STORYMIRROR

ଶିଶିର ସାହୁ ମନୋଜ

Romance Tragedy

2  

ଶିଶିର ସାହୁ ମନୋଜ

Romance Tragedy

ଅପରିଚିତ

ଅପରିଚିତ

2 mins
239

ଢେର ଦିନ ଗାଇଲି ସୌମ୍ଯାର ନାମ ।

ଦିନ ଥିଲା ତା ପାଇଁ ଦରକାର ପଡିଲେ ଜୀବନ ଦେବା ନେବା ର ମାନସିକତା ଥିଲା ମୋର !

ମୋ ଧାରଣା ଥିଲା

ସୌମ୍ଯା ଏକା ମୋର ...

ସେ ଦର୍ପଣ ଆଉ ମୁଁ ତନ୍ମଧ୍ଯରେ ନିଜର ପ୍ରତିବିମ୍ଵ ଦେଖି ଦେଖି ଭାବବିହ୍ଵଳ ହୋଇଯାଉଥିଲି ।

ତା ପ୍ରିତୀସାଗରରେ ମୋ

ହୃଦୟ ନୌକା ଭଳି ଭାସମାନ ହେଉଥିଲା

ସର୍ବଦା ...

ହେଲେ ସୌମ୍ଯା !


ଦିନେ କିଛି ନ କହି ଚାଲିଗଲା

ଦୂରକୁ ବହୁତ ଦୂରକୁ ....

ବହୁତ ଖୋଜିଲି ନ ପାଇ ମନରେ ବହୁତ କାନ୍ଦିଲି ....

ମୋ ହୃଦୟ ନୌକା ପ୍ରୀତି ସମୁଦ୍ର ମଧ୍ୟେଁ ଥିବା ଏକ ବିଶାଳ ପର୍ବତ ରେ ବାଜି ଭାଙ୍ଗି ଚୁରମାର୍ ହୋଇଯାଇଥିଲା ....

କେତେ ଦିନ ପରେ ସୌମ୍ଯା ସହ ଭେଟ ହେଲା ଅପ୍ରତ୍ଯାଶିତ ଆତର୍କିତଭାବରେ ଢେଙ୍କାନାଳର କାମାକ୍ଷାମନ୍ଦିର ସନ୍ନିକଟ ତେଲଟାଙ୍କି ଛକରେ ...

ସେତେବେଳକୁ ମୁଁ ଗାଁ କୁ ଯିବାକୁ

ବସ ପାଇଁ ଅପେକ୍ଷାରତ...


ରଜ ପରବ କୁ ପ୍ରତିବର୍ଷ ଛୁଟି ନାଆଁରେ

ଥରୁଟିଏ ଖାଲି ତାକୁ ଦେଖିବା ପାଇଁ ଯାଉଥିଲି

ଏବେ ବି ସେଇ ଅଭ୍ଯାସ ଅଛି । କିନ୍ତୁ ଯେବେଠୁଁ ସୌମ୍ଯା ନଥିଲା ମୁଁ ରଜକୁ ସହରରେ ଛୁଟି କଟାଇଦେଉଥିଲି ।


ଗାଁରେ ଅତୀତ ସହ ଲଢି ଲଢି ସମୟ କାଟି ଦେବାଟା ମୋ ପାଇଁ ସହଜ ନ ଥିଲା ନା !


କିନ୍ତୁ ଏଥର ଆସିଛି...

ଘରେ କୁଆଡେ଼ ଭାରି ବ୍ୟସ୍ତ ହେଲେଣି । ବେଗାବେଗି ମୋ ବାହାଘର କେମିତି ହୋଇଯିବ, ଆମଘର ଲୋକ

ଆଜିକାଲି କେବଳ ସେଇ ଚିନ୍ତାରେ ପଡ଼ିଛନ୍ତି ।

ମୁଁ ସୌମ୍ୟା କୁ ଦେଖୁଥାଏ କିନ୍ତୁ ତା ନଜର ମୋ ଉପରେ ପଡ଼ି ନଥାଏ । ତାକୁ ଦେଖିଲା ମାତ୍ରେ ମୋର ପୁରୁଣା କଥା ସବୁ ମନେପଡ଼ିଲା ।

ହଠାତ୍ ସୌମ୍ୟା ମୋତେ ଦେଖି ଦେଲା.....

ମୁଁ ଏଯାଏଁ ତାକୁ ହିଁ ଦେଖୁଥିଲି

ଆଉ ମୋ ମନ ଘୂରିବୁଲୁଥିଲା ମିଠା ସ୍ମୃତିରେ ପରିପୂର୍ଣ୍ଣ

ସେଇ ଅଭୂଲା ଅତୀତରେ ।

ହେଲେ ସୌମ୍ଯା ସେ ତ ଚାହିଁ ନ ଚାହିଁଲା ଭଳି ମୁଁହ ଫେରାଇନେଲା ...

ସତେ

ଯେମିତି ମୁଁ ଜଣେ ଅପରିଚିତ ଯୁବକ

ତା ଆକର୍ଷକ ବେଶ ପୋଷାକ ଦେଖି

ତୃଷ୍ଣ ଦୃଷ୍ଟିରେ ତାକୁ ଚାହିଁ ରହିଛି ।

ବହୁ ଦିନ ପରେ ଏଭଳି ଦେଖା ହୋଇ ମଧ୍ଯ ତା'ର ପର ଭଳି ବ୍ୟବହାର ମୁଁ ଆଜି ଯାଏଁ

ବୁଝିପାରି ନାହିଁ.....

୧୭ ବର୍ଷର ଚିନ୍ହାଁ ମୁଁହଟି ସତରେ ତା ପାଇଁ

ଆଜି ଅପରିଚିତ ଅଜଣା ହୋଇଯାଇଛି..

ମୁଁ ତଥାପି ତାକୁ ହିଁ ଦେଖୁଥାଏ ....

ଏତିକି ବେଳେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କାର୍ ପାଖରେ ଛିଡ଼ା ହୋଇ ତାକୁ ତା ନାଆଁ ଧରି ଡାକିଲା....

ସୌମ୍ୟା ସେଇ ଆଡ଼େ ଚାଲିଗଲା....

କିଛି ସମୟ ମଧ୍ୟରେ କାର୍ ଟି ସ୍ଥୁଳ ମନ୍ଥର ଗତିରେ ଆଗକୁ ଗଡ଼ି ଗଲା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance