ଅସମ୍ପୂର୍ଣ୍ଣ ଚିତ୍ର
ଅସମ୍ପୂର୍ଣ୍ଣ ଚିତ୍ର
ଦୀର୍ଘ ସତର ବର୍ଷ ପରେ ସୁଧାକର ମଉସା କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ମନରେ ଟିକିଏ ଦୁଃଖ ପ୍ରକାଶ କଲି । ସମୟର ଅତିକ୍ରାନ୍ତ ବୟସରେ ତାଙ୍କର ଏ କି ରୂପ । ମୁଣ୍ଡରେ ଆଉ କେଶ ନାହିଁ, ଆଖି ଭିତରକୁ ପଶି ଗଲାଣି, ଦେହରେ ମାଂସ ନାହିଁ, ହାଡ ଗୁଡିକ ବାରିହୋଇ ପଡ଼ିଲାଣି । ତଥାପି ସେ ହାର ମାନି ନାହାନ୍ତି ଛିଣ୍ଡା କନା ପିନ୍ଧି ଏ ହୋଟେଲଟିରେ ଅଇଁଠା ବାସନ ଉଠାଇ ସେଗୁଡିକୁ ସଫା କରୁଛନ୍ତି । ମଉସାଙ୍କ ଅଭଳି ସ୍ଥିତି କିଭଲି ଆସିଲା ଭାବି କି ଆଖୁରୁ ଲୁହ ଧାର ବାହାରି ଗଲା । ହୁଏତ ତାଙ୍କର ସେଇ “ସମ୍ପୂର୍ଣ୍ଣ ଚିତ୍ର କାଳୀ ଅଭାବରେ ଅସମ୍ପୂର୍ଣ୍ଣ ହୋଇପଡ଼ିଛି” ।
ସୁଧାକର ମଉସା ଚିତ୍ର ଆଙ୍କନ୍ତି । ତାଙ୍କର ଗାଁ ସଂଗ୍ରାମପୁର ।ସରକାର ନୂଆଁ କରି ତିଆରି କରିଥିବା ଜାତୀୟ ରାଜପଥ କୁ ଲାଗି ତାଙ୍କର ଗାଁ । ତେଣୁ ସେ ଜାତୀୟ ରାଜପଥ ଉପରେ ନିଜର ଅଙ୍କିତ ଚିତ୍ର ଗୁଡ଼ିକୁ ବିକ୍ରିକରି ଯୋଶଦା ସହିତ ବେଶ୍ ହସ ଖୁସିରେ ଜୀବନ ଅତିବାହିତ କରନ୍ତି । ତାଙ୍କର ଛୋଟ ପୁଅ ଟିଏ ଥିଲା ।ଗୋଟିଏ ବୋଲି ପୁଅ ଏକଇରବଳା ବିଶିକେଶନ ଆଦର୍ଶ ସିଂ । ସେ ଅତି ସରଳ ପିଲା ଟିଏ ଏବଂ ବୁଦ୍ଧିମାନ ମଧ୍ୟ ।ଗାଁ ବିଦ୍ୟାଳୟରେ ପାଠ ପଢେ । ସେ ବହୁତ ଭଲ ପାଠ ପଢ଼େ । ପାଠ ସହିତ ଖେଳ, କୁଦରେ ମଧ୍ୟ ସେ ପ୍ରଥମ ଶ୍ରେଣୀର । କେବଳ ଗାଁ ପିଲାଙ୍କ ସହିତ ମିଶି ଟିକେ ଦୁଷ୍ଟ ହୋଇଯାଏ । ସୁଧାକର ମଉସା ଚିତ୍ର ଆଙ୍କି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ଆଦର୍ଶର ସମସ୍ତ ଇଚ୍ଛାକୁ ପୂରଣ କରିଛନ୍ତି । ପାଠ ପଢା କ୍ଷେତ୍ରରେ ମଧ୍ୟ ଆବଶ୍ୟକୀୟ ବହିପତ୍ରରେ ସେ କୌଣସି ଅବହେଳା କରି ନାହାନ୍ତି । ସେ କେବଳ ଚାହାନ୍ତି ପୁଅ ମୋର ଭଲ ପାଠ ପଢ଼ୁ ବଡ ମଣିଷଟିଏ ହୋଇ ଏ ସମାଜରେ ପ୍ରତିଷ୍ଠା ଅର୍ଜନ କରୁ ।
ସୁଧାକର ମଉସା ଗାଁ ର ଭଲ ମଣିଷ ଟିଏ । ସେ ସମସ୍ତଙ୍କୁ ସମ୍ମାନ କରନ୍ତି । ତାଙ୍କର ସରଲତା, ନମ୍ରତା, ଭଦ୍ରତା ତାଙ୍କର ବେଶ ପୋଷାକରୁ ବାରି ହୋଇ ପଡ଼େ । ସେ ସାର୍ଟ ପ୍ୟାଂଟ କୁ ଆଇରନ୍ କରି ପିନ୍ଧନ୍ତି । ସେ ପ୍ୟାଂଟ ସାର୍ଟ ନିଜେ ଆଇରନ କରନ୍ତି । ଏଥି ପାଇଁ ଯୋଶଦା ଉପରେ ସେ ନିର୍ଭରଶିଳ ନୁହେଁ ।
ଆଜି ଯିବାର ଅଛି କଲେ
