Sunanda Mohanty

Abstract Children Stories Thriller

3  

Sunanda Mohanty

Abstract Children Stories Thriller

ବାଘମାମୁଁ

ବାଘମାମୁଁ

5 mins
8

ଜଙ୍ଗଲର ବାଘ ଦିନେ ଭାବିଲା ସବୁବେଳେ କଞ୍ଚାମାଂସ ଖାଇ ଖାଇ ବଡ଼ ବିରକ୍ତ ଲାଗିଲାଣି ଯାଉଛି ଗାଁ ଆଡ଼େ ଯିବି.ଟିକେ ମସଲା ଦିଆ କସା ମାଂସ ଖାଇବି. ଏହା ଭାବି ଗୋଟେ ଗାଁରେ ପଶିଲା. ସେହି ଗାଁରେ ଗୋଟିଏ ବୁଢ଼ୀ ସବୁଦିନ ମାଂସ ଭାତ ରା଼ନ୍ଧି ଅନାଥ ପିଲାମାନଙ୍କୁ ଖାଇବାକୁ ଦିଏ. ସମସ୍ତଙ୍କ ପତର ପଡିଲା ବଢା ବଢ଼ି ହେବା ପରେ କୁନା ପାଟି କରି ଉଠିଲା ମୋ ପତରରେ କିଏ? ଏତ ଜଙ୍ଗଲ ବାଘ କହି ସେ ଦଉଡିବାରୁ ସବୁ ପିଲାମାନେ ବି ଦଉଡି ପଳେଇଗଲେ. ବୁଢ଼ୀଟି ବାଘକୁ ଖାଇବାକୁ ପିଇବାକୁ ଦେଇ କହିଲା ମତେ ତ ଦେଖାଯାଉନି ତୁ ଯଦି ସତରେ ବାଘ ତେବେ କହ କଣ ପାଇଁ ଆସିଛୁ? ଆମ ଗାଁ ଲୋକ ଭାରି ଶାନ୍ତ ସରଳ ଓ ନିରୀହ ବ୍ୟକ୍ତି. ସେମାନଙ୍କ ଭିତରୁ ଯୋଉମାନେ କରୋନା, ମହାବାତ୍ୟା ଇତ୍ୟାଦିରେ ମରିଯାଇଛନ୍ତି ତାଙ୍କ ପିଲାମାନଙ୍କୁ ମାଉଁସ ଭାତ ରା଼ନ୍ଧି ଦେବାକୁ ମୁଁ କୁକୁଡ଼ା ପାଳେ, ଶାଗ ଲଗାଏ, ପୋଖରୀରୁ ମାଛ ଧରି ପିଲାଙ୍କୁ ଖାଇବାକୁ ଦେବା ସହ ପାଠ ପଢି ମଣିଷ କରିବାକୁ ନିଷ୍ପତ୍ତି ନେଇଛି. ତୁ ଯଦି କୁକୁଡ଼ାସବୁଙ୍କୁ ମାରିଦେବୁ ମଣିଷ, ଗୋରୁଗାଈ, ଛେଳି ମେଣ୍ଢା ନିପାତ କରିଦେବୁ ତେବେ ଗ୍ରାମର ଶିରୀ ତୁଟିଯିବ. ମୁଁ ତତେ କଥା ଦେଉଛି ତୋ ପାଇଁ ବାଡିପଟେ ମାଂସ ଭାତ ରଖିଦେବି ତୁ ଖାଇବୁ କିନ୍ତୁ ଗ୍ରାମର କୌଣସି ମଣିଷ, ପଶୁ, ପକ୍ଷୀ ମାରି ଖାଇବୁନି. ନଚେତ ଶିକାରୀ ଡାକି ତତେ ଧରିବାକୁ ମତେ ବେଶୀ ସମୟ ଲାଗିବନି.ସେତେବେଳକୁ ସୁଆଦିଆ ମାଂସ ତରକାରୀ ଖାଇ ଜଙ୍ଗଲ ବାଘ ହେଉଡି ମାରୁଥାଏ ତ ସେ ବୁଢ଼ୀ କଥାରେ ରାଜି ହୋଇ ଦିନସାରା ଲୁଚି ରହି ରାତିକୁ ଆସି ତା ପାଇଁ ବୁଢ଼ୀ ବାଢି ରଖିଥିବା ଖାଦ୍ୟ ଖାଇ ଚାଲିଯାଏ. ତାର ତ ମସଲା ମାଂସରେ ମନ ତେଣୁ ସେ କାହିଁକି ମଣିଷ, ପଶୁପକ୍ଷୀ, ଗାଈ ମଇଁଷି ଇତ୍ୟାଦି ଖାଇବ କିନ୍ତୁ ତା ପେଟ ପୁରୁ ନଥାଏ ତ ଭାବିଲା ସହରକୁ ଗଲେ ନିଶ୍ଚୟ ଅଧିକା ସୁଆଦିଆ ରନ୍ଧା ମାଂସ ଖାଇବାକୁ ମିଳିବ ।

