ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଅନ୍ଧାର ଘର ଭିତରେ ପ୍ରବେଶ କରୁଥାଏ । ସବୁକିଛି ଶୂନଶାନ । ହଠାତ୍ କଳା ବିଲେଇ ଟି ଆଗକୁ ଡେଇଁ ପଡିଲା । ଘର ଭିତରେ ଥିବା ପ୍ରତେକ ଘଣ୍ଟା ଟିକ୍ ଟିକ୍ ହୋଇ ଚାଲିବାକୁ ଲାଗିଲା । ଘର ର ଛାତ ଉପରେ କିଛି କଟ କଟ ଶବ୍ଦ ଆସୁଥାଏ । ଟର୍ଚ୍ଚ ଆଲୋକ କୁ ଯେପରି ଉପରକୁ ପକାଇଛି, ଉପରେ ବସିଥିବା ସେ ଭୟଙ୍କର ଚେହେରା କୁଦି ପଡିଲା ତା ଉପରକୁ ।
ଦେବୁ ଛଟ କରି ଚମକି ପଡି ଛାତିରେ ପୁଳାଏ ଛିପ ପକାଇ ଦେଲା । ଟିଭି କୁ ବନ୍ଦ କରି କିଛି ସମୟ ବସି ରହିଲା । ବାବାରେ କି ଭୟଙ୍କର ସିନେମା । ତା କୁ ଜୋର ଡର ଲାଗୁଥାଏ । ଭୂତ ମାନେ ସତରେ ଭୟଙ୍କର । କି କଦାକାର ତାଙ୍କ ଚେହେରା । ପାଦ ଦୁଇଟି ଓଲଟା ଥିବ । ନା ଆଉ ଏ ସେନେମା ଦେଖି ହେବନି । ସକାଳ ହେଲେ ଦେଖି ନେବି ।
ଦେବୁ ବୟସ ପଚିଶ । ଏବେ ଏବେ ନୂଆ କରି ଚାକିରୀ କରିଛି । କିଛି ଦିନ ହେବ ଏ ଭଡା ଘରେ ରହୁଛି । ତାକୁ ଭୂତ ପ୍ରେତ ଙ୍କ କାହାଣୀ ପଢିବାକୁ ଓ ସିନେମା ଦେଖିବାକୁ ବହୁତ ପସନ୍ଦ । ଆଜି କିନ୍ତୁ ଏ ସିନେମା ବହୁତ ଭୟଙ୍କର ଥିଲା ।ସମ୍ପୂର୍ଣ୍ଣ ଦେଖି ହେବନି । କାଲି ସୂର୍ଯ୍ୟ ଆଲୋକରେ ଭଲସେ ଦେଖି ନେବି ।
ରାତ୍ରୀ ଭୋଜନ କରିବାର ଅଛି । ଭୋକ ବି ଲାଗିଲାଣି ।ଗୋଟେ ଥାଳିରେ ରୁଟି ଓ ଭଜା ବଢିବାକୁ ଉଦ୍ୟମ କରୁଛି, ଠିକି ଏହି ସମୟରେ କବାଟରେ ଠକ୍ ଠକ୍ ଶବ୍ଦ ହେଲା ।ଦେବୁ ଘଣ୍ଟାକୁ ଚାହିଁଲା 11 ଟା ବାଜିଛି । ଅଧିକ ରାତି ବି ହୋଇନି । ସେ ଘର ଭିତରୁ ଥାଇ ପଚାରିଲା କିଏ କିଏ। କିଛି ଉତ୍ତର ମିଳିଲାନି । ପୁନଃ କବାଟରେ ଠକ ଠକ ଶବ୍ଦ ହେଲା ।କିଏ ଏପରି କରୁଛି। ବିରକ୍ତ ହୋଇ ଯିବାକୁ ଉଦ୍ୟମ କଲା ।
