STORYMIRROR

shibananda barik

Inspirational

3  

shibananda barik

Inspirational

ଅନ୍ଧାର ପ୍ରେମ

ଅନ୍ଧାର ପ୍ରେମ

5 mins
246


ବୟସ ମାତ୍ର ଏକୋଇଶି । ଏଇ ବୟସରେ ମନ ଏଇଠି ସେଇଠି ଅଲକ୍ଷ୍ୟରେ ଉଡିବୁଲିବା ବେସ୍ ସ୍ୱାଭାବିକ । ଏଇନେ ନୁଆଁ ନୁଆଁ ମାଧୁରୀଟା କୋଉ ଗୋଟାଏ ଅଜଣା ମିଠା ଖାଇ ଖୁବ୍ ଖୁସି ଖୁସି ଲାଗୁଛି ଗତ କିଛି ଦିନ ଭିତରେ । ଆପଣା ଛାଏ ହସୁଛି ବିନା କାରଣରେ ।  ଦେଖିବାକୁ ଯେମିତି ଲହୁଣୀ ପିତୁଳା ଗୁଣଗୁଡାକ ସେଇଭଳି ମନ ତୋଳିନିଏ । ଏଇ ଖୁସିର କାରଣ ବେଶ୍ ଗୋଟିଏ ସେଇ ସାଇକଲ ପମ୍ପଚର ଦୋକାନ ଆଗରେ ବସୁଥିବା ଚବିଶ ବର୍ଷ ବୟସର ଆଚ୍ଛା ଖାସା ଲମ୍ବା ଚଉଡା ଚକା ଆଖିଆ ମଣ୍ଡା ନାକିଆ ଚମ୍ପାଗୌର ରଙ୍ଗର ବଳିଷ୍ଠ ଯୁବକ , ଯିଏ ନିଇତି ମାଧୁରୀକୁ ସ୍କୁଲ ଯିବା ବାଟରେ ଏକ ଲୟରେ ଚାହିଁ ରହି ମୁରୁକି ମୁରୁକି ହସି ତାକୁ ପାଗଳି ପ୍ରାୟ କରିଦେଇଛି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ନିଗ୍ରୋ ଆଦିବାସୀ ଇଲାକାରେ ଏଯେମିତି ଆମେରିକୀୟ ଚକାଚାନ୍ଦ କୁଆଁରୀ , ସେ ବି ସେମିତି ଇଉରୋପୀୟ ଧୋବଧାଉଳିଆ ଗୋରା ଯୁବକ । କଟକ ସହରର କେଁ ଭେଁ ଶବ୍ଦ ର ପଞ୍ଜୁରୀ ଭିତରେ ଏକୋଇଶ ବର୍ଷର ଯନ୍ତଣା କାଟି ମାଧୁରୀ ଏବେ ନୂଆଁ ନୂଆଁ ମାଷ୍ଟ୍ରାଣୀ ଖଣ୍ଡେ । ଏକା ଏକା ଦୁନିଆ ଭିତରେ ବି କିନ୍ତୁ ଖୁବ୍ ଖୁସିଥିଲା ନିଜକୁ ଆବିଷ୍କାର କରିବାର ସୁଯୋଗ ପାଇଥିବାର ଆନନ୍ଦ ରେ , ସେଇ ସୁଉଚ୍ଚ ଶାଳବଣର ଛାଇ ଆଲୁଅ ର ଖେଳ ଭିତରେ , ପାହାଡ ଉପରୁ ଝରିଆସୁଥିବା ବରଫପାଣିର ସୁଅ ଉପରେ ,ମୁହଁରେ କଳା ଚିତାକୁଟେଇ ଖୋସା ବାନ୍ଧି ଆଗପଛ ଖୁବ୍ ଯତନ କରି ବୁଲୁଥିବା ତିନି ଚାରୋଟି କୁଇ ଭୁଆସୁଣୀ ସାଙ୍ଗରେ । ଏମିତି ସମୟଟି ମାନ ବିତୁ ବିତୁ ମାଧୁରୀ କେବଳ ଭଲ ପାଇବସିଛି ଏଇମାନଙ୍କୁ ଏଇ ପ୍ରକୃତିକୁ । ଇତି ମଧ୍ୟରେ ଦିନେ ଗୋଲାମୁଣ୍ଡା ଛକରୁ ନିତିଦିନିଆ ବସ୍ ଧରିବା ପାଇଁ ଛିଡା ହେଇଥିଲା ବେଳେ ତା'ର ଆଖି ପଡିଲା ରାସ୍ତା ଆରପାଖ ଚାହା ଜଳଖିଆ ଦୋକାନକୁ ଲାଗି ରହିଥିବା ଛୋଟିଆ ସାଇକଲ ପମ୍ପଚର ଦୋକାନ ଆଡକୁ, ଯୋଉଠି ସେଇ ଯୁବକ ଜଣକ ଏକ ଲୟରେ ସ୍ମିତହାସ ଦେଇଚାଲିଛି ତା ଆଡକୁ ଚାହିଁ । ଅସଞ୍ଜତ ଅବସ୍ଥାରେ ଥିବ ଭାବି ନିଜକୁ ଉପର ତଳ କରି ପୁଣି ସଜାଡିନେଲା ମାଧୁରୀ । କିନ୍ତୁ ପୂର୍ବବତ୍ ଟୋକାଟି ଚାହିଁ ରହିଛି ତା ଆଡକୁ ,ସତେକି ସୁବିଧା ପାଇଲେ ଏକା ଖାଇଯିବ । ଅଳ୍ପ ସମୟର ବିରାମ ରେ ଗାଡିଚଢି ସ୍କୁଲ ଆଡକୁ ଛୁଟିଗଲା ସେ । ପରଦିନ ବି ଠିକ୍ ସେଇ ଅବସ୍ଥା । ବଡ ଅଜବ ସେ ଲୋକ ଏମିତି ଡାହାଣା ଭଳି କିଆଁ ଚାହି ରହିଛି । ସେ ଯଥା ସମ୍ଭବ ପ୍ରୟାସ କରୁଥିଲେ ତା ଆଖିରୁ ବଞ୍ଚିବା ପାଇଁ। କେମିତି କେମିତି ଦିନଟି ଗଲା । କିନ୍ତୁ ଏ କଣ ସେ ତ ପାଗଳ ପ୍ରାୟ କିଛି ଦିନ ଧରି ଏମିତି ତପସ୍ୟା କଲାଭଳି ଚାହିଁ ରହି ହସୁଛି ଅଳ୍ପ ଅଳ୍ପ  । ମାଧୁରୀ ବି ଆଉ ଆଗଭଳି ବିରକ୍ତ ହଉନି ବରଂ ଥରେ ଅଧେ ସମୟ ଅନ୍ତରାଳରେ ବାହୁଡା ହସଟିଏ ସେଇ ଯୁବକ ଉଦ୍ଦେଶ୍ଯ ରେ ଛାଡିଦଉଛି । ଧିରେ ଧିରେ ସେ ବି ଆଉ ଏକା ଏକା ଅନୁଭବ କରୁନି ଆଗଭଳି । ସମୟ ଢେର ଆଗରୁ ଆସି ସେଇ ଛକ ଆରପାଖରେ ରହି ଆଖି ଆଖି ଲଢେଇରେ କେବେ ସେ ହାରୁଛି ଆଉ କେବେ ଅଳ୍ପ ଲାଜେଇ ସେଇ ଆଡୁ ଦୃଷ୍ଟି ହଟେଇ ଦୂରକୁ ଚାହିଁ ବସ୍ ଉଣ୍ଡି ବାରେ ଲାଗୁଛି । ଦିନେ ଦିନେ ତ କୁଇ ଭୁଆସୁଣୀ ସାଙ୍ଗମାନଙ୍କଠୁ ମାଗିଆଣି ଗଭାରେ ନାନା ରକମର ଫୁଲ ଖୋସି ଆପ୍ୟାୟିତ କରିବାକୁ ଚେଷ୍ଟା କରୁଛି । ସକାଳର ସେଇ ଚାରି ଆଠ ମିନିଟ୍ ର ଘଟଣା ତାକୁ ସାରା ଦିନ ଆଖି ଆଗରେ ନାଚି ପ୍ରେମର ମିଠା ମିଠା ଅନୁଭୂତି ଦେଇଚାଲିଛି । ସେଇ ଝରଣା ସେଇ ପାଣି ଆଜିକାଲି ଖୁବାମିଠା , ସେଇ ବଗିଚା ସେଇ ଫୁଲ ଆଜିକାଲି ଖୁବ୍ ବାସ୍ନା, ସେଇ ପାହାଡ ସେଇ ପରବତ ଆଜିକାଲି ଖୁବ୍ ସୁନ୍ଦର, ସେଇ ଶାଳ ସେଇ ଶାଗୁଆନ ଜଙ୍ଗଲ ଆଜିକାଲି ଖୁବ୍ ଘଞ୍ଚ । ଏମିତି ଅନେକ କିଛି । କିନ୍ତୁ ଏ କଣ ଟୋକାଟା ପାଦେ ବି ଆଗକୁ ବଢୁନି । ବିଚାରି ଭୁଆସୁଣୀ ଟା , ସହଜେ ମାଷ୍ଟ୍ରାଣୀ । ଆଗ ଯାଇ ଉପରେ ପଡି କହିଲେ କଣ ନାଇ କଣ ଭାବିବ ସେ । କିନ୍ତୁ କେତେଦିନ ଏମିତି ଖାଲି ମୁରୁକି ହସି ଚାଲିଯାଉଥିବ ସବୁ ଇଚ୍ଛାଗୁଡାକୁ ବୁଝେଇ ଦେଇ । ମାଷ୍ଟ୍ରାଣୀ ହେଲେ କଣ ହେଲା ? ତା 'ର କଣ ମନ ବୋଲି କିଛି ନାହିଁ ? ନା ପ୍ରେମ କରିବା ତା ପାଇଁ ପାପ ଯେ ? ସେ ବି ତ ମଣିଷ ।ଅଭିଆଡି ଲାଜେଇ ଷୋଳଶି ଯୁବତୀ ! ଆପଣା ମଣିଷକୁ ନିଜର କରିବାରେ ଭୁଲ କୋଉଠି ? ବିଚରା ବୋଧେ ସାହାସ ପାଉନି ।ମୋ ଆଡୁ ପଦେ କହିଲେ ବୋଧେ ସେ ମାଡିଯିବ ।' ଏମିତି କେତେ କ'ଣ ଭାବିଲା ପରେ ସେ ସ୍ଥିର କଲା ମୁହାଁ ମୁହିଁ ସିନା ପଦେ କଥା ହେଇପାରିବନି କିନ୍ତୁ କାଗଜଖଣ୍ଡେ ତା ପାଖରେ ଗଳେଇ ଦେଇ ଆସିଲେ ? ସେ ବି ଆପେ ମନକୁ ଆସି କଥା ହେବ। ଏମିତି ସବୁ ଭାବନା ପରେ ଯୋଜନାକୁ ରୂପ ଦେବାକୁ ଯାଇ ପରଦିନ ସକାଳୁ ଛକରେ ହାଜର । ଖଣ୍ଡେ କାଗଜରେ '' କାଲି ଛକ ଆଗ ଚଉରା ପଛକୁ ଟିକେ ଆସିବେକି ?