    ବାଘ ଯାଇ ସହରର ଗୋଟେ ବଡ଼ ହୋଟେଲରେ ପଶିଲା. ତାକୁ ଦେଖି ସମସ୍ତେ ଧର ଧର ମାର ମାର କହି ବନବିଭାଗକୁ ଜଣେଇ ଦେଲେ. ବାଘ ଦଉଡି ଦଉଡି ହଲିଆ. ଏଣେ ଭୋକରେ ପେଟ ଜଳୁଥାଏ ତ ଗୋଟେ କୁକୁଡ଼ା ଭାଡ଼ିରେ ପଶିଯାଇ କୁକୁଡ଼ା ଖାଇବାରୁ ସହରରେ ଆତଙ୍କ ଖେଳିଗଲା. ଦକ୍ଷ ଶିକାରୀ ସବୁ ଆସି ବାଘ ଧରିବାକୁ ପହଞ୍ଚି ଗଲେ. ଯନ୍ତା ଓ ଜାଲ ଘେରାଇ ବାଘର ଗତି ପଥ ଜଗି ବସିଲେ. ମଣିଷ ଖିଆ ବାଘକୁ ଧରି ନପାରିଲେ ଗୁଳି କରି ମାରିଦେବାକୁ ପଛେଇବ ନାହିଁ ବୋଲି ନିର୍ଦେଶ ବାଘ କାନରେ ପଡିବାରୁ ସେ ଭାବିଲା ଗାଁ କେତେ ଭଲ. ବୁଢ଼ୀ କଥାରେ ସବୁ ଲୋକ ବିଶ୍ୱାସ କରୁଥିବାରୁ ସେ ଦିନ ସାରା ଲୁଚି ରହିପାରୁଥିଲା. ନା ହୋ ହାଲ୍ଲା ନା ପାଟିତୁଣ୍ଡ. ଏଠି ହୋଟେଲରେ ଖାଦ୍ୟ ବଳିଲେ ମଧ୍ୟ ଅସହାୟ ଦୁଃଖୀ ଦରିଦ୍ରଙ୍କୁ ନଦେଇ ମାଟିରେ ପୋତି ଦିଆଯାଉଛି ପଛେ କ୍ଷୁଧାତୁର ଲୋକମାନେ ପାଉନାହାଁନ୍ତି.କାହାରି ଉପରେ କାହାର ବିଶ୍ୱାସ କି ଭରସା ନାହିଁ.ତେଣୁ ପୁଣି ଗାଁକୁ ଫେରିଗଲେ ଭଲ ହେବ ଭାବି ଲୁଚିଥିବା ସ୍ଥାନରୁ ଯେମିତି ବାହାରିଛି ଜଙ୍ଗଲ ବାଘ ତାକୁ ଫାଶ ଭିଡି ଧରି କାବୁ କରି ନେଲେ ସହରୀ ଶିକାରୀ ତ ଏବେ ସେ ନନ୍ଦନକାନନରେ ତା ନିର୍ଦ୍ଦିଷ୍ଟ କୋଠରୀ ସେଲରେ ରହୁଛି. ତାକୁ ଶୀଘ୍ର ବାଘ ସଫାରୀରେ ଛାଡ଼ି ଦିଆଯିବା କଥା ଶୁଣି ବାଘ କାନମୁଣ୍ଡା ଆଉଁସି ରହିଲା ଏବଂ ଭାବିଲା ନିଜେ ଭୁଲ କରିଛି ଯେତେବେଳେ ଭୋଗିବାକୁ ତ ପଡିବ ନା. ଯାହା ହେଉ ବାଘ ସଫାରୀରେ ଏଣିକି ତା ଜାତି ଭାଇଙ୍କୁ ଦେଖି ସେମାନେ କେମିତି ଏଠାକୁ ଆସିଲେ ଶୁଣୁଥିଲା ଓ ଭାବୁଥିଲା ପୁଣି ବୁଢ଼ୀ ମାଉସୀ ପାଖକୁ ଫେରିଯାଆନ୍ତା କି!ସ୍ୱାଧୀନତା ସାଙ୍ଗକୁ ଅଳ୍ପ ହେଉ ପଛେ ସବୁଦିନ ସୁଆଦିଆ ଖାଦ୍ୟ ଖାଇ ନିରୋଗ ରୁହନ୍ତା. ହାଏ ଲୋଭରୁ ଲାଭ... ଲାଭରୁ ମୃତ୍ୟୁ ଆଡକୁ ଅଗ୍ରସର ହେବା କଥା ବାଘ ବୁଝିସାରିଥାଏ ।

