Meenakshee Dash

Tragedy Others

4.6  

Meenakshee Dash

Tragedy Others

ସିନ୍ଦୁକ

ସିନ୍ଦୁକ

10 mins
312




‌ସକାଳୁ ଉଠି ମୁ ଗେରେ ଗେରେ ହଉଥାଏ, ସୁଜିତ ଙ୍କ ପାଇଁ ଏଟା ନୂଆ ନୁହେଁ, ପାନ ରୁ ଚୂନ ଖସିଲା ମାନେ ମୋର କିମିଆ ହେଇଯାଏ ଆଉ ବିରକ୍ତି ହବା, ମନେ ମନେ ଗାଳି ଗୁଲଜ ଦେବା ଥୟ କିନ୍ତୁ ଆଜି ଏପରି ପରିସ୍ଥିତି ର ଦାଇ କିଏ ତାହା ସୁଜିତ ଖୋଜିବାରେ ଲାଗିଥାନ୍ତି କିଛି ବୁଝି ନ ପାରି ଶେଷରେ ଉଙ୍କି ମାରୁଥିବା ପ୍ରଶ୍ନ କୁ ପଚାରି ଦେଲେ କିହୋ କଣ ହେଇଚି ସକାଳୁ ଦେଖୁଚି ଗେରେ ଗେରେ ହଉଛ କିଏ କଣ କହିଲା କି, ସେ ପାଖ ଘର ମାଉସି ପୁଣି ପିନ୍ଧା ପିନ୍ଧି କୁ ନେଇ ଆକଟ କଲେ ନା ଜେଲିଆନା ତମଠୁ ଦାମିକା ଲୁଗା ଆଣି ତୁମ ଚକ୍ଷୁ ଆକର୍ଷଣ କଲା. ମୋ ମୁହଁ ଆଉରି ଲାଲ ପଡିଯାଉଥାଏ ତାକୁ ଦେଖି ସୁଜିତ ଚୁପ ରହିଲେ.. ମୁ ବାରମ୍ବାର ପଚାରିବାରୁ ବିରକ୍ତି ହେଇ କହିଲି କାଇଁ ତମେ ଜାଣିନ ମୋର କଣ ହେଇଚି, ସେ ପାଖ ଘର ମାଉସି ଙ୍କୁ ମୁ ସମ୍ଭାଳି ପାରେ ମୋ ଶବ୍ଦ ର କ୍ଷିପ୍ର ଅସ୍ତ୍ର ପ୍ରୟୋଗ କରି ଆଉ ସେ ବିଦେଶିନୀ ତାକୁ କଣ ଜଣା ଆମ ଦେଶ ର ବେଶ ବୁସା ଯେ ସେ ମତେ ଦେଖେଇବ କି କହିବ କଥା ତ ଅଟକିଛି ତମ ପାଖରେ, ଦୁଇ ବର୍ଷ ରୁ ଅଧିକା ହେଲାଣି ମଣିଷ ଘର ମାଟି ମାଡିନି କି ଯେ ମଣିଷ ବିଦେଶ ରେ ଆସି ରହିଲା ନିଜ ଦେଶ, ଘର ଜାଗା ବାପା ମା ଭାଇ ଭଉଣୀ ବନ୍ଧୁ ପରିଜନ ସବୁ ସାତ ପର ପରି ଲାଗୁଛନ୍ତି.. ସବୁଠୁ ଦୁଃଖ ବୋଉ କୁ ଦେଖିନି ଛ ମାସ ଉପରେ ହବନି ତା ଅପେରସନ କିନ୍ତୁ ଖାଲି ଯାହା ଏ ଏଇ ଫୋନ ଟି ସାହାରା.. ବିଦେଶ ଆସିବି ରହିବି ସବୁ ସ୍ବପ୍ନ ଆଖିରେ ବୁଲୁଥିଲା, ଚାକ ଚକମ ଆକୃଷ୍ଟ କରିଥିଲା ସେଥିପାଇଁ ତ ଘରେ କେତେ ଝଗଡା ବାଲେଶ୍ୱର ସୁଦୂର ଗାଁ ରୁ ଆଜି କାଲିଫୋର୍ନିଆ ଦୂରତା ବହୁତ ଥିଲା କିନ୍ତୁ ସ୍ବପ୍ନ ଯେ କି ସବୁ ଜଟିଳ ରାସ୍ତା