STORYMIRROR

ଲୋଚନ ମେହେର

Tragedy

4  

ଲୋଚନ ମେହେର

Tragedy

ଭଙ୍ଗା ଇୟରଫୋନ୍

ଭଙ୍ଗା ଇୟରଫୋନ୍

3 mins
6


         ପ୍ରେମିକ ଦେଇଥିବା ଉପହାର ଟି ସିନା ଭାଙ୍ଗିଯାଏ । ହେଲେ ହୃଦୟ କେବେ ଭାଙ୍ଗେ କି ? ପ୍ରେମିକା ଟି କେବେ ବୁଝି ପାରେନି ପ୍ରେମିକ ଦେଇଥିବା ଉପହାରର ମୂଲ୍ୟ କେତେ ?


          କଲେଜ ପଢୁଆ ମୁନା ଭଲପାଏ ବର୍ଷାକୁ । ବର୍ଷା ମଧ୍ୟ ଖୁବ୍ ଭଲପାଏ ମୁନା କୁ। ଦୁହେଁ ପିଲା ଦିନର ସାଥି । ପରସ୍ପରକୁ ବହୁତ୍ ଭଲ ପାଆନ୍ତି । ମୁନା ଚାହେଁ ସେ ବର୍ଷାକୁ ନିଜ ହୃଦୟର ରାଣୀ କରି ରଖିବାକୁ । ବର୍ଷା ଗରିବ ଘରର ଝିଅ । ହେଲେ କଣ ହେବ ମୁନା ଚାହେଁ ବର୍ଷା କୁ ନିଜ ମନରେ ଧନୀ କରି ରଖିବାକୁ । ସେ ବର୍ଷା ପାଇଁ ସବୁ କିଛି ତ୍ୟାଗ କରିବାକୁ ପ୍ରସ୍ତୁତ । କେବଳ ସେ ଅପେକ୍ଷା କରିଛି ବର୍ଷାର ଅନୁମତିକୁ । ନିଜ ପ୍ରେମିକା ପାଇଁ ଅନ୍ୟମାନେ କେତେ କଣ କରୁଛନ୍ତି । ଶାହାଜାହାନ ନିଜ ପ୍ରେମ ପାଇଁ ତାଜମହଲ ନିର୍ମାଣ କରିଥିଲେ। ସେ ମଧ୍ୟ ନିଜ ପ୍ରେମ ବର୍ଷା ପାଇଁ କିଛି କରିବ ।


             ଦିନେ ସେ ଉଦ୍ୟାନରେ ଏକାକୀ ବୁଲୁଥିବା ବେଳେ ଦେଖିଲା ପ୍ରେମିକଟି ତାର ପ୍ରିୟାର ସବୁ ଖୁସି କୁ ପାଦ ତଳେ ଆଣି ଥୋଇ ଦେଇଛି । କେତେ କେତେ ଯେ ମୂଲ୍ୟବାନର ଉପହାର ଆଣି ଦେଇଛି ତା ପାଇଁ ।ଉପହାର ଟି ଦେଖି ପ୍ରେମିକାର ଖୁସି କହିଲେ ନ ସରେ । ଏହା ଦେଖି ମୁନାର ଆଖିରୁ ଛଲ ଛଲ ହୋଇ ଲୁହ ବାହାରି ଗଲା । ସେ ଭାବିଲା ଆଜି ଯାଏ ସେ ବର୍ଷା ପାଇଁ କିଛି ବି ଉପହାର ଆଣି ଡେଇନି । ସେ ମନସ୍ତ କଲା ଏଥରକ ସେ ନିଶ୍ଚେ କିଛି ବର୍ଷା ପାଇଁ ଉପହାର ନେଇ କି ଆସିବ ।କିଛି ଦିନ ପରେ ମୁନା କଲେଜ ଗଲା । ଏଥରକ ସେ ଖାଲି ହାତରେ ବର୍ଷା ପାଖକୁ ଆସିନି। ତା ପାଇଁ କିଛି ଉପହାର ନେଇ କି ଆସିଛି । କିଛି ଦିନ କଲେଜ ବ୍ୟବଧାନରେ ବର୍ଷା ମୁନାକୁ ଦେଖି ତାର ହୃଦୟ ନୀରବି ଗଲା। ଅତି ଧିର ସୁମଧୁର କଣ୍ଠରେ କହିଲା ଏତେ ଦିନ ହେଇଗଲା କଲେଜ କାହିଁକି ଆସୁ ନ ଥିଲ । ମୋତେ ନ ଦେଖି ତମେ ରହିଥିଲ କିପରି । ଏହା ଶୁଣି ମୁନାର ହ୍ରୁଦୟ ହିମାଳୟ ପର୍ବତରୁ ବରଫ ତରଳିଲା ପରି ତରଳି ଗଲା । ସେ ସଙ୍ଗେ ସଙ୍ଗେ ବର୍ଷା ପାଇଁ ଆଣିଥିବା earphone ଟି ତା ହାତକୁ ବଢ଼େଇ ଦେଲା । ଏହା ଦେଖି ବର୍ଷାର ଖୁସି କହିଲେ ନ ସରେ । ଯାହା ହେଉ ଏତେ ଦିନ ପରେ ସେ ତା ପାଇଁ ଛଟ ହେଉ ବଡ଼ ହେଉ ଉପହାର ଆଣି ଦେଇଛି । ଦୁହିଁଙ୍କ ଖୁସି କହିଲେ ନ ସରେ। ଢେର୍ ବେଳ ଯାଏ ଦୁହେଁ ଏକାଠି ବସି ହସ ଖୁସିରେ ଗପସପ କଲେ ।କଲେଜରୁ ଘରକୁ ଫେରିବା ମାତ୍ରେ ସେ ମୁନାକୁ ଫୋନ୍ କଲା । କହିଲା ସେ ଉପହାର ଦେଇଥିବା earphone ଟି କୁ କାନରେ ଲଗାଇ ସେ ତା ସହିତ କଥା ହେଉଛି । ବହୁତ୍ ଧନ୍ୟବାଦ୍ ଦେଉଥାଏ ବର୍ଷା ମୁନା କୁ । ଏମିତି ବହୁତ ସମୟ ଯାଏ ଦୁହେଁ କଥା ବାର୍ତ୍ତା ହେଲେ । ଏପରିକି ବର୍ଷା ରାତି ସାରା ତା କାନରୁ earphone ଟି କୁ କାଢି ନାହିଁ ।

