙ୍କିର ସେଇ ଛୋଟିଆ ଭୁଲ୍ ଟି ତା ଭାବନାକୁ ସଂପୂର୍ଣ୍ଣ ବଦଳେଇ ଦେବ । ଆଉ ବଦଳେଇ ଦେଲାବି । କେବେଠୁ ଆଜି ପର୍ଯ୍ୟନ୍ତ ବାପାଙ୍କ ପ୍ରତି ଥିବା ତାର କ୍ରୋଧ ମାନ ଅଭିମାନ ଘୃଣା ସବୁ ପାଣି ଫୋଟକା ପରି ଯେମିତି ନିମିଷକେ ମିଳେଇ ଗଲା ।

   

  ଗୋଟିଏ ନୁହେଁ ପାଖା ପାଖି ଦଶଟା ପଞ୍ଚାୟତର ଲୋକମାନେ ଚୌଧୁରୀ ବାବୁଙ୍କୁ ମାନୁଥିଲେ ସମ୍ମାନ ଦେଉଥିଲେ । ପ୍ରତ୍ୟେକ ସଭା ସମିତି ନ୍ୟାୟ ନିଶାପରେ ତାଙ୍କୁ ପ୍ରଥମେ ଲୋଡା ଯାଉଥିଲା ଆଉ ସେ କେବେ ଅନ୍ୟାୟ ଭୁଲକୁ ପ୍ରଶୟ ଦେଉନଥିଲେ କି ତାର ପକ୍ଷ ନେଉନଥିଲେ ସତ୍ୟନିଷ୍ଠ ଆଉ ନ୍ୟାୟର ଜୀବନ୍ତ ପ୍ରତିମା ଥିଲେ ସେ । ସେ ଯାହା କହି ଦେଉଥିଲେ ସେଇଟା ହୋଇ ଯାଉଥିଲା ଶେଷ ନିଷ୍ପତ୍ତି । ତାକୁ କାଟିବାକୁ କି ଅବମାନନା କରିବାକୁ କାହାର ବି ସତସାହସ ନଥିଲା ।


ତାଙ୍କ ବିଚାରକୁ ସମସ୍ତେ ସମ୍ମତି ଜଣାଉଥିଲେ ଏବଂ ରାୟକୁ ପସନ୍ଦ କରୁଥିଲେ । 


 ସମସ୍ତଙ୍କୁ ଚମକାଇ ଦେଇ ତାଙ୍କ ଝିଅ ଦୀପିକା କରିଦେଲା ଗୋଟେ ଭୁଲ । ପଡ଼ିଗଲା ତାଙ୍କଠୁ ନିମ୍ନ ଜାତି ପୁଅର ପ୍ରେମରେ । ହେଲେ ବାପାଙ୍କୁ କହିବାକୁ ତାର ସାହସ ହେଉନଥିଲା । କିନ୍ତୁ ବାପା ଯେତେବେଳେ ଉଚ୍ଚ ପଦସ୍ଥ ଅଫିସର ଅଭିଷେକ ସହ ତାର ବାହାଘର ଠିକ୍ କରିଦେଲେ ସେ ଆଉ ରହି ପାରିଲାନି ବାଧ୍ୟ ହୋଇ ବୋଉ ମାଧ୍ୟମରେ ବାପାଙ୍କୁ ଜଣାଇଲା ।


ଘରେ ବାହାରେ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟାୟ କରୁନଥିବା ଚୌଧୁରୀ ବାବୁ ଝିଅର ପ୍ରେମ ଆଉ ନିଜ ସମ୍ମାନକୁ ଗୋଟିଏ ଛୋଟ କାଠ ବାକ୍ସ ଭିତରେ ବନ୍ଦି କରିଦେଲେ । କାହାର ଜୟ ହେବ ଆଉ କିଏ ମୁକ୍ତ ହେବ ସେଇଟା ଈଶ୍ୱରଙ୍କ ଉପରେ ଛାଡିଦେଲେ ।


  ସେ ଠିକ୍ କରିଥିବା ବରପାତ୍ର । ବନ୍ଧୁ ବାନ୍ଧବ ଗ୍ରାମବାସୀ ସମସ୍ତଙ୍କ ସାମ୍ନାରେ ଛୋଟ କାଠ ବାକ୍ସରେ ଦୁଇଟି ନା ଥିବା କାଗଜ ରଖାଗଲା ଗୋଟିଏ ଅଭିଷେକ ଆଉ ଗୋଟିଏ ଦୀପଙ୍କର । 


 ଚୌଧୁରୀ ବାବୁଙ୍କ ଗମ୍ଭୀର ସ୍ୱର ଶୁଭିଲା 


- " ତୋ ନିଷ୍ପତ୍ତି ଈଶ୍ୱର କରିବେ । ୟା ଭିତରେ ଗୋଟିଏ କାଗଜ ଉଠା । ଯାହା ନାଁ ଆସିବ ତାକୁ ତୁ ବାହାହେବୁ ସେଥିରେ ମୋର ସମ୍ମତି ରହିବ । 