ରାଗରେ କବାଟକୁ ଟିକେ ଅଧିକ ଜୋରରେ ଖୋଲି ଦେଇଥିଲା । ଆଗରେ ଠିଆ ହୋଇଥିଲା ସୁନ୍ଦର ଝିଅଟେ ।କିନ୍ତୁ ମୁଖ ମଣ୍ଡଳରେ ବିଷାଦର ଛାୟା । ଦେବୁ ସେ ଝିଅକୁ କିଛି ପଚାରିବା ଆଗରୁ ସେ ହାତ ଯୋଡି କହିଲା " ଆଜ୍ଞା ସାହାଯ୍ୟ ଟିକେ କରନ୍ତୁ ଏ ଗଳି ଛାଡି ଆଗ ଗଳିରେ ମୋ ଘର । ମୋ ବାପା ସେଠାରେ ଏକା ରୁହନ୍ତି । ତାଙ୍କ ଅବସ୍ଥା ଆଜ୍ଞା ଭଲ ନାହିଁ । ତାଙ୍କ ପାଖରେ ବି କେହି ନାହାନ୍ତି ଦେଖା ରଖା କରିବାକୁ । ଆପଣ ଟିକେ ସେଠାକୁ ଚାଲନ୍ତୁ, ତାଙ୍କୁ ଟିକେ ହସ୍ପିଟାଲ ନେଇଯିବେ " ।
ଦେବୁ ଆଶ୍ଚର୍ଯ୍ୟ ଭାରା ଚାହାଁଣୀରେ ଅନାଇ ରହିଲା । ଗୋଡ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁଲା । ତା ପରେ କହିଲା ଆପଣ ତ ବିଲକୁଲ ଠିକି ଅଛନ୍ତି, ଆପଣ ଚାହିଁଲେ ଆପଣଙ୍କ ବାପାଙ୍କୁ ହସ୍ପିଟାଲ ନେଇ ପାରିବେ । ମତେ କାହିଁକି ଅନୁରୋଧ କରୁଛନ୍ତି ମୁଁ କିଛି ବୁଝି ପାରୁନି ।
" ଆଜ୍ଞା, ମୁଁ ଜାଣିଥିଲି ଆପଣ ଠିକି ଏହା ହିଁ କହିବେ । ଆପଣ କଣ ଅପଣଂକ ଯାଗାରେ ଯିଏ ବି ରହିବେ ଏହା କହିବେ । ମୋ ବାପାଙ୍କ ଅନିଚ୍ଛା ସ୍ୱତେ ମୁଁ ଗୋଟେ ପିଲା ସହ ଘରୁ ଲୁଚି ଚାଲି ଯାଇଥିଲି । ମୋ ବାପାଙ୍କୁ ସେ ପିଲା ବିଲକୁଲ ପସନ୍ଦ ନଥିଲା । କିନ୍ତୁ ମୁଁ ତାକୁ ଭାଲ ପାଉଥିଲି । ବାପା ଙ୍କ ବିପକ୍ଷରେ ଯାଇ ଘର ଛାଡ଼ିଲି । ସେଇ ଦିନୁ ବାପା ମତେ କେବେ ଆଡ ଆଖିରେ ଚାହୁଁ ନାହାନ୍ତି । ସେ ବହୁତ ସ୍ୱଭିମାନୀ । ମୁଁ ଯଦି ତାଂକ ପାଖକୁ ଏବେ ଯିବି ତାହେଲେ ସେ ଅଧିକ ଚିନ୍ତିତ ହୋଇଯିବେ । ହୋଇ ପାରେ ସ୍ୱସ୍ଥ୍ୟ ଅଧିକ ଖରାପ ହୋଇପାରେ । କିଛି କରନ୍ତୁ ଜଲ୍ଦି । " । କହି ଯାଉଥିଲା ସେ ଝିଅଟି ।
