Satyabati Swain

Inspirational

4  

Satyabati Swain

Inspirational

ଅପ୍ରେମେ ଜୀବନ କାହିଁ

ଅପ୍ରେମେ ଜୀବନ କାହିଁ

4 mins
7



      ହଁ ମୁଁ ଏବେ ପ୍ରେମରେ। ବିନା ପ୍ରେମରେ କେଉଁ ଜୀଵ ବଞ୍ଚି ପାରେ କି ?


ତା ତ ଠିକ୍ କିନ୍ତୁ ତୁ ପୁଣି ପ୍ରେମ !


     କାହିଁକି ମୋ ଦେଇ ପ୍ରେମ ହେବନି ? ମୋର ମନ କି ହୃଦୟ ନାହିଁ ? ଅନୁଭବ ଶକ୍ତି ନାହିଁ ?  ରକ୍ତ ମାଂସର ମଣିଷ ନୁହେଁ ?  ହଁ ମୁଁ ପ୍ରେମ କରେ। ପ୍ରେମିକାଟିଏ ।


ସତରେ ତୁ ଏବେ ବି ପ୍ରେମରେ ! 


କଣ ଏତେ ବିସ୍ମୟ  ହେଉଛୁ ?ତୋର କଣ ବିଶ୍ବାସ ହେଉନି  ପିୟୁ ?


ହସାଉଛୁ ? ଜୋକ୍ କରୁଛୁ ମୋ ସହ ?


     ବିଲକୁଲ ନୁହେଁ । ତୁ କଣ ଭାବୁଛୁ  ପ୍ରେମର ଗୋଟେ ନିର୍ଦ୍ଦିଷ୍ଟ ବୟସ  ଥାଏ  ?  କେଉଁ ବୟସରେ ବି କାହାକୁ ପ୍ରେମ ହୋଇପାରେ।  ପ୍ରେମରେ ଅଛି ବୋଲି ତ ବଞ୍ଚିଛି। ନଚେତ୍ କେବେଠାରୁ ଆର ପାରିକୁ ଟିକେଟ କାଟି ସାରେନ୍ତେଣି ।


          ଓଃ ଆମ  ହିରୋଇନ୍ ତେବେ  ପ୍ରେମ କରୁଛନ୍ତି।ଭଲ ଖୁବ୍ ଭଲ। କହିଲୁ ସେ ପ୍ରେମିକ ପ୍ରବର ଟି କିଏ ଯିଏ ଚୌବନ ବର୍ଷୀୟା ମହିଳାଙ୍କୁ ପ୍ରେମରେ ପକାଇଦେଲେ ? ନିହାତି ରୋମିଓ ହୋଇଥିବେ। ନତୁବା  ପ୍ରେମର ଦେବତା କନ୍ଦର୍ପ ।


     ଖୁବ୍ ଗୋପନୀୟ ଏବଂ ରହସ୍ୟମୟ ମୋ ପ୍ରେମ ତଥା ମୋ ପ୍ରେମିକ ।


ଆରେ କହନା ?


     ଆସିନି ସେ ସମୟ । ଯେବେ ସମୟ ଆସିବ ଏକା ତୁ କାହିଁକି ସାରା ସଂସାର ଜାଣିବ ମୋ ପ୍ରେମିକର ନାଁ।


        ହେ ଭଗବାନ ! କଣ କହିବ ଏ ପାଗଳକୁ ! ଟିନ୍ ଏଜ୍  ଝିଅ ପରି ପ୍ରେମିକ ନାଁ ଛୁପାଉଛି ?


    ତୁ ମୋ ସାଙ୍ଗ ବୋଲି ସିନା କହିଦେଲି। ମୋର ପରା ଦୁଇ ଦୁଇଟି ବଢ଼ିଲା ପୁଅ ଝିଅ ଅଛନ୍ତି । ସେମାନେ ଏ  ମୋ ପ୍ରେମ କଥା ଜାଣିଲେ ମୋତେ ଘୃଣା କରିବେନି ! ଏଣୁ ମୋ ପ୍ରେମ ମୋ ସହିତ ସମାଧି ନେଉ।


ସୁମି !


