Santosh Kumar Misra

Inspirational

4  

Santosh Kumar Misra

Inspirational

ଅନୁଭୂତି - ୧୯ ଭିନ୍ନ ଏକ ପ୍ରତିମୂର୍ତ୍ତି

ଅନୁଭୂତି - ୧୯ ଭିନ୍ନ ଏକ ପ୍ରତିମୂର୍ତ୍ତି

5 mins
279



ମୁଁ ଆଉ ଲିଙ୍ଗା, ଦୁହେଁ ପିଲା ଦିନର ସାଙ୍ଗ ଲିଙ୍ଗା ଡାକିଦେଲେ ସେ ଖୁବ୍‌ ରାଗି ଯାଏ ବୁହେ ଛେଚେ ମୋତେ୤ ହାଲିଆ ହେଇଯିବା ପର୍ଯ୍ୟନ୍ତ ତାପରେ ନିସ୍ତେଜ ହେଇ ବସି ପଡେ ସେ କିଛି ସମୟ ସ୍ବାଭାବିକ ଅବସ୍ଥାକୁ ଫେରିବା ପର୍ଯ୍ୟନ୍ତ ମୁଁ ବି ନଛୋଡ ବନ୍ଧା ଯେବେ ଦୁଇ କି ଚାରି ସାଙ୍ଗ ଥାଆନ୍ତି ପାଖରେ, ମୁଁ ତାକୁ ବଡ ପାଟିରେ ଚିଗୁଲେଇ କରି ଲିଙ୍ଗା ଡାକି ଦିଏ ତା ପରେ କଥା ସରିଲା ତା ନାଁଟି ଥିଲା ପ୍ରକୃତରେ ଲିଙ୍ଗରାଜ, ଲିଙ୍ଗରାଜ ମହାପାତ୍ର ଏବେବି ସେହି ପୂର୍ବ ଅଭ୍ୟାସ ସେମିତି ରହିଛି ଆମ ଦୁହିଁଙ୍କର ଦୁହେଁ ଅବସର ପରେ ଆସି ଜାଆଁଳାରେ ଘର କରି ରହୁଛୁ ପାଖରେ ତ କେହି ପିଲା ମାନେ ନାହାନ୍ତି ନା ମୋର ପିଲା ଅଛନ୍ତି , ନା ଅଛନ୍ତି ତାର ଠୁଙ୍କା ଠୁଙ୍କା ଘରେ ବସି ଆମେ ବୁଢା ବୁଢି ଖିଟ୍‌ମିଟ୍‌ ହେବା ଟା ହିଁ ସାର ଛାଡ ସେ କଥା 

