Amiya Bej

Abstract Inspirational

1.0  

Amiya Bej

Abstract Inspirational

ଅସହ୍ୟ

ଅସହ୍ୟ

2 mins
7.2K


(୧)

ଖରାରେ ଖରା , ବର୍ଷାରେ ବର୍ଷା , ଶୀତରେ ଶୀତ ହେବାରେ ଅଡ଼ୁଆ କିଛି ନାହିଁ । ତେବେ, କୌଣସିଥିରେ ପ୍ରବଳତା ଆସିଗଲେ, ଅସହ୍ୟ , ଅନାଦର ହୋଇଯାଏ।

ରବିବାର ବୋଲି ଆଉଟିକେ ଆଉଟିକେ ହୋଇ ବିଛଣାଟା ମାଡ଼ି ପଡୁଥିଲା। ଏକାବେଳେ ଦୁଇଟାଯାକ କମ୍ବଳକୁ ମିଶାଇ , ସେବା ନେଉଥିଲି ମୁଁ । ମୋବାଇଲ କହୁଥିଲା ଛ'ଡିଗ୍ରୀ ଏବେ ! ବାହାରେ ଶୀତର ବର୍ଷା !!

(୨)

ସ୍ୱରଟା ଥିଲା କଅଁଳ । ନାରୀ କଣ୍ଠ। ସକାଳୁଆ ବୁଲା ବିକାଳୀ ହେଇଥିବ। ମାଛଚୁଙ୍ଗୁଡିର। ମୁଁ ଶାକାହାରୀ। ମୁହଁ ଉପରକୁ କମ୍ବଳକୁ ଭିଡ଼ି ନେଲି। ବିରକ୍ତିକର ଭାରି ଏସବୁ।

ପୁଣି ପାଖେଉଥିଲା। ଅସ୍ପଷ୍ଟ ଅଥଚ କରୁଣ । କିଛି କହୁଥିଲା ଲମ୍ବେଇ ଲମ୍ବେଇ। ମୋ ଝର୍କା ପାଖାପାଖି ହେବାରୁ, ପରିଷ୍କାର ହେଲା ସ୍ୱର।

- "ଦିନ୍ ତୋ' କଟ୍ ଯାତାହେ , ରାତ୍ କୋ ଥଣ୍ଡିମେଁ ବଚ୍ଚେ ସମ୍ଭଲ୍ ନେହିଁ ପାତେ ହେଁ। କୁଛ୍ ମଦତ୍ କରୋ ମାଁ।"

ଅଭିନବ କଥାଟିଏ ମାଗିବାର!! ଅଗତ୍ୟା ଆଗ୍ରହରେ ଦୁଆର ଖୋଲିଲି।

ଶାଢ଼ୀ ପରିହିତା ନାରୀଟିଏ। ଓଢଣୀରେ ଘୋଡେଇଛି ଛୁଆଟିକୁ। ସାଙ୍ଗରେ ବ୍ୟାଗ୍ ଧରି ଆଉଗୋଟେ ପାଞ୍ଚ ଛ' ବର୍ଷର ଝିଅ ।

ବାସ୍ ବୁଝିଗଲି। ଦୟା ଧର୍ମର କଥା ନଥିଲା। ଏଡେ ଥଣ୍ଡାରେ , ସେ କଅଁଳା ଶିଶୁଟି ହିଁ, ତରଳାଇ ଦେଲା ସବୁଯାକ ଉତ୍ତାପ । ରହିବାକୁ କହିବାରୁ ଜାଣିଲି ଯେ, ସେ ଅନ୍ଧୁଣୀ ବି !

ଏଥର କିଛି ଟଙ୍କା ଆଉ କମ୍ବଳଟିଏ ଆଣି ସେ ଝିଅଟିକୁ ଦେଲାରୁ ଚାହିଁଲା ମୋତେ ବଲବଲ କରି।

ଈଶାରାରେ କହିଲି , ଛୁଆଟାକୁ ଘୋଢି ଦେବାକୁ।

ସେ ଯାଇ ତା ମା'କୁ କିଛି ପଚାରିଲା । 

ସେଠୁ କମ୍ବଳଟାକୁ ଚଉତାଇ ଜରିବ୍ୟାଗ୍ ରେ ପୁରାଇଲା। ତାପରେ ତିନିହେଁ ଚାଲିଗଲେ ଆଗକୁ। ସେହି ଏକା କରୁଣ କୁହାଟ ଛାଡି ଛାଡି।

(୩)

ଚାହିଁ ରହିଲି ସେମାନଙ୍କ ଯିବାବାଟକୁ। 

କାହିଁକି ? 

କଣଟା ଏମିତି ଅବୁଝା ରହିଗଲା ଯେ??

ମନ୍ଦିରରେ ବି କଣ ଗୁହାରୀ ଜଣାଇବାକୁ ଘଣ୍ଟ ମାର୍ଦଳ ଲୋଡା ପଡେନିକି??

ଯନ୍ତ୍ରଣାକୁ ଜୋର୍ କରି ନ ଜଣାଇଲେ, ଛାତି ଚିରି ନ ଦେଖାଇଲେ, ସଭ୍ୟ ମଣିଷର ଆଖି ଫିଟିବ ବା କେମିତି??

ସେ ପା କହୁଥିଲା -

ଦିନ୍ ତୋ' କଟ୍ ଯାତାହେ , ରାତ୍ କୋ ଥଣ୍ଡିମେଁ ବଚ୍ଚେ ସମ୍ଭଲ୍ ନେହିଁ ପାତେ ହେଁ। କୁଛ୍ ମଦତ୍ କରୋ ମାଁ।"

ଏବେ ତ ଦିନ ସକାଳ। ସମ୍ଭାଳିନେବ କଅଁଳା। ଘୋଡି ଦେଲେ, ଶୋଇପଡିଥିବା ସମାଜ ଜାଗିବ କେମିତି???

ସତରେ, ଯେକୋୖଣସିରେ ପ୍ରବଳତା ଆସିଗଲେ, ଅସହ୍ୟ ହୋଇପଡେ।

ଶୀତରେ ବି ।

ପେଟରେ ବି।

ସମ୍ପର୍କରେ ବି।

ଈଶ୍ଵରଙ୍କ ଠେଇଁ ବି !!!!!!!

★ ଅମିୟ ବେଜ୍,ଘଟଗାଁ, କେନ୍ଦୁଝର ★


Rate this content
Log in

Similar oriya story from Abstract