        ସୁମି କିଏ ଲୋ ପିୟୁ  ? ଦେଖ୍ ଅଛି ମୋ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା କେଶ ! ଅଛି ଡ଼ରିଲା ଡରିଲା ଆଖି  ! ଅଛି ଶାଢ଼ୀ?  କହି ପାରୁନି ପଦିଏ ଇଙ୍ଗିଳିଶ କି ହିନ୍ଦି ? ନାଓ ଆଇ କ୍ୟାନ୍  ଟଲକ୍ ଇଙ୍ଗିଳିଶ ଆଣ୍ଡ୍ ହିନ୍ଦି। ନୋ ୱାନ୍ ୱିଲ୍  ବି  କମ୍ପେୟାର ୱିଥ୍ ମି । ।  ସୁମି ପରା ତିରିଶ ବର୍ଷ ତଳୁ ମରି ଯାଇଛି। ତୁ ଏବେ ଯାହା ସହ କଥା ହେଉଛୁ ସେ ଏସ୍ ସିମ୍ରନ୍ ଶ୍ରଦ୍ଧାଶକ୍ତି ନର୍ସିଂ ହୋମର ପରାମର୍ଶ ଦାତା ।ସୁମି ପ୍ରେମ କରି ସିନା ପାରିଲା ନାହିଁ ,ସିମ୍ରନ୍ ତ କାହାକୁ ବି ପ୍ରେମ କରି  ପାରିବ ? ସିମ୍ରନ୍ କୁ ପ୍ରେମ କରିବାକୁ ଦିଆ ଯାଉ। ଜୀଉଁ ସେ ତା ବାଗର ଜୀବନ। 

 

       ଓଃ କଣ ସବୁ କହି ଯାଉଛୁ ? ମୋ ପାଖରେ ବି ତୁ ସିମ୍ରନ୍ ?


       ମୋର ସମସ୍ତ ସରକାରୀ କାଗଜ ପତ୍ର ଯେତେବେଳେ ମୋତେ ସିମ୍ରନ୍ ବୋଲି ପ୍ରମାଣ କରୁଛି ତ ମୁଁ ତୋ ସମିତା ଓରଫ ସୁମି କେମିତି ହେବି ! ସିମ୍ରନ୍ ଡାକିବା ଆରମ୍ଭ କର।


 ତୁ କାନ୍ଦୁଛୁ ସୁମି ?


        ନା ମ କାନ୍ଦିବି କାହିଁକି ? ଏବେ ତ ମୋର କିଛି ଦୁଃଖ ହିଁ ନାହିଁ । ରୋଗୀଙ୍କୁ ସେବା ଦେବାରେ ସମୟ କୁଆଡେ ଚାଲି ଯାଉଛି ଜଣା ପଡୁନି ।


     ଶୁଣୁଥିଲି ଶ୍ରଦ୍ଧାଶକ୍ତି ନର୍ସିଂ ହୋମ୍ କୁଆଡେ କିଛି ଅଭାବୀ ନିଃସହାୟ ମଣିଷଙ୍କୁ ମୁକ୍ତ ଚିକିତ୍ସା ପ୍ରଦାନ କରେ।


     ହଁ ଠିକ୍ ଶୁଣିଛୁ । ପ୍ରତି ମାସରେ ଦୁଇ ଜଣ ଅର୍ଥଅଭାରୁ କିମ୍ବା ଯାହାର ଚିକିତ୍ସାରେ ଅର୍ଥ ଦେବାକୁ କେହି ନାହାନ୍ତି  ସେପରି ବ୍ୟକ୍ତିଙ୍କୁ ବଡ଼ ରୋଗ ଯେପରି କି କ୍ୟାନ୍ସର ପରି କିଛି ଲୋକଙ୍କୁ ଖୋଜିଲୋଡି ଶ୍ରଦ୍ଧାଶକ୍ତି ନର୍ସିଂ ହୋମ୍ ଚିକିତ୍ସା ଯୋଗାଇ ଥାଏ। ଜାଣି ଖୁସି ହେବୁ ମୋ ପିଲା ଦୁଇଟି ଅର୍ଥ ପଛରେ ଗୋଡେଇବା ମଣିଷ ନୁହଁନ୍ତି । ସିୟା ତା ଡାକ୍ତରୀ ଜୀବନକୁ ମଣିଷଙ୍କ ସେବା ପାଇଁ ସମ୍ପୂର୍ଣ୍ଣ ସମର୍ପଣ କରି ଦେଇଛି । ଯେତେ ଲଗାଇଲେ ବିବାହ କରିବାକୁ ରାଜି ହେଉନି। ସାଇ ତ ଯାହାକୁ ଭଲ ପାଉଥିଲା ସେ ଝିଅଟି ବିଶ୍ବାସଘାତକତା କଲା ।ସେ ବି ବାହା ହେବା ନାଁ ଧରୁ ନାହିଁ।


         ଖୁବ୍ ପୁଣ୍ୟ କାମଟିଏ କରିଛୁ ସିମୁ। କିନ୍ତୁ ଦୁଇଟି ଯାକ ପିଲା ବିବାହ ପ୍ରତି ବୀତସ୍ପୃହ ହେବା ଠିକ୍ ନୁହେଁ । ଆମେ ବା କଣ କରି ପାରିବା । ଆଜିକାଲି ଛୁଆ ନିଜ ଗୋଡ଼ରେ ଠିଆ ହୋଇ ସ୍ୱାଧୀନ ଜୀବନ ଜୀଇଁବାକୁ ଖୁବ୍ ପସନ୍ଦ କରୁଛନ୍ତି। ବାହା ସାହା ହୋଇ ନିଜ କାନ୍ଧରେ ଦାୟିତ୍ୱ ମୁଣ୍ଡାଇବାକୁ ନାରାଜ। ଆଉ ଗୋଟେ କଥା ଜାଣିଛୁ ?