ଆଜି ଏମିତି ଏକ ଘଟଣାକୁ ଆମେ ସାମ୍ନା କଲୁ ଯାହା ଆମକୁ ଚିନ୍ତାରେ ପକେଇ ଦେଲା ସବୁ ଦିନ ପରି ଆଜି ମଧ୍ୟ ଆମେ ଦୁଇ ସାଙ୍ଗ ସନ୍ଧ୍ୟା ଭ୍ରମଣ ପାଇଁ ଆମ ଘରଠାରୁ ଖଣ୍ଡେ ଦୂରରେ ଥିବା ପାର୍କକୁ ଆସି ସେଠି ଖାଲି ଥିବା ଗୋଟିଏ ସିମେଣ୍ଟ ଚୌକି ଉପରେ ବସି ଗଲୁ୤ ମୁଁ ମୋ ହାତ ଝୁଲାରୁ ପାଣି ବୋତଲ କାଢି ଢୋକେ ପିଇବାକୁ ଯାଉଛି ମୋ ନଜର ପଡିଗଲା ଆମ ସାମ୍ନା ପଟର ସିମେଣ୍ଟ ଚଲା ପଥ ଉପରେ ବିଜୁଳି ଖୁଣ୍ଟିକୁ ଲାଗି ଗାନ୍ଧିଜୀଙ୍କର ଗୋଟେ ପ୍ରତିମୂର୍ତ୍ତି ଉପରେ୤ ମୁଁ ଦେଖିଲି ଲିଙ୍ଗରାଜ ମଧ୍ୟ ଚାହିଁ ରହିଛି ସେହି ପ୍ରତିମୂର୍ତ୍ତିଟିକୁ୤ କାରଣ କାଲି ସନ୍ଧ୍ୟା ଯାଏଁ ସେଇଟା ସେଠାରେ ନଥିଲା୤ ଆଜି କିଏ କେମିତି ସେହି ପ୍ରତିମୂର୍ତ୍ତିଟିକୁ ସେଠାରେ ଥୋଇ ଦେଇ ଯାଇଛି ବା କେଉଁ ଉଦ୍ଦେଶ୍ୟରେ ତାହା ସେଠାରେ ରଖା ଯାଇଛି ତାହା ଆମେ ବୁଝି ପାରି ନଥିଲୁ୤ କିଛି ସମୟ ପରେ ଜଣେ ପୁଅ ଆଉ ଜଣେ ଝିଅ ଆସି ସେହି ପାଖାପାଖି ବସିଗଲେ ଆଉ ସାଥିରେ ଆଣିଥିବା କିଛି ଖାଦ୍ୟ ଖାଇ ଖାଇ ବେଶ ହସ ଖୁସିରେ ଗପସପରେ ମାତି ଗଲେ ମୂର୍ତ୍ତିର ଅନ୍ୟ ପାଖରେ ଜଣେ ଭିକାରୀ ବସି ସେହି ବାଟରେ ଯାଉଥିବା କିଛି ପଥଚାରୀଙ୍କଠାରୁ କିଛି ଭିକ୍ଷା ମାଗିବାରେ ବ୍ୟସ୍ତ ରହିଥାଏ ସେହି ଯାଗାରେ ଭିକ୍ଷା ହୁଏତ ପର୍ଯ୍ୟାପ୍ତ ହେଲାନି କି କଅଣ ଭିକାରୀଟି ସେଠାରୁ ଉଠି ବୁଲି ବୁଲି ସହାଯ୍ୟ ଭିକ୍ଷା କରିବାକୁ ଚେଷ୍ଟା କରୁଥାଏ ପୁର୍ବୋକ୍ତ ପିଲା ଦୁଇଜଣ ସେହି ଯାଗାରୁ ଗଲା ବେଳେ ତାଙ୍କର ଅଇଣ୍ଠା ପ୍ଲେଟ୍‌କୁ ଏମିତି ଫିଙ୍ଗିଲେ ଯେ ତାହା ଗାନ୍ଧିଜୀଙ୍କର ସେହି ପ୍ରତିମୂର୍ତ୍ତିର ସାମ୍ନାରେ ପଡିଲା ଏବଂ ଖୁବ୍‌ ହସି ହସି ସେମାନେ ସେହି ପ୍ଲେଟ୍‌ ଉପରେ ଗୋତେ ଟଙ୍କିକିଆ କଏନ୍‌ ପକେଇ ଦେଇ ଗଲେ ଉଦ୍ଦେଶ୍ୟ ଭଗବାନଙ୍କୁ ଜଣାଥାଇ ପାରେ ସେହି ମୁହୂର୍ତ୍ତରେ ସେହି ପିଲାଦୁହିଁଙ୍କର ସେହିଭଳି ଆଚରଣ ପିଲାଳିଆମି ଥିଲା ନିଶ୍ଚୟ ପରେ ପରେ କିନ୍ତୁ ବଦାନ୍ୟ ପଥଚାରୀ ମାନେ ଦଣ୍ଡେ ପ୍ରତ୍ରିମୂର୍ତ୍ତି ପାଖରେ ଠିଆ ହୋଇ ଜୁହାର ହେଉ ଥାଆନ୍ତି, ସେଲଫି ଉଠାଉ ଥାଆନ୍ତି ଆଉ ଗଲାବେଳେ ସେହି ପ୍ଲେଟ୍‌ ଉପରେ ନିଜ ସକ୍ଷମ ଅନୁସାରେ କିଛି କିଛି ଅର୍ଥ ପକେଇ ଦେଇ ଯାଉଥାଆନ୍ତି କଅଣ ଭାବି ସେମାନେ ସେହି ଅଇଣ୍ଠା ପ୍ଲେଟ୍‌ରେ ପଇସା ପକାଉ ଥିଲେ ତାହା ଆମକୁ ତ ଜଣା ପଡୁ ନଥିଲା, ସେମାନେ ନିଜେ ଯେ ଜାଣି