ଦେବୁ ଏତିକି ଶୁଣିବା ପରେ ପଚାରିଲା ସବୁ ଠିକି ଅଛି ଯେ, କିନ୍ତୁ ଆପଣ ମତେ କାହିଁକି ଡାକୁଛନ୍ତି । ଏଠାରେ ଅନେକ ଲୋକ ଥିବେ । ଆପଣ ତାଙ୍କୁ କହି ପାରିଥାନ୍ତେ ।
ଝିଅଟି କହିଲା " ଏଠାରେ ଯେତେ ଲୋକ ଅଛନ୍ତି ସେ ମତେ ଓ ବାପାଙ୍କୁ ଜାଣିଛନ୍ତି । ସେମାନେ ବାପା ଙ୍କୁ ଭଲ ପାନ୍ତି ।ସେମାନେ ମୋ କଥା ବାପା ଙ୍କୁ କହିଦେବେ, ବାପା ଯଦି ଜାଣିବେ ମୁଁ କାହାକୁ ତାଙ୍କ ପାଖକୁ ପଠାଇଛି ରାଗ ଦୁଇ ଗୁଣିତ ହୋଇପାରେ । ଅପଣଂକୁ ମୁଁ କିଛି ଦିନ ହେବ ଦେଖି ଆସୁଛି । ଆପଣ ନୂଆ ପିଲା । ଆପଣ ହିଁ ଠିକି ମୋ ବାପାଙ୍କୁ ଆପଣ ସାହାଯ୍ୟ କରି ପାରିବେ । ଆସନ୍ତୁ । ଆସନ୍ତୁ ମୋ ସହ । ଆଉ ଯାହା ପଚାରିବା କଥା ରାସ୍ତାରେ ପଚାରି ନେବେ " ।
ଦେବୁ ଗାଡି ଷ୍ଟାର୍ଟ କଲା । ଝିଅଟି ଗାଡି ପଛରେ ବିନା ଦ୍ୱିଧାରେ ବସିଗଲା ।
ଦେବୁ ପଚାରିଲା " ଆପଣଙ୍କ ସ୍ୱାମୀ ଏବେ କେଉଁଠି?" ।
ଝିଅଟି ଉତ୍ତର ଦେଲା " ସେ ଏବେ ଅଫସି କାମ ପାଇଁ ବହୁତ ଦୂରରେ ରହୁଛନ୍ତି " ।
ଦେବୁ ପଚାରିଲା " ଅପଣଂ କେଉଁଠି ରୁହନ୍ତି ?" ।
ଝିଅଟି ଆଙ୍ଗୁଳି ନିର୍ଦ୍ଧେଶ କଲା ଗୋଟେ ଦିଗକୁ । ଦେବୁ ଚାହିଁଲା ଦୂରରୁ ଗୋଟେ ଘରୁ ଆଲୋକ ଆସୁଥିଲା ।
ଆପଣ କିପରି ଜାଣିଲେ ଆପଣଙ୍କ ବାପା ଅସୁସ୍ଥ ଅଛନ୍ତି ? ଦେବୁ ପଚାରି ବସିଲା ।
ରିମା କହିଲା ମୋ ବାପା ଙ୍କ ପଡୋଶୀ । ଉତ୍ତର ଦେଲା ଝିଅଟି
କିଛି ବାଟ ଆସିବା ପରେ ଗୋଟେ ଗଳି ପଡିଲା । ଝିଅଟି ଦେବୁକୁ ରହିବାକୁ କହିଲା । ଦେବୁ ଗାଡି ଅଟକେଇ ରହିଲା ।ଝିଅଟି କହିଲା ଏଠାରୁ ସାତ ନମ୍ବର ଘର ମୋ ବାପାଙ୍କର । ମୁଁ ଆଉ ଆଗକୁ ଯିବିନି । ଗଲେ ମତେ ଲୋକ ଦେଖି ନେବେ ଓ ବାପାଙ୍କୁ କହିବେ । ଆପଣ ଯାନ୍ତୁ ମୁଁ ପରେ ଅପଣଂକୁ ଦେଖା କରିବି ।
