Meenakshee Dash Panigrahi

Others

4  

Meenakshee Dash Panigrahi

Others

ପିତୃତ୍ୱ

ପିତୃତ୍ୱ

4 mins
231


ହେଇଟି ଶୁଣୁଛ, ସେ ନିଉଜ ଟା ଲଗେଇଲ ଲଗେଇଲ ଏଏହା କହି ଝୁନା ବୋଉ ଧାଇଁ ଧାଇଁ ଆସିଲା, ଓଃ ହୋ କଣ ହେଲା ଏଏଇ ଧଇଁ ସଇଁ ହେଇ କାଇଁ ଦୌଡୁଛ କଣ ହେଇଚି, ଝୁନା ବୋଉ ପାଟିରେ ପାଣି ନାହିଁ ଥଙ୍ଗ ଥଙ୍ଗ ହଉ ଥାଏ, ଖୋଲ ହେ ଟିବି ଟା ମୋ ଝିଅ ଲୋ, କିଛି ବୁଝିବା ଆଗରୁ ସାହୁ ବାବୁ ଲୁହା ଟୁରୁଙ୍ଗ ଉପରେ ଥୁଆ ହେଇଥିବା ଗୋଟିଏ ପୋଟେବୁଲ ଟିବି ଯାହା ଗୋଟିଏ ସିଂଥେଟିକ ଲୁଗା ଘୋଡା ହେଇ ରହିଥାଏ ତର ତର ରେ ଖୋଲିକି ଲଗେଇ ଲେ ଟିବି, ଝିଲ ଝିଲ ହଉ ଥାଏ ପରଦାରେ ଦି ଚାରି ପାହାର ମାରିଲା ପରେ ଖବର ଆସିଲା