     

           ଏମିତି ବହୁତ ଦିନ ବିତିଗଲା । ଦିନକର ଘଟଣା earphone ଟି ମୂଷା ଦ୍ଵାରା ଅପହୃତ ହେଲା । ବହୁତ ଖୋଜା ଖଜି କରିଲା ପରେ earphone ଟି ମିଳିଲା । ହେଲେ କିଛି ଲାଭ ହେଲା ନାହିଁ । ତାହା ମୂଷା ଦ୍ଵାରା ଖରାପ ହେଇ ଯାଇଥିଲା ସେ ଟା ଆଉ ଚାଲିଲା ନାହିଁ । ବର୍ଷା ମନରେ ଦୃଢ଼ ସଂକଳ୍ପ ନେଇ ଏ କଥାକୁ ସେ ମୁନା କୁ କହିଲା । ସେ ତା ପାଇଁ ଏପରି ଆଉ ଏକ earphone ଆଣି ଦେବାକୁ କହିଲା । ମୁନା ଯେ କେତେ କଷ୍ଟରେ ତିନି ଦିନ କଲେଜ ନ ଆସି କାମ କରି ପାଇଥିବା ଟଙ୍କାରେ ସେ earphone କିଣି କି ଆଣିଦେଇଛି । ମନରେ ବହୁତ ଦୁଃଖ ପ୍ରକାଶ କଲା ମୁନା । ଠିକ୍ ଅଛି ମୁଁ ଆଉ ଗୋଟାଏ କିଣି କି ଆଣି ଦେବି କହିଲା ।ବହୁତ ଦିନ ଧରି କହିବା ପରେ ମଧ୍ୟ ମୁନା ତା ପାଇଁ ଗୋଟାଏ earphone ଆଣିଦେଇ ପାରିଲା ନାହିଁ । ସେ ପଇସା ଜଗାଡ କରୁଥାଏ ତା ପାଇଁ ଆଉ ଏକ earphone ଆଣିବା ପାଇଁ । ଏଥି ମଧ୍ୟରେ ବର୍ଷା ଅନ୍ୟ ପୁରୁଷ ଠାରୁ earphone ଟିଏ ଉପହାର ଆଣିଛି । ସେ ଯାହା ଠାରୁ ଉପହାର ଟି ଆଣିଛି ତାକୁ ସେ ଭଲ ପାଇ ବସିଲା। ଏବଂ ମୁନାକୁ ଧୀରେ ଧୀରେ ଭୁଲିଗଲା । 

         ପ୍ରେମିକ ପ୍ରେମିକାକୁ ଉପହାର ଦେଲେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢେ । କିନ୍ତୁ ସେହି ଉପହାରଟି ଯେତେବେଳେ ଭାଙ୍ଗିଯାଏ ପ୍ରେମ ମଧ୍ୟ ଭାଙ୍ଗିଯାଏ ।



Rate this content
Log in

Similar oriya story from Tragedy