ଲୋଚନ ମେହେର

Abstract Tragedy Fantasy

4  

ଲୋଚନ ମେହେର

Abstract Tragedy Fantasy

ଟର୍ଚ୍ଚ ଲାଇଟ୍

ଟର୍ଚ୍ଚ ଲାଇଟ୍

5 mins
308


ଯିଏ ବି କହିଛି ପୁରା ସତ କଥାଟିଏ କହିଛି । ପୁରୁଣା ଜିନିଷ ସବୁବେଳେ ଆମ ପାଇଁ ସୁନା ହୋଇଥାଏ । ପୁରୁଣା ମହୁ ଯେପରି ଅନେକ ଦିନ ରହିଲେ ମୂଲ୍ୟବାନ ହୋଇଯାଏ, ଆମୋର ବଡ଼ ବଡ଼ ରୋଗକୁ ଭଲ କରିଦିଏ, ସେହିପରି ପୁରୁଣା ଦିନ କଥା ଗୁଡ଼ିକ ମଧ୍ୟ ବହୁତ ମୂଲ୍ୟବାନ । ଠିକ୍ ସେହିପରି କିଛି ସ୍ମୃତି ଥିଲା ଯାହା ରୋହନ ବାବୁଙ୍କ ଜୀବନକୁ ପରିବର୍ତ୍ତନ କରିଦେଇଥିଲା । ରୋହନ ବାବୁ ସହରରେ ଏକ ଉଚ୍ଚ ପଦବୀରେ ଚାକିରୀ କରୁଥିଲେ । ସେ ନିଜ ସ୍ତ୍ରୀ, ପିଲାମାନଙ୍କ ସହିତ ବେଶ୍ ଆନନ୍ଦରେ ଜୀବନ ଅତିବାହିତ କରନ୍ତି । ଅଭାବ ଅନଟନରେ ଜୀବନ ଅତିବାହିତ ହୋଇଥାଏ ରୋହନ ବାବୁଙ୍କର । ସେ ଦୀର୍ଘ ଦଶ ପନ୍ଦର ବର୍ଷ ହେବ ଗାଁ ଛାଡ଼ି ସହରରେ ଯାଇ ରହୁଛନ୍ତି ।ସହରରେ କୌଣସି ଜିନିଷର ତ ଅଭାବ ବୋଲି କିଛି ନ ଥାଏ । ମାତ୍ର ଗାଁ ଗୁଡିକରୁ ସମସ୍ତ ପ୍ରକାର ପନିପରିବା କମ୍ ଦରରେ ଆଣି ସହରରେ ମହଜୁତ କରି ରଖିଥାନ୍ତି, ଓ ପରବର୍ତ୍ତୀ ସମୟରେ ଅଧିକ ଦାମ୍ ରେ ବିକ୍ରି କରନ୍ତି ।

ଆଜି ହେଉଛି ଅମାବାସ୍ୟା ଦିନ ଅନ୍ଧାର ରାତି ଆକାଶରେ ଚନ୍ଦ୍ର ଦିଶୁନାହିଁ । ଧରାପୃଷ୍ଠ ଅନ୍ଧକାର ଦିଶୁଛି । ଗାଁରେ ଆଲୋକ ଚାଲିଯାଇଛି । ଚାରି ଆଡ ଅନ୍ଧାର ଦେଖାଯାଉଛି । କେବଳ ଅନତି ଦୂରରେ ଅବସ୍ଥିତ ସହର ଟି ଆଲୋକିତ ଦେଖା ଯାଉଛି ଖାଲି ଆଲୋକ ନୁହେଁ ରଙ୍ଗ ବେରଙ୍ଗର ଆଲୋକରେ ଆଲୋକିତ ହେଇଛି । ତାକୁ ଦେଖିଲେ ମୋନେ ହୁଏ ସତେ ଯେପରି ଆଜି ଦୀପାବଳୀ ଆସି ଯାଇଛି । ଠିକ୍ ସେହିପରି ନାନା ରଙ୍ଗ ବେରଙ୍ଗର ଆଲୋକରେ ସଜାଇ ରହିଛି ରୋହନ ବାବୁଙ୍କ ଘର । ସହରରେ ଛୋଟ ଘର ଟିଏ ରୋହନ ବାବୁଙ୍କ । ଏଇ ଦୁଇ ତିନି ବଖରାର ହେବ ।ଘର ଗୁଡ଼ିକ ଛୋଟ ଛୋଟ କୋଠରୀ ବିଶିଷ୍ଟ । ଗୋଟିଏ କୋଠରୀ କୁ ସଂଲଗ୍ନ ଅନ୍ୟ କଠୋରି ଗୁଡିଏ ତିଆରି ହୋଇଛି । ସେଇ କୋଠରୀର ଗୋଟିଏ ବାଟରେ ହିଁ ରୋଷେଇ ଘର, ଗାଧେଇବା ଘର, ଶୌଚାଳୟ ଇତ୍ୟାଦି ରହିଥାଏ । ସହରରେ ଘର ଗୁଡ଼ିକ ହେଉଛି ବଡ଼ ବଡ଼ ଚାରି ମହଲା, ପାଞ୍ଚ ମହଲା ଉଚ୍ଚତାର । ଗାଁ ଗୁଡିକରେ ଏତେ ଉର୍ଚ୍ଚତାର କେବଳ ବରଗଛ, ତାଳଗଛ ଗୁଡ଼ିକ ଥାଏ ।

ରୋହନ ବାବୁ, ଘର ଗୁଡ଼ିକ ସର୍ବଦା ସଫା ସୁତରା ରଖିଥାନ୍ତି । ପ୍ରତ୍ୟେକ କୋଠରୀରେ ଲାଗିଛି ରଙ୍ଗ ବେରଙ୍ଗର ଆଲୋକ । ମାତ୍ର ଗାଧେଇବା ଘରଟି ଅନ୍ଧାର ଦିଶୁଛି । ଅନ୍ଧାର ଦେଖାଯିବାର କାରଣ ହେଉଛି ସେଠାରେ ଲାଗିଥିବା ଏଲ୍.ଇ.ଡି ବଲ୍ ଟି ଖରାପ ହୋଇ ଯାଇଛି। ଅଧିକ ଇଲେକ୍ଟ୍ରି ବିଲ୍ ଆସୁଥିବା ହେତୁ ସେ ତାକୁ ମରାମୋତି କରୁ ନାହାଁନ୍ତି । ମୋବାଇଲ ଆଲୋକରେ ହିଁ କାମ ଚଲେଇ ଦେଉଛନ୍ତି । ହଁ କେମିତି ବା ନ ହେବ କହିଲ ଆଜି କାଲି ତ ସମସ୍ତ କାର୍ଯ୍ଯ ମୋବାଇଲ ଦ୍ଵାରା ସମ୍ଭବ ହେଉଛି । କିଛି ଦିନ ଏମିତି ବିତିଗଲା । ଦିନେ କଣ ହେଲା କେଜାଣି ଗାଧେଇବା ଘରର ପାଣି ଗଲାନାହିଁ ସବୁବେଳେ ପାଣି ଜମି ରହିଲା । ବାବୁ ଭାବିଲେ ବୋଧହୁଏ ମୂଷାଗୁଡ଼ିକ ଭିତର ମାଟି ଖୋଲି ପକାଇଛନ୍ତି । ସେଥିପାଇଁ ପାଣି ନିଷ୍କାସନ ପଥଟି ବନ୍ଦ ହୋଇ ଯାଇଛି । ସେ ଗୋଟିଏ ବଡ ବାଡି ସାହାଯ୍ୟରେ ତାକୁ ପରିଷ୍କାର କରିବାକୁ ଚେଷ୍ଟା କଲେ । ମାତ୍ର ତାହା ଫଳପ୍ରଦ ହୋଇପାରିଲା ନାହିଁ । ତେଣୁ ସେ ପାଖରେ ଥିବା ମୁନ୍ସିପାଲଟି କାର୍ଯ୍ୟାଳୟକୁ ଯାଇ ଜଣେ କର୍ମଚାରୀକୁ ଡାକି ଆଣିଲେ ।