ସାହୁ ବାବୁ କାନ ଦେଇ ଶୁଣୁ ଥାନ୍ତି ସେପଟେ ଝୁନା ମା ଅଚେତ ହେଇଗଲାଣି ସାହୁ ବାବୁ ଖାଲି ଏତିକି ଶୁଣିଲେ ଗୋଟିଏ ହୋଟେଲ ରୁମରୁ ଏହା ଅସଂଯତ ଅବସ୍ଥାରେ ମିଳିଥିବା ସୂଚନା ମନରେ ଛନକା ପଶିଗଲା ତାଙ୍କର, ସେପଟୁ ସାହି ପଡିସା କିଛି ଦୌଡ଼ିକି ଆସିଲେ ଆଲୋ ଆଲୋ ତାକୁ ପାଣି ଦିଅ ଚେତା ଫେରି ପାଇବ ଯାହା ହେଲା ହେଲା କାନ୍ଦି ଲାଭ କଣ. ସାହୁ ବାବୁ ଡର ଡର ମୁହଁରେ ବିକଳ ହେଇ ଚାହିଁ ରହିଥାନ୍ତି କଥା ସବୁ ଅସ୍ପଷ୍ଟ ଥାଏ ତାଙ୍କ ପାଇଁ, ଟିବି ଆଡକୁ ଆଉ ଥରେ ମୁହଁ ବୁଲେଇ ଦେଖିଲେ ସବୁ କଥା ତ ତାଙ୍କ ଝିଅ ସାଙ୍ଗରେ ମିଶୁଛି ମାନେ ସେ ଭାବିବା ଆଗରୁ ପୋଲିସ ଆସି ଦାଣ୍ଡରେ ଠିଆ ହେଲାଣି, ଅନେକ ପ୍ରଶ୍ନର ଜାଲ ମଝିରେ ଫସି ଗଲେଣି ସାହୁ ବାବୁ ଏଏଇ ସକାଳେ ତ ଫୋନ କରିଥିଲା, କେତେ ହସ ଉଲ୍ଲାସରେ ଶୁଭେଚ୍ଛା ଦେଇଥିଲା ବାପା ଆଜି ଫାଦର ଡେ, ତମେ ମୋ ପାଇଁ ଯାହା କରିଛ କେହି କରିବେନି ଦେଖିବ ମୁ ଦିନେ ବଡ ଚାକିରି କରିବି ଆଉ ତମେ ସେ ଛୋଟ ଗୁମୁଟିରେ ବସିବନି ସାହୁ ବାବୁ ଠୋ ଠୋ ହୋଇ ହସୁଥିଲେ ହଉ ହଉ ସେ ଦିନ ଆସୁ ଦେଖିବା ଏବେ ତୁ ପଢା ପଢି କରେ ନେ ତୋ ବୋଉ ସାଙ୍ଗରେ କଥା ହେ, ଏତିକି କହି ଫୋନ ବଢ଼ାଇ ଦେଇ ଥିଲେ ଆଉ ବାହାରି ଥିଲେ ଦୋକାନ. ଏମତି ବି କରୋନା କାଳ ଅଧା ଦିନ ଦୋକାନ ବନ୍ଦ ଏବେ ଅଧା ଓଳି ଯାହା ଟିକିଏ ବିକିଲେ ଘର ଚଳିବ ତେଣୁ ଦେହ ରେ ହଜାର ରୋଗ ଥାଇ ମଧ୍ୟ କଷ୍ଟକୁ ଭୃକ୍ଷେପ ନ କରି ନିଜ ପରିବାର ପାଇଁ ସବୁ କଷ୍ଟ ସହୁ ଥିଲେ ହସି ହସି ପରିବାର କହିଲେ ସ୍ଵାମୀ ସ୍ତ୍ରୀ ଆଉ ଝିଅ ଝୁନା ମାଟ୍ରିକ ଯାଏ ପଢା ପଢି କରି ଭଲ ନମ୍ବରରେ ଉତ୍ତୀର୍ଣ୍ଣ ହେଲା ପରେ ଝିଅ ଜିଦି କରିଥିଲା ବଡ କଲେଜରେ ପଢିବାକୁ ଗରିବ ହେଲେ ବି ଆଖି ସ୍ବପ୍ନ ଦେଖେ ସାହୁ ବାବୁ ବି ସ୍ବପ୍ନ ଦେଖିଥିଲେ ନିଜେ ଯେମିତି ଗୋଟିଏ ଓଳି ଖାଇ ଆର ଓଳି ଓପାସ ରହିଯାନ୍ତି ସେ ତାଙ୍କ ଝିଅକୁ ସେ କଷ୍ଟ ଦେବେନି ଗୋଟିଏ ମା ଯଦି