STORYMIRROR

Meenakshee Dash Panigrahi

Others

3  

Meenakshee Dash Panigrahi

Others

Untitled

Untitled

4 mins
190

ଝଗଡାଟା ଏବେ ଆମ ଜୀବନର ଗୋଟିଏ ଅଭିନ୍ନ ଅଙ୍ଗ ପାଲଟି ଯାଇଥିଲା, ବାହାଘରକୁ ଜମାରୁ ଛଅଟି ମାସ ପନ୍ଦର ଦିନ କିନ୍ତୁ ସାଇନା ଆଉ ଅମିର ଭିତରେ ଶହେରୁ କମ ଥର ଝଗଡା ହେଇନଥିବ, ହବନି ବା କାହିଁକି, ଏଇ ଆଜି ଭଳି ଲାଗୁଛି ଅଫିସରୁ ଫେରୁ ଫେରୁ ଦୁହେଁ ଗୁପଚୁପ ଠେଲା ପାଖରେ ଅଟକିଲେ, ସାଇନା ପଚାରିଲା, ଅମ୍ରିତ ତମର ମିଠା ଗୁପଚୁପ ତ, ଅମିର ହସି ଦେଇକହିଲା ହଁ ଯାହା ଆଣୁଛ ଆଣ ଭୋକ ପ୍ରବଳ, ସେମିତି ବି ତମ ପସନ୍ଦ ବେଷ୍ଟ ନହେଲେ ମତେ କଉ ପାଇଥାନ୍ତ ଏତିକି କହି ଅମିର ଠୋ ଠୋ ହେଇ ହସିଲା, ସାଇନା ଟିକିଏ ଅଭିମାନୀ ଢଙ୍ଗରେ ଚାହାଣିକୁ ବଦଳେଇ ଲାଜରେ ନଇଁ ଗଲା ହଉ ହଉ ଆସ, ଗୁପଚୁପ ଗୋଟିଏ ପାଟିରେ ପୁରାଉ ପୁରାଉ ଅମିର କହିଲା ମତେ ବାହା ହବ?

ସାଇନା ହାତରୁ ପ୍ଲେଟଟି ଖସି ଗଲା, କଣ!

ହଁ ବାହା ହବ ମତେ, ପ୍ରମିଶ କରୁଛି ସବୁଦିନ ତମ ପସନ୍ଦର ଖାଇବି ତମ ପସନ୍ଦର ପିନ୍ଧିବି, ବାସ୍ ତମେ ମୋର ହେଇଯାଆ ପ୍ଲିଜ଼,.

ସାଇନା ଟିକିଏ ଚୁପ ରହି ପୁଣି ଉତ୍ତର ଦେଲା ହଁ ଯେ କିନ୍ତୁ ଘରେ ମୁଁ ତମ ବିଷୟରେ କିଛି କହିନି, ତାଙ୍କର ତୁମ ପ୍ରତି ଚିନ୍ତାଧାରା କିଛି ଠିକ ନାହିଁ ସେ କଣ ରାଜି ହେବେ, ହେ ତୁମେ ସେଟା ମୋ ଉପରେ ଛାଡିଦିଅ ଆଜି ମୁଁ ଯାଇକି ତୁମ ଘରେ ଦେଖା କରିବି, କିନ୍ତୁ ଏହା କହି ପୁଣି ସାଇନା ଚୁପ ରହିଲା,

ପୁଣି କିନ୍ତୁ କଣ, ଅମିର ତୁମ ଚାକିରି, ହଁ କଲେଜରୁ ଆଜି ଯାଏ ମୁଁ ତମର ସବୁ ଡିସିସନରେ ସାଙ୍ଗରେ ଅଛି କିନ୍ତୁ ତୁମର ଏଇ ଅଧିକା ଲୋଭ ସାଲାରୀର କଉଠି ତମକୁ ସ୍ଥାୟୀ ହେଇକି ରହିବାକୁ ଦେଲାନି, ଏମିତିରେ ବାହାଘର..

ଓ ହୋ ଏଥର ଯଉଠି ଅଛି ସେଠି ଆଉ ଛାଡିବିନି ପକା ପ୍ରମିଶ..

ବାସ ଅମିର ଘରେ ଦେଖା ହେଲେ ଆଉ କିଛିଦିନ ପରେ ବାହାଘର. ନୂଆ ନୂଆ ବସା ବାନ୍ଧିଥିବା ଦୁଇ ଚଢେଇ ଜୀବନର ଅନେକ ରଙ୍ଗକୁ ଅନୁଭବ କରୁଥିଲେ ଆଉ ଆନନ୍ଦ ନେଉଥିଲେ ସେ ଋତୁର ଯାହା ଥିଲା ପ୍ରେମର ଋତୁ, ମିଳନର ଋତୁ..