ଦେବୁ ନିରୁପାୟ ହୋଇ ଆଗକୁ ବଢ଼ୁଥିଲା । ଏ କିଭଳି ଝିଅ । ନିଜେ ନ ଆସି ମତେ ପଠେଇ ଦେଲା । ଦେବୁ ଗଣି ଗଣି ସାତ ନମ୍ବର ଘରେ ପହଁଚିଲା । ଘରର ଗେଟେ ଓ କବାଟ ରେ ହାତ ମାରୁ ମାରୁ ଖୋଲିଗଲା, ବୋଧହୁଏ ଆଗରୁ ଖୋଲା ଥିଲା । ଘର ଭିତରେ ବୁଢ଼ା ଲୋକ ଜାଣେ ଚଟଣାରେ ପଡି ରହିଛନ୍ତି ।ଅବସ୍ଥା ଭଲ ନାହିଁ । ଦେବୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ କୁ ଫୋନ କଲା । ଦେବୁ ବି ସାଙ୍ଗରେ ଗଲା । ହସ୍ପିଟାଲରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ ହୋଇଗଲା ।ଦେବୁ ଆସି ବାହାରେ ବସିଛି ସେ ଝିଅ କୁ ଦେଖିଲା । ଝିଅଟି ତା ବାପା ପାଇଁ ବହୁତ ଚିନ୍ତିତ ଅଛି ଜଣା ପଡୁଥାଏ ।
ଝିଅ ବସିଥିବା ବେଞ୍ଚେ ଉପରେ ବସିଲା ଦେବୁ । ଶାନ୍ତନା ଦେଉଥିଲା ଝିଅକୁ । " ଵ୍ୟସ୍ତ ହୁଅନି ନିଶ୍ଚୟ ମଉସା ଠିକି ହୋଇଯିବେ " ।
ପାଖରେ ଯିବା ଆସିବା କରୁଥିବା ଲୋକ ଦୁଇ ଜଣଙ୍କୁ ଚାହୁଁଥିଲେ । ଝିଅଟି କହିଲା." ଏଠାରେ ସମସ୍ତେ ପରିଚିତ ଲୋକ ଅଛନ୍ତି । ମୁଁ ଏବେ ଯାଉଛି । ପରେ ଆସିବି " ।
ଦେବୁ ଠିକି ଅଛି କହି ଝିଅ ଠାରୁ ବିଦାୟ ନେଉଥିଲା, ଏତିକି ବଳେ ଡାକ୍ତର ପଛରୁ ଡାକିଲେ ।
ଦେବୁ ବୁଲି ଚାହିଁଲା । ଡାକ୍ତର କହିଲେ ରୋଗୀ ଏବେ ବିପଦ ମୁକ୍ତ । କାଲି ସକାଳୁ ତୁମେ ତାଙ୍କୁ ଘରକୁ ନେଇ ପାରିବ ।
ଦେବୁ ସେଇ ହସ୍ପିଟାଲ ବେଞ୍ଚ ଉପରେ ଶୋଇ ପଡିଲା । ସକାଳୁ ସେ ବୃଦ୍ଧ ଲୋକକୁ ଘରକୁ ଆଣିବାକୁ ବ୍ୟବସ୍ଥା କଲା ।ବୃଦ୍ଧ ଲୋକ ଜଣକ ଦେବୁ କୁ ଢ଼େରେ ଆଶୀର୍ବାଦ ଢାଳି ଦେଉଥାନ୍ତି । ଦେବୁ ଚୁପ ରହିଲା । ବୃଦ୍ଧ ଲୋକଙ୍କୁ ଘରେ ଛାଡ଼ିବା ପରେ ନିଜ ଘାରକୁ ଯିବା ପାଇଁ ପ୍ରସ୍ତୁତ ହେଉଥାଏ ।
