STORYMIRROR

Lipsa Panda

Inspirational

3  

Lipsa Panda

Inspirational

ଅତିଥି

ଅତିଥି

1 min
15.4K


ବୟସରେ ବହୁତ ବଡ଼ ନଣନ୍ଦ ଆସିଥାନ୍ତି। ଶାଶୁ ବୋହୂକୁ ଡାକି କହିଲେ "ସେ ଏ ଘରର ଅତିଥି। ତା ସତ୍କାରରେ କୌଣସି ଉଣା ନ ହୁଏ ଯେମିତି।"

ମା ଝିଅ ବାଲକୋନୀରେ ଚେୟାର ପକେଇ ଆଠ ଦିନ କାଳ ଦୁଃଖ ସୁଖ ହେଲାବେଳେ, ବୋହୂ ଟି ଛ' ତିଅଣ ନ' ଭଜା କରି ଅତିଥିଙ୍କୁ ଆପ୍ୟାୟିତ କରି ଚାଲିଲା।

ଫେରିବା ପୂର୍ବ ଦିନ ରାତିରେ ଘରର ସମ୍ପତ୍ତି ସମ୍ବନ୍ଧୀୟ କିଛି କଥା ଥିଲା। ବାପା, ମା, ପୁଅ, ଝିଅ ଗୋଟେ ଘରେ ପଶି କବାଟଟା ଭିତର ପଟୁ ବନ୍ଦ କରି ଦେଲାବେଳେ ବାହାରେ ବୋହୂଟି ଆଶ୍ଚର୍ଯ୍ୟ ହେଇ ଭାବୁଥାଏ ଅତିଥି ହଠାତ୍ ନିଜ ଘର ଲୋକ ପାଲଟିଗଲେ କେମିତି, ଆଉ ଆଠ ଦିନ ହେଲା ନିଜ ଘର ଭାବି ଗଧ ଭଳି ଖଟୁଥିବା ଲୋକଟି ବାହାର ଲୋକ ପାଲଟିଗଲା କିପରି!


Rate this content
Log in

Similar oriya story from Inspirational