    ଗାଁ ପିଲାମାନେ ଥରେ ବୁଲିଯିବାକୁ ଚାହିଁବାରୁ ବୁଢୀମାଉସୀ ସବୁ ପିଲାଙ୍କୁ ସାଥିରେ ଧରି ନନ୍ଦନକାନାନ ଗଲେ. ସେଠାରେ ପିଲାମାନେ ଭିର୍ନ୍ନ ଭିର୍ନ୍ନ ପକ୍ଷୀ, ହାତୀ, ଜିରାଫ, ଭାଲୁ ଇତ୍ୟାଦି ଦେଖିସାରିବା ପରେ ବାଘ ସଫାରୀ ଆଡକୁ ଚାଲିଲେ. ସେଠାରେ ଲେଖାଥାଏ ବାଘ ପ୍ରତି ସାବଧାନ, କେହି ବାଘକୁ ଡାକି କିଛି ଖାଇବାକୁ ବା ତା ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରି କିଛି କହିବାକୁ ଚେଷ୍ଟା କରିବ ନାହିଁ. ବାବୁଲା ବୋଲି ଗୋଟେ ପିଲା ଲେଖାଯାଇଥିବା କଥା ନମାନି ବାଘ ସଫାରୀ ତାର ବାଡ଼ ଡେଇଁ ଭିତରେ ପଶିଗଲା. ବୁଢୀମାଉସୀ ଓ ଅନ୍ୟ ପିଲାଏ ଦେଖି ଚିତ୍କାର କରୁ କରୁ ଧଳା ବାଘଟିଏ ତା ଗୁମ୍ଫାରୁ ବାହାରି ଆସି ବାବୁଲା ଉପରକୁ କୁଦି ପଡିବା ବେଳକୁ ଗୋଟେ ଅଘଟଣ ଘଟିଗଲା.କୋଉଠି ଥିଲା ଆଉ ଗୋଟେ ବାଘ କୁଦା ମାରି ଆସି ବାବୁଲାକୁ ବଞ୍ଚେଇବାକୁ ରୀତିମତ ଧଳା ବାଘକୁ ଆକ୍ରମଣ କରିଚାଲିଥିଲା.ଧଳା ବାଘ ସହ ଖାଲି ଲଢ଼ିଲା ନାହିଁ ପରାସ୍ତ କରି ଦଉଡି ଆସିଲା ବୁଢୀମାଙ୍କ ନିକଟକୁ. ପୋଷା କୁକୁର ବିଲେଇଙ୍କ ପରି ହେଉଥାଏ ବାଘଟି.ସେତେବେଳକୁ ସାଇରନ ବାଜି ନନ୍ଦନକାନନର କର୍ମୀ ଆସି ବାବୁଲାକୁ କ୍ରେନ ସାହାଯ୍ୟରେ ଉଦ୍ଧାର କରି ଆଚମ୍ବିତ ହେଉଥିଲେ ତ ମୁନା କହିଲା ଇଏ ସେଇ ବାଘ ଯିଏ ଜଙ୍ଗଳରୁ ଆସି ଆମ ଗାଁରେ କିଛି ଦିନ ରହି ବୁଢ଼ୀମାଙ୍କ ହାତର ରନ୍ଧା ମାଂସ ଖାଉଥିଲା. ବାଘ ହେଲେ ମଧ୍ୟ ବୁଢୀମାଙ୍କ କଥା ରକ୍ଷା କରି ମଣିଷ ପଶୁ ପକ୍ଷୀ ବା ଗାଁର କୌଣସି ଗାଈ ଗୋରୁ ଛେଳି ମେଣ୍ଢା କି ମଇଁଷି ମାରି ଖାଇନି ବରଂ ଦିନସାରା ଲୁଚି ଛପି ରହି ରାତିକୁ ଆସି ବୁଢୀମା ତା ପାଇଁ ରଖିଥିବା ଖାଦ୍ୟ ଖାଇ ଫେରିଯାଏ. ଏସବୁ ଶୁଣି ଦେଖି ବୁଢ଼ୀ ମାଉସୀ କାନ୍ଦୁଥିଲେ ଓ ବାଘ ପାଖକୁ ଯିବାକୁ ଅନୁମତି ମାଗିଥିଲେ. ଏଣିକି ବାଘ ପାଖକୁ ଯିବାକୁ ବୁଢ଼ୀ ମାଉସୀଙ୍କୁ ଅନୁମତି ମିଳିଥିଲା. ବାଘ ଓ ବୁଢ଼ୀ ମାଉସୀ ପରସ୍ପର ପ୍ରତି ଯେଉଁ ଆନ୍ତରିକତା ଭରା ଭାବ ଆଦାନ ପ୍ରଦାନ କରିଥିଲେ ତାହା ଦେଖିବାର କଥା ଥିଲା.ସମସ୍ତେ ଫେରି ଆସିଥିଲେ. ବାଘ କିନ୍ତୁ ଖାଉନଥିଲା ଆଗ ପରି. ଲୁହ ଗଡେଇ ଚାଲିଥିଲା ଆଖି ଭରି