‌କିନ୍ତୁ କଥାରେ ଅଛି ନା ଋତୁ ପରିବର୍ତ୍ତନ ହୁଏ, ସବୁବେଳେ ସମୟ ଏକା ପ୍ରକାର ରହେନି... ଅମିର ଆଉ ସାଇନା ସମ୍ପର୍କ ଭିତରେ ପାରିଲିକ୍ଷିତ ହେଲା ପରିବର୍ତ୍ତନ, ଅମିର ଚାକିରୀ ଛାଡି ସାଇନା ଉପରେ ରୁବାବ ଦେଖାଉଥିଲା ସ୍ୱାମୀ ପଣିଆର, ଆଉ ସେପଟେ ସାଇନା ଘର ବାହାର ସବୁ ଦାୟିତ୍ୱ ନେଇ ଅକ୍ଲାନ୍ତ ହୋଇ ଭାବୁଥିଲା କଣ ଏଇ ବି ଜୀବନର ଗୋଟିଏ ରଙ୍ଗ.. ଅମିର ଆଉ ସାଇନାକୁ ବୁଝୁନି କି ତା କ୍ଲାନ୍ତ ଶରୀର ଉପରେ ଟିକିଏ ହାତ ବୁଲେଇ କହୁନି ଥକି କି ଆସିଛ ଟିକିଏ ଆରାମ କର, ବରଂ ତାକୁ ତା ଦେହର ଭୋକ ମେଣ୍ଟାଇ ବାକୁ ଗୋଟିଏ ସୁଯୋଗ ଲୋଡ଼ା ହଉଛି, ଆଉ ଥକି ଯାଇଥିବା ସାଇନାର ଶରୀର ଆଉ ଭାଙ୍ଗି ଯାଇଥିବା ମନ ଶକ୍ତି ଜୋଟେଇ ପାରୁନି ସେ ଅତର୍କିତ ଭାବେ ମାଡିଆସୁଥିବା ଢେଉକୁ ଅଟକାଇ ବାକୁ ଯାହା ତାକୁ କ୍ଷଣିକରେ ଖିନଭିନ୍ କରି ଦଉଛି.. ତା ପରେ ସେ ପୁରା ନିରବ ଆଉ ନିଚ୍ଛଳ ଆଖିରୁ ସେମିତି ଲୁହ ଗୁଡ଼ା ବହି ଯାଉଥାନ୍ତି ଅମାନିଆ ପରି.. ପଶ୍ଚାତାପ କରିବି ଲାଭ କଣ, ନିସ୍ପତି ତ ତାର ଥିଲା ଅମିରକୁ ନିଜ ଜୀବନରେ ଆଣିବାକୁ.. ହେଲେ କଥାରେ ଅଛି ଧୈର୍ଯ୍ୟ ବି ଦିନେ ଭାଙ୍ଗେ ଆଉ ତା ସହିତ ଉଜାଡି ଦିଏ ସବୁ ବନ୍ଧ ବାଡ଼. ସେ ଦିନ ସାଇନାର କ୍ଲାନ୍ତ ଶରୀର ଜବାବ ଦେଇ ଦେଇଥିଲା ଭାବିଲା ଆଜି ଯଦି ଅମିର ସ୍ପର୍ଶ କରେ ତାକୁ ସେ ସ୍ଵାମୀ ହବାର ଯଉ ଲକ୍ଷଣ ରେଖା ଟାଣିଚି ସେ ଲଙ୍ଘିଯିବ ସେ ରେଖା କୁ.କିନ୍ତୁ ପ୍ରତିଦିନ ପରି ଏଟା ବି ମନରେ ଭାବି ଚାଲିଥାଏ ଆଜି ଅମିର ନିହାତି ବୁଝିଥିବେ .କିଛି ତ ବଦଳିଥିବ.. ଯେମିତି ମଦୁଆ ମଦ ନିଶା ଛାଡିପାରେନି ସେମିତି ପ୍ରକୃତି ମଲେ ସରେ, ସେ ଦିନ ସାଇନା ଖୋଲିଲା ତା ପୁଟୁଳିରେ ବନ୍ଧା ସ୍ମୁତି ସବୁ , ମନେ ପକେଇଲା ସେ ପୁରୁଣା ଦିନ, ସେ ପ୍ରତିଜ୍ଞା, ସେ ଭଲପାଇବା ଯାହା ସବୁ ଅମିର ଦିନେ ତାକୁ ସନ୍ତକ କରି ଦେଇଥିଲା ଯାହାକୁ ସଜେଇ ସେ ଜୀବନରେ ଆଗକୁ ବଢିବାକୁ ଚାହିଁଲା କିନ୍ତୁ ଭାଗ୍ୟଠୁ ଅଧିକା ସମୟଠୁ ଆଗରେ କିଛି ମିଳିନି କାହାକୁ ସାଇନା ବି ଭାଗ୍ୟର ଦାସ ଥିଲା ସେ ବା