Saroj Kumar Jena

Inspirational

2  

Saroj Kumar Jena

Inspirational

ବାଣେଶ୍ୱର ପୀଠ , ପଦାମାଳ,ନରସିଂହପୁ

ବାଣେଶ୍ୱର ପୀଠ , ପଦାମାଳ,ନରସିଂହପୁ

2 mins
402


ଆସନ୍ତୁ ପଢନ୍ତୁ ନରସିଂହପୁର ଇତିହାସ କୁ ଆଧାର କରି ଲେଖିଛି ଏକ ପ୍ରବନ୍ଧ , ବାଣେଶ୍ଵର ପୀଠ ର ରହସ୍ୟ

     ବାଣେଶ୍ଵର ପୀଠ ଉପରେ ଆସନ୍ତୁ କିଛି ଜାଣିବା  

  

ଆପଣମାନେ ବିଶେଷ କେହି ଜାଣି ନଥିବେ ,ଆମ ନରସିଂହପୁର ବାଣାସୁରର ରାଇଜ ଥିଲା , ଏବେବି ତାହାର ଭଗ୍ନାବଶେଷ ଭାବେ ମୁଖ ସାକ୍ଷୀ ଭାବରେ ବାଣେଶ୍ୱର ମନ୍ଦିର ପଦାମାଳ ଗ୍ରାମରେ ଅବସ୍ଥିତ ଅଛି । ଏହା କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ପଦାମାଳ ଗ୍ରାମରେ ଅବସ୍ଥିତ। ଏହା ମହାନଦୀ ତଟ୍ଟ ରେ ଏକ ଛୋଟ ପାହାଡ଼ ଉପରେ ଅବସ୍ଥିତ ଏହାର ବିସେଶ୍ୱତ ହେଉଛି ଏହି ମନ୍ଦିର ଭିତରେ ଗୋଟିଏ ଶିବ ଲିଙ୍ଗ ପୂଜା ପାଉଛନ୍ତି ଓ ବାହାର ପାର୍ଶ୍ଵରେ ୪ଟି ଶିବ ଲିଙ୍ଗ ଶୂନ୍ୟ ଆକାଶ ତଳେ ପୂଜା ପାଉଛନ୍ତି । ଏହା ସହିତ ଲୋକକଥା ମୁତାବକ ଏହି ପାହାଡ଼ ରେ ବାଣାସୁର ବାସ କରୁଥିଲା ଶିବ ଙ୍କ ଅପାର କୃପାରୁ ତାକୁ ଯୁଦ୍ଧ ରେ କେହି ହରାଇ ପାରୁ ନଥିଲେ । ଆଜିବି ସେଠି ସେହି ପାହାଡ଼ କୁ ଯଦିଓ ଖୋଳାଖୋଳି କଲେ ବିଭିନ୍ନ ଖଣିଜ ପଦାର୍ଥ ବାହାରୁଚି ତାହା ସହିତ ବିଭିନ୍ନ ମୂଲ୍ୟବାନ ବସ୍ତୁ ଓ ଆସବା ପତ୍ର ବାହାରେ । ସେଥି ପାଇଁ ଏହାକୁ ପତ୍ନ ତତ୍ତ୍ଵ ବିଭାଗ କୁ ହସ୍ତାନ୍ତର କରାଯାଇଛି ରକ୍ଷାଣ ବିକ୍ଷଣ ନିମନ୍ତେ । ବର୍ଷ ର ପ୍ରାୟ ସମୟ ଏଠାକୁ ବଣ ଭୋଜି କରିବାକୁ ଓଡ଼ିଶାର ଓ ଓଡ଼ିଶାର ବାହାରୁ ଏବଂ ନିଜ ଅଞ୍ଚଳ ର ଲୋକଙ୍କ ସମାଗମ ଦେଖିବାକୁ ମିଳିଥାଏ ଏହାର ସବୁଜ ଘେରା ପରିବେଶ ବହୁତ ଆନନ୍ଦ ଦେଇଥାଏ । ଏହା ସହିତ ନିକଟସ୍ତ ମହାନଦୀରେ ନୌକା ବିହାର ମଧ୍ୟ ଆପଣ ମାନେ କରିପାରିବେ । ଏଠାକାର ମନ୍ଦିର ଟି ବିଭିନ୍ନ କାରୁକାର୍ଯ୍ୟ ରେ ଭରୁପୂର । ଅନୁମାନ କରାଯାଏ ଏହା କୋଣାର୍କ ମନ୍ଦିର ସମୟ ରେ ନରସିଂହପୁର ର