ଏପଟେ ବୁଢୀମା ପିଲାମାନଙ୍କୁ କେତେ କଥା କହିବା ଭିତରେ କହୁଥିଲେ,ଆମେ ଗାଉଁଲି ସଭ୍ୟତା ଭିତରେ ଆଜି ହଜିଯାଉଥିବା ଅନେକ କଥାକୁ ସାଇତି ରଖିଛେ ଯେମିତି ଏଇ କଥା କବିତା ମାଳା ସବୁ ।

   ଧରମ ବନ୍ଧୁ,ସିନ୍ଦୂର ବିନ୍ଦୁ,ପଖିଆ କାନ୍ଧୁ,ନୈଷ୍ଠିକ ହିନ୍ଦୁ,କମାରଶାଳ,ହଳ ଲଙ୍ଗଳ,ଲାଉର ଥାଳ,କଉଡ଼ି ଖେଳ,ଧାନ ବେଙ୍ଗଳା,ଅମଳ ଖଳା,ତେଲର ପଳା,କୂଅ ଉଝୁଳା,ପାଦେ ଅଳତା,ରିବନ ଫିତା,ବରଡା ଛତା,ମଞ୍ଜା ରାଇତା,ବରଡା ଚଟ,ଗୁରୁଜୀ ଛାଟ,ଖଡ଼ି ସିଲଟ,ଝିଅଙ୍କ ଜଟ,ମାଆ ପଣତ,କଙ୍କଣ ହାତ,କେନ୍ଦରା ଗୀତ,ନାଉରୀ କାତ,ଢ଼ଙ୍କି ପାହାର,ପାଲିଙ୍କି ବର,ଡାଆଣୀ ଡର,ଭୂତ ନଜରକଲମ କାଳି,ଘର ଛୁଆଳି,ଗାୟକ ଅଳି,ଚନ୍ଦନ ଥାଳି,କାଠ କଠଉ,ଚୁଲି ପିଠଉ,ଲେଖା ଚିଟଉ,ପକ୍ଷୀ ଜଟାୟୁ,ଚିଲ ଶାଗୁଣା,କାନ୍ଥରେ ଠଣା,ଖୋଲୁଅ ଘଣା,କାନ୍ଥ ଆଲଣା,ବିବାହ ଝୋଟି,ପିଲାଙ୍କ ଖଟି,ପଲମ ରୁଟି,ରିବନ ଚୁଟି,କୂଅର ପାଣି,ବୋହୁ ଓଢ଼ଣୀ,ପର୍ବ ପର୍ବାଣୀ,ଗାଈ ତୋରାଣି,ଶଗଡ଼ ଗାଡି,ଗୁଣି ଗାରେଡ଼ି,ପାରାଙ୍କ ଭାଡ଼ି,ବଇଦ ନାଡ଼ି,କୃଷି ଦର୍ଶନ,ରେଡ଼ିଓ ଗାନ,ଖଣିରେ ଧାନ,କୁଣିଆ ପାନ,ଗୋବର ପାଣି,ଆଈ କାହାଣୀ,ମାଟି ଘୋଡଣୀ,ମାଠିଆ ପାଣିହାତ ବିଞ୍ଚଣା,ବାହାକାନ୍ଦଣା,ହେଁସମଶିଣା,ସିକା ଚାରଣା,ସଞ୍ଜ ଗୋଧୂଳି,ପିଠା ଚକୁଳି,ରଜର ଦୋଳି,ଦେବତା ବଳି,ଚୁଲିରେ ଜାଳ,ଫୁଙ୍କିଲା ନଳ,ହାଣ୍ଡି ପଖାଳ,ଢିଙ୍କି ଚାଉଳ,ଚଟ ଆସନ,ଅର୍କର ପାନ,ସାଧୁ ସମ୍ମାନ,ଭିକ୍ଷୁଙ୍କୁ ଦାନ,ଶିକାରେ ଦହି,ଲଙ୍ଗଳ ମହି,ପୁରାଣ ବହି,ଉଖୁଡା ଖଇ,ବତି ଲଣ୍ଠନ,ବଟୁଆ ପାନ,ପୋଇ ମଥାନ,ଅମାର ଧାନ,ପତର ପୋଥି,ମଙ୍ଗଳ ତିଥି,ବନ୍ଧୁ ଅତିଥି,ଦୁଃଖର ସାଥୀ,ଶିଳ ବାଟଣ,ଛାଇଵା ଛଣ,ପଡୋଶୀ ତୁଣ,ମାପ ମହଣ,ବୁଢ଼ା ଶଙ୍ଖାରୀ,କାହାଣୀ ପରୀ,ପୂଜା ବାଛୁରୀ,ସହିଷ୍ନୁ ନାରୀ,ଲୁଣ କାଠୁଆ,ମାଟି ମାଠିଆ,ନାଲି ଚା ମଜା,ଚାଉଳ ଭଜା,ପାଚିଲା କେନ୍ଦୁ ଇତ୍ୟାଦି ଏହି ସବୁ ବିଷୟରେ ପିଲାମାନଙ୍କୁ କହି କହୁଥାନ୍ତି