କୁ ସରଳ କରିଦିଏ ମୋର ବି ସେମିତି କିଛ ଥିଲା ବାଲେଶ୍ୱର ରୁ ବାଙ୍ଗାଲୋର ଆଉ ବାଙ୍ଗାଲୋର ରୁ କାଲିଫୋର୍ନିଆ.. ଅତି ସହଜରେ ଅତିକ୍ରମ ହେଇଗଲା.. ସୁଜିତ ମୁ ଏକା ସାଙ୍ଗରେ ପଢ଼ୁଥିଲୁ ସେଠୁ ଦେଖା ଚିନ୍ହା ତାପରେ ପ୍ରେମ.. ଦିଜଣ ଙ୍କ ସ୍ବପ୍ନ ବି ଏକା ପ୍ରକାର ତେଣୁ ସୁଜିତ ପୁନେ ଆଉ ମୁ ବାଙ୍ଗାଲୋର ଜବ ପରେ ବାହାଘର ହେଇଯାଇଥିଲା ତା କିଛି ଦିନ ପରେ ସୁଜିତ ଙ୍କୁ ଅଫର ଆସିଲା ବିଦେଶ ରୁ ସେ ଦିନଠୁଁ ଆଜି ଯାଏ ଏଟା ହିଁ ଆମ ଠିକଣା, କିନ୍ତୁ ଦୀର୍ଘ ପାଞ୍ଚ ବର୍ଷ ଭିତରେ ଆମେ ଦୁଇ ତିନି ଥର ଘର ଆଡେ ଯାଇଥିବୁ ସେଥିପାଇଁ ମନ ଟା ପରିବର୍ତ୍ତନ ହେଇଯାଏ କିନ୍ତୁ କରୋନା ର ବିପଦ ଆଜି ସେ ସୁଯୋଗ ବି ଆମ ହାତରୁ ଛଡାଇ ନେଇଗଲା, ଦୀର୍ଘ ତିନି ବର୍ଷ ରୁ ଉର୍ଦ୍ଧ ହବ ନା ଘରକୁ ଯାଇଛି ନା ବୋଉ ବାପା ଙ୍କ ସେ ଆଲ୍ହାଦ ଟିକିଏ ପାଇ ପାରିଛି.. ସେ ଫୋନ ରେ ଟିକିଏ ଦେଖା ଚାଁହା ହେଇଯାଏ ତାହା କିନ୍ତୁ ଯଥେଷ୍ଟ ନୁହେଁ..

ଆଗକୁ ସାବିତ୍ରୀ ଏଥର ସାବିତ୍ରୀ ଯେମିତି ଘରେ ପାଳନ କରିବି ସେ କଥା ମୋ ମୁଣ୍ଡରେ ଅଛି ସେଥିପାଇଁ ସୁଜିତ ଙ୍କୁ ବୁଝେଇବା ପାଇଁ ଏଟା ଗୋଟିଏ ରାସ୍ତା,ଏ ରାସ୍ତା ମତେ ମୋ ବୋଉ ର ସ୍ନେହ ଦବ.ସତକୁ ସତ ସେଇଆ ହେଲା ଆଉ ସୁଜିତ ମୁ ସବୁ ଯାଇ ପହଂଚିଲୁ ଭୁବନେଶ୍ୱର ରେ.. ମୁ ବହୁତ ଖୁସି ଥାଏ ଅନେକ ଦିନ ପରେ ସବୁ ମିଶିବୁ ହସ ଖୁସି ହବ.. କିନ୍ତୁ ବାପା ଙ୍କ ସଂସ୍କାର ହିସାବରେ ମତେ ପ୍ରଥମେ କିଛି ଦିନ ଶଶୁର ଘରେ ରହିବାକୁ ପଡିଲା ମୁ ଆଉ କାଳ ବିଳମ୍ବ ନକରି ଶଶୁର ଘରେ ଛଅ ସାତ ଦିନ ରହି ଆସିଗଲେ ଆମ ଘରକୁ.. ସୁଜିତ ଙ୍କ କଥା ହିସାବରେ ବୋଉ ବାପା ଙ୍କୁ ସରପ୍ରାଇଜ ଦବା ପାଇଁ ଘରେ କିଛି କହିନଥିଲି, ମୁ ଜାଣିଛି ବୋଉ କୁ କିଛି କଥା ଲୁଚେଇବା ମୋ ପାଇ କେତେ କଷ୍ଟ ହେଲେ ବି ତା ମନରେ ମୁହଁ ରେ ସେ ଖୁସି ଦେଖିବା ପାଇଁ ମୁ କହିନଥିଲି ବୋଉ କୁ କିଛି. ବୋଉ ଆମ ଦିଜଣ ଙ୍କୁ ଦେଖି କି ଆଗେ ଆବା କାବା ହେଇ ଚାହିଁ ରହିଲା, ନା ତା ମୁହଁରେ ହସ ଥିଲା ନା ରାଗ, ଯେମିତି ସେ ଚାହୁଁ ଚାହୁଁ ତା ଆଖି ଆଗରେ ଗୋଟିଏ ଅସମ୍ଭବ ଜିନିଷ ଟା ଘଟି ଗଲା.. କିଛି ସମୟ ସେମିତି ରହିଲା ପରେ ଅନର୍ଗଳ ପ୍ରଶ୍ନ ର ପେଡି ଖୋଲି ଦେଲି ମୋ ପାଖରେ ସବୁର ଉତ୍ତର ଥାଇକି ଭି ମୁ ସବୁ କିଛି ଠେଲି ଦେଲି ସୁଜିତ ଙ୍କ ପାଖକୁ ସିଧା ଘର ଭିତରକୁ ପଶିଗଲି, ସତରେ କେତେ ଶାନ୍ତି ଲାଗୁଥାଏ ଯେତେ କାଚ ମହଲ ଥାଉ ବାପ ଘର ସୁଖ ସବୁ ସୁଖ ଠୁ ବଳି... ମୁ ବାପା ଙ୍କୁ ପ୍ରଣାମ କରି ଘର ଚାରିପଟେ ଗୋଟିଏ ଘେରା ମାରି ଆସିଲି ସବୁ କିଛି ବଦଳି ଯାଇଛି ଏ ଏଇ ନୂଆ ଘରେ, ବାପା ଚାକିରି ରୁ ଅବସର ନେଲା ପରେ ଜମା ପୁଞ୍ଜି ରେ ବୋଉ ସ୍ବପ୍ନ ର ରାଜମହଲ ତୋଳି ଥିଲେ, ଠାକୁର ଘର ଠୁ ବାରଣ୍ଡା ତୁଳସୀ ଗଛ ଯାଏ ସବୁ ବୋଉ ର ପସନ୍ଦ ତାହା ସ୍ପଷ୍ଟ ବାରି ହଉଥିଲା ଯେମିତି ବୋଉ ଙ୍କୁ ଲଷ୍ମୀ ମୂର୍ତ୍ତି ଚଉଁରା ପସନ୍ଦ ଆଉ ଠାକୁର ଘରେ ଜଗନ୍ନାଥ ଙ୍କ ବଡ ବଡ କାଠ ମୂର୍ତ୍ତି.. ସବୁ ବଦଳି ଥିଲା କିନ୍ତୁ ବୋଉ ବାପା ଙ୍କ ଶୋଇବା ଘର ସେମିତି ଆଗଭଳି ପୁରୁଣା ପୁରୁଣା ଲାଗୁଥାଏ, ଗୋଟିଏ ପାଖରେ ବାପା ଙ୍କ ଚାକିରୀ ବେତନ ରେ ଆସିଥିବା ଶାଳ କାଠ ର ଖଟ ଆଉ ଗୋଟିଏ ରେଡ଼ିଓ, ଯାହା ସବୁବେଳେ ଖରାପ କିନ୍ତୁ ବାପା ଙ୍କ ପସନ୍ଦ କାଇଁ ବୋଉ ଆଣିଥିଲା ତା ଯୌତୁକ ରେ ଗୋଟିଏ ପୁରୁଣା ଆଲମାରୀ, ଗୋଟିଏ ଆଲୁଗୁନି ସେଥିରେ ବୋଉ ର ସୂତି ଶାଢ଼ୀ ଆଉ ବାପା ଙ୍କ ଧୋତି... ଆଉ ଗୋଟିଏ କୋଣକୁ ବୋଉ ର ସିନ୍ଦୁକ... ଆଜି ଯାଏ କେହି ବି ଜାଣି ନାହାନ୍ତି ସେ ସିନ୍ଦୁକ ରେ ଅଛି କଣ. ଛୋଟ ବେଳୁ ମୁ ଦେଖି ଆସୁଛି କିଛି କାମ କାର୍ଯ୍ୟ ଥାଉକି ନଥାଉ ବୋଉ ପ୍ରତିଦିନ ରାତି ଶୋଇବା ଆଗରୁ ସିନ୍ଦୁକ ଖୋଲି ଆଖି ପୁରେଇ ଦେଖେ ପୁଣି ତାଲା ପକେଇ ଅଣ୍ଟା ରେ ଖୋସେ ତା ସିନ୍ଦୁକ ଚାବି.