ସକାଳେ ଠିକ୍ ଏକ ସମୟରେ ମୁଁ ସ୍କୁଲ ଯିବା ଆଗରୁ ?' ଲେଖି ଗୁଡେଇ ଧରି ଧିରେ ଧିରେ ଜଳଖିଆ ଦୋକାନରୁ ବିସ୍କୁଟ ପୁଡ଼ିଆ ଖଣ୍ଡେ କିଣି ସେଇ ସାଇକେଲ ଦୋକାନ ଆଗରେ ଟିକେ ଏପଟ ସେପଟ ହେଇ ଟୋକାଟି ବସିଥିବା ଜାଗାରେ କାଗଜ ଖଣ୍ଡିକ ଗଳେଇ ଦେଇ ଯତ୍ ସମ୍ଭବ ସେଠାରୁ ଚାଲି ଆସିଲା ମାଧୁରୀ । ରାସ୍ତା ଆରପାଖରେ କଣେଇ କଣେଇ ଚାହୁଁଥାଏ । କାଳେ ସେ କାଗଜ ଖଣ୍ଡିକ ସେ ଉଠେଇବ କି ନା ସନ୍ଦିହାନ ଭାବରେ । ଆରେ ଏ କଣ ଉଠେଇବା ବଦଳରେ କାଗଜଟିକୁ ପିନ୍ଧିଥିବା କଳାଜୋତାତଳେ ଚାପିଧରିଲା ଟୋକାଟି ।ଆଉ ମୁହଁରେ ପୁର୍ବଭଳି ହସ। ଓହୋ ବହୁତ ଚାଲାକ ସେ । ଫାଙ୍କା ଦେଖ ଉଠେଇ ନବ ବୋଧେ । ଇତି ମଧ୍ୟରେ ବସ୍ ଆବିର୍ଭାବ ଓ ମାଧୁରୀ ମଧୁଚନ୍ଦ୍ରିକା ତୋଷଣ ମନେ ମାଡିଚାଲିଲେ ସ୍କୁଲ ଆଡକୁ । ଦିନଟି ଖୁବ୍ ବଡ ଲାଗୁଥାଏ ।ସରିବାର ନାଁ ହିଁ ନଉନି । କଣ ଯେ କହିବ ତାକୁ । ତା ହସିବାର କାରଣ ? ନା ସେଇ ସୁଉଚ୍ଚ ଅବୟବ ଆକର୍ଷଣରେ ନିଜେ ହସି ଆସୁଥିବା ଉତ୍ତର । ଏମିତି ଅନେକ ପ୍ରଶ୍ନ ଭିତରେ ସେ ନିଜକୁ ସମ୍ଭାଳି କଟକ ବାଲି ଯାତରାରୁ ନେଇ ଆସିଥିବା ତାର ଖୁବ୍ ପ୍ରିୟ ପସାପାଲି ଶାଢି ଖଣ୍ଡିକରେ ଆଜି ଖୁବ୍ ଅଲଗା ଲାଗୁଥିଲା  । ଖାଲି ମଥାରେ ତାର ଆଜି ଛୋଟ କଳା ଟିକିଲି । ପାଦରେ ବି ଅଳତା । ହାତରେ ଦୁଇପଟ ଲେଖାଏ ନାଲି କାଚ ଦିଆ ମୋଟା ଚୁଡି । କାନ୍ଧରେ ହାତବନ୍ଧା ସୁତା ଝୁଲାବ୍ୟାଗ । ପୁରା ଏକରକମର ଘରଣୀ । ପାଦ ଚାପି ଚାପି ସେ ଛକ ଆଗ ଚଉରା ଆଗରେ ପହଞ୍ଚୁ ପହଞ୍ଚୁ ପଛେପଛେ ଧଡିଆ ସାଇକଲ ବାଲା ହାଫପ୍ୟାଣ୍ଟ ଖଣ୍ଡେ ପିନ୍ଧି ତଳକୁ ମୁଁହ କରି ଲାଜେଇ ଲାଜେଇ ନାକ ଦୁଇପୁଡା ଫୁଲେଇ ଚାଲି ଆସିଲା ମାଧୁରୀ ପାଖକୁ । ଇଏ କଣ?? କଣ ହେଲା ?? ଆଶ୍ଚର୍ଯ୍ୟରେ ମାଧୁରୀ ତାକୁ ପଚାରିଲା ।