ପଛରୁ ସେ ବୃଦ୍ଧ ବ୍ୟକ୍ତି କହିଲେ " ପୁଅ ଭଗବାନ ତୁମକୁ ସଦା ଖୁସିରେ ରଖନ୍ତୁ, ଆଜି କାଲି ତ ନିଜ ସନ୍ତାନ ମାନେ ବାପା ମା ' ଙ୍କର ସେବା କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ତୁମେ ଜଣେ ଅପରିଚିତ ହୋଇ କେତେ ସେବା କଲ " ।
ଦେବୁ ମନେ ମନେ ହସି ଦେଲା । ମଉସା ଏବେବି ଝିଅ ଉପରେ ରାଗିଛନ୍ତି । ଝିଅଟି ଠିକି କହୁଥିଲା । ଦେବୁ ନିଜ ଘରକୁ ଆସି ଖାଇ ପି ବିଶ୍ରାମ ନେଉଛି ହସ୍ପିଟାଲରୁ କଲ ଆସିଲା । କିଛି ଟଙ୍କା ଆଉ ଦେବାର ଥିଲା ।
ଦେବୁ ଯାଇ ହସ୍ପିଟାଲରେ ପହଂଚିବା ପରେ ଟଙ୍କା ଦେଇ, ବୁଦ୍ଧ ବ୍ୟକ୍ତି ଙ୍କ ସମସ୍ତେ ରିପୋର୍ଟ ଡାକ୍ତର ଙ୍କୁ ଦେଖେଇବାକୁ ଗଲା ।ଡାକ୍ତର ସମସ୍ତ ରିପୋର୍ଟ ଦେଖି ସବୁ ଭଲ ବୋଲି କହିଲେ ।ଉଞ୍ଚ ରକ୍ତଚାପ ଯୋଗୁ ଏପରି ହୋଇଛି | ଦେବୁ ଡାକ୍ତର ଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ଡାକ୍ତର ପଛରୁ ଡାକ ଦେଲେ ।
ଦେବୁ ପୁନଃ ଚୌକିରେ ବସି ପ୍ରଶ୍ନ କଲା " ଆଉ କିଛି ସମସ୍ୟା ଆଛିକି ସାର୍? " ।
ଡାକ୍ତର ଦେବୁକୁ ଚାହିଁଲେ ଓ ପଚାରିଲେ" ତୁମର ନିଦରେ ଚାଲିବା, ଅଥବା ମାନକୁ ମନ କଥା ହେବା ଏପରି କିଛି ସମସ୍ୟା ଆଛି କି? ।
ଦେବୁ ଆଶ୍ଚର୍ଯ୍ୟ ହୋଇ କହିଲା " ନାଇଁ ଆଜ୍ଞା ସେପରି କିଛି ସମସ୍ୟା ମୋର ନାହିଁ " ।
ଡାକ୍ତର କହିଲେ " କାଲି ରାତିରେ ଯେତେବେଳେ ସେ ବେଞ୍ଚ ଉପରେ ଏକା ବସିଥିଲ, ମନକୁ ଗପୁଥିଲ । ମୋ ନର୍ସ ଆସି କହୁଥିଲେ ଯେ ତୁମେ ଆପେ ଆପେ ବହୁତ ସମୟ ହେବ ଗପୁଛ , ଯେପରି କାହା ସହ କଥା ହେଲା ଭଳି | ଏବଂ ମୁଁ ଯେତବଳେ ତୁମକୁ ଡାକିଲି ତୁମେ ସେତେବେଳେ ବି କାହା ସହ ଗପିବା ଭଳି ଅଭିନୟ କରୁଥିଲ | କିନ୍ତୁ ତୁମ ପାଖରେ କେହି ନଥିଲେ " |