କର୍ମଚାରୀ ଜଣକ ତତ୍ କ୍ଷଣି ଏକ ସାଇକେଲ ଯୋଗେ ଆସି ଦିନ ୨ଟା ରେ ରୋହନ ବାବୁଙ୍କ ଘରେ ପହଞ୍ଚିଲେ । କଳିଙ୍ଗ ବେଲ୍ ମାରିବାରୁ ବାବୁ ଆସି କବାଟ ଖୋଲିଲେ । ସେ ପାଣି ନିଷ୍କାସନ ନ ହେବାର କାରଣ କଣ ବୋଲି ଦେଖିବାକୁ ଗଲେ । ଗାଧେଇବା ଘରଟି ଅନ୍ଧାର ଦିଶୁଛି, ଏମିତିବି ତାଙ୍କର ବୟସ ୪୭ବର୍ଷ ହୋଇଥିବାରୁ ତାଙ୍କର ଦୃଷ୍ଟି ଶକ୍ତି କମିଯାଇ ଥିଲା । ତେଣୁ ସେ ନିଜ ପକେଟ୍ ରୁ ଏକ ଛୋଟ ଟର୍ଚ୍ଚ ଲାଇଟ୍ ଟିଏ କାଢ଼ି ଦେଖିବାକୁ ଚେଷ୍ଟା କଲେ । ଏହି ଛୋଟ ଟର୍ଚ୍ଚ ଲାଇଟ୍ କୁ ଦେଖି ରୋହନ ବାବୁ ଅବାକ୍ ହେଇଗଲେ । ସେ ଏମିତି ଟର୍ଚ୍ଚ ଲାଇଟ୍ କୁ ବହୁତ୍ ବର୍ଷ ପୂର୍ବେ ଛୋଟପିଲା ଥିଲା ସମୟରେ ଦେଖିଥିଲେ । ମାତ୍ର ଆଜିର ଦିନରେ ବିଂଶ ଶତାବ୍ଦୀରେ ସମାଜ ଆଧୁନିକିକରଣ ହେବା ଫଳରେ ସେହି ଭଲି ଆଉ ଛୋଟ ୧୦ ଟଙ୍କିଆ ଟର୍ଚ୍ଚ ଲାଇଟ୍ ମିଳୁନାହିଁ । ମିଳୁଛି ବହୁତ୍ ବଡ଼ ବଡ଼ ଯାନ୍ତ୍ରିକ ଇଲେକ୍ଟ୍ରିକାଲ ଓ ସଲାର ଲାଇଟ୍ । ସେହି ଛୋଟ ଟର୍ଚ୍ଚ ଲାଇଟ୍ ଟିକୁ ଦେଖିବା ପରେ ମନେ ପଡ଼ି ଯାଇଛି ରୋହନ ବାବୁଙ୍କ ପିଲା ଦିନର ପୁରୁଣା ସ୍ମୃତି ଗୁଡ଼ିକ ।ଯାହାକି ଆଜି ମଧ୍ୟ ତାଙ୍କ ମନ ଦର୍ପଣରେ ପ୍ରତିଛବି ହୋଇ ରହିଛି ।