କେଉଁ କଥା ପିୟୁ ?


 କୀର୍ତ୍ତିଙ୍କ କଥା।


     ତାଙ୍କ ବିଷୟରେ ଜାଣି ମୋର କି ଲାଭ ହେବ ? ବରଂ ଅଯଥା ଟେନ୍ସନ ବଢିବ। ଥାଉ ।


      ବିଶ୍ୱ କହୁଥିଲେ କୀର୍ତ୍ତିର ଅଦ୍ଭୁତ ପରିବର୍ତ୍ତନ ହୋଇଛି।ଆଗ ପରି ତ ଆଦୋୖ ନାହିଁ। ଖୁବ୍ ଚୁପ୍ ଚାପ୍ । ରୋଜଗାର କରେ ସତ ତା ହାତରେ ଗୋଟିଏ ଟଙ୍କା ବି ରୁହେନି। ତା ଟଙ୍କାରେ ରାଜା ଏ ଡ଼ି ଓ ତା ବଏ ଫ୍ରେଣ୍ଡ୍ ଅୟସ୍ କରନ୍ତି।  ସବୁବେଳେ ସେ ତା ମିସେସ୍ ପାଖରେ ହାତ ପତାଏ । ନିଶାଡି ଟା ଟଙ୍କା ଅଭାବରୁ ଆଉ ଦାମୀ ମଦ ପିଇ ନ ପାରି ଛକ ପଲି ପ୍ୟାକ ଆଜେ ବାଜେ ମଦ ପିଇ ପିଇ ପୁରା ଲିଭରଟା କୁଆଡ଼େ ନଷ୍ଟ ହେବା ଉପରେ । ସବୁଠାରୁ ଆଶ୍ଚର୍ଯ୍ୟ କଥା ରିଟାର୍ଡ ପରେ ତାକୁ ଆଉ କେହି ବଜାର ଘାଟରେ ଦେଖିବାକୁ ପାଉନାହାନ୍ତି। ଏ ଡ଼ି  କୁଆଡେ  ନିଦ ବଟିକା ଦେଇ ଅହରହ ଶୁଆଇ ରଖୁଛି।


        ଚାକିରି ଶେଷ ତ ପୁଳା ପୁଳା ଅର୍ଥ ଆସିବା ବି ଶେଷ ଜାଣି ଆଧୁନିକା ଦାଶ କୀର୍ତ୍ତ୍ୱଙ୍କୁ ମାରିବାକୁ ଚାହୁଁ ନଥିବ କିଏ କହିବ ?


     ଆଶ୍ଚର୍ଯ୍ୟ ତୁ କେମିତି ଜାଣିଲୁ ? ଠିକ୍ ଏଇ କଥା ବିଶ୍ୱ ହିଁ କହୁଥିଲେ। କୀର୍ତ୍ତିଙ୍କ ସହ କାହାକୁ ଦେଖା କରେଇ ବି ଦେଉନି ସେ ଆଧୁନିକା ।


     ମୋ ମନ କହୁଥିଲା କୀର୍ତ୍ତି କଷ୍ଟରେ ଅଛନ୍ତି। ଦେଖ୍ ପିୟୁ ବିଶ୍ୱ ଜଣେ ଡ଼କ୍ଟର ସହ କୀର୍ତ୍ତିଙ୍କ ବେଷ୍ଟ୍ ଫ୍ରେଣ୍ଡ୍। କହିକୁ କୀର୍ତ୍ତିଙ୍କୁ ମଝିରେ ମଝିରେ ଯାଇ ଦେଖା କରୁଥିବେ।


      କିନ୍ତୁ କାହିଁକି ? ସେଇ ବାଜେ ମଣିଷଟା ଯିଏ ତୋର ସମସ୍ତ ପରିଚୟ   ତୋ ଠାରୁ ଛଡେଇ ନେଇ ସମିତା ରୁ ସିମ୍ରନ୍ କଲା ତା ପ୍ରତି  ତୋ ହୃଦୟରେ ଏତେ ଦରଦ !


      ପ୍ରେମ ହିଁ ସେମିତିରେ। ଅପ୍ରେମେ ଜୀବନ କି ଜୀଇଁବା ହୁଏ କି !


 


Rate this content
Log in

Similar oriya story from Inspirational