STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଅନ୍ଧ ଲଉଡ଼ି

ଅନ୍ଧ ଲଉଡ଼ି

3 mins
11

ସୁରେଶ ସେଦିନ ଭାବୁଥିଲା.ଏଇ ଆଖି ସାକ୍ଷୀ ଅଛି. ସେଦିନ ତା ବାହାଘର ପକ୍କା କରିବା ପାଇଁ ମହେନ୍ଦ୍ର ସାରଙ୍କ ଝିଅକୁ ଦେଖି ପସନ୍ଦ କଲା ପରେ ତା ବାପା, ବୋଉ, ମାମୁଁ ଯୌତୁକ ଅଡ଼ି ବସି କହିଥିଲେ କଥାଟା ସର୍ବ ସମ୍ମୁଖରେ ପକାଇ ଦେଲେ ଭଲ ହେବ. ଝିଅକୁ କଣ କଣ ଦେବେ ଖୋଲି କୁହନ୍ତୁ ତ ମହେନ୍ଦ୍ର ସାରେ କହିଥିଲେ ଦାଣ୍ଡ ସୁନ୍ଦରକୁ ଯାହା ଯେମିତି ଦେବା କଥା ଝିଅକୁ ଦେବି ଆଜ୍ଞା. ଝିଅ ପାଇଁ ତା ମାଆର ସମସ୍ତ ଗହଣା ଗାଣ୍ଠି ଭାଙ୍ଗି ନୂଆ ଡିଜାଇନର ରାଣୀହାର ସହ, ଅନ୍ୟାନ୍ୟ କାନ, ହାତ, ବେକ ପାଇଁ ସୁନା ଗହଣା ସହ ଜୋଇଁଙ୍କ ପାଇଁ ଚେନ, ମୁଦି, ଘଣ୍ଟା, ମୋବାଇଲ ସହ ସମସ୍ତ ଫର୍ନିଚର ଯଥା ଡ୍ରେସିଂ ଟେବୁଲ, ଡାନିଂ ସେଟ, ସୋଫା ସେଟ ଇତ୍ୟାଦି ଇପିଏଫ ଟଙ୍କା ଉଠାଇ ସବୁ ବନ୍ଦୋବସ୍ତ କରିଛି. ସେଦିନ ଏସବୁ ଶୁଣି ମଧ୍ୟ ମାମୁଁ କହିଥିଲେ ଏସବୁ ତ ସାଧାରଣ କଥା ହେଲେ କ୍ୟାସ କେତେ ଦେବେ ତ କହିଲେ ନାହିଁ? ହାଡବଡ଼ ହୋଇ ମହେନ୍ଦ୍ର ସାର କିଛି କହିପାରୁନଥିବା ବେଳେ ସମସ୍ତଙ୍କ ଆଖିକୁ ସାକ୍ଷୀ ରଖି ସୁରେଶ ହିଁ କହିଥିଲା ଲିଜା ମୋର ପସନ୍ଦ. ତାର ଯୋଗ୍ୟତା ମୋର ପସନ୍ଦ. ଧନ ଆଜି ଅଛି କାଲି ରହିବ ନାହିଁ କିନ୍ତୁ ନିଜ ଜ୍ଞାନ, ବୁଦ୍ଧି,ବିବେକ କେହି ନେଇଯିବେ ନାହିଁ.ଲିଜାର ଚେହେରା ନୁହେଁ ବରଂ ତା ଜ୍ଞାନ, ଗରିମାର ଯୋଗ୍ୟତା ଖାଲି ମୋର ପସନ୍ଦ ନୁହେଁ ମୋ ସାଙ୍ଗମାନଙ୍କର ମଧ୍ୟ ପସନ୍ଦ ତେଣୁ ଏହିଠାରେ ବାହାଘର ହେବା ମୁଁ ଚାହେଁ. ବାହାଘର ହେଲା ବିନା ଯୌତୁକରେ ଆଉ ଲିଜାର ଯୋଗ୍ୟତା ଥିବାରୁ ସେ ଆଜି ଶିକ୍ଷୟିତ୍ରୀ ସହ ପୁତ୍ରବତୀ.
