Meenakshee Dash

Inspirational

4.1  

Meenakshee Dash

Inspirational

ରାକ୍ଷୀ

ରାକ୍ଷୀ

7 mins
111


ପ୍ରତି ବର୍ଷ ପରି ଆଜି ବି ହୁଏତ ମାନି ପୁଣି ସେଇ ନଦୀ ତୁଠ କୁ ଯିବେ ତେଣୁ ବୋଉ ଏଥର ବି ହୁଏତ ମୁ ଯାଇପାରିବିନି ନାନୀ ପାଖକୁ  ତାକୁ ମନା କରିଦେବୁ ଆଉ କହିବୁ ମନ ଦୁଃଖ କରିବନି,ମୁ ଯିବା ଯାହା ସୁଶାନ୍ତ ବି ଯିବା ସେଇଆ ତା ।ଏହା କହି ଅମିତ ଡିଉଟି ବାହାରିଗଲେ ଆଉ ଏପଟେ ବୋଉ ଙ୍କ ମୁହଁ ରାଗ ରେ ନାଲି ମୁଁ କିନ୍ତୁ ଡରୁନି କାରଣ ଏ ତାଙ୍କର ପୁରୁଣା ଅଭ୍ୟାସ ଆଜି ନୁହେଁ ୪ ବର୍ଷ ହେଲା ଦେଖି ଆସୁଛି,ପ୍ରଥମେ ପ୍ରଥମେ ମତେ ଭାରି ଡର ଲାଗୁଥିଲା କିନ୍ତୁ ଅମିତ ମତେ ବୁଝେଇ ଥିଲେ,ବାହାଘର ପ୍ରଥମ ଦିନ ହିଁ ମତେ କୁହା ଗଲା ଶାଶୁ କୁ ଶାଶୁ ବାଲିଆ ଦେଖିବୁନି ମା ଭାବିବୁ ତେଣୁ ମୁଁ ମୋ ବୋଉ କୁ ଥଟା ରେ କହିଲା ଭଳି କହିଦେଲି ମା ତମର ତ ସବୁ ଚୁଟି ପାଚିଗଲାଣି ତମେ ମୋ ବୋଉ ଠୁ ବି ବୟସରେ ବଡ ତମେ ପୁରା ଟିପିକାଲ ଶାଶୁ ପରି ଲାଗୁଛ ତମକୁ ମା କେମିତି ଭାବିବି ମୋ ଶାଶୁ ପୁଣି ମିସ୍ ହେଇଯିବେ ଯେ।।


ଏହା ଶୁଣି ‘ସେଥରେ ଥିବା ସବୁ ବନ୍ଧୁ ବାନ୍ଧବ ମୁହଁ ରେ ଯାହା ଆସିଲା କହିଗଲେ,ଆଉ ବୋଉ ବି ରାଗ ରେ ନାଲି ଆଖି ଦେଖେଇ ଚାଲି ଗଲେ ଭିତରୁ ମୁଁ ଆଖିରୁ ଲୁହ ଝରେଇ ଝରେଇ କ୍ଲାନ୍ତ ହେଇ ଗଲିଣି।ଅମିତ ସାଙ୍ଗ ସାଥି ଙ୍କୁ ବିଦାୟ ଦେଇ ଆସିକି ମୋର ଏମିତି ରୂପ ଦେଖି ଚମକି ପଡିଲେ ଆଉ ମୁଁ ବି ଡେରି ନ କରି ଓଗାଳି ପକେଇଲି ସବୁ ତାଙ୍କ ଆଗରେ ।ଅମିତ ଠୋ ଠୋ ହେଇ ହସି ଚାଲିଲେ ଆଉ ତାଙ୍କ ହସ ଦେଖି ମୁଁ ବୋକୀ ଟା ପରି ଛିଡା ରହିଲି ଅମିତ ମୋ ପାଖକୁ ଆସି ହାତ ଧରି କୋଳେଇ ପକେଇ କହିଲେ ଆରେ ବୋକୀ ବୋଉ ଜମା ବି ତମ କଥା କୁ ଧରିବନି ସେ ବି ଦିନେ ବୁଝିଯିବେ ତମେ କେଡେ ବଡ ବୋକୀ।ମୁଁ କହିଲି ତମେ କଣ ମତେ ପରିହାସ କରୁଛ ଅମିତ ନା ନା ଜମା ନୁହେଁ,ହେଲେ ଆଜି ଗୋଟେ କଥା କହିବି ମନେ ରଖିବ ବୋଉ କୁ ବୁଝିବାକୁ ଚେଷ୍ଟା କରିବନି ତାକୁ ବୁଝେଇବାକୁ ଚେଷ୍ଟା କରିବ,କାରଣ ବୟସରେ ତୁମଠୁ ବଡ ହେଲେ ବି ପିଲାଳିଆମୀ ତାର ବହୁତ ତେଣୁ ତମେ ତାକୁ ନିଜ ଛୁଆ ପରି ଦେଖିବ ଆଉ ତା କଥା କେବେ ଧରିବନି ।ବାସ ଅମିତ ଙ୍କ ଏଏଇ ଗୋଟିଏ କଥା ମୁଁ ଆଜି ଯାଏ ମାନି ଆସିଛି ସଂସାର କଲେ ବୋହୁ କିଛି ସାମ୍ନା କରିବକୁ ବାକୁ ପଡିବ ଆଉ ନୂଆ ସମ୍ପର୍କ କୁ ପୁରୁଣା ହବାକୁ ସମୟ ନିଶ୍ଚୟ ଲାଗିବ ।ଏହା ଭାବି ମୁଁ ଆଉ ବୋଉ ମା ଝିଅ ସମ୍ପର୍କ ନେଇ ବଢି ଚାଲିଛୁ ଆଜି ଝିଅ ରାଗିଛି ମା ତ ବୁଝେଇବ ନା ମୁଁ ମା ଙ୍କ ପାଖକୁ ଚା କପ ଟିକୁ ନେଇ ପାଖକୁ ଗଲି ଆଉ କହିଲି ବୋଉ ତମେ ଚିନ୍ତା କରନି ମୁଁ ତମ ପୁଅ ଙ୍କୁ ନିଶ୍ଚୟ ନାନୀ ଙ୍କ ପଖକୁ ପଠେଇବି।ବୋଉ ଙ୍କ ମୁହଁରେ ସଂଗେ ସଂଗେ ଶୀତଳ ପଡିଗଲା ମୁଁ ବି ମୋ କାମ ସାରି ଚାଲିଲି ଅଫିସ ।


ରାତିରେ ଅମିତ ଆସିଲେ,ମୁଁ ତାଙ୍କୁ କହିଲି ଅମିତ ସବୁ ବର୍ଷ ତମକୁ ମନା କରୁଛି ପୁଣି ତମେ କାହିଁକି ସେଇ ଜିଦ କର,ତମର ବି ଗୋଟିଏ ବୋଲି ଭଉଣୀ ତାଙ୍କର ଇଚ୍ଛାକୁ ମୁଁ ବୁଝିପାରୁଛି ।ଅମିତ - ଆଉ ତମ ଇଚ୍ଛା ମାନି,ତା ଭାଗ୍ୟ ତ ତମଠୁ ଉଚା ରେ ୨ଟା ଭାଇ ପାଇଛି ସେ ଆଉ ତମେ ତମର ତ ଗୋଟିଏ ମାତ୍ର ଭାଇ ଆଉ ସେ ବି ତମଠୁ ଆଜି ବୋହୁ ଦୂରରେ,ମୁଁ ଦେଖିଚି ପ୍ରତିଦିନ ତୁମେ କେମିତି ନିଆ ରେ ଜଳି ପୋଡି ନିଜକୁ ବି ଭିତରୁ ଜଳି ଜଳି ଯାଉଛ ଆଉ କେହି ଦେଖନ୍ତୁ କିମ୍ବା ନାଇଁ ସ୍ୱାମୀ ହିସାବରେ ମୁଁ ନିଶ୍ଚୟ ବୁଝି ପାରୁଛି ଏତିକି କହିଲା ବେଳକୁ ମାନି ର ଆଖିରେ ଯମୁନା ମୁଁ ସେ କଥା କୁ ବୁଲେଇ ଦେଇ ଅଫିସ ର ଅନ୍ୟ ଆଡୁ କଥା ଆଣି ତାଙ୍କୁ କହିଲି ସେ ହସିଲେ କିନ୍ତୁ ମନରୁ ନୁହେଁ,ମୁଁ ବି ବେଶ ଜାଣିଛି ଆଜି ତାଙ୍କୁ ନିଦ ହବନି ରାତି ସାରା। ଅପେକ୍ଷା ଯଦି ଅଛି ଖାଲି ସେ ଦିନକୁ ରାକ୍ଷୀ।