ଉପରୋକ୍ତ ତଥ୍ୟମାନ ଆମେ ସତୁରୀ ବା ଅଶୀ ଦଶକ ପୂର୍ବରୁ ଜନ୍ମିତ ବ୍ୟକ୍ତି ମାନଙ୍କର ଅଳ୍ପେ ବହୁତେ ନିଶ୍ଚିତ ମନେଥିବ. ଆମର ଉତ୍ତର ପୁରୁଷ ମାନଙ୍କୁ ଏ ଗୁଡ଼ିକ ଚିଡ଼ିଆ ଘରେ ସାଇତାହୋଇ ରହିଥିବା ଦ୍ରବ୍ୟଭଳି ଲାଗିବ. ଆମେ ଏମିତି ସନ୍ଧିକ୍ଷଣରେ ଜନ୍ମିତ ଭାଗ୍ୟବାନ ବ୍ୟକ୍ତି ଯେ କି ପ୍ରାଚୀନକୁ ଦେଖିଛେ ଆଧୁନିକତାକୁ ଆପଣେଇଛେ ଉଗ୍ର ଆଧୁନିକତା ମଧ୍ୟରେ ସନ୍ତୁଳିତ ହୋଇ ଚାଲିଛେ.ଆମେ ଧାନ ବେଙ୍ଗଳା ପଛରେ ବୁଲିଛେ.ଢିଙ୍କିକୁଟା ଚାଉଳ ଖାଇଛେ ,ଶିଳବଟା ବେସର ଖାଇଛେ ,ପିତଳ ହଣ୍ଡାରେ ରନ୍ଧା ଖେଚୁଡ଼ି ଓ ଗୁଡ଼ଦିଆ ଆମ୍ବିଳ ଓ ମହୁର ଭୋଜିମାନଙ୍କରେ ଖାଇଛେ ।