ଘରକୁ କେହି ବନ୍ଧୁ ବାନ୍ଧବ ଆସିଲେ କିମ୍ବା ଘରେ କିଛି କାର୍ଯ୍ୟକ୍ରମ ହେଲେ ବୋଉ ସିନ୍ଦୁକ କୁ ତା ପୁରୁଣା ଶାଢ଼ୀ ରେ ପୁରା ଘୋଡେଇ ରଖେ ଯେମିତି ଶୀତ ଦିନେ ବରଫ ଥଣ୍ଡା ରୁ ବଞ୍ଚିବା ପାଇଁ ମା ଭାଲୁ ତା ଛୁଆ କୁ ତା ପେଟ ରେ ଜାକି ଜୁକି ପୁରେଇ ଦିଏ.. ଖୁଡି, ମାଇଁ, ଆଉ ପିଇସୀ ସବୁବେଳେ ଟୁପୁରୁ ଟାପୁର ହୁଅନ୍ତି ମଧୁ ଦେଇ ସୁନା ଗହଣା ମେଞ୍ଚକ ପୁରେଇ ରଖିଛି ସେ ସିନ୍ଦୁକ ରେ, ହଁ ବା କଣ ଦେଖେଇଲେ ସାରି ଯାଉଛି ନା କିଏ ନେଇ ଯାଉଛି ବା.. ହଁ ବା ଘଇତା ତାର ସରକାରୀ ଚାକିରୀ କଣ ଅଭାବ ମୁ ସବୁ ଶୁଣେ ଅନେକ ସମୟ ମନରେ କୌତୁହଳ ଜାତ ହୁଏ ଦେଖିବାକୁ, ଅପା କୁ ପଚାରେ ସେ ନିରୀହ ତାକୁ ଏସବୁ କହିବା ଯାହା କାଲା ଆଗରେ ମୂଳା ଚୋବେଇବା ସେଇଆ.. ଦିନେ ଅପା ଆଉ ମୁ ସାହସ କରି ବୋଉ ଅଣ୍ଟି ରୁ ଚାବି ନେଇ ଖୋଲିବାରେ ଲାଗିଛୁ ବୋଉ ର ନିଦ ଭାଙ୍ଗିଗଲା ତାପରେ ବୋଉ ହାତ କୁ ଆମ ପିଠି ସେଇ ଦିନଠୁଁ ଆଜି ଯାଏ ସେ ସିନ୍ଦୁକ ଉପରେ କାହାର ଦୃଷ୍ଟି ପଡ଼େନି. ଅପା ବାହାଘର କୁ ମୁ କହୁ କହୁ କହିଲି ବେକ କାନ ଏମତି ଫୁଙ୍ଗୁଳା କରି କାଇଁ ବୁଲୁଛୁ ତୋ ସିନ୍ଦୁକ ରେ ଗହଣା ଗୋଡ଼ା ପିନ୍ଧୁନୁ... ବୋଉ ମୁରୁକି ହସି କହିଲା ତୁ ଚାକିରି କରିକି ଦେଲେ ପିନ୍ଧିବି ଯା ତୋ କାମ କରେ, ସେ ଦିନଠୁଁ ଆଜି ଯାଏ ମୁ ଆଉ ସମୟ ଅଭାବ ରୁ ପଚାରିନି ଚାକିରି ପରେ ଅନେକ ଗହଣା ବୋଉ କୁ କରିକି ଦେଇଛି ବୋଉ ବୋହୁ ସରାଗ ରେ ପିନ୍ଧେ ତା ଖୁସି ରେ ପାଦ ଲାଗୁନାଥାଏ, ଖୁଡି, ମାଇଁ, ପିଇସୀ ସଭିକୁ ଦେଖାଏ ମୋ ଝିଅ ଦେଇଛି ସତରେ ମୋ ଛାତି କୁଣ୍ଢେ ମୋଠ ହେଇଯାଏ.. ଏଇଆ ଭାବି ଭାବି ସିନ୍ଦୁକ ପାଖରେ ଠିଆ ହୋଇଥାଏ ବୋଉ ପଛ ଆଡୁ ପିଠି କୁ ଗୋଟିଏ ଗେଲ୍ହା ରେ ଚାପୁଡ଼ା ମାରିଲା ମୁ ପୁରୁଣା ଦୁନିଆ ରୁ ବାହାରି ଉତ୍ତର ଦେଲି ଲୋ ବୋଉ ମାର ନୀ ତୋ ହାତ ଏବେ ବି ଲୁହା ଠୁ ଟାଣ, ବୋଉ ହସି ହସି କହେ ତମେ ଭେଜାଲ ଛୁଆ ଆମେ ଯାହା