STORYMIRROR

Meenakshee Dash

Romance

3  

Meenakshee Dash

Romance

ଅପେକ୍ଷା

ଅପେକ୍ଷା

2 mins
14.9K


ଏ ମିଛ ପ୍ରେମ ଭରା ସମ୍ପର୍କର ସମୁଦ୍ର ଭିତରେ ମଣିଷ ବୁଡି ଉବୁଟୁବୁ ହଉଛି..ନା ସେଠୁ ବାହାରିବକୁ କେଇ ଆଶ୍ରା ଦେଉଛନ୍ତି ନା ତା ଭିତରେ ରହି ନିଶ୍ୱାସ ନେଇ ହଉଛି ..|

ଯଦି ଏତେ କଷ୍ଟ ଅଛି ତୋ ମନରେ ତାହେଲେ ତାକୁ ମୁହଁରେ ମନ କରିଦେ ତୁ ତା ସହିତ ଆଉ ରହିପାରିବୁନି ବୋଲି .ବହୁତ କଷ୍ଟ ପାଉଛୁ ତୁ . ମୁଁ କଣ କେଇ ବି ତୋ ଆଖି ଦେଖିଲେ ବୁଝିପାରିବ , ରାତି ସାରା କାନ୍ଦି କାନ୍ଦି ଆଖି ଦୁଇଟା ଫୁଲି ଯାଉଛି କେତେ ସେ ମେକପ କୀଟ ଲଗେଇ ତାକୁ ଲୁଚେଇବୁ କହିଲୁ .....|

ମୁ ଉତ୍ତର ଦେଲି ତୁ ବୁଝିବୁନି ଏ ପ୍ରେମ ରୋଗଟା ଭାରି ବିଚିତ୍ର ,ଥରେ ହେଲେ ଆଉ ସହଜେ ଛାଡେନି ..ନା ତାର ଉପଚାର ଅଛି . କିନ୍ତୁ ବହୁତଥର ଭାବିଛି ଶାନ୍ତନୁ ଙ୍କୁ ମୁହଁ ମୁହଁ ମନ କରିଦେବି ,ଅନେକ ଥର ଦେଖା ବି କରିଛି ହେଲେ କେଜାଣି ମୋ ସାମନରେ ତା’ ମୁହଁଟା ଆସିଗଲେ ସବୁ ରାଗ ରୁଷା ଭୁଲି ଯାଏ ..ତା ମୁହଁ ର ହସ ମୋ ଆଖିରେ ଥିବା ସବୁ ଦାଗକୁ ଲିଭେଇ ଦିଏ ..ପୁଣି ଫେରି ଆସେ ..

ଜାଣିଛି ତା’ ପାଖରେ ମୋ ପାଇଁ ସମୟ ନାଇଁ ..ସକଳୁ ରାତି ଯାଏ ବିଜି ..ମୋ କଥା ତାର ମାନେ ବି ନଥଏ ..ତା ଟିକେ ଆଲିଙ୍ଗନ ପାଇବା ପାଇଁ ରାତି ରାତି ତକିଆ ଧରି ଶୋଉଛି ସେ ମିଳେନି ..ଯଦି ଥାଏ ତା ଘୋର ନିଦରେ ..ବାହାଘର ୪ବର୍ଷ ପରେ ବି ସେ ସୁଧୁରିନି ନା ମୁ ବଦଳିଛି ..ଭାବୁଛି ଆଜି ନହଲେ କଲି ସେ ମୋ ଭଲ ପାଇବା ଦେଖିପାରିବ ନିଶ୍ଚୟ ..ହୁଏତ ଏ ପ୍ରେମ ବିବାହ ନୁହେଁ କିନ୍ତୁ ମୋ ମନରେ ତା ପାଇଁ ଆଉ ତା ମନରେ ମୋ ପାଇଁ ଭଲ ପାଇବା ଅନେକ ..|

ସୁମି -କିନ୍ତୁ ଭଲପାଇବାଟା ପରିପ୍ରକାଶ ନ କରା ଗଲେ ଭଲପାଇବାର ସମାଧି ହବାକୁ ସମୟ ଲାଗେନା ..

ମୁ ଆସୁଛି ତତେ ବୁଝେଇବା ଦାଇତ୍ୱ ମୋର ତେଣିକି ତୋ ଇଚ୍ଛା..ମୁ ଚାହେଁନା ତୋ ଜୀବନ ବି ଏ ଡିପ୍ରେସନ ପିଲସ ଖାଇ କଟି ଯାଉ ଆଉ ଏ ବିଅର ବୋତଲ ତୋ ସହ ରହୁ ..

ମୁଁ ସେମିତି ଚୁପ ଝର୍କା ଆଡେ ଅନେଇବସି ଥାଏ | ସୁମି ଚାଲିଗଲା ସେମିତି ତା’ ବାଟରେ ,ମୁଁ ସେମିତି ନିସ୍ତବ୍ଦ ଆଉ ଭାବୁଥାଏ କଣ ସମ୍ପର୍କ ଭାଙ୍ଗିବା ଏତେ ସହଜ ..ନା ଆଶାର ବସା ବାନ୍ଧି ନିଜକୁ ଆଶ୍ୱାସନା ଦବା ..ଏମିତି ବସି ଭାବୁଥାଏ ଶାନ୍ତନୁର ସେ ମିଠା ମୁହୂର୍ତ ଅଳ୍ପ ଥିଲା କିନ୍ତୁ ଖୁସି ଦେଇ ଥିଲା ,ସୁମି କଥା ଜେମିତି ପାସୋରି ଗଲା ମନରୁ ......|


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Meenakshee Dash

Similar oriya story from Romance