Archana Sahoo

Tragedy Inspirational

4.0  

Archana Sahoo

Tragedy Inspirational

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୧୪

ଅର୍ଚ୍ଚନାର ତାଲା ବନ୍ଦ ଡାଏରୀ-୧୪

2 mins
190


ମଣିଷ ସେତେବେଳେ କିଛି ଭଲ କରେ ଯେବେ ସେ ଖୁସିରେ ଥାଏ । ଚାରିକାନ୍ଥର ଅନ୍ଧାର ଘରେ ରହିଯାଇଥିବା ମଣିଷଟିଏ କେତେ ଯେ କଷ୍ଟ ପାଏ ସେ ହିଁ ଜାଣିଛି । ଘରର ଚାରି କାନ୍ଥ ବେଳେବେଳେ ବହୁତ ଖୁସି ଦିଏ ଆଉ ବେଳେବେଳେ ବହୁତ ଯନ୍ତ୍ରଣା ଦିଏ । ଧନୀ ଅଜାଙ୍କ ଘରେ ସେହିପରି ଅବସ୍ଥା । ଏ ବୁଢା ବୟସରେ ସେ ଟିକେ ବାହାରେ ଘୁରି ଆସିଲେ ମନଟା ଟିକେ ଶାନ୍ତି ହୋଇଯାଏ ତାଙ୍କର । ଗାଆଁ ଗୋଟାକ ଯାକର ବୁଢ଼ା ଲୋକ ମାନେ ଗୋଟେ ଜାଗାରେ ମେଳି । କାହାର ପୁଅ ବିଦେଶରେ ତ କାହାର ତିନିଟି ଝିଅ ବାହା ହେଇ ଶାଶୂ ଘରେ । ଆଉ କାହାର ସ୍ତ୍ରୀ ବୁଢ଼ୀ ନାହିଁ । ଏମିତି ଦୁଃଖ ବେସାହାରା ବୃଦ୍ଧ କାଳେ ଗାଆଁର ଗାଦି ମୂଳ ଟିକେ ଭରସା ଥିଲା ଏମାନଙ୍କର । ସବୁ ସନ୍ଧ୍ୟାରେ ଏମାନେ ମେଳି ହେଇ ପଦେ ଅଧେ କଥା ହେଇ ଗଲେ ଠାପେରା ଟାକୁଆ ଗାଲରେ ହସ ଖେଳି ଯାଏ । ଶୁଖିଲା ଓଠ ଆଉ କୋରଡ ଗତ ଆଖି ଖୁସିରେ ଝଲସି ଉଠେ । ହେଲେ ଏ କରୋନାରେ ଗାଦି ମୂଳରେ ଏକାଠି ହେବା ମନା । ଧନୀ ଅଜା ଭାରି ଦୁଃଖରେ ଅଛନ୍ତି । ସମସ୍ତଙ୍କର ପରିବାର ଅଛି । ହେଲେ ଧନୀ ଅଜାର ପରିବାର ନାହିଁ । ଗୋଟିଏ ପୁଅ ସେ ଯାଇ ଦିଲ୍ଲୀରେ । ପଇସା ଗଦା ଉପରେ ଧନୀ ଅଜା ଭାବନ୍ତି । ଏ ପଇସା କୋଉ କୁଳକୁ ନୁହେଁ । ଆଜି ମୁଁ ନିସଙ୍ଗ ପ୍ରାଣୀ । ବାଡ଼ିଟିଏ ହାତରେ ଧରି ବାହାରକୁ ବାହାରିଲେ । ହେଲେ ରାସ୍ତା ପୁରା ଶୂନ୍ୟ । କାହା ଘରକୁ ଏ ସମୟରେ ଯିବା କ'ଣ ଠିକ ହେବ ? ଏ ସବୁ ଭାବି ଅଜା ରହିଗଲେ ଘରେ । ଗାଆଁରେ ଏତେ ବଡ଼ ଘର । ଜମିଦାରୀ ଚାଲିଗଲାଣି କେବେ ଠାରୁ, ହେଲେ ଆଜି ଯାଏଁ ଜମିଦାରୀ ଘରର ଠାଣି ଅଛି । ସେଇ କାନ୍ଥରେ ଶ୍ରୀମତୀ ଦୁଃଖୀ ରାଣୀଙ୍କ ଫୋଟ ଚିତ୍ର । ଧନୀ ଅଜା ସେଇ ଫୋଟ ଚିତ୍ରକୁ ଦେଖି କହିଲେ, ଶୁଣୁଛ ଗୋ । ତମେ ଭାରି ସ୍ୱାର୍ଥପର । ମୋ ଜୀବନକୁ ଆସି ତମେ ମତେ ପୂର୍ଣ୍ଣ କରିଥିଲ । କଥା ଦେଇଥିଲ ମତେ ଏକା କରି କୁଆଡେ ଯିବନି । ହେଲେ ଦିନେ ଠକି ଦେଇ ତମେ ଚାଲି ଗଲ ବହୁତ ଦୂରକୁ .....

   ଓଃ..... ତୁମେ ବୋଧହୁଏ ଏଇ ନିଃସଙ୍ଗ ମୁହୂର୍ତ୍ତକୁ ଆଗରୁ ଗଣନା କରି ଦେଇଥିଲ ତେଣୁ ତମେ ନିଜ ବାଟ ନିଜେ ପ୍ରସ୍ତୁତ କରିଦେଇଥିଲ । ଭଲ ବହୁତ ଭଲ .......

ଆରେ ଆଜି ତମେ ସେ ଫୋଟରେ କ'ଣ ହସୁଛ ? ଜାଣିଛ ତମ ପାଖକୁ ଆଜି କାହିଁ ମତେ ଯିବାକୁ ବହୁତ ଇଚ୍ଛା ହେଉଛି । ଆରେ ତମ ପାଖରେ ମୋ ପୁଅ ମୁହଁ ଦେଖାଯାଉଛି କାହିଁକି....? ଓଃ ମତେ ବି ତମେ ସାଙ୍ଗରେ ନେଇ ଯାଅ । ଏକୁଟିଆ ମତେ ଭଲ ଲାଗୁନି ପରା.....

ଦେଖ ମୁଁ ଏ ଡାଏରୀରେ ଲେଖିଛି ପରା ......। ଆଉ କ'ଣ କରିବି ଯେ ଏକୁଟିଆ ବସି ....

  ଧନୀ ଅଜା ଏମିତି କଥା ହେଉ ହେଉ ନିଦରେ ଶୋଇ ଗଲେ ଯେ ଆଉ କେବେ ନିଦରୁ ଉଠିଲେନି । କିଛି ଦିନ ପରେ ଶୁଣା ଗଲା ଯେ ଧନୀ ଅଜାଙ୍କ ପୁଅ ବି କରୋନାରେ .........

ସତରେ ଏ କରୋନା କେତେ ଜଣଙ୍କୁ ମାରିଲାଣି ତା'ର ହିସାଵ ନାହିଁ ।



Rate this content
Log in

Similar oriya story from Tragedy