ସେଦିନ ବହୁତ କାନ୍ଦିଥିଲା ଦୀପିକା । ବାପାଙ୍କ ହାତ ଗୋଡ ଧରିଥିଲା । କାକୁତି ମିନତି ହୋଇ କହିଥିଲା - " ସେମିତି କରନି ବାପା , ମୁଁ ଦୀପଙ୍କର ବିନା ବଞ୍ଚି ପାରିବିନି । ଦୟା କର ବାପା ମୋ ସହିତ ଏମିତି କରନି ଏମିତି ଖେଳ ଖେଳନି । ଯଦି ଅଭିଷେକ ମୋ ଜୀବନରେ ଆସିବେ ତେବେ ମୁଁ .ତାହେଲେ ମୁଁ କେବେବି ଶାନ୍ତିରେ ରହିପାରିବିନି । ତୁମେ କଣ ଚାହୁଛ ତମ ଝିଅ ସବୁ ଦିନ ଅଶାନ୍ତିରେ ରହୁ ? "



 ଝିଅର କାକୁତି ମିନତି ଚୌଧୁରୀ ବାବୁଙ୍କୁ ତିଳେ ମାତ୍ର ପ୍ରଭାବିତ କରି ପାରିନଥିଲା । ତାଙ୍କ ନିଷ୍ପତ୍ତି ଥିଲା ଶେଷ ନିଷ୍ପତ୍ତି ଅଟଳ କାହାର ବି ସତ ସାହସ ନାହିଁ ତାକୁ ବଦଳେଇ ଦେବାକୁ । 


 ଦୀପିକା ଆଖିର ଲୁହକୁ ଓଠରେ ପିଇ କାଠ ବାକ୍ସ ଭିତରେ ହାତ ପୁରେଇ ତେତିଶ କୋଟି ଦେବୀ ଦେବତାଙ୍କୁ ସ୍ମରଣ କରି ଗୋଟିଏ କାଗଜ ଉଠେଇଲା । 


ଉପର ବାଲା ବୋଧେ ସଦୟ ଥିଲେ ଝିଅଟି ପ୍ରତି ସେ ଉଠେଇ ଥିବା କାଗଜରେ ଦୀପଙ୍କର ନାଁ ଟି ଥିଲା । ପ୍ରେମିକକୁ ସିନା ପାଇଲା ହେଲେ ଦୀପିକାର ସେତେବେଳେକୁ ତା ବାପାଙ୍କ ଠାରୁ ମନ ଛାଡି ଯାଇଥିଲା । 



ବାପାଙ୍କର ଏମିତି କଠୋର ଗୁଣ ଯୋଗୁ ଦୀପିକା ସେଦିନ ସବୁ ସଂପର୍କ କାଟି ପଳେଇ ଆସିଥିଲା ବାପାଙ୍କ ପାଖରୁ । ଯୋଉ ବାପା ଝିଅର ପ୍ରେମକୁ ନେଇ ଜୀବନକୁ ନେଇ ଶହ ଶହ ଲୋକଙ୍କ ଆଗରେ ଏମିତି ଖେଳ ଖେଳିପାର । ସେ ବାପା ମୁହଁକୁ ବି ଥରେ ଚାହିଁ ନଥିଲା ଆସିବା ବେଳେ । ଆଉ ହଁ.... ସେ ଛୋଟ ବାକ୍ସ କୁବି ସାଙ୍ଗରେ ଆଣିବାକୁ ଭୁଲି ନଥିଲା ଯୋଉ ବାକ୍ସରେ ତାର ଇଛା ଆଉ ଅନିଛାକୁ ଶ୍ୱାସ ରୁଦ୍ଧ କରି ରଖା ଯାଇଥିଲା । ପ୍ରତି ମୁହୂର୍ତ୍ତରେ ଏଇ ବାକ୍ସକୁ ଦେଖି ତାର ମନରେ ସତେଜ କରି ରଖୁଥିଲା ଏଇ ଘଟଣାକୁ ସେଇ ଅନୁପାତରେ ବଢେଇ ବଢେଇ ଚାଲିଥିଲା ବାପାଙ୍କ ପ୍ରତି ଥିବା କ୍ରୋଧକୁ ।


 ସେଦିନ ଠାରୁ ଆଉ ଦ୍ୱିତୀୟ ଥର ସେ ବାକ୍ସକୁ ଖୋଲିନି ଥିଲା ଦୀପିକା । କାରଣ ଚୌଧୁରୀ ବାବୁ ପସନ୍ଦ କରିଥିବା ବରପାତ୍ରର ନାଁ ସେ କେବେ ବି ଦେଖିବାକୁ ଚାହୁଁ ନଥିଲା । 

 

 କିନ୍ତୁ ଆଜି ହଠାତ୍ ପିଙ୍କି ଖେଳୁଥିବା ବେଳେ ଉକ୍ତ କାଗଜ ଦୁଇଟିକୁ ବାହାର କରିଦେଇ ଥିବାରୁ । ଦୀପିକାର ଦୁଇଟି କାଗଜ ଲେଖା ଉପରେ ନଜର ପଡିଗଲା । ଏ କ’ଣ ଦୁଇଟି କାଗଜରେ ଦୀପଙ୍କର ଲେଖାଅଛି ।


ଦୀପିକା ଆଖି ରୁ ଖସି ପଡିଲା ଲୁହ ଦୁଇ ଟୋପା । ଶୂନ୍ୟ ରୁ ତାକୁ ବାପାଙ୍କ କଣ୍ଠ ସ୍ବର ପରି ଶୁଭିଲା 


 " ମାଆ ରେ, ମୁଁ ବି ଜଣେ ବାପା । " 

 




Rate this content
Log in

More oriya story from Parameswar Ojha

Similar oriya story from Inspirational