ତା ସନ୍ତାନକୁ ମମତାରେ ବାନ୍ଧି ଥାଏ ଗୋଟିଏ ପିତା ସେ ମମତ୍ତ୍ୱର ଦାଇତ୍ୱ ନେଇଥାଏ, ସୂର୍ଯ୍ୟ ଉଦୟ ସାଙ୍ଗକୁ ନିଜଠୁ ବେଶି ପରିବାର ଙ୍କୁ କଣ ଅଧିକା ଦେଇପାରିବେ ସେଇ ପ୍ରୟାସରେ ହଜାର ଲୋକଙ୍କ ପାଦ ଛୁଇଁ ଥାଏ ଏଏଇ ପିତା ରୂପକ ମଣିଷ ଟିଏ, ନିଜ ସ୍ୱାଭିମାନ, ନିଜ ସ୍ୱାର୍ଥ ନିଜ ଖୁସି ସଵୁକୁ ଜଳାଞ୍ଜଳି ଦେଇ ବନେଇବାକୁ ଚେଷ୍ଟା କରିଥାଏ ଗୋଟିଏ ସୁରକ୍ଷିତ ବସା ଯେବେ ସେଇ ସୁରକ୍ଷା ବଳୟ ଡେଇଁ ଉଡିବାକୁ ଚେଷ୍ଟା କରେ ଗୋଟିଏ କୁନି ପକ୍ଷୀ ଟିଏ ବାପାର ଦାୟିତ୍ୱ ବଢିଯାଏ ସେ ମନରେ ଭାବେ ସେ ତାକୁ ସୁରକ୍ଷା ଦେଇ ପାରିବ ତ ତଥାପି ନିଜ ଡରକୁ ଲୁଚେଇ ସେ ସ୍ବପ୍ନକୁ ନିଜର କରୁ ବୋଲି ସାହାଯ୍ୟ କରେ, ହାତ ଧରି ଚାଲି ଶିଖାଏ ଉଡିବାକୁ ଦମ୍ଭ ଦିଏ. ସାହୁ ବାବୁ ସବୁ କିଛି କଲେ ଯାହା ଗୋଟିଏ ଦାଇତ୍ୱବାନ ପିତାର କର୍ତ୍ତବ୍ୟ ଥିଲା. ଝିଅ ବଡ ସହର କୁ ଗଲା ନିଜେ ଗୋଟିଏ 6/4 ରୁମରେ ରହିଲେ ମଧ୍ୟ ଝିଅକୁ ଗୋଟିଏ ଭଲ ପରିବେଶ ଦେବାକୁ ସତ ପ୍ରୟାସ କଲେ କିନ୍ତୁ ଉଡିବା ଶିଖିବା ପରେ କଣ ପକ୍ଷୀ ଛୁଆଟି ତା ସୀମା ନିର୍ଧାରଣ କରିପାରେ ସେ ଭାବେ ପୁରା ଆକାଶ ଟା ତାଙ୍କର କିନ୍ତୁ ସରଳ ନିରୀହ ପକ୍ଷୀ ଛୁଆଟି ଶିକାରୀର ପ୍ରଲୋଚନା କୁ ବୁଝିପାରେନି ନୂଆ ସହର ନୂଆ ଜାଗାରେ ନିଜଜୁ ମସଗୁଲ କରିଦେଇଥିଲା ଝୁନା, ସବୁ ବନ୍ଧ ବାଡ଼ ଭାଙ୍ଗି ଉଡିବାକୁ ଲାଗିଥିଲା, ସକାଳେ କଲେଜରେ କ୍ଲାସ ବନ୍ଦକରି ସାଙ୍ଗ ସାଥି ମାନଙ୍କ ସାଙ୍ଗରେ କେଂଟିନରେ ସମୟ ବିତୁଥିଲା ତାର, ନୂଆ ନୂଆ ଯୌବନର ଛୁଆଁ ତାକୁ ଅମାନିଆ କରୁଥିଲା, ଘରୁ ଫୋନ ଗଲେ କ୍ଲାସରେ ଅଛି କହି ଅଳ୍ପ ସମୟ କଥା ହେଇ କାଟି ଦଉଥିଲା, ମୂର୍ଖ ବାପା ମା କଣ ବା ଜାଣିବେ ପଢା ପଢି ବିଷୟରେ ଜଦି କିଛି ପାଚରିଲେ ବୋଉ ତୁ ଜାଣିନୁ ଆଜି କାଲି ଏସବୁ ନ କଲେ ସୋସାଇଟିରେ ଚଲିହବନି, ପୋଷାକ ଠୁ ଖିଆ ପିଆ ସବୁରେ ପରିବର୍ତ୍ତନ ଆସିଗଲା ଝୁମାର. କିନ୍ତୁ ବାପା ମା ଙ୍କ ପ୍ରତି