ତତ୍ କାଳୀନ ରାଜା ନିର୍ମାଣ କରିଥିଲେ । କିନ୍ତୁ ଏହାର ସଠିକ ଅନୁମାନ ପତ୍ନ ତତ୍ତ୍ଵ ବିଭାଗ କହିପାରିବ କେବେ ନିର୍ମାଣ କାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ଏଠାରେ ପ୍ରତ୍ୟକ ଦିନ ସୁରକ୍ଷା କର୍ମୀ ଜଗି ରହୁଛନ୍ତି । କାରଣ ଏଠି କିଛି ମୂଲ୍ୟବାନ ଜିନିଷ ଗଚ୍ଛିତ ହୋଇ ରହିଛି ନିକଟ ରେ ଏହି ପାହାଡ଼ କୁ ସମସ୍ତ ଦିଗପଟୁ ଲୁହା ବାଡ଼ ଦ୍ଵାରା ପାଚେରି ବୁଲା ଯାଇଅଛି ସରକାର ଙ୍କ ତରଫରୁ । ଏହାର ଆଉ ଏକ ମାହାତ୍ମ୍ୟ ହେଉଛି । କୁହାଯାଏ ବାଣାସୁର କୁଆଡେ଼ ବିଶାଳ ସୁଡ଼ଙ୍ଗ ଖୋଲିଥିଲା ଯାହା ଚମ୍ପେଶ୍ୱର ଚମ୍ପାନଥ ଙ୍କୁ ଦର୍ଶନ କରି ଯାଉଥିଲା । ଏହା ସହିତ ଆଜିବି ନରସିଂହପୁର ଅଞ୍ଚଳରେ କିଛି ବୟସ୍କ ଲୋକ କୁହନ୍ତି ନରସିଂହପୁର କୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ କ୍ଷତି କହିପାରେନା କାରଣ ଏହା ବଣାର ରାଜ୍ୟ । ଇତିହାସ କହେ ବାଣାସୁର ପ୍ରବଳ ପ୍ରତାପୀ ଥିଲା । କେହି କେହି ମଧ୍ୟ କୁହନ୍ତି ଯେହେତୁ ନରସିଂହପୁର ରାଇଜ ରେ ଅଷ୍ଟଶମ୍ଭୁ ଫୁଟା ଶିବ ଲିଙ୍ଗ ପୂଜା ପାଉଛନ୍ତି । ଏଥି ପାଇଁ ବି ନରସିଂହପୁର ରେ ପ୍ରାକୃତିକ ବିପର୍ଯ୍ୟୟ ହେଲେବି କ୍ଷତି ହେବ ନାହିଁ । ଯଦିଓ ଆପଣ ଏହି ପୀଠ କୁ ଆସିବାକୁ ଚାହୁଁଛନ୍ତି । ଭୁବେନେଶ୍ୱର ବିମାନ ବନ୍ଦର ରୁ ଏହା ପାଖାପାଖି ୧୫୦ କିମି ରୁ ୧୬୦ କିମି ହେବ ,ଯଦିଓ କଟକ ରୁ ଆସିବେ ତାହାଲେ ବି ପାଖା ପାଖି ସେହି ୧୪୦ ରୁ ୧୫୦ କିମି ହେବ । ଯଦିଓ ନୟାଗଡ଼ ଜିଲ୍ଲା ପଟୁ ଆସନ୍ତି ତାହାଲେ ଆପଣ ଙ୍କୁ ସିଦ୍ଧାମୁଳା ପୋଲ ଦେଇ ଆସି ପାରିବେ । ବର୍ଷ ତମାମ ଏଠାରେ ପର୍ଯ୍ୟଟକ ଙ୍କ ଭିଡ଼ ଲାଗିରହିଥାଏ । ଏଠାର ଏକ ପ୍ରସିଦ୍ଧ ଯାତ୍ରା ମଧ୍ୟ ହୁଏ । ପ୍ରତି ବର୍ଷ ମକର କୁ ମକର ଯାତ୍ରା ଦୁଇ ଦିନ ଲାଗି ହୁଏ ଏହା ସହିତ ଜାଗର ଓ ବୋଲବମ୍ ପାଳନ କରାଯାଏ । ଆସନ୍ତୁ କେବେ ଥରେ ଏହି ପୀଠ କୁ ବୁଲିବାକୁ ।



Rate this content
Log in

Similar oriya story from Inspirational