   ସୁରେଶଙ୍କ ବାପାଙ୍କ ଆଖି ଅପରେସନ ପରେ ମଧ୍ୟ ଆଖି ଠିକ ହେଲାନି ତ ପତ୍ନୀ ଅର୍ଥାତ ଲିଜାଙ୍କ ଶାଶୁ ହାତ ଧରି ଶଶୁରଙ୍କ ସମସ୍ତ କାମ କରିନେଇଯାଆନ୍ତି କିନ୍ତୁ ପୁଅର ଲାଳନ ପାଳନ ପାଇଁ ଅଜା ଆଈ ହିଁ ଏକମାତ୍ର ସାହା ଭରସା ଥିଲେ. ଆଜିକାଲି ଯୁଗରେ ସାମାଜିକ ଅବକ୍ଷୟର ଉଦାହରଣ ବହୁତ ଦେଖିବାକୁ ମିଳୁଥିବା ବେଳେ ପୁଅକୁ ପର ଲୋକ ପାଖେ ଛାଡି ସ୍ୱାମୀ ସ୍ତ୍ରୀ ଦୁହେଁ ସୁରେଶ ଓ ଲିଜା ଚାକିରୀ କରିବାକୁ ଯିବାବେଳେ ଅଜା ଆଈଙ୍କ ପାଖରେ ପୁଅ ବଢୁଥିଲା ସ୍ନେହ, ସରାଗ ଓ ଆଦର ଯତ୍ନ ଭିତରେ. ଟିକେ ବଡ଼ ହେଲା ପରେ ପୁଅ ଟୁକୁ ଫେରିଆସିଥିଲା ଜେଜେ, ଜେଜେମା, ବାପା ଓ ମାଆଙ୍କ ପାଖକୁ କାରଣ ଟୁକୁ ଥିଲା ସମସ୍ତଙ୍କ ଆଖିର ସାକ୍ଷୀ.
    ଦିନ ପରେ ଦିନ ବିତିବା ସହିତ ଟୁକୁ ଟ୍ୟୁସନ ଓ ସ୍କୁଲ ଯିବା ବୟସରେ ପହଞ୍ଚିବାରୁ ତାର ନାମ ଲେଖା ସରିଥିଲା ସ୍କୁଲରେ ଓ ଘର ପାଖରେ ଥିବା ଟ୍ୟୁସନରେ କିନ୍ତୁ ଦେଖାଗଲା ଟୁକୁ ଟ୍ୟୁସନ ନଯାଇ ନିକଟବର୍ତ୍ତି ବଜାରରେ ସମୟ କାଟି ଘରକୁ ଫେରୁଥିବା ଅବସ୍ଥାରେ ଧରାପଡିଥିଲା. ଟୁକୁର ଏହି ଦୁଷ୍ଟାମୀ କଥା ଶୁଣି ଅଜା ଆସି ପହଞ୍ଚିଗଲେ ବୁଲିବା ନାମରେ ଓ ଟୁକୁ ଟ୍ୟୁସନ ଯିବା ବାଟରେ ତାକୁ ବାଟବଣା କରି କହିଲେ ଆଜି ଟ୍ୟୁସନ ଯାଆନା ବରଂ ଚାଲେ ଯିବା ସମୁଦ୍ର କୂଳ ଓ ସେଠି ଝାଲ ମୁଢି ଖାଇବା. ଟୁକୁ କହିଲା ମୁଁ ସବୁଦିନ ବଜାରକୁ ଆସି ସେଠାରୁ ଏତିକି ବେଳକୁ ସମୁଦ୍ର କୂଳକୁ ଯାଇ ଝାଲ ମୁଢି ଖାଉଛି.