Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Meenakshee Dash

Inspirational

3  

Meenakshee Dash

Inspirational

ଦାୟିତ୍ଵ

ଦାୟିତ୍ଵ

4 mins
44


ଆସିବି ବୋଲି କଥା ଦେଇଥିଲି ସେଥିପାଇଁ ତୁ କହିଥିବା ସବୁ ଜିନିଷ ଆଣିଛି, ଦେଖ ଶଙ୍ଖା, ନୂଆ ଶାଢ଼ୀ, ସିନ୍ଦୂର, ତୋ ମନ ପସନ୍ଦ ର ପାଉଁଜି ସବୁ ଆଣିଛି ।  ଏ ସବୁ କେତେ ଭଲ ପାଉ ତୁ ମୁଁ ଭଲରେ ଜାଣେ ସେଥିପାଇଁ କେତେ ଯତ୍ନ ରେ ଏସବୁ କିଣି ଆଣିଛି ।  ତୋ ବାହାଘର ପାଇଁ ଛୋଟଟି ବେଳୁ ସାଇତି ରଖିଛି ବାପା ଗଲେ ଯେ ଗଲେ ତୋ ବାହାଘର ଦାୟିତ୍ୱ ଦେଇ ଗଲେ, ତୁ ଆଜିଠୁ ତା ବାପା ଆଉ ଭାଇ ଦୁଇ ଟା ସମ୍ପର୍କ ତୁଲେଇବୁ ।  ଏ ପାଗିଳି କୁଆଡେ ଗଲୁ ଆରେ ଆଜି ରାକ୍ଷୀ ପରା ତୋ ଭାଇ ଆସିଛି କେତେ ଫୋନ କରିଛୁ ଭାଇ ମୋ ବାହାଘର ଏଟା ଆଣିବୁ ସେଟା ଆଣିବୁ ଦେଖ ନେଇ ଆସିଛି ତୁ କହିଥିବା ସବୁ ଜିନଷ ତାକୁ ଖୋଜୁ ଖୋଜୁ ସମୟ ବିତିଗଲା, ଟ୍ରେନ ଧରି ଆସିଛି କେତେ ଖୁସି ଆଜି କେତେ ବର୍ଷ ପରେ ତୋ ହାତରୁ ରାକ୍ଷୀ ବାନ୍ଧିବି, ନହେଲେ ଆଜି ଯାଏ ତୁ ପଠେଇଥିବା ରାକ୍ଷୀ କେତେବେଳେ ପାଖ ଘର ଭାଉଜ ବାନ୍ଧି ଦିଏ ତ କେତେବେଳେ ରୁମ ରେ ଥିବା ବନ୍ଧୁ । ସୁରତ ସିନା ପେଟ ପାଇଁ ଯାଇଥିଲି ମନ ସବୁବେଳେ ତୋରି ପାଖରେ । ହେ ଘରେ ପାଟି କରି କରି ଥକି ଗଲିଣି କେହି କୁଆଡେ ଦୁସୁ ନାହାନ୍ତି ଗଲେ କୁଆଡେ ଆଉ ବୋଉ ଧୀରେ ଧୀରେ ରୁମ ଭିତରକୁ ପାଦ ବଢ଼େଇଲା ରାଜୀବ ବୋଉ ଏ ବୋଉ ।