ପ୍ରତି ବର୍ଷ ରାକ୍ଷୀ ସମସ୍ତଙ୍କ ଧୁମ ଧାମ ରେ ପାଳନ ହୁଏ,କୌଣସି ଜାତି,ଧର୍ମ କିମ୍ବା ରଙ୍ଗ ର ପର୍ବ ନୁହେଁ ଭାଇ ଭଉଣୀ ଙ୍କ ଅତୁଟ ପ୍ରେମ ର ସମ୍ପର୍କ ଏ ରାକ୍ଷୀ ସମ୍ପର୍କ,ଏମିତି ଏକ ସମ୍ପର୍କ ଯାଉଥିରେ ପ୍ରେମ ଉପରେ ନା କଳଙ୍କ ଥାଏ ନା ଅବିଶ୍ୱାସ,ଏମିତି ଗୋଟେ ବନ୍ଧନ ଯାହା ସତ ଜନ୍ମ ପାଇଁ ନୁହେଁ ବରଂ ଗୋଟିଏ ଜନ୍ମ ରେ ସାତ ଜନ୍ମ ର ଖୁସି ଦେବାକୁ ସଂକଲ୍ପ ନିଆ ଯାଏ।ବାପା ମା ପରେ ଯାଉ ସମ୍ପର୍କ ନିସ୍ଵାର୍ଥ ପରତା ଥାଏ ସେ ହଉଚି ଭାଇ ଭଉଣୀ ର । ମିନା ର ପ୍ରେମ କୁ ମୁଁ ବୁଝି ପାରିଥିଲି କାରଣ ମୁଁ ବି କାହାର ଭାଇ ଥିଲି ।ରାତି ପହିଲା ବେଳକୁ ମିତା ରେଡି କାମ ଦାମ ସାରି ମୁହଁରେ ଖିଲି ଖିଲି ହସ ,ଏ ଉଠ ଆଜି ରାକ୍ଷୀ ଆଣିବାକୁ ଯିବା ପରା ତମର ମାନେ ନାଇଁ କି ।ମୁଁ ଏକା ଚାଲି ଯାନ୍ତି ଜେ ହେଲେ ତମେ ତ ଜାଣିଛ ଏ ବେଶୀ ଗୋଡା ଜିନିଷ ଦେଖିଲେ ମୁଁ ବାଉଳା ହେଇ ଯାଏ ଆଉ ମତେ ମୋ ଜୟ ପାଇଁ ସବୁଠୁ ବେଷ୍ଟ ରାକ୍ଷୀ ଆଣିବାର ଅଛି ପ୍ଲିଜ ଚାଲ ନା ।ଅମିତ - ହଁ ବାବା ଜାଣିଚି,ତମକୁ ମୁଁ କଣ ଜେନି ଜେ ଏତେ କାଇଁ ବୁଝାଉଛ ମୁଁ ଏଏଇ ଗଲି ଆଉ ରେଡି ହେଇକି ଆସିଲି ।ମାର୍କେଟ ରୁ ସବୁ ଦୋକାନ ଅଣ୍ଡାଳି ସବୁଠୁ ବେଷ୍ଟ ରାକ୍ଷୀ,ମିଠା ଆଉ ଉପହାର ଏମିତି ଅନେକ କିଛି ଆଣିବାରୁ ଘରେ କୁ ଆସୁ ଆସୁ ବିଳମ୍ବ ହେଲା,ବୋଉ ରାଗି ନଥିଲେ କାରଣ ମାନି ମୋ ସହିତ ଥିଲେ।