ଆଜି ବରଂ ଆଇସକ୍ରିମ ଖାଇବା. ଅଜା କହିଲେ ତୁ ତ ଏ ସମୟରେ ଟ୍ୟୁସନ ଯାଉ ଝାଲ ମୁଢି କେତେବେଳେ ଖାଉ?ଟୁକୁ ଏଥର ସତ ମାନି ଯାଇଥିଲା ତ ଅଜା କିଛି ନଜାଣିଲା ପରି କହିଥିଲେ ହଇରେ ନାତିଆ ତୁ ସବୁଠୁ କାହାକୁ ଭଲ ପାଉ ଆଗେ କହିଲୁ?ଟୁକୁ କହିଲା ତୁମ ଝିଅ ମୋ ମାମାକୁ. ମୁଁ ତା ଆଖିର ସାକ୍ଷୀ. ହେଲେ ତୁ ତ ତାକୁ ଠକୁଛୁ ନା. ମୋ ଝିଅ ତତେ ଭଲ ଭଲ ଖାଇବା କରି, ଡ୍ରେସ ସଜାଡି, ବହି ପତ୍ର ବ୍ୟାଗ ଧରାଇ ଭାବେ ମୋ ପୁଅ ମୋ ଆଖିର ତାରା ବା ମୋ ଆଖିର ସାକ୍ଷୀ ଯାଉଛି ପାଠ ପଢି. ମଣିଷ ପରି ମଣିଷ ହେବ ବଢ଼ି କିନ୍ତୁ ତୁ ତୋ ମାଆକୁ ଧୋକା ଦେଉଛୁ.ଟୁକୁ ଏଥର ଅଜାଙ୍କ ଗୋଡ଼ ତଳେ ପଡି ତାକୁ କ୍ଷମା କରିଦେବାକୁ କହିବା ସହ ଆଉ ଏମିତି ଭୁଲ କରିବନି ବୋଲି କଥା ଦେଇଥିଲା. ଅଜା ଏଥର ଖୁସିରେ ତାଙ୍କ ଘରକୁ ଫେରିଯିବା ପରେ ସୁରେଶ କହୁଥିଲେ ମୁଁ ବାହାଘର ବେଳେ କହିଥିଲି ନା ଗୁଣୀ ପୂଜା ପାଏ ଦେଶ ବିଦେଶରେ. ମୋ ଶଶୁର ମହେନ୍ଦ୍ରବାବୁ ଜଣେ ଜ୍ଞାନୀ ଗୁଣୀ ହୋଇଥିବାରୁ ଚୁଟୁକିରେ ଅର୍ଥାତ ଚୁମ୍ବକୀୟ କଥାରେ ଆମ ଆଖିକୁ ସାକ୍ଷୀ କରି ଆମ ପୁଅକୁ ବଦଳାଇ ବାଟକୁ ଆଣି ସଜାଡିଦେଇ ଗଲେ. ଏହାହିଁ ମୋର ବଡ଼ ଯୌତୁକ ନା ନାହିଁ କୁହ ବାପା. ସୁରେଶଙ୍କ ବାପା କହୁଥିଲେ ଠିକ କଥା କହିଛୁ ପୁଅ. ଆମେ ଧନ ନୁହେଁ ମନ ଓ ଜ୍ଞାନ ଚିହ୍ନିବା ଦରକାର. ବହୁତ ଅଳ୍ପ ଦିନ ପରେ ବାପାଙ୍କ ଆଖି ଭଲ ହେବା ପରେ ସେ ନିଜେ ଟୁକୁକୁ ନେଇ ଟ୍ୟୁସନ ଓ ସ୍କୁଲରେ ଛାଡୁଥିଲେ କହୁଥିଲେ ତୁ ହିଁ ମୋ ଆଖିର ସାକ୍ଷୀରେ ନାତି.



Rate this content
Log in

Similar oriya story from Action