ଖାଇଥିଲୁ ତମେ କୁଆଡେ ପାଇବ ନା ତମ ଛୁଆ. ତମେ ସେ ଜିଆ ପିମ୍ପୁଡି ପୋକ ଆକୁ ସବୁ ଖାଇଲେ କଉଠୁ ବଳ ଆସିବ ତୁ ସେ କଥା ଛାଡେ ଏତେ ଦିନ ହେଲା ଆସିଲୁନି ମତେ କାଇଁ ଜଣେଇନୁ ଫୋନ ରେ ଏତେ ଗୋଡ଼ା ମିଛ କହୁଛୁ ସେ ଜୋଇଁ ଭି ସେଇଆ ତୋ ସାଙ୍ଗରେ ପଡିକି ବିଗିଡ଼ି ଗଲେଣି.. ମୋ ବୋଉ ପାଇଁ ତା ଜୋଇଁ ସବୁ ସୁନା ସାର୍ତ୍ତୁଲ ଆଉ ଝିଅ ବିଛୁଆତି ମୁ କହିଲି ହଁ ବା ତୋ ଜୋଇଁ ତ ଶାନ୍ତ ସୁଧାର ସବୁ ଆଇଡିଆ ତାଙ୍କର ଥିଲା, ହଉ ତୁ ଛାଡିଲୁ କଣ ଦିଟା ଦେ ଭୋକ ପ୍ରବଳ ମତେ ବୋଉ ମୁହଁ ଶୁଖେଇ କହିଲା ଆଗରୁ କହିଥାନ୍ତୁ ପିଠା ମିଠା କ୍ଷୀରି ବନେଇଥାନ୍ତି ଏବେ ଘରେ ଅଧା ସଉଦା ନାହିଁ କଣ ଦେବି ସେ ଜୋଇଁ ପିଲା କୁ.. ମୁ ହସି ହସି କହିଲି ରହିବି ତ ଯାହା ବନେଇବା କଥା ବନେଇବୁ ଏବେ ପଖାଳ ଦିଟା ଦେଲୁ ଆଳୁ ଭାଜିକି ଓଃ ମଣିଷ ତରସିଗଲାଣି ଆଉ ହଁ ଶୁଖୁଆ ଦିଟା ପୋଡ଼ିବୁ.. ବୋଉ ମୋ ବରାତ ମୁତାବକ ସବୁ ରେଡି କରି ଥୋଇଦେଲା.. ଗପ ସପ ହସ ଖୁସିରେ ଦିନ ଟା ବିତିଗଲା ରାତି ରେ ଭାବିଲି ବୋଉ କୁ ସାହସ କରି ସିନ୍ଦୁକ କଥା ପଚାରିବି ହେଲେ ସାହସ ହେଲାନି ଏମିତି 7-8ଦିନ ବିତିଗଲାଣି ଫେରିବା ସମୟ ଆଉ ଗୋଟିଏ ଦିନ ବର୍ଷା ଗର୍ଜୁଥାଏ ବୋଉ ଡାକିଲା ତା ରୁମ କୁ ମୁ ଗଲି ବୋଉ ଧୀର ସ୍ୱର ରେ କହିଲା ପୁଣି କେବେ ଆସିବୁ ତତେ ନ ଦେଖିକି ମୋ ମନ ଭାରି ଦୁଃଖ ହଉଥିଲା, ବାହାଘର ଏତେ ବର୍ଷ ହେଲାଣି ଛୁଆ ପିଲା ଟେ କରେ ତାହେଲେ ଜାଣିବୁ ଦାଇତ୍ୱ କଣ କେତେ ଦିନ ଆଉ ପିଲା ହେଇରହିବୁ ମା ସୁଖ ଗୋଟିଏ ଭିନ୍ନ ସୁଖ.. ମତେ ଏଗଡା କିଛି କାଟୁ କରୁ ନଥାଏ, ବୋଉ କହିଲୁ କାଇଁ ଡାକିଛୁ ଏଏଇ ପ୍ରବଚନ ଦେବାକୁ ବୋଉ ହସି କହିଲା ଶୁଣି ଦେଇଥା ଆଉଥରେ ଆସିଲେ ମୁ ଥିବି ନଥିବି ମୋ ହସ ରେ ମେଘ ର ଚାଦର ଢାଙ୍କି ଦେଲା ତୁ ଏ ବେକାର କଥା କହନି ବୁଝିଲୁ ମୁ ଯାଉଛି ବୋଉ ହାତ ଧରି କୋଳ ରେ ଶୁଆଇ କହିଲା ଯିବୁ ଆଉ ସେ ସିନ୍ଦୁକ ରେ କଣ ଅଛି କେମିତି ଜାଣିବୁ ମୁ ଆଶ୍ଚର୍ଯ୍ୟ ହେଇ ବୋଉ କୁ ଚାହିଁ ରହିଥାଏ. ବୋଉ କେମିତି ଜାଣିଲା ବୋଉ ଉତ୍ତର ଦେଲା ମୁ ସବୁ ଜାଣିଛି, ଏବେ ମୋ ବୟସ ହେଲାନି ତମେ ସବୁ ବଡ ବଡ ହେଲଣି ଏବେ ତମକୁ ସବୁ ଦେଇ ଦାଈ ଦାଇତ୍ୱ ମୁକ୍ତ ହେବି. ତୋ ନାନୀ ତ ଏ ଏଇ ପାଖରେ ଅଛି ଯିବା ଆସିବା କରୁଛି ତୁ ରହିଲୁ ସାତ ଦରିଆ ପାରି କେବେ ଆସିବୁ ତେଣୁ ନେ ଏ ସିନ୍ଦୁକ ଚାବି ଖୋଲେ.. ମୁ କିନ୍ତୁ ଆଜି ସାହସ କରୁ ନଥାଏ ବୋଉ ବାରମ୍ବାର କହିଲାରୁ ଗଲି ନାଲି ନେଳି ରଙ୍ଗରେ ଭିନ୍ନ ଭିନ୍ନ ପଶୁ ପକ୍ଷୀ ଙ୍କ ଚିତ୍ର ଥାଏ ଏତେ ପୁରୁଣା ହେଲେ ଭି ଆଜି ଯାଏ ସେପରି ନୂଆ ଦିଶୁଥାଏ.. ମୁ ଚାବି ଖୋଲିକି ଦେଖିଲି ମୋ ଆଖିକି ବିଶ୍ୱାସ କରି ପାରୁ ନଥାଏ.. ଏ କଣ ଗୋଟିଏ ଦିଟା ସୁତା ଶାଢ଼ୀ ଭାଙ୍ଗ ପଡି ରହିଛି, ବହୁତ ପୁରୁଣା, କିଛି ପୁରୁଣା ବାସନ କୁସନ କିଛି ଆଉ ଛୁଆ ଙ୍କ ଡ୍ରେସ ଦୁଇ ଚାରି ହଳ ଆଉ ଗୋଟିଏ ଲଫାପା ରେ କିଛି ଟା ଫୋଟୋ.. ଗୋଟିଏ ମରୀଚିକା ନା ମହାକାଳ ଫଳ.. କଣ ଥିଲା ଏଟା.. ମୁ କିଛି ବୁଝିବା ଆଗରୁ ବୋଉ କୁ ପ୍ରଶ୍ନ କଲି ତୁ ଏ ଏଇ ବେକାର ଜିନିଷ ଗୁଡାକ ପାଇଁ ଏତେ ମାରି ଥିଲୁ ମତେ ଲୋକଙ୍କ ଏତେ ଗଞ୍ଜଣା ଶୁଣିଥିଲୁ କଣ ଏଗୁଡିକ ଅଳିଆ... ବୋଉ ଆଖିରେ ଲୁହ ଥିଲା ଯେମିତି ସେ କଣ ଗୋଟିଏ ହଜେଇ ଦେଇଥିଲା ଆଉ ପାଇଗଲା.. ସେ ଶାଢ଼ୀ, ବାସନ କୁଶନ ସେ ଗୋଡ଼ା ତୋ ମା ର

.. ଆଉ ସେ ଲଫାପା ରେ ଥିବା ଫୋଟୋ ତୁ ତୋ ମା ଆଉ ତୋ ବାପା ମାନେ ମୋ ସ୍ଵାମୀ... ମୋ ଉପରେ ଚଡକ ପଡିଗଲା କଣ ଆଉଳି ବାଉଳି ହଉଛୁ ମୋ ମା? ତୁ ତ ନୁହେଁ ଏଟା. ମୁ ତୋ ଯଶୋଦା ମା ରେ ଆଉ ସେ ଦେବକୀ ତୋ ଜନ୍ମ କଲା ମା.. ହଟାତ ପୃଥିବୀ ଟା ଓଲଟା ପାଲଟା ଲାଗିଲା ମତେ. ମାନେ ମୋ ବୋଉ ଯାହାକୁ ଛୋଟ ଟି ରୁ ଆଜି ଯାଏ ମୋ ବୋଉ ଭାବିଛି ସେ ମୋ ଜନ୍ମ କଲା ମା ନଥିଲା ଏଟା ମତେ ବିଶ୍ୱାସ ହଉନଥିଲା..