ରାତି ସାରା ମାନି ଙ୍କ ଆଖିରେ ନିଦ ନାଇଁ କାରଣ କାଲି ପୁଣି ବର୍ଷେ ପରେ ସେ ତାଙ୍କ ଭାଇ ଙ୍କ ସଙ୍ଗରେ ଦେଖା ହେବେ,ସେଇ ନଦୀ କୁଳ ରେ ଭାଇ ଭଉଣୀ ଙ୍କ ମିଳନ ହବ ଅତୁଟ ମିଳନ, ମୁଁ ବି ଉଛୁକ ଥାଏ ଦି ଜଣକ ଆନ୍ତରିକତା ଦେଖିକି ମୋ ଆଖିରେ ବି ଲୁହ ଝଲକ ଆସିଯାଏ।କେବେ ଜୟ କୁ ଆଖିରେ ଦେଖିନି ଖାଲି ଯାହା ମାନି ଙ୍କ ଠାରୁ ଶୁଣିବା କଥା କାରଣ ମୁଁ ମାନି ଙ୍କୁ ନେଇ ନଦୀ କୂଳ ରେ ଛାଡି ଦିଏ ଆଉ ଚାଲି ଆସେ ଦୁରକୁ କାରଣ ସେ ଯାଉ ଆଖିରେ ଜୟ ଙ୍କୁ ଦେଖିପାରନ୍ତି ମୁଁ ସେ ଆଖି ପାଇନି ବୋଧ ହୁଏ କେମିତି ବି ଭାଇ ଭଉଣୀ ଙ୍କ ଭିତରେ ମୁଁ କାଇଁ ଅଡୁଆ କରିବି ବର୍ଷ କୁ ଥରେ ତ ଖାଲି ମତେ ଏକା ଛାଡିବାକୁ ସୁଯଗ ମିଳେ।କାରଣ ମାନି ଙ୍କୁ ଦେଖିଯିବା ସମୟ ରେ ତାଙ୍କର ଏଇ ଗୋଟିଏ କଣ୍ଡିସନ ଥିଲା ତାଙ୍କୁ ରାକ୍ଷୀ ଦିନ ବେଦବ୍ୟାସ ନଈ କୂଳକୁ ଏକା ଯିବାକୁ ଆଉ ରାକ୍ଷୀ ବାନ୍ଧିବାକୁ ଅନୁମତି । ମୋର ଆପତ୍ତି ନଥିଲା କିନ୍ତୁ ନଈ କୁ ରାକ୍ଷୀ ମୁଁ କିଛି ବୁଝି ପାରିନଥିଲି କିନ୍ତୁ ପ୍ରଶ୍ନ ବି କରିନଥିଲି କାରଣ ମାନି ଙ୍କୁ ପ୍ରଥମ ଥରର ଦେଖି ମୋ ହୃଦୟ ରେ କିଛି ଅନୁଭାବ ହେଲା ଆଉ ତାହା ବିଶ୍ୱାସ ଥିଲା ।ମୁଁ ଚୁପ ଚାପ ମାନି ଙ୍କୁ ଛାଡି ଚାଲି ଆସିଲି ଆଉ ସିମିତି ତାଙ୍କୁ ଅପେକ୍ଷା କଲି ।କାରଣ ତାପରେ ମତେ ବହୁତ କିଛି ଶୁଣିବାର ଥିଲା ମାନି ଙ୍କ ଠାରୁ।ସଞ୍ଜ ହେଇଯାଇଥାଏ ମାନି ଆସିଲେ ମନ୍ଦିର ବେଢା ରେ ମୁଁ ସୋଇପଡ଼ିଥାଏ ମାନି ଆସି ମତେ କୁଣ୍ଢେଇ ପକେଇକି ବହୁତ କାନ୍ଦିଲେ,କିନ୍ତୁ ସବୁ ଥର ସେ ଖୁସି ହେଇ ଆସନ୍ତି ଏଥର ଲୁହ କିନ୍ତୁ ମୁଁ କିଛି ନ ପଚାରି ଚାଲିଲି ମାନି ଙ୍କୁ ସଙ୍ଗରେ ନେଇ ,ମାନି ସେମିତି ଚୁପ ଆଉ ନିରବ ୪ ଦିନ ବିତି ଯାଇଥାଏ ମୁଁ ମାନି ଙ୍କୁ ପଚାରିଲି ମାନି କଣ ହେଇଛି ମତେ କୁହ,ଘରେ ସବୁ ବେସ୍ତ ହେଲେଣି ତମ ଏ ରୂପ ଦେଖିକି,ଅଫିସ ରୁ ବି ଛୁଟି ନେଇଛି ଅନ୍ତତଃ ଏତିକି କୁହ ତମ ଭାଇ ଏମିତି କଣ କହିଲେ ଜେ ତମେ ସ୍ଥାଣୁ ପାଲଟି ଯାଇଛ,ମାନି ନିଜ ନୀରବତା ଖୋଲିଲେ କହିଲେ ଜୟ କହୁଛି ଆଉ ଆସିବନି ସେ ରାକ୍ଷୀ ବାନ୍ଧିବାକୁ ସେ କାଳେ ବହୁତ କଷ୍ଟ ପାଉଛି,କିନ୍ତୁ ମତେ କରିଥିବା ପ୍ରମିଜ କୁ ସେ ଭାଙ୍ଗି ପାରୁନି ତେଣୁ ସେ ଯାଇ ପାରୁନି,ମାନି -ଅମିତ ମୁଁ ବୁଝିପାରୁନି ମୋ ପାଇଁ ସେ କେମିତି କଷ୍ଟ ପାଉଛି ତମେ କୁହ କେବେ କଉବଡ ଭଉଣୀ ତା ସାନ ଭାଇ କୁ କଷ୍ଟ ଦେଇ ପାରେ।ଆରେ ଛୋଟ ଟି ବେଳୁ ବୋଉ ପରି ତାକୁ ଗେଲ୍ହା ବସରକରିଛି ,ନିଜ ମମତା ରେ ତାକୁ ବାନ୍ଧି ରଖିଛି,ବାପା କିଛି ଆଣିଲେ ନିଜେ ନ ଖାଇ ତାକୁ ଦେଇଛି।ତା ଭଲ ମନ୍ଦ ସବୁ କଥାରେ ତା ସଙ୍ଗରେ ଛିଡା ହେଇଛି ସେ କହୁଛି ଛାଡିଦବ କେମିତି,ଜାଣିଚି ସେ ମତେ ଚିଡ଼ଉଛି।ଘରେ ବାପା ବୋଉ ମୁଁ ଆଉ ଜୟ ଛୋଟିଆ ସଂସାର,ଅନେକ ପୂଜା କରି ବୋଉ ଜୟ କୁ ପାଇଥିଲେ ମୋ ଠୁ ୯ ବର୍ଷ ସାନ ସେଇ ,ହେଲେ କେବେ ବି ଭାଇ ଭଉଣୀ ଭଳି ବଦମାସ କରିବା ଛାଡିନୁସବୁ କଥା ଆଗେ ସେ ମତେ ଆସି କହେ ଆଉ ଜାଣିଛ ଅମିତ ରାକ୍ଷୀ ଦିନ ସେ ବଦମାସ ବାପା ଙ୍କ ପକେଟ ରୁ ଟଙ୍କା ନେଇ ମୋ ପାଇଁ ଗିଫ୍ଟ ଆଣେ । ସାମ୍ନା ରେ ମୁଁ ଖୁସି ଜାହିର କରେନି କିନ୍ତୁ ମନ ମୋର ଖୁସି ରେ କାନ୍ଦୁ ଥାଏ ।