ଥିଲେ ତାର କାରଣ ସ୍ପଷ୍ଟ ଭାବରେ କହି ହେବନି ସତ କହିବାକୁ ଗଲେ ଏ ସମୁଦାୟ ବ୍ୟାପାର ଆମକୁ ବୁଝା ପଡୁ ନଥିଲା କିନ୍ତୁ ଯେତେବେଳେ ପ୍ରତିମୂର୍ତ୍ତିଟି ହଲିବାକୁ ଲାଗିଲା ଆଊ ଲଇଁପଡି ତା’ର ସାମ୍ନାରେ ପଡିଥିବା ପ୍ଲେଟ୍‌ ଉପରୁ ଟଙ୍କା କି ପଇସା ଯାହା ଥିଲା ତାକୁ ଉଠେଇଲା ସେତେବେଳେ ଆମେ ଦୁହେଁ ପରସ୍ପରକୁ ଚାହିଁ ରହିଗଲୁ ଏବଂ ଘଟଣାଟି କୁ କିଛି କିଛି ଅନୁମାନ କରି ଆମୂଳଚୂଳ ତର୍ଜମା କଲୁ ଆମେ ସେହି ସନ୍ଧ୍ୟାରେ ନିଜ ଭିତରେ ଏକ ସାର ଗର୍ଭକ ଆଲୋଚନା ପାଇଁ ଖୋରାକ ପାଇ ଯାଇଥିବାରୁ ସେହି ପ୍ରତିମୂର୍ତ୍ତି ରୂପି ଲୋକଟି ପ୍ରତି କୃତଜ୍ଞତା ପ୍ରକାଶ କରୁଥିଲୁ କିଛି ସମୟ ପରେ ଆମେ ଦେଖିଲୁ ସେହି ପ୍ରତିମୂର୍ତ୍ତି ରୂପି ଲୋକଟି ହାତରେ କିଛି ଖାଦ୍ୟ ଓ ଗୋଟେ ଛୋଟ ମାଟି ପାତ୍ରରେ କିଛି ପାଣି ଆଣି ପୂର୍ବ ବର୍ଣ୍ଣିତ ଭିକାରୀଟିକୁ ଖାଇବାକୁ ଦେଲା ଭିକାରୀଟି ଲୋକଟିକୁ ଆଶୀର୍ବାଦ କଲା ଏହି ଘଟଣା ଲିଙ୍ଗରାଜ ଆଉ ମୋ ଭିତରେ ଚାଲିଥିବା ତର୍କର ମୋଡ ବଦଳେଇ ଦେଲା ଆମ ଆଗରେ ଦୁଇ ଜଣ ଭିକାରୀ ଥିଲେ ଜଣେ ଖୋଲା ଦେହରେ ଧଳା ବାର୍ଣ୍ଣିସ୍‌ ରଙ୍ଗ ବୋଳି ନିଜକୁ ଗାନ୍ଧିଜୀଙ୍କର ଏକ ପ୍ରତିମୂର୍ତ୍ତି ରୁପେ ସଜେଇ ଭିକ୍ଷା କରୁଥିଲା ଅନ୍ୟଜଣଙ୍କ ଜଣେ ସାଧାରଣ ଭିକାରୀ ଥିଲା ଯାହାଙ୍କୁ ଆମେ ନିତି ଦେଖୁଥାଉ ରାସ୍ତାଘାଟ, ମନ୍ଦିର ପରିସର ଅବା ବଜାର ଭିତରେ ରୂପ ଧାରଣ କରିଥିବା ଭିକାରୀଟି ସେହି ସମୟରେ କିଛି ଅଧିକା ଭିକ୍ଷା ପାଇଥିବା ବେଳେ ସାଧାରଣ ଭିକାରୀଟି ତାର ନ୍ୟୁନତ୍ତମ ଆବଶ୍ୟକତା ମୁତାବକ ଭିକ୍ଷା ପାଇ ପାରି ନଥିଲା ଲିଙ୍ଗରାଜ ତର୍କ କରୁଥିଲା ରୂପ ଧାରଣ କରିଥିବା ଲୋକଟି ଶଠ ଛଳନାତ୍ମକ ଉପାୟରେ ସେ ପଥଚାରୀ ମାନଙ୍କର ଅବେଗ ପ୍ରତି ଉପହାସ କଲା ଜଣେ ମହାତ୍ମାଙ୍କର ପ୍ରତିମୂର୍ତ୍ତି ଧାରଣ ପୂର୍ବକ ଭିକ୍ଷା କରିବାର ନିଷ୍ପତ୍ତି ନେଇ ସେ ସେହି ମହାତ୍ମାଙ୍କର ବ୍ୟକ୍ତିତ୍ବ ପ୍ରତି ମଧ୍ୟ ଉପହାସ କରିବାକୁ ପଛେଇଲା ନାହିଁ ସେହି ବାଟରେ ଯାଉଥିବା ପଥଚାରୀ ତାଙ୍କୁ ଛଳନାତ୍ମକ ଭାବରେ ନମସ୍କାର କରି ଲୋକ ଦେଖାଣିଆ ଭକ୍ତି ଦେଖାଉଥିଲେ ଏବଂ ତାଙ୍କ ସାମ୍ନାରେ ପଡିଥିବା ଅଇଁଠା ପତ୍ର ବା ସେହି ସମୟର ଭିକ୍ଷାଥାଳରେ କିଛି ଭିକ୍ଷା ଫୋପାଡି ଦେଇ ସେହି ପୂଣ୍ୟାତ୍ମା ମହାପୁରୁଷଙ୍କର ଯେ କେଉଁ ଭଳି ଭାବରେ ସମ୍ମାନ ରକ୍ଷା କରୁଥିଲେ ବୁଝି ହେଉ ନଥିଲା 