କେମିତି ବାଦ ପଡିଥାନ୍ତା.. ଅମିର ତୁମକୁ ମୋର ଏଇ ଦେହ ଦରକାର ନା ନିଅ, ଟଙ୍କା ଦରକାର ଏଇ ନିଅ... ନିଜ ଦେହରୁ ଗୋଟିଏ ଗୋଟିଏ ବସ୍ତ୍ର ଖୋଲି ଚାଲିଲା ସାଇନା.. ନିଅ ଏଇ ଶରୀର ଦରକାର ନା ତା ଭିତରେ ଲୁଚି ଥିବା ଆତ୍ମା ଟେ ଯେ ନୀତି ତୁମ ପ୍ରେମରେ ଉବୁଟୁବୁ ହେଇ ଅଣନିଶ୍ୱାସୀ ହେଇ ଗଲାଣି ତାହା ତୁମେ ଜାଣିନ.. କାରଣ ଆକର୍ଷଣ କେବଳ ଶରୀର ଖୋଜେ ଆଉ ଆତ୍ମା ପ୍ରେମ.. ମୁଁ ଆକର୍ଷଣକୁ ପ୍ରେମ ଭାବି ଯଉ ଭୁଲ କରିଛି ତା ଦଣ୍ଡ ଆଜି ମତେ ମିଳିଛି.. ନିଅ ଉପଭୋଗ କର ଏ ଶରୀରକୁ ମେଣ୍ଟାଅ ତୁମ ଦେହର ଭୋକ, ଅଧିକାର ଯତାଅ ତୁମ ସ୍ଵାମୀ ହବାର...ଆଉ ହଁ ବାପା ହବାର ଭି ଅଧିକାର ଯାତାଆ ଏ ଶିଶୁ ଉପରେ ଯେ ଗର୍ଭ ଭିତରେ ନିଜ ଅସ୍ତିତ୍ୱ ଖୋଜୁଛି... ଅମିର ସ୍ଥାଣୁ ଆଉ ନିସ୍ତବ୍ଦ ଥିଲା, ଅତୀତର ଗୋଟିଏ ଗୋଟେ କଥା ସବୁ ତା ଆଖି ଆଗରେ ଭାସିଗଲା ଯେମିତି ସେ କେତେ ବଡ ପାପ କରିଛି ଭୋ ଭୋ ହେଇ କାନ୍ଦିଲା... ଯେମିତି ଆଜି କଉଠୁ ଗୋଟିଏ ଦିବ୍ୟ ଶକ୍ତି ତା ମନଟା ତଳରେଇ ଦେଲା ଗୋଟିଏ ଶକ୍ତ ପାହାଡ ଆଜି ଭାଙ୍ଗି ଚୁରମାର ହୋଇଗଲା... ସାଇନା ଆଖିରେ ଲୁହ ଥମୁ ନଥାଏ, ଅମିର ସାଇନାର ଦେହକୁ ଢାଙ୍କି ଦେଇ ଆଲିଘନ କଲା କିନ୍ତୁ ଆଜି ତା ସ୍ପର୍ଶରେ ଆକର୍ଷଣ ନୁହେଁ ବରଂ ପ୍ରେମର ବାସ୍ନା ଥିଲା... ଅମିର ଧୀର ଧୀର କଣ୍ଠରେ କହିଲା ମୁଁ ବାପା ହେଲି ସାଇନା ମୋ ଛୁଆ.... ସାଇନା ଓଠରେ ହସ ଥିଲା ସେ ଦେଖି ପାରୁଥିଲା ଅମିର ଆଖିରେ ବିଶ୍ୱାସ ଆଉ ଭଲପାଇବାର ଗୋଟିଏ ସ୍ପଷ୍ଟ ଚିତ୍ର..... ସତରେ ସବୁ ଝଡ ପରେ ଗୋଟେ ନୂଆ ଆରମ୍ଭ ହୁଏ, ଆଜି ଗୋଟିଏ ଝଡ ଦିଜଣକ ଜୀବନରେ ଗୋଟିଏ ନୂଆ ଆରମ୍ଭ ଆଣିଥିଲା, ଅମିର ବୁଝିପାରିଥିଲା ତାର ଭୁଲ ଆଉ ସାଇନା ଭି ସବୁ ପଛ କଥା ଭୁଲି ଅମିରକୁ ଦେଇଥିଲା ଗୋଟିଏ ନୂଆ ସୁଯୋଗ..... କଥାରେ ଅଛି ନା କଥା ମାଜିଲେ ମୋଟ ଆଉ ସଂସାରରେ ଝଡ ଆସେ ବିଶ୍ୱାସ ଟିକେ ଥିଲେ ସେ ଝଡ ବି ଗୋଟେ ନୂଆ ଆରମ୍ଭର କାରଣ ହେଇଥାଏ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Meenakshee Dash Panigrahi