   ତମ ନା ତାହା ହେଲେ ମାଧୁରୀ ? ଧଡିଆ ଥଙ୍ଗ ଥଙ୍ଗ ହେଇ ପଚାରିଲା ।

   ହଁ...। ହେଲେ ତମେ ?

  ମୁଁ... ମୁଁ ଧଡିଆ..ସାଇକଲ ଦୋକାନୀ । କାଲି ତମେ ଯୋଉ ଲେଖା ଦେଇଥେଲ ସେଥିରେ ପା ଲେଖିଥେଲ ମାଧୁରୀ ବୋଲି ।

ହେଲେ ସେଇଟା ତ ମୁଁ ତମ ଦୋକାନରେ ବସି ମୋତେ ଚାହିଁ ହସୁଥିବା ସେଇ ଗୋରା ଟୋକା ଟି ପାଇଁ ଛାଡି ଆସିଥିଲି କହି ସେ ଆଡକୁ ଚାହି ଦେଖଲା ସେ ଏବେବି ସେମିତି ହସି ଚାଲିଛି ଅନବରତ ।

ଧଡିଆ ମୁଣ୍ଡ  ଉଠେଇ ଟିକେ ଟାଣରେ କହିଲା ' ଆଉ ନା ! ହସୁଥିବତ ଖାଲି। ଆଉ...। ସେ ଦେଖି ପାରୁଥିଲେ ତ ହସିବ ? ଅନ୍ଧ ଟା ହୋ ସେଟା । ନିତି ସକାଳେ ମୋ ଦୋକାନ ଆଗରେ ବସି କ୍ଷୀର ଗାଡି ଆସିଲେ କ୍ଷୀର ନେଇଯାଏ । କୋଉଆଡର ଛୁଆ ମୁଁ ଜାଣିନି ତାକୁ । ସେ ବ୍ଳକ ଅଫିସ କିରାଣୀ ଘରେ ରହି କାମ ଧାମ କରେ । କାଲି ଏଇ କାଗଜ ଖଣ୍ଡିକ ରାସ୍ତା ଉପରୁ ପାଇଲି ବୋଲି ଧାଇଁ ଆସିଥିଲି । କହିଲେ କ'ଣ ନା ସେଇ ଟୋକା ହସୁଛି । '' ଧଡିଆ ଗୁଳି ଭଳି କଥାଗୁଡାକ ଫିଙ୍ଗି ଦେଇ ଦୋକାନ ଆଡିକୁ ଚାଲିଗଲା। ମାଧୁରୀ ମୁହଁରେ ଆଉ ସେ ଚମକ ନାହିଁ। ବୁଲି ପୁଣି ଚାହିଁଲା । ନା ନା ସେ ଦୋକାନୀ ମିଛ କହିଗଲା । ପିଲାଟା ତ ଏଯାବତ୍ ହସୁଛି ଖୁବ୍ ଆପଣା ପଣରେ। ଆଖି ଯୋଡିକୁ ଏକା ତାରି ଉପରେ ଢାଳି ଚାହିଁ ରହିଛି ସେ । ଆଜି ଆଉ ଲାଜେଇବି ଯାଉ ନାହିଁ ସେ । କିଛି ଭାବିବା ଆଗରୁ ଓମଫେଡ୍ ର ଡାଲାଗାଡି ଆସି ଦିଟା ଜୋର୍ ହର୍ଣ୍ଣ ମାରି ଉଭୟଙ୍କ ନିରବତା ଭାଙ୍ଗିଦେଲା । ଟୋକାଟି ତରବର ହୋଇ ଜାଗାରୁ ଉଠିଆସି ପକେଟ ଭିତରୁ ଫୋଲ୍ଡେଡ ଷ୍ଟିକଟିକୁ ବାହାର କରି ଗାଡି ଆଡକୁ ପାଦ ଗଣିଲା ପରି ମାଡି ଆସିଲା । ହଠାତ୍ ଏତିକି ବେଳେ ଲାଠିବୋଡା ବସ ଆସି ଲାଗିଲା ।କଣ୍ଡକ୍ଟର କହିଲା ଦିଦି ଆସ ଆସ...।

ମାଧୁରୀ ବସ୍ ଚଢି ସ୍କୁଲ ଚାଲିଲା । ଏଠୁ ଅନେକ ବାଟ । ପୁଣି ଫେରିବା ବେଳେ ସଉଦା ନେବାର ଅଛି ।

  


Rate this content
Log in

Similar oriya story from Inspirational