ବୋଉ ତୁ ମିଛ କହୁଛୁ ନା ମୋ ରାଣ ତତେ, ନା ରେ ଏଟା ହିଁ ସତ.. ତୋ ବାପା ବାହାରେ ଚାକିରୀ କରୁଥିଲେ ଆମ ବାହାଘର କୁ ଛଅ ବର୍ଷ ହେଇସାରିଥାଏ ତୋ ଅପା ଆଉ ଭାଇ ଦୁଇଜଣ ମୋ କୋଳରେ ଥାନ୍ତି. ସେ ସହରରେ ଆଉ ମୁ ମୋ ଦାଇତ୍ୱ ରେ ବନ୍ଧା ଗାଁରେ.. ମଝିରେ ମଝିରେ ତୋ ବାପା ଆସନ୍ତି ଆଉ ଦିଇ ତିନି ଦିନ ରେ ପୁଣି ପଳାନ୍ତି. ମୋ ଭଲପାଇବା ତାଙ୍କୁ ବାନ୍ଧି ରଖି ପାରେନା କାରଣ ସେ ସହରରେ ତୋ ମା ପ୍ରେମ ରେ ବାନ୍ଧି ହୋଇଯାଇଥିଲେ.. କିଛି ମାସ ପରେ ଆଉ ଆସିଲେନି ଚିଠି ଲେଖି ଟଙ୍କା ପଠେଇଦିଅନ୍ତି.. ଗାଁ ଲୋକ କହିଲେ ତୋ ବାପା ଆଉ ଗୋଟିଏ ବାହା ହୋଇଛନ୍ତି ମୁ ନିଜ ସିନ୍ଦୁର ଉପରେ ଭରଷା କରି ରହିଥାଏ ଗ୍ରାମ ଦେବତୀ କୁ ଡାକୁଥାଏ କିନ୍ତୁ ସତ ଆଉ ଭାଗ୍ୟ କେବେ ବଦଳେନା.. ତୋ ବାପା ଦିନେ ସତ କଥା ମୁହଁରେ କହିଦେଲେ କିନ୍ତୁ ବହୁତ ଡେରି ହେଇଯାଇଥିଲା.. ତୋ ମା ତତେ ଜନ୍ମ କଲା ପରେ ଆର ପାରି କୁ ଚାଲିଗଲା ଆଉ ତୋ ବାପା ତତେ ଧରି ଗାଁକୁ ଚାଲି ଆସିଲେ କିନ୍ତୁ ନା ଗାଁ ଲୋକ ନା ତାଙ୍କ ବାପା ମା କେହି ତାଙ୍କୁ ଗ୍ରହଣ କଲେନାହିଁ ନା ତତେ.. ମୁ ନିଶ୍ଚଳ ନିସ୍ତେଜ ବାର ବାର ଦେଖୁ ଥାଏ ତୋ ଆଡକୁ ଦୋଶ କଣ ମୋର ନା ତୋ ଦୋଶ କଣ କିନ୍ତୁ ଆଜି ତୁ ବି ହରେଇଲୁ ଆଉ ମୁ ବି... ତୋ ବାପା ଙ୍କୁ ଘରୁ ତଡିଦେଲେ ମୁ ନିଷ୍ପତି ନେଲି ବାପ ଘରକୁ ଚାଲିଯିବି ତୋ ଭାଇ ଭଉଣୀ ଙ୍କୁ ଧରିକି କିନ୍ତୁ ତୋ ବିକଳ କାନ୍ଦ ମୋ ପାଦ ଅଟକେଇ ଦେଲା ବର୍ଷା ରେ ଗୋଟା ପଣ ଓଦା ହେଇ ଥରୁଥାନ୍ତି ତୋ ବାପା କୋଳରେ ତତେ ଧରି ଥାନ୍ତି.. ବାରମ୍ବାର ପାଦ ଅଟକେଇବା ସତ୍ୱେ ତୋ ପାଇଁ ମୋ ମମତା ମତେ ଏରୁଣ୍ଡି ବନ୍ଧ ଡେଇଁ ବାକୁ ବାଧ୍ୟ କଲା.. ଆଙ୍କ କୋଳରୁ ତତେ ଆଣି ମୋ ଛାତିରେ ଜାବୁଡି ଧରିଲି ଭୁଲିଗଲି ତୁ ଆଉ ତୋ ପରିଚୟ ତୋ ମା ଯେ ମୋ ଦୋଷୀ ଥିଲା ଆଉ ତୁ ସେ ଦୋଷ ର ଗୋଟିଏ ଭାଗିଦାର ଏସବୁ ଅଯଥା ଲାଗିଲା କିନ୍ତୁ ତତେ ଗ୍ରହଣ କରିବା ଏତେ ସହଜ ନଥିଲା ତୋ ବାପା ସାଙ୍ଗରେ ମତେ ଆଉ ତୋ ଅପା ଭାଇ ଙ୍କୁ ବି ଶଶୁର ଘରୁ ବାହାର କରିଦେଲେ ତୋ ଗ୍ରହଣ ମୋ ବହିଷ୍କାର ର କାରଣ ହେଲା.. ଚାଲି