ମୁଁ କ୍କିନ୍ତୁ ଲିଙ୍ଗରାଜର ଯୁକ୍ତିରେ ସହମତ ହେଇପାରୁ ନଥିଲି ଆମେ ସବୁ ବର୍ତ୍ତମାନ ଆଧୁନିକ ବୈଜ୍ଞାନିକ ଧାରାରେ ବିକାଶୋନ୍ମୁଖୀ ଚିନ୍ତାର ପ୍ରବକ୍ତା ସବୁ ପରିସ୍ଥିତିରେ ଆମେ ମୂଲ୍ୟଯୁକ୍ତ ଦେଣନେଣ ବ୍ୟବସ୍ଥାରେ ବିଶ୍ବାସ ଯଦି ରଖିଛେ ତେବେ ମହାତ୍ମାଙ୍କ ରୂପକୁ ଆପଣେଇ ନେବାଟି କଅଣ ଭିକାରୀଟିର ମୂଲ୍ୟଯୁକ୍ତ ଚିନ୍ତା ପରିପ୍ରକାଶର ପରିଚାରକ ନୁହେଁ କି? ରୂପ ଧାରଣ କରି ଭିକାରୀ ଯେ ମହାତ୍ମାଙ୍କର ବ୍ୟକ୍ତିତ୍ବ ପ୍ରତି ଶଠତା ପ୍ରଦର୍ଶନ କଲା ତାହା ଗ୍ରହଣୀୟ ହେଉ ନଥିଲା ମୋ ପାଖରେ ବରଂ ମୁଁ ଭାବୁଥିଲି ସେ ମହାତ୍ମାଙ୍କୁ ଭଗବାନଙ୍କର ଅବତାର ଭାବରେ ନିଜ ମନ ମନ୍ଦିରରେ ସ୍ଥାନୀତ କରି ସାରିଥିଲା ଆମେ ବିଶ୍ବାସ କରୁ ସାଧାରଣ ଭାବରେ ଯେ ଭଗବାନ ସବୁ ଅସମ୍ଭବ କାମକୁ ସମ୍ଭବ କରିପାରିବାର ଦକ୍ଷତା ବହନ କରିଥାଆନ୍ତି ସେହି ମୁହୂର୍ତ୍ତରେ ଭିକ୍ଷା ସଂଗ୍ରହ କରିବା ସେହି ଭିକାରୀକୁ ଏକ ଅସମ୍ଭବ ପ୍ରୟାସ ପରି ବୋଧ ହେଉଥିଲା ତେଣୁ ସେ ମହାତ୍ମାଙ୍କ ରୂପରେ ଭଗବାନଙ୍କର ଆଶ୍ରିତ ହୋଇଥିଲା ତାଙ୍କର ନିରଙ୍କୁଶ ସହଯୋଗ ପ୍ରାପ୍ତ ହେବା ଆଶାରେ ଏବଂ ସଫଳ କାମ ହୋଇଥିଲା ନିଶ୍ଚୟ୤ ଏମିତି ଅନେକ ମହାପୁରୁଷଙ୍କର ପ୍ରତିମୂର୍ତ୍ତି ଆମେ ସହର ବଜାରର ବିଭିନ୍ନ ମୂଖ୍ୟ ଛକମାନଙ୍କରେ ପ୍ରତିଷ୍ଠା କରିଛୁ କିନ୍ତୁ ଆମେ ସେଗୁଡିକର ଉପଯୁକ୍ତ ମର୍ଯ୍ୟଦାପୂର୍ଣ୍ଣ ଯତ୍ନ ନେଉନାହୁଁ ୤ ସେହି କ୍ଷେତ୍ରରେ କଅଣ ଆମେ ସେହି ମହାପୁରୁଷଙ୍କର ବ୍ୟକ୍ତିତ୍ବ ପ୍ରତି ଆଞ୍ଚ୍ ଆସୁଥିବାର ପ୍ରଶ୍ନ କରିଛୁ କେବେ? ତେବେ ଏଠି ଏହି ଭିକାରୀଟି ଏମିତି କଅଣ କଲା ଯେ ମହାପୁରୁଷଙ୍କ ମର୍ଯ୍ୟଦାରେ ଆଞ୍ଚ ଅସିଗଲା ବୋଲି ଭାବିବାକୁ ହେଲା? କୁହାଯାଏ “ବୁଭୁକ୍ଷିତ କିଂ ନକରୋତି ପାପଂ” ତେଣୁ ଭିକାରୀ ଜଣକ ଦୋଷୀ ହୋଇ ବି ନିର୍ଦ୍ଦୋଷ ଅବଶ୍ୟ ସେହି ମହାତ୍ମା ରୂପି ଭିକାରୀଟି ତାର ପ୍ରାପ୍ତ ଭିକ୍ଷାରେ କିଛି ଖାଦ୍ୟ ଆଣି ପୂର୍ବ ଭିକ୍ଷୁକଟିର କ୍ଷୁଦା ନିବାରଣ କେରିବାକୁ ସହାନୁଭୁତିର ସହିତ ଚେଷ୍ଟା କରିଥିବାରୁ ମୋ ମନରେ ତା ପ୍ରତି ଏକ ସ୍ବତନ୍ତ୍ର ସମ୍ମାନ ଜାଗ୍ରତ ହୋଇସାରିଥିଲା ଆମକୁ କିଶାଇ ସେଥି ଯେତେ ଧୋବଧାବଳିଆ ବାବୁ ବସିଥିଲେ ବା ବୁଲୁଥିଲେ ସେମାନେ ଯେ ଏହି ଦୁଇ ଭିକାରୀଙ୍କୁ ଦେଖିନଥିଲେ ତାହା ନୁହେଁ କିନ୍ତୁ ସେମାନେ ସେମାନଙ୍କୁ ଅଣଦେଖା କରି ସେମାନଙ୍କପ୍ରତି ସହାନୁଭୁତି ଦେଖେଇବା ତ ଦୂରର କଥା ବରଂ ମହାତ୍ମାଙ୍କର ମର୍ଯ୍ୟଦା ଉପରେ ଭାବ ପ୍ରବଣ ହୋଇ କିଛି ଆଲୋଚନା କରୁଥିଲେଯାହାର କରଣ ସେମାନେ ନିଜେ ମଧ୍ୟ ଜାଣିଥିଲେ କି ନାହିଁ କହି ହେବନି ନିଜର ଆବଶ୍ୟକତାକୁ ଅଣଦେଖା କରି ଆଉ ଜଣେ ସାଥୀ ଭିକ୍ଷୁକର ଭୋକ ମେଣ୍ଟେଇବାକୁ ଚେଷ୍ଟା କରି ମହାତ୍ମା ରୂପି ଭିକାରୀଟି ସବୁ ଶିକ୍ଷିତ ପେଣ୍ଟପିନ୍ଧା ବବୁଙ୍କର ମୁହଁ ରେ ନିଶ୍ଚୟ ସେହି ମୁହୂର୍ତ୍ତରେ କାଳା ବୋଳି ଦେଇଥିଲା ମୋ କଥାରେ ଲିଙ୍ଗରାଜ କିନ୍ତୁ ସହମତ ନହୋଇ ପାଖରେ ଥିବା ଜଣେ ପୋଲିସ୍‌ ହାବିଲଦାରଙ୍କୁ ଯାଇ ଏହି ବିଷୟ ରେ ସୂଚୀତ କରିବାରୁ ସେ ତାକୁ ଉକ୍ତ ଅଭିଯୋଗ ଥାନା ବାବୁଙ୍କୁ ଜଣେଇବାର ଏକ ସହଜ, ସରଳ କିନ୍ତୁ ଖୁବ୍‌ ଦୀର୍ଘ ଏକ ପ୍ରକ୍ରିୟା ସମ୍ବନ୍ଧରେ ଅବଗତ କରେଇ ଦେଲେ୤ ଆମେ ଆମର ଲେଉଟ ବାଟରେ ଆସୁ ଆସୁ ଚିରା ଚରିତ ଆମର ବିଦାୟ ସମ୍ଭାଷଣ ପୂର୍ବରୁ କିନ୍ତୁ କୌଣସି ସିଦ୍ଧାନ୍ତରେ ପହଞ୍ଚି ନଥିଲୁ ।      


Rate this content
Log in

Similar oriya story from Inspirational