ପାଦରେ ବାସନ ଗୋଡ଼ା ବାଜିଲା, ଏ ବୋଉ ଅନ୍ଧାର କାଇଁ କରିଛୁ ରାତି ଅଧରେ ଆସି ପହଂଚିଲି ବୋଲି ରାଗିଲା କି ଫୁଲେଇ ଆଉରି ରାତି ବାକି ଅଛି ତାକୁ କହ ଆସୁ ତ ଆଗେ ଲାଇଟ ଅନ୍ କରିଦେଲା ରାଜେଶ ତା ଆଖି ଆଗରୁ ଜେମିତି ଜୋତି କିଏ ଛଡେଇ ନେଲା, ତଳେ ଅଚେତ ହୋଇ ପଡ଼ିଥିବା ବୋଉ ଆଉ ବିଛଣା ରେ ଅର୍ଦ୍ଧନଗ୍ନ ଶରୀର ଯାହାର ଦେହ ସାରା ରକ୍ତ ଜୁଡ଼ୁବୁଡ଼ୁ, ଦେହରେ କଉଠି ରାଁଚୂଡ଼ା ଦାଗ ତ କଉଠି ହରାଇଥିବା ଇଯତ ର ଚିହ୍ନ ଜଳ ଜଳ ହେଇ ଦିଶୁଥାଏ ରାଜୀବ କୁ, ତା ହାତରୁ ଖସି ପଡିଲା ସେ ଉପହାର ର ବାକ୍ସ ଟି ଚୁର ମାର ହେଇ ଭାଙ୍ଗି ଯାଉଥିବା ଶଙ୍ଖା ର ଶବ୍ଦ ତା କର୍ଣ୍ଣ ଭେଦ କରିପାରୁ ନଥିଲା । ପାଦ ଥରୁ ଥିଲା ତାର କେମିତି ଆଗକୁ ଯିବ ତା ଭଉଣୀ କୁ କଥା ଦେଇଥିଲା ତା ରକ୍ଷା କରିବ, ତାକୁ ଜୀବନ ସାରା ଖୁସି ଦବ ଝିଅ ପରି ପାଳି ଥିବା ଆଜି ତା ଭଉଣୀ ର ଅବସ୍ଥା ଦେଖି ସେ ହତବାକ, ବୋଉ ଅଚଳ ଅଙ୍ଗ ପଡି ଯାଇଛି କଉ ମା ତା ଆଖି ଆଗରେ ତା ଝିଅ ର ଧର୍ଷଣ ଦେଖି ତୁନି ରହିପାରିବ । କିଏ ବାହାହବ ସେ ଚିନ୍ତା ନଥିଲା ରାଜେଶ କୁ ବାସ ତା ଭଉଣୀ କୁ ସେ କେତେ ସୁରକ୍ଷା ଦେଇ ପାରିଲା ସେ ପ୍ରଶ୍ନ ତା ମନ କୁ ଦୋହଲାଉ ଥାଏ ।