ଆସିଲୁ ସହର ତୋ ବାପା ସେ ଜିନିଷ ପତ୍ର ସେ ସିନ୍ଦୁକ ସବୁ ଜାଳି ଦେବାକୁ ଜିଦ ଧରିଲେ କିନ୍ତୁ ମୁ ସେ ସତ କୁ ବଂଚେଇବାକୁ ଚାହିଁଲି ଯାହା ମତେ ପ୍ରତି ମୁହୂର୍ତ୍ତ ରେ କଷ୍ଟ ଦବ ବୋଲି ଜାଣିଥିଲି ତଥାପି ସେ ସିନ୍ଦୁକ କୁ ସାଇତି ରଖିଲି ଦିନେ ସେ ସତ ତୋ ପାଖରେ ପହଞ୍ଚେଇବା ପାଇଁ.. ତୋ ମା ର ପରିଚୟ ଜଣେଇବା ପାଇଁ ଏଟା ହିଁ ଶେଷ ଆଶ୍ରା ଥିଲା.. ଆଉ ମୋ ଭଙ୍ଗା ସଂସାର ର କାରଣ ସେ ସିନ୍ଦୁକ ଥିଲା.. ହୁଏତ ତୁ ନଥିଲେ ଆଜି ତୋ ବାପା ଆଉ ମୁ ଏକାଠି ନଥାନ୍ତୁ ସେଦିନ ମୁ ଜାଣିପାରିଲିନି ତୁ ମୋ ସଂସାର କୁ ଯୋଡିଲୁ କି ଭାଂଗିଲୁ କିନ୍ତୁ ମୁ ମମତା ର ଆଉ ଗୋଟିଏ ଶିଖର ରେ ପାଦ ଦେଲି ରକ୍ତ ସମ୍ପର୍କ ଠୁ ଉର୍ଦ୍ଧ ରେ ମମତା ର ସମ୍ପର୍କ ଯୋଡ଼ି ହେଇଗଲା.. ଦୁନିଆ ଆଗରେ ଏ ସତ ଆସିଥିଲା ସତ କିନ୍ତୁ ବେଶୀ ଦିନ ରହିପାରିଲାନି.. ମୋ ଆଖିରୁ ଲୁହ ବହିବା ବନ୍ଦ ହେଇ ଯାଇଥାଏ କଣ କହିବି ଶବ୍ଦ ବି ନଥିଲା ମୋ ପାଖରେ କାରଣ ଗୋଟିଏ ସଉତୁଣୀ ର ଝିଅ କୁ ନିଜ ଝିଅ ଠୁ ବି ଅଧିକ ସ୍ନେହ ଦେଇଥିଲା ବୋଉ.. ପ୍ରତି ମୁହୂର୍ତ ରେ ସେ ନିଜ କୁ ଭାଙ୍ଗି ମତେ ଗଢିଲା ଏତେ ମଜବୁତ କଲା ଯେ ମୋ ସତ୍ୟତା ର ରହସ୍ୟ କେବେ ମମତା କୁ ଭେଦ କରିପାରିଲାନି... ଆଜି ବୁଝିଲି ବୋଉ ସେଦିନ କାଇଁ ମାରିଲା ଆଜି ବୁଝିଲି ମୋ ରକ୍ତ ର ପ୍ରମାଣ ଥିଲା ଏ ସିନ୍ଦୁକ ସେଥିପାଇଁ ବଧେ ମତେ ସବୁବେଳେ ଆକୃଷ୍ଟ କରୁଥିଲା ତା ଆଡକୁ... ସେଦିନ ରାତି ପରଠୁ ଆଜି ଯାଏ କେବଳ ଗୋଟିଏ କଥା ଭାବେ ମା ହବା ସୌଭାଗ୍ୟ ହେଇପାରେ ଦାଇତ୍ୱ ହେଇପାରେ କର୍ତ୍ତବ୍ୟ ହେଇପାରେ ପ୍ରେମ ହେଇପାରେ କିନ୍ତୁ ମା ହବା ବଳିଦାନ ଦବା, ଲୁହ ପି ବଞ୍ଚିବା କିନ୍ତୁ ହସ ବାଣ୍ଟିବା ସବୁଠୁ ବଡ କଥା ମମତା ର ମୂଲ୍ୟ ରକ୍ତ ଠୁ ବି ଅଧିକା ଏକଥା କେବଳ ମା ହେଲା ପରେ ହିଁ ବୁଝି ହୁଏ.. ସତରେ ବୋଉ ମୋ ଖୁସି ପାଇଁ ନିଜ କୁ ବଳିଦାନ ଦେଇଦେଲା, ନିଜ ଦୁଃଖ କୁ ଜହର କରି ପିଇଦେଲା ସେଥିପାଇଁ ବୋଧେ ଯଶୋଦା କହ୍ନେଇ ଙ୍କର ଅତିପ୍ରିୟ ଥିଲେ..



Rate this content
Log in

Similar oriya story from Tragedy