ତା କଳଲେଗେ ର ସବୁ ଘଟଣା ଓ ମୁଁ ମୋ ସାଙ୍ଗ ମାଙ୍କ ସବୁ ଦୁଷ୍ଟାମୀ ସେଆର କରୁ ।ବେଳେ ବେଳେ ମୋ ଆଖି ଲୁହ ଦେଖି ସେ ବାପା ଙ୍କ ପରି ମତେ ବୁଝାଏ ଧର୍ଯ୍ୟ ଦିଏ ।ଆଉ ଆଜି କହୁଛି ଚାଲିଯିବ ମତେ କିଏ ବୁଝେଇବ।ସେ ଦିନ ବି ମୁଁ ବାପା ଙ୍କ ଅନୁମତି ବିନା ତାକୁ ଯିବାକୁ ଦେଲି କିନ୍ତୁ ତା ବଦମାସୀ ତାକୁ ଘର ଠାରୁ ଅନେକ ଦୁରକୁ ନେଇଗଲା ଆଜି ଯାଏ ସେଇ ଦୁଃଖ ମୋ ମନ ରୁ ଯାଇନି,ବୋଉ ଦିନରାତି ବାହୁନି ବାହୁନି ରୋଗୀନି ହେଇଗଲାଣି ବାପା ବାହାରୁ ପାହାଡ ସାଜି ଭିତରୁ ଚୁର ମାତ୍ର ହେଇଗଲେଣି ସବୁ ମୋ ଭୁଲ ପାଇଁ,ଭାବେ ବେଳେ ବେଳେ ହୁଏତ ସେ ଦିନ ମୁଁ ତାକୁ ଯିବାକୁ ନ ଦେଇଥିଲେ ଆଜି ସେ ଘରେ ଆମ ପାଖରେ ଥାନ୍ତା,ମତେ ଏମିତି ଲୁଚି ଲୁଚି ତାକୁ ଦେଖା କରିବାକୁ ଯିବାକୁ ପଡ଼ନ୍ତାନି ।ଘରୁ ଦୁରେଇ ଯାଇଛି ମୋ ଠୁ ବି ଦୂରେଇଯିବ ଯଦି ସେ କେମିତି ରହିବ।ମୁଁ ଜାଣିଛି ଘରେ କେହି ବି ବିଶ୍ବସ କରୁନାହାନ୍ତି ଜୟ ଅଛି ବୋଲି ତମେ ତ ଜାଣିଛ ସେ ଅଛି ତମେ ବୁଝା ତାଙ୍କୁ ଲୋକ ମତେ ପାଗିଲି ଭାବୁଛନ୍ତି କିନ୍ତୁ ମୁ ହିଁ ଜାଣିଛି କିଛି ସମ୍ପର୍କ ଦୁନିଆ ଆଗରେ ଦୁରେଇ ଗଲା ଭଳି ଲାଗିଲେ ମଧ୍ୟ ମନ ରୁ ଦୁରେଇ ନଥାଏ ।ତାପାଇଁ ଦୁନିଆ ମତେ ପାଗିଲି କହୁ କି ବୋକୀ ମୁଁ ରାଜି ଅଛି କାରଣ ମୁଁ ଜାଣିଛି ମୋ ଭଲପାଇବା ଥିଲା ରହିଥିବ,।।।ଅମିତ -ସେମିତି ନିରବ ଥାଏ,କାରଣ ସେ ବି ଜାଣିଛି ମାନି ନଇଁ ତୁଠ ରେ କଥା ହେବାସମୟରେ ତାଙ୍କୁ ମାନି ବ୍ୟତୀତ କେହି ଦେଖା ଜାନ୍ତିନି କିନ୍ତୁ ମାନି ଙ୍କ ବିଶ୍ୱାସ ରେ ମୋର ବିଶ୍ୱାସ ଅଛି ।


