ତିନିବନ୍ଧୁ
ତିନିବନ୍ଧୁ
ଘୋଡା ସହ ବେଙ୍ଗ ଟିଏ ଖୁବ ସାଙ୍ଗ. ଘୋଡା ପିଠିରେ ବସି ବେଙ୍ଗ ଜଙ୍ଗଲ ସହ ଜଳ ଓ ସ୍ଥଳ ଦେଶରେ ବୁଲିଗଲା ବେଳେ ସମସ୍ତେ ହସନ୍ତି. କିଏ କିଏ ତାଳି ମାରି କୁହନ୍ତି ବନ୍ଧୁତା ରେ ଉଚ୍ଚ ନୀଚ୍ଚ, ଡେଙ୍ଗା, ଗେଡା, ଗୋରା, କଳା କି ଲାଞ୍ଜ କି ପୁଛ ଦେଖାଯାଏନା. ଶ୍ରୀକୃଷ୍ଣ ତ ପୁଣି ଦ୍ୱାରିକା ଅଧିପତି ହୋଇ ଗରୀବ ସୁଦାମା ସହ ବନ୍ଧୁ ବାନ୍ଧିଥିଲେ. କିନ୍ତୁ ଅନେକ ଉପହାସ କରନ୍ତି. ଥଟ୍ଟା ମଜ୍ଜା କରନ୍ତି. ନୂଆବର୍ଷ ଫିଷ୍ଟ ରେ ବନ୍ୟଜନ୍ତୁ ମାନେ ସେ ଦୁହିଁଙ୍କୁ ମିଶାଇ ନଥିଲେ. ମଣିଷ ସମାଜ କୁ ବେଙ୍ଗ ର ଖୁବ ଭୟ. ବିଜ୍ଞାନଗାର କୁ ଧରିନେଇ କାଟିକୁଟି କଣ ସବୁ ପ୍ରାଣୀ ବିଜ୍ଞାନ ଜାଣନ୍ତି ବୁଝନ୍ତି ଏ ମଣିଷ ଜାତି ଭାବି ବେଙ୍ଗ ଯାଏନା. ଘୋଡା ମଧ୍ୟ ମଣିଷ ମାନଙ୍କ ଆଚରଣ ଓ ଉଚ୍ଚାରଣ ରେ ସନ୍ତୁଷ୍ଟ ନଥିଲା. ଏତେ ଭୋଜି ଭାତ କରି ମଣିଷ ଧୁମ ମଜା କରୁଥିଲା ବେଳେ ସେ ଖାଇଛି କି ନା ଠିକ ଠାକ ବୁଝେନା. ତା ବେକରେ ରଶି ଲଗାଇ ସବାର କରେଇ ନାକେଦମ କରେ ପୁଣି ସମୁଦ୍ରକୂଳରେ ତା ଉପରେ ପର୍ଯ୍ୟଟକ ବସାଇ ପଇସା ରୋଜଗାର କରେ. ତେଣୁ ଘୋଡା ଓ ବେଙ୍ଗ ନିରାଶ ହୋଇ ନୂଆବର୍ଷ ଦିନ ଗୋଟେ ଅଜଣା ସ୍ଥାନକୁ ଚାଲିଗଲେ.
ବାଟରେ ଯାଉ ଯାଉ ଘୋଡ଼ାକୁ ଖୁବ ଶୋଷ ହେବାରୁ ପାଖରେ ଗୋଟେ ଜଳାଶୟ ଦେଖି ଘୋଡା ପାଣି ପିଉ ପିଉ ପଙ୍କରେ ଗୋଡ଼ ପଶି ଆଉ ବାହାରି ପାରିଲା ନାହିଁ. ବନ୍ଧୁର ଏହି ଅସହାୟ ଅବସ୍ଥା ଦେଖି ବେଙ୍ଗ କଣ କରିବ ଭାବୁ ଭାବୁ କେଁ କଟର ରଡି ଛାଡିବାରୁ ସବୁ ବେଙ୍ଗ ଉଠିଆସିଲେ ଜଳ ଓ ସ୍ଥଳ ଅଂଚଳରୁ ସତ କିନ୍ତୁ ଘୋଡା କୁ ପଙ୍କରୁ ଉଠେଇବାରେ ଅକ୍ଷମ ହେଲେ. ବେଙ୍ଗ ମାନେ କିଛି ଚିନ୍ତା କରି ସହରକୁ ଯାଇ କୁଦା ମାରି ମଣିଷର ଦୃଷ୍ଟି ଆକର୍ଷଣ କରେଇ ସେମାନଙ୍କୁ ଜଳାଶୟ ପର୍ଯ୍ୟନ୍ତ ନେଇଆସିଲେ. ଘୋଡ଼ାର ଏପରି ଅବସ୍ଥା ଦେଖି ସବୁ ମଣିଷ ଜେସି ଲଗେଇ ଘୋଡ଼ାକୁ ଉଦ୍ଧାର କରିବା ପରେ ମଣିଷ ସହିତ ଘୋଡା ଓ ବେଙ୍ଗ ବନ୍ଧୁତା କରିନେବା ସହ ପରସ୍ପର ପରସ୍ପର କୁ ସାହାଯ୍ୟ ସହଯୋଗ କରୁଥିବା ବେଳେ ଘୋଡା ମଣିଷ କୁ ପିଠିରେ ବସେଇ ଖୁସିରେ ନୂଆବର୍ଷ ରେ ବୁଲେଇବା ବେଳେ ବେଙ୍ଗମାନେ ସମସ୍ୱରରେ କେଁ କଟର କେଁ କଟର ତାଳ ରେ ଗୀତ ଗାଇ ନାଚୁଥିଲେ, ଧେଇ ଧେଇକି.. ତା ଧେଇକି. ମଣିଷ ଏଥର ଘୋଡା ସବାର ମଜ୍ଜା ପାଇ ସେଇଦିନଠୁ ଘୋଡ଼ାକୁ ପୋଷା ମନେଇ ରଖି ଆସୁଛି. ସବୁ ବର୍ଷ ନୂଆବର୍ଷ ଆସିଲେ ବେଙ୍ଗ ମଧ୍ୟ ଖୁସିରେ କେଁ କଟର କେଁ କଟର ରଡି କରେ ଯେ ଘୋଡା ପିଠିରେ ସବାର ହୋଇ ମଣିଷମାନେ ଆସି ନାଚି ଗାଇ ପ୍ରତି ନୂଆବର୍ଷ ରେ ହର୍ଷ, ଉଲ୍ଲାସ ରେ ଆନନ୍ଦ ଉପଭୋଗ କରନ୍ତି.