       ଆଉ ଏଇନେ ସହରରେ ଖାଉଚ୍ଛେ ମଧ୍ୟ ଜମାଟରୁ ମଗା ହୋଇ ଆସିଥିବା ପିଜା , ବର୍ଗର , ସ୍ୟାଣ୍ଡଉଇଚ , ଇତ୍ୟାଦି କେତେ କଣ ଯାହାର ନାମ ଆମକୁ ଜଣା ନାହିଁ କିନ୍ତୁ ଆମ ଛୁଆଙ୍କ ଛୁଆମାନେ ତା ଉପରେ ପଟୁ.ସେ ଯାହାହେଉ ଉପରୋକ୍ତ ତଥ୍ୟ ମାନ ପଢ଼ିବା ଦ୍ଵାରା ଆମକୁ ସେଇ ପିଲାଦିନକୁ ନେଇ ଯାଇଛି. ବୋଉର ଧାନ କୁଟା , ଖୁଡି ଜେଠେଇଙ୍କ ମାଣ୍ଡିଆ ଘୋରା , ବୁଢୀମା ଅଣ୍ଟାରେ ଖୋଷିଥିବା କରାଟ ଭିତରେ ଥିବା ଚାରଣି ଆଠଣି ର ଝମ ଝମ ଶବ୍ଦ , ଦାଣ୍ଡରେ ବିଶାବାଡି ଧରି ଚାଷୀ ଭାଇ ମାନଙ୍କ ପରିବା ବିକା.ଘରେ ପଇସା ନଥିଲେ ଧାନ,ଚାଉଳ,ମୁଗ , ବିରି ଆଦି ଦୋକାନରେ ବଦଳାଇ ସଉଦା ଆଣିବା.ତା ବି ପ୍ରତିଦିନ.ଏହି ଘଟଣା ସ୍ମରଣ ଆମକୁ ଆମର ଛୋଟପଣର ବା ଦାରିଦ୍ର୍ୟତା ପରିପ୍ରକାଶ ନୁହେଁ ବରଂ ହଜି ହଜି ଯାଉଥିବା ତତ୍କାଳୀନ ସଙ୍ଘର୍ଷମୟ ସାମାଜିକ ବ୍ୟବସ୍ଥାର ସ୍ମୃତିଚାରଣ. ଆମେ କେବଳ ଗାଁରେ ଏସବୁ ଦେଖି ଶୁଣି ଶିଖି କହୁଥିବା ବେଳେ କୁନା ବୁଢୀମାଙ୍କୁ ଏକ ଚିଠି ଆଣି ଦେଇଥିଲା.

   ଚିଠିଟି ନନ୍ଦନକାନନ କର୍ତ୍ତ୍ତୃପକ୍ଷଙ୍କଠାରୁ ଆସିଥିଲା. ସେ ଲେଖିଥିଲେ ଆପଣଙ୍କ ସଂସ୍ପର୍ଶରେ ଆସିଥିବା ବାଘଟି ଆଉ କିଛି ଖିଆପିଆ କରୁନି. ରୋଗଗ୍ରସ୍ତ ହୋଇ କାନ୍ଦୁଛି. ବୁଢୀମା ବସିବା ଜାଗାରୁ ଠିଆ ହେଲେ. କଷା ମାଂସ ତରକାରୀ କରି ଗାଡିରେ ନନ୍ଦନକାନନରେ ପହଁଚିଲେ. ବାଘଟିକୁ ଆଉଁସିବାରୁ ବେକ ଉଠାଇ ଚାହିଁଲା. ମାଂସ ତରକାରୀ ଅଳ୍ପ ଖାଇ ସବୁଦିନ ପାଇଁ ଆଖିବୁଜିଦେଲା. ସେ ଅଶ୍ରୁଳ ପରିବେଶରୁ ଫେରିବା ବୁଢ଼ୀ ମାଉସୀଙ୍କ ପାଇଁ ଖୁବ ଯନ୍ତ୍ରଣା ଦାୟକ ଥିଲା.ବାଘମାମୁଁ କଥା ଶୁଣି ପିଲାଏ କହୁଥିଲେ ଜହ୍ନମାମୁଁ ଭଳି ଆମ ବାଘମାମୁଁ. ବାଘ ନଦେଖିଲେ ବିଲେଇ ଦେଖ ବୋଲି ଗାଁରେ କହନ୍ତି ନା ପଚାରୁଥିଲା ବାବୁଲା ତ କୁନା କହୁଥିଲା ସହରରେ ମଧ୍ୟ କହନ୍ତି. ବୁଢୀମା ଲୁହ ପୋଛୁଥିଲେ ।



Rate this content
Log in

Similar oriya story from Abstract