ଜୟ +୨ ପରୀକ୍ଷା ସାରି ଛୁଟି ରେ ବୁଲା ବୁଲି କରୁ ଥାଏ,ସେଇ ସମୟରେ ଜୟ ଆଉ ତାର କିଛି ସାଙ୍ଗ ମିଶି ଯାଇଥାନ୍ତି ବେଦବ୍ୟାସ ନଈ ପାଣି ରେ ଖେଳୁ ଖେଳୁ ଭଉଁରୀ ଟାଣି ନିଏ ଜୟ କୁ ।ବାକି ୩ ଜଣଙ୍କୁ ଉଦ୍ଧାର କରନ୍ତି ପୋଲିସ ମାନେ କିନ୍ତୁ ଜୟ ଆଉ ଫେରିଲାଣି ଘରେ ଏ ଖବର ପାଇ ସବୁ ଧାଇଁ ଥିଲେ କିନ୍ତୁ ମାନି ଜାଣିଥିଲେ ତାଙ୍କ ଭାଇ ନିଶ୍ଚୟ ଆସିବ କାରଣ ଜୟ ତାଙ୍କୁ କଥା ଦେଇଥିଲା ରାକ୍ଷୀରେ ସେ ନିଶ୍ଚୟ ତା ହାତରେ ରାକ୍ଷୀ ପିନ୍ଧିବ ସେ ବି ମାନି ହାତରୁ ତେଣିକି ସେ ଯଉଠି ଥାଉ ଯୁଆଡେ ଯାଉ ଆଉ ଆଜି ୪ ବର୍ଷ ହେଲା ମାନି ଠିକ ସେଇ ଘାଟ କୁ ରାକ୍ଷୀ ନେଇ ଯାନ୍ତି ।କଥା ହୁଅନ୍ତି ରାକ୍ଷୀ ବାନ୍ଧନ୍ତି ,ଅନେକ ପ୍ରେମ ଦିଅନ୍ତି କାରଣ ସେ ତାଙ୍କ ଭାଇ ନୁହେଁ ସନ୍ତାନ ଥିଲା।ଆଉ ଜୟ ପାଇଁ ମାନି ତା ଜୀବନ,ଜୟ ର ଶରୀର ତାକୁ ଛାଡି ଦେଇ ଥିଲା ସିନା କିନ୍ତୁ ତା ଆତ୍ମା ଯାଇ ପାରିନଥିଲା କାରଣ ତା ଜୀବନ ମାନି ଥିଲେ ମୁଁ ଜାଣିନି ଜୟ ଅଛନ୍ତି ନା ନାହାନ୍ତି କିନ୍ତୁ ଆଜି କୁ ୧୫ ବର୍ଷ ହେଇଗଲାଣି ମାନି ସିମିତି ପ୍ରତ୍ୟକ ରାକ୍ଷୀ ରେ ଯାନ୍ତି ଏ ଭଳି ପ୍ରେମ ବିରଳ ଯାହା ସାଧାରଣ ମନୁଷ୍ୟ ହୋଇ ଆମେ ବୁଝିପାରିବାନୀ,କିନ୍ତୁ ମୁଁ ବି ନାନୀ ଘରକୁ ରାକ୍ଷୀ ବାନ୍ଧି ବାକୁ ଗଲି କାରଣ ସେ ସମ୍ପର୍କ ଆଉ ତାହାର ଆନ୍ତରିକତା କେବଳ ଜଣେ ଭାଇ ଭଉଣୀ ହିଁ ବୁଝିପାରିବେ ଜଉଟା ମତେ ମାନି ବୁଝେଇ ଥିଲେ କୌଣସି ବି ସମ୍ପର୍କ ବିନା ପ୍ରେମ ର ଅସମ୍ପୂର୍ଣ୍ଣ ରାକ୍ଷୀ ଟା କେବଳ ଡୋରି ପବିତ୍ରତା ର ପ୍ରେମ ର ଭଲପାଇବାର ତ୍ୟାଗ ର।


Rate this content
Log in

Similar oriya story from Inspirational