ଦେବୁ ର ଦେହ ଥରି ଉଠିଲା | ଏ ସବୁ କଣ ଘଟୁଛି ତା ସହ | ତାହେଲେ ସେ ଝିଅ କିଏ ଥିଲା ? | ତାକୁ ଅନ୍ୟ ମନେ କାହିଁକି ଦେଖି ପାରୁ ନଥିଲେ? | ଦେବୁ ଡାକ୍ତର ଙ୍କୁ କିଛି ନକହି, ଗାଡି ଛୁଟାଉ ଥିଲା ସେ ବୃଦ୍ଧ ବ୍ୟକ୍ତିଙ୍କ ପାଖକୁ |
ବୃଦ୍ଧ ବ୍ୟକ୍ତି ଜଣକ ବସି ଚାହା ପିଉଥାନ୍ତି | ଦେବୁ କୁ ଦେଖି ଖୁସି ହୋଇ ଚାହା ଆଣି ଦେଲେ | ଦେବୁ କିପରି ପଚାରିବ ଭାବୁଥିଲା | ପ୍ରଥମେ ରିପୋର୍ଟ ସବୁ ଭଲ ଅଛି ବୋଲି କହି ବଢ଼ାଇ ଦେଲା କାକଜ ସବୁ |
ଦେବୁ ମଉସା ଆପଣ କଣ ଏକା ରୁହନ୍ତି ? | ଘରେ କୌଣସି ଲୋକ ଦେଖା ଯାଉ ନାହାନ୍ତି ? |
ବୃଦ୍ଧବ୍ୟକ୍ତି " ମୋ ଧର୍ମପତ୍ନୀ ଅନେକ ଦିନ ଆଗରୁ ଆରପାରିକୁ ଚାଲି ଯାଇଥିଲା | ମୋର ଗୋଟେ ବୋଲି ଝିଅ, ନିଶା | ଖୁବ୍ ସୁନ୍ଦର ଥିଲା | ପଢ଼ାରେ ବି ଆଗୁଆ | କିନ୍ତୁ ସରଳ ସ୍ୱଭାବର ଥିଲା | ଗୋଟେ ବଦମାସ ପିଲାର ପ୍ରେମରେ ପଡି ଘର ଛାଡି ଦେଲା | ଧୀରେ ଧୀରେ ସେ ପିଲା ମୋ ଝିଅକୁ ନିର୍ଯ୍ୟାତନା ଦେବାକୁ ଲାଗିଲା | ଏ କଥା ମୋ କାନରେ ପଡିଲା | ମୁଁ ମୋ ଝିଅକୁ ଫେରି ଆସିବାକୁ କହିଲି | ମୋ ଝିଅ ବି ଚାହୁଁ ଥିଲା ମୋ ପାଖକୁ ଫେରି ଆସିବାକୁ | କିନ୍ତୁ ସେ ପିଲା ଏ କଥା ଜାଣି ପାରି ମୋ ଝିଅକୁ ପାଞ୍ଚତାଲା କୋଠା ଉପରୁ ଧକା ଦେଇ ଦେଲା | ହସ୍ପିଟାଲ ରେ ମୋ ଝିଅ ଖନେଇ ଖନେଇ କହି ମୋ କୋଳରେ ଜୀବନ ହାରି ଦେଲା |ଆଖିରୁ ଚଷମା ଖୋଲି ନିଜ ଲୁହ ପଛୁଥିଲେ ବୃଦ୍ଧ ବ୍ୟକ୍ତି ଜଣଙ୍କ |
ସେବେ ଠାରୁ ମୋ ଜୀବନ ଏପରି ହୋଇ ଯାଇଛି | ମୋ ଝିଅ ମତେ ଛାଡି ଚାଲି ଯାଇଛି " |
ଏତିକି କହି ଦେବୁର ପଛରେ ଥିବା କାନ୍ଥକୁ ହାତ ଦେଖାଇ ଇସାରା କଲେ | ଦେବୁ ବୁଲି ଚାହିଁଲା ସେ ଫୋଟୋ ଦେଖି ତା ଦେହ ଶୀତେଇ ଗଲା | କାଲି ରାତିରେ ସେ ନିଶା କୁ ହିଁ ଦେଖିଥିଲା ।