ଭଲପାଇବା କମି ନଥିଲା ନା ବାପାଙ୍କର ତା ସ୍ବପ୍ନ ପୁରା କରିବାର ଆଶା ମନରୁ ଯାଇଥିଲା. ଲକ ଡାଉନରେ ଘରେ ଆସି ରହିଥିଲା ଝୁମା ସବୁ କହିଲେ ଝିଅ ଚାରି ପାଞ୍ଜିରୁ ଗଲାଣି ସମ୍ଭାଳେ କିନ୍ତୁ ସାହୁ ବାବୁ ଙ୍କ ପୁରା ବିଶ୍ୱାସ ଥିଲା ଝିଅ ତାଙ୍କ ବିଶ୍ୱାସ ଭାଙ୍ଗିବନି ପୁଣି କଲେଜ ଖୋଲିଲା ଝୁମା ଚାଲି ଆସିଲା କଲେଜ କୁ ବହୁତ ଦିନ ପରେ ଆସି ନିଜକୁ ବନ୍ଧନ ମୁକ୍ତ କରିଥିଲା, ତା ପରେ ଆଜି ଏଇ ସମାଚାର ଲୋକ କହିବା ହିସାବରେ ଝୁମା କାଳେ କୌଣସି ପିଲା ସାଙ୍ଗରେ ଆସିଥିଲା କାଲି ଏଇ ହୋଟେଲ ରୁମ କୁ ଆଜି ତା ଶବ ଏମିତି ଅବସ୍ଥା ରେ ଉଦ୍ଧାର ହେଇଚି ସାହୁ ବାବୁ ନିସ୍ତବ୍ଦ ପୋଲିସ ଗାଡ଼ିରେ ନେଇଗଲ ବାପା ମା ଦି ଜଣ ଙ୍କୁ ସାହୁ ବାବୁ ବାଟ ସାରା ଭାବୁଥାନ୍ତି ଶିକ୍ଷା କଣ ସତରେ ବିଶୃଙ୍ଖଳିତ କରିଦିଏ ଏ ସମାଜ କୁ ଜଦି ନାହିଁ ଆଜି କାଲି ଏଇ ଯୁବ ସମାଜ ଅବାଟକୁ ଯାଉଛି କାହିଁକି ଗୋଟିଏ ବାପା ହିସାବରେ ସବୁ କର୍ତ୍ତବ୍ୟ କରିଥିଲେ ସେ ଆଜି କଉଠି ନା କଉଠି ଗୋଟିଏ ବାପା ହାରିଯାଇଥିଲା, ତା ବିଶ୍ୱାସ ହାରିଯାଇଥିଲା, ତା ସ୍ବପ୍ନ ଯାହା ନିଜ ସନ୍ତାନ ଆଖିରେ ଦେଖୁଥିଲା ସେ ଭାଙ୍ଗି ଚୁରମାର ହେଇଯାଇଥିଲା ଝୁମା ସେମିତି ସୋଇଥିଲା ଆଜି ବାପା କୋଳରେ ଚିର ନିଦ୍ରା ରେ ଆଉ ଫେରିବନି, ଆଉ ଅଝଟ କରିବନି ଆଉ ବାପା ସାଇକଲ ପଛରେ ବସି ହାଟ ଯିବନି ବାପା ଙ୍କ ଠାରୁ ଗପ ଶୁଣିବନି କଉଠି ନା କଉଠି ସେ ହାରି ଯାଇଥିଲେ ଉଡୁଥିବା ଶିଶୁ ଶାବକକୁ ଖୋଲା ଆକାଶରେ ଛାଡିଦେଲେ ସିନା କିନ୍ତୁ ଶିକାରୀର ଅସ୍ତ୍ର ତାକୁ ନିହତ କରିପାରେ ସେ ଶିକ୍ଷା ଦେଲେନି ଆଜି ପିତୃ ଦିବସରେ ସେ ପିତା ହବା ପରିଚୟ ପାଇଥିବା ସନ୍ତାନଟିକୁ ହରେଇ ଦେଇଥିଲେ ଜାଣିଥିଲେ ଆଗକୁ ବାପା ବୋଲି ଡାକିବାକୁ ତାଙ୍କ ପାଖରେ ଆଉ ଝୁମା ନଥିବ ନିଃସହାୟ ପିତା ଆଜି ପରାସ୍ତ ହୋଇ ପଡିଛି କଉଠି ନା କଉଠି ସେ ନିଜକୁ ହାରି ଦେଇଛି।



Rate this content
Log in