କ୍ଟର ଅଫିସକୁ । ନୂଆଁ କରି ନିର୍ମାଣ ହୋଇଥିବା ପାଚେରୀରେ ଟିକିଏ ରଙ୍ଗ ଚିତ୍ର ବନାଇ ଦେବାକୁ । ଖରା ଦିନ । ଭୀଷଣ ଖରା ହେଉଛି । ବାହାରକୁ ବାହାରି ହେଉ ନାହିଁ । ତେଣୁ ସେ ଶୀଘ୍ର ବାହାରି ଯିବାପାଇଁ ତରବରରେ ସାର୍ଟଟିକୁ ଆଇରନ୍ କରୁଥାନ୍ତି ଏତିକି ବେଳେ କ୍ରିଂ କ୍ରିଂ ହୋଇ ମୋବାଇଲ୍ ଟି ବାଜିଲା। ସେ ଅନ୍ୟ ମୋନସ୍କ ହୋଇ ଆଇରନଟିକୁ ସାର୍ଟ ଉପରେ ରଖି ଚାଲିଗଲେ । କିଛି ସମୟ ପରେ ଆଇରନରୁ ନିଆଁ ଲାଗି ସାର୍ଟ ସହ ଘରଟି ହୁତୁ ହୁତୁ ହୋଇ ଜଳିଗଲା । ଗାଁ ଲୋକଙ୍କ ମଧ୍ୟରେ ହୋ ହାଲ୍ଲା ଖେଳିଗଲା ସଙ୍ଗେ ସଙ୍ଗେ ଦମକଳକୁ ଫୋନ୍ କରି ବାଲ୍ଟିରେ ପାଣି ଆଣି ସମସ୍ତେ ନିଆଁ ଲିଭାଇବାକୁ ଚେଷ୍ଟା କଲେ । ଏତିକି ବେଳକୁ ପବନରେ ନିଆଁ ଡେଇଁ ପାଖରେ ଥିବା ଆଉ ଦୁଇ ତିନିଟି ଘର ଜଳି ଗଲାଣି । କିଛି ସମୟ ପରେ ଦମକଳଟି ଆସିଲା ଏବଂ ନିଆଁ ଲିଭାଇଲା । ଘରେ ଲାଗିଥିବା ନିଆଁ ସିନା ଲିଭିଗଲା ହେଲେ ପଡ଼ୋଶୀଘରେ ଲାଗିଥିବା ଲୋକଙ୍କ ମନରେ ନିଆଁ ଆହୁରି ତୀବ୍ର ମାତ୍ରାରେ ଜଳିଲା । ତାଙ୍କ ଯୋଗୁଁ ପାଖ ଘର ଦୁଇଟି ଜଳି ଯାଇଥିବାରୁ ସେ ଗାଁ ଲୋକଙ୍କ କ୍ରୋଧର ଶିକାର ହେଲେ ଏବଂ ଜଳିଯାଇଥିବା ପଡୋଶୀ ଘରଙ୍କ କ୍ଷତି ପୂରଣ ଦେଇ ନ ପାରି ତାଙ୍କୁ ପରିବାର ସହିତ ଗାଁ ଛାଡ଼ି ଯିବାକୁ ପଡିଲା ।
ସେ ବହୁତ ଦିନ ହେବ ଗାଁ ଛାଡ଼ି ଆସି ସମ୍ବଲପୁର ସହରରେ ରହୁଛନ୍ତି । ଏତିକି ମଧ୍ୟରେ ଯଶୋଦାଙ୍କର ମୃତୁ ହୋଇଯାଇଛି । ତାଙ୍କର ପୁଅ ଆଦର୍ଶ ମେଟ୍ରିକ୍ୟୁଲେସନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବଡ କଲେଜ ରେ ପଢୁଛି । ସେ ଭଲ ପାଠ ପଢ଼େ । ଚାକିରି ଟିଏ କରିବ ଓ ତାଙ୍କର ଦୁଃଖ ଦୂର ହେବ ବୋଲି ବାପାଙ୍କର ଆଶା ।
ପୁଅ ଆଦର୍ଶ ଚାକିରି କଲା । ଏବଂ ସେ ନିଜ ସହ ପଠିନି ବର୍ଷା କୁ ଭଲ ପାଇଁ ବିବାହ କଲା । କିନ୍ତୁ ପୁଅ ବାପାର ସବୁ ଦୁଃଖ କଷ୍ଟ ଭୁଲି ଗଲା । ସେ ନିଜର ପତ୍ନୀ କଥାରେ ପଡ଼ି ବାପା ଙ୍କୁ ଏକୁଟିଆ ଛାଡ଼ି ଦୁହେଁ ଆମେରିକା ଚାଲିଗଲେ ।
ସୁଧାକର ର ବୟସ ବଢ଼ି ବୃଦ୍ଧାବସ୍ଥାରେ ଆସି ପହଞ୍ଚି ଗଲାଣି । ସେ ବହୁ କଷ୍ଟରେ ଗୋଟାଏ ଦୁଇଟି ଚିତ୍ର ବନାଇ ଚଳୁଛି । ତାର ହାତ ଥରିବାରୁ ସେ ଆଉ ଚିତ୍ର ଆଙ୍କି ପାରୁନାହିଁ । ହୁଏତ.... “ଜୀବନ ରୂପକ କାଳୀର ଅଭାବରୁ ତାଙ୍କର ସମ୍ପୂର୍ଣ୍ଣ ଚିତ୍ରଟି ଆଜି ଅସମ୍ପୂର୍ଣ୍ଣ ହୋଇ ଯାଇଛି” ।