       ଘଟଣାଟି ଖରା ଦିନର । 

      ଏଇ ଦୁଇ ଦିନ ହେବ ଗାଁ ର ଜଣେ ଅବିବାହିତ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣଙ୍କର ନାମ ଥିଲା ଶାନ୍ତି । ନା ଯେମିତି ଶାନ୍ତି ଠିକ୍ ସେହିପରି କଥାବାର୍ତ୍ତା ଚାଲି ଚଳନିରେ ମଧ୍ୟ ପୁରା ଶାନ୍ତ ପ୍ରଭାବର । ତାର ପ୍ରିୟ ଥିଲେ ହଲେ ବଳଦ ଓ ଗୋଟିଏ ଗାଈ । ସେ ସର୍ବଦା ଗାଈ ଗୋରୁଙ୍କ ସେବା ଯତ୍ନରେ ଲାଗି ରହି ଥାଏ । ଦୁର୍ଭାଗ୍ୟ ବଶତଃ ଖରା ବେଳଟାରେ ଅଂଶୁଘାତରେ ହଠାତ୍ ତାର ମୃତ୍ୟୁ ଘଟିଛି । ଗାଁ ରେ ଚହଳ ପଡ଼ିଥାଏ ସେ କୁଆଡେ ଭୂତ ହୋଇ ସମସ୍ତଙ୍କୁ ଡରାଉଛି । ଲୋକେ କହନ୍ତି ସେ ଅବିବାହିତ ହେତୁ ଏବଂ ଅକାଳ ବିୟୋଗ ଯୋଗୁଁ ତାର ଆତ୍ମା ଶାନ୍ତି ନ ପାଇ ଭୂତ ହୋଇ ଚାରିଆଡେ ଘୂରି ବୁଲୁଛି ଓ ସମସ୍ତଙ୍କୁ ଡରାଉଛି । ଗାଁ ର ପ୍ରହରୀ କହୁଥିଲା-ସେ ରାତିରେ ପ୍ରହରା ଦେବା ସମୟରେ ଦେଖିଛି ମହିଳା ଜଣକ ଭୂତ ହୋଇ ଗୋଟିଏ ଟର୍ଚ୍ଚ ଲାଇଟ୍ ଧରି ନିଜ ଗାଈ ଗୋରୁଙ୍କ ପ୍ରତି ସେବା ଶୁଶ୍ରୁଷା କରି ତାଙ୍କ ବେକରେ ପଘାବାନ୍ଧି ଟାଣି ନେଇ ଗୁହାଳରେ ବାନ୍ଧି ଦେଉଛି ।

ଗାଁ ଗୁଡିକରେ ଖରା ଦିନରେ ସାଧାରଣତଃ ଗାଈ ଗୋରୁଙ୍କୁ କେହି ନିଜ ଗୁହାଳରେ ବାନ୍ଧି ରଖନ୍ତି ନାହିଁ । ସମସ୍ତେ ଢିଲା ଛାଡ଼ି ଦିଅନ୍ତି । ଝଡ଼ ବର୍ଷା ହେଲେ ଗୋରୁ ଗୁଡାକ ବହୁତ ଅସୁବିଧା ପାଆନ୍ତି । କିନ୍ତୁ ତାର ଗାଈ ଗୋରୁ କିଛି ଅସୁବିଧା ନ ପାଆନ୍ତୁ ବୋଲି ଏପରି କରିଥାଏ । ଆଉ ମଧ୍ୟ ନଟବର ବାବୁ କହୁଥିଲେ ତାଙ୍କ ଘର ଉପରୁ ସେ ବାଲି ଗୋଡ଼ି ପକାଇ ତାଙ୍କୁ ଡରାଉଛି । ଖରା ଦିନ ରାତିରେ ସମସ୍ତେ ବହାରେ ସୁଅନ୍ତି । କିନ୍ତୁ ଶାନ୍ତି ଭୂତ ହୋଇ ଟର୍ଚ୍ଚ ଲାଇଟ୍ ଧରି ଆସୁଛି ଓ ସମସ୍ତଙ୍କୁ ଡରାଉଛି ବୋଲି ଭୟରେ କେହି ବାହାରେ ଶୋଇବା ପାଇଁ ସାହାସ କରନ୍ତି ନାହିଁ । ରୋହନ ବାବୁ ମଧ୍ୟ ଭୂତ ଭୟରେ ଘର ଭିତର ଶୋଉଥାନ୍ତି । ଅସହ୍ୟ ଗରମ । ଗରମ ହେତୁ ସେ ଘର ଭିତରେ ଠିକ୍ ଭାବରେ ଶୋଇପାରୁ ନାହାଁନ୍ତି । ଏପଟ ସେପଟ ହୋଇ କେତେ ବେଳେ ଶୋଇପଡ଼ନ୍ତି ତାଙ୍କୁ ମଧ୍ୟ ଜଣା ନାହିଁ ।

 ମଧ୍ଯ ରାତ୍ରୀ । 

      ହଠାତ୍ ତାଙ୍କର ଦିନ ଭାଙ୍ଗିଗଲା । ଅନ୍ଧରେ ନିଜ ମୋବାଇଲ କୁ ଖୋଜିଲେ । ମୋବାଇଲ ରେ ଲାଇଟ୍ ଜାଳି ସେ ବାହରକୁ ଆସିଲେ ।ବାହାରକୁ ଆସି ଦେଖନ୍ତେ ତ ସତ କୁ ସତ କିଏ ଜଣେ ଟର୍ଚ୍ଚ ଲାଇଟ୍ ଧରି ଗାଈ ଗୋରୁଙ୍କ ପାଖରେ କଣ ଗୋଟେ କରୁଛି । ପ୍ରଥମେ ସେ ଭୂତ ବୋଲି ଡରିଗଲେ । ଏବଂ ପରେ ମନକୁ ଧୃଢ଼ କରି କିଏ ସେଇଠି ଅଛି ବୋଲି ଜାଣିବା ପାଇଁ ଆସ୍ତେ ଆସ୍ତେ ତାର ପାଖକୁ ଗଲେ । ପାଖକୁ ଯାଇ ଦେଖନ୍ତେ ତ ଗାଁ ର କୁନ୍ତୀ ଆଇ ଟର୍ଚ୍ଚ ଲାଇଟ୍ ଧରି ଗୋବର ଗୋଟାଉଛି । ଏହାଦେଖି ଲେଖକ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ରାତିରେ ଟର୍ଚ୍ଚ ଲାଇଟ୍ ଧରି କଣ କରୁଛୁ ବୋଲି ତାକୁ ପଚାରିବାରୁ ସେ କହିଲା ଗୋବର ଗୋଟାଉଛି । ତାକୁ ଖତ କରି ବାଡ଼ିରେ ପରିବା ଗଛମୂଳେ ଦେବି । ଗୋବର ଦେବା ଫଳରେ ଗଛ ଗୁଡିକ ହୃଷ୍ଟ ପୃଷ୍ଟ ହେବ, ଭଲ ଫଳ ଦେବ ।

ନିଜ ବାଡ଼ିରେ ପରିବା ଗଛଗୁଡିକରେ ଗୋବର ଦେବା ପାଇଁ ସେ ଗୋବର ସଂଗ୍ରହ କରୁଛି । ପାହାନ୍ତି ସକାଳରୁ ଅନ୍ୟମାନେ ଆସି ସବୁତକ ଗୋବର ଗୋଟେଇ ନେଇ ଯାଉଛନ୍ତି ବୋଲି ସେ ରାତିରେ ନିଦ ଭାଙ୍ଗିଲେ ଆସି ଗୋବର ସବୁକୁ ଗୋଟେଇ ନେଇ ଯାଏ ।

ସକାଳ ହେଲା ।

      ରୋହନ ବାବୁ ଗାଁ ଲୋକମାନଙ୍କୁ କହିଲେ ଭୂତ ବୋଲି କିଛି ନାହିଁ । ଏହା ଆମ ମୋନର ଭ୍ରମ । କୁନ୍ତୀ ଆଈ ଟର୍ଚ୍ଚ ଲାଇଟ୍ ଧରି ରାତିରେ ଗୋବର ଗୋଟାଉଛି । କାଲି ରାତିରେ ଏହାକୁ ମୁଁ ମୋର ନିଜ ଆଖିରେ ଦେଖିଛି । କିନ୍ତୁ ତାଙ୍କ କଥାକୁ କେହି ବିଶ୍ବାସ କଲେ ନାହିଁ । ଗାଁ ର ଲୋକ ମାନଙ୍କ ମଧ୍ୟରେ ଅନ୍ଧବିଶ୍ବାସ ଏପରି ଭାବରେ ଭରି ରହିଛି ଯେ ତାକୁ ଦୂର କରିବା ସମ୍ଭବପର ନୁହେଁ ।


Rate this content
Log in

More oriya story from ଲୋଚନ ମେହେର

Similar oriya story from Abstract