ସକାଳ ପାଇଲା ରାକ୍ଷୀ ସବୁ ବିଛୁରି ହେଇ ପଡିଛି ବିଛଣା ରେ ରକ୍ତ ରେ ଜୁଡ଼ୁବୁଡ଼ୁ । ବୋଉ ଧୀରେ ଧୀରେ ସ୍ୱାଭାବିକ ହଉ ଥାଏ ଡାକ୍ତରଖାନା ରେ ପଡ଼ିଥିବା ରାଜେଶ ର ଭଉଣୀ ରାଣୀ ଜୀବନ ସାଙ୍ଗରେ ସଂଗ୍ରାମ କରୁଥାଏ । ରାଜେଶ ଦେଖି ପାରୁ ନଥାଏ ରାଣୀ ର ଅବସ୍ଥା ଏ ବୋଉ କିଏ ଏ ଅବସ୍ଥା କଲା ତୁ କହ ମୁଁ ଟିକ ଟିକ କରି ହାଣି ଦେବି ସେ ରାକ୍ଷସ ଗୁଡ଼ାଙ୍କୁ । ବୋଉ ଧିର କଣ୍ଠ ରେ କହିଲା ତୁ ଆସିବୁ ବୋଲି ଦିନରେ ପୂଜା ଭୋଗ କରି ତୋ ବାଟ ଚାହିଁ ବସିଥିଲା ତାପରେ ତୁ ଫୋନ କଲୁ ରାତି ଅଧା ହେଇଯିବ ପହଂଚୁ ପହଂଚୁ ହେଲେ ସେ ପାଗିଲି ସେମିତି ଭୋକ ଉପାସ ରେ ତୋ ବାଟ ଚାହିଁ ବସି ଥାଏ ରାତି ଅଧା ଆଗରୁ ଗୋଟିଏ କବାଟ ପାଖରେ ଶବ୍ଦ ହେଲା ମୁଁ ସୋଇଥାଏ ଏ ପାଗିଲି ତୁ ଭାବି କିଛି ଭାବି କିଛି ନ ଚିନ୍ତି ଦୁଆର କବାଟ ଖୋଲି ଦେଲା, ଦୁଆର ପାଖରେ କିଏ ଥିଲା କଣ ଥିଲା କିଛି ବୁଝିବା ଆଗରୁ ରାଣୀ କୁ ଟାଣି ନେଇ ଗଲି ମୋ ନିଦ ଭାଙ୍ଗିବା ଆଗରୁ ସବୁ ଶେଷ ଦୁଆର ମୁହଁରେ ଘୋଷାଡ଼ି ଘୋଷାଡ଼ି ହେଇ ଆସି ମୋ ପାଦ ତଳେ ପଡିଗଲା ମୁଁ ଦେଖିଲା ବେଳକୁ ଏଏଇ ଅବସ୍ଥା ରାକ୍ଷୀ ଦିଟା ହାତରେ ଧରି ଏତିକି କହିଲା ବୋଉ ଭାଇ କାଇଁ ଆସିଲାନି । ମୁଁ ମୁକ ପାଲଟି ଗଲି ତା କିଛି ସମୟ ପରେ ତୁ ଆସିଲୁ ରେ ପୁଅ ଟିକିଏ ସଅଳ ଅସିଥାନ୍ତୁ ସିନା ତୋ ଭଉଣୀ ଟା ବାଡ଼ୁଅ ହବା ଆଗରୁ ଲୋକ ହଂସା ହେଇ ଗଲା । ଏ ବୋଉ ମତେ କ୍ଷମା କରେ ହେଲେ ମୁଁ ସେମାନଙ୍କୁ ଛାଡିବିନି ହାଣି ଦେବି ଆଉ ତାପରେ ତୁ ଜେଲ ଯିବୁ ଆଉ ଆମ ମା ଝୁଅ ଦି ଟାଙ୍କୁ ଲୋକ ବାଟ ଚଲେଇ ଦେବେନି । ରାକ୍ଷୀ ବାନ୍ଧୁ ପରା ଆଜି ସେ ହାତ ରେ ତୋ ଭଉଣୀ କୁ ସାହା ହେ, ସେ ତୋ ଉନତି, ଆୟୁସ, ସୁଖ କାମନା କରି ଦି ଖିଅ ସୁତା ବାନ୍ଧି ଦିଏ ସେ ତୋ ଅମଙ୍ଗଳ ଚାହିଁବନି ବରଂ ତା ପାଖେ ପାଖେ ରହ । ବୋଉ ତୁ କଣ ଭାବୁଛୁ ଏ ଭାଇ ତା ଭଉଣୀ ର ହାତ ଛାଡି ଦବ । କଥା ଦେଉଛି ଯେ ଯାଏ ତାକୁ ତାର ସବୁ କିଛି ଫେରେଇ ନ ଦେଇଛି ମୁଁ ଏ ଜୀବନ ରେ କାହାକୁ ସାଥି କରିବିନି । ସମୟ ବିତି ଯାଇଛି ଆଜି ସେଦିନ ଭଳି ପୁଣି ରାକ୍ଷୀ ଆସିଛି ରାଜେଶ ହାତରେ ମାଳ ମାଳ ରାକ୍ଷୀ,   ହେଲେ ତାକୁ ଆଜି ଵି ଅପେକ୍ଷା ରାଣୀ କୋମା ରୁ ଉଠିବ ଆଉ ତା ହାତରେ ରାକ୍ଷୀ ବାନ୍ଧିବ ଆଜିବି ତାର ଆଶା ଆଉ ବିଶ୍ୱାସ ସବୁ ଠିକ ହବ । ସେ କଷ୍ଟ କୁ ଭୁଲିବା ପାଇଁ ଏବେ ରାଜେଶ ଗୋଟିଏ ସମୟ ବିତେଇବା ର ଭଲ ଉପାୟ ବାଛି ନେଇଛି । ରାତି ରେ ଫେରୁଥିବା ଝିଅ ମାନଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ । ପ୍ରତିଦିନ ଷ୍ଟେସନ, ଅଫିସ ଆଉ ଏମିତି କିଛି ନିଛାଟିଆ ଜାଗାରେ ଏକୁଟିଆ ହେଇଯାଇଥିବ ଝିଅ ମାନଙ୍କ ପାଇଁ ସେ ସାଜିଛି ରାଜେଶ ଭାଇ । . ଦାଇତ୍ୱ ନେଇଛି ଅନେକ ଭାଇ ମାନଙ୍କ ତାଙ୍କ ଭଉଣୀ ମାନଙ୍କୁ ସୁରକ୍ଷା ଦେବାର ଯେମିତି ଆଉ କୌଣସି ଭାଇ ତା ଭଉଣୀ ର ଏଭଳି ଦଶା ନ ଦେଖୁ । କାରଣ ସେ ଜାଣିଛି ଏଵେ ଵି ଦୁନିଆରେ ଏମିତି ଲୋକ ଅଛନ୍ତି ଯେ ନିଜ ଭଉଣୀ କୁ ସଂମାନ ଆଉ ଅନ୍ୟର ଭଉଣୀ ମାନଙ୍କୁ ଧର୍ଷଣ କରିବାକୁ ପଛାନ୍ତି ନାହିଁ ।


ଦିନ ସାରା ରାଣୀର ସେବା ପରେ ରାତିରେ ରାଣୀ ପରି ଅନେକ ଝିଅ ଙ୍କୁ ସୁରକ୍ଷା ତାର କର୍ତବ୍ୟ ପାଲଟି ଯାଇଥିଲା । ରାକ୍ଷୀ କେବଳ ସମ୍ପର୍କ ନୁହେଁ ଗୋଟିଏ ଦାଇତ୍ୱ ।


Rate this content
Log in

More oriya story from Meenakshee Dash

Similar oriya story from Inspirational