Siddhartha Tripathy

Classics Inspirational

4  

Siddhartha Tripathy

Classics Inspirational

ଅଲୋଡା ପୃଷ୍ଠା (ସପ୍ତମ ଭାଗ)

ଅଲୋଡା ପୃଷ୍ଠା (ସପ୍ତମ ଭାଗ)

2 mins
224



      ଡାଏରୀ ଭିତରେ ଖୁସିର ପୃଷ୍ଠାଗୁଡିକ ଗୁନ୍ଥି ହୋଇ ରହିଥିଲା ବୋଧହୁଏ। କାଳବିଳମ୍ବ ନକରି ଓଲଟାଇଲି ପର ପୃଷ୍ଠା।


   ମୋବାଇଲର ଘଣ୍ଟି ବାଜିଉଠିଲା। କିଏ ଜଣେ ନାରୀନେତ୍ରୀ। କାଟିଦେଲି ଫୋନ୍। କିନ୍ତୁ ସମସ୍ତେ ଲକ୍ଷ୍ୟ କରିଥିବେ, ଏମିତି କିଛି ବ୍ୟକ୍ତିତ୍ବ ଅଛନ୍ତି ଫୋନ ଉଠେଇବା ଯାଏଁ ନଛୋଡବନ୍ଧା। ଫ୍ୟାନ ପବନରେ ଡାଏରୀ ପୃଷ୍ଠା ଓଲଟିଯିବାର ଚେଷ୍ଟା କରୁଛି। ଏତେ ଖୁସିର ମୁହୂର୍ତ୍ତକୁ ହାତଛଡା କରିବା ସପକ୍ଷରେ ନଥିଲି ମୁଁ।

 ବିରକ୍ତିରେ ନାରୀନେତ୍ରୀଙ୍କ ଆପତ୍ତି ଅଭିଯୋଗ ଶୁଣି, ଆଜି ଛୁଟି ମ୍ୟାଡମ୍, ଆସନ୍ତାକାଲି କଥାହେବା କହି ଫୋନକାଟି ମନୋନିବେଶ କଲି ଡାଏରୀ ପଢାରେ।


ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କଲି। ବିହାର ଅଞ୍ଚଳ ଦେଇ ଗତି କରୁଥିଲା ରେଳ। ହଠାତ୍.....ପଶିଆସିଲେ କିଛି ଖାକି ପୋଷାକଧାରୀ। ବୋଧେ ବିହାର ପୋଲିସ ଅଥବା ମିଲିଟାରୀବାଲା। ହିନ୍ଦୀରେ ଆରମ୍ଭ କଲେ, ଆବେ ବସିଥିବା ସିଟ୍ ଛାଡି ଆମେ ଓହ୍ଲେଇବା ଯାଏଁ ମାନେ ଚାରିପାଞ୍ଚ ଘଣ୍ଟା ଏଇ କଡରେ ଠିଆ ହୋଇରହ। ବିରକ୍ତ ହୋଇ ମୁଁ କହିଲି, କାହିଁକି ଯେ, ଏଇ ସିଟ୍ ମୁଁ ଆରକ୍ଷଣ କରିଛି, ମୁଁ କାହିଁକି ଉଠିବି ? ଜଣେ ଲମ୍ବା ନିଶବାଲା କଳାମଚମଚ ବ୍ୟକ୍ତିତ୍ବ ହାତରେ ଧରିଥିବା ଗନ୍ ର ପଛପଟେ ଦେଲା ପାହାରେ ଓ କହିଲା, ଶଳା ବହୁତ କହୁଛି।

ବିଷର୍ଣ୍ଣ ମନରେ ଉଠିଗଲି ଚୁପଚାପ।ମନଟା ବୈବାହିକ ଜୀବନର ସ୍ବପ୍ନକୁ ନେଇ ଖୁସିଥିଲା ତେଣୁ ପାଞ୍ଚ ଘଣ୍ଟା ଠିଆ ହୋଇରହିବାର କଷ୍ଟର ପ୍ରଭାବ ନଥିଲା।

 ମନେମନେ ଭାବୁଥିଲି, ସତରେ ସବୁ ପୁଅଝିଅ କ'ଣ ବାହାଘର ପୁର୍ବରୁ ଏମିତି ଖୁସି ହୁଅନ୍ତି ? ପହଞ୍ଚିଗଲି ପାନିପଥ। ମ୍ୟାନେଜର ହରିଚନ୍ଦନ ବାବୁ କହିଲେ ଯାହାହେଉ ଠିକ୍ ସମୟରେ ଆସି ପହଞ୍ଚିଗଲେ। ମୁଁ କହିଲି ଆଜ୍ଞା, ମୋର ସଂସ୍କାର ଓ ଆମର ସଭ୍ୟତା ସେମିତି। ମୁଁ ଯାହା କହେ ପ୍ରାୟତଃ ତାହାର ରୂପାୟନ ପାଇଁ ଚେଷ୍ଟାକରେ।


ଆରେ, ଗଲା ଗଲା, ପବନର ତିବ୍ରତାରେ ଓ ପୁରୁଣା କଥା ମନେପକାଉ ପକାଉ ଡାଏରୀଟି ଖଟରୁ ତଳକୁ ଗଳିପଡିଲା। ତୁରନ୍ତ ଉଠେଇ ଆଣିଲି ମୁଁ। ପଢିବା ଆରମ୍ଭ କଲି ପୁଣି।

ମୁଁ କହିଲି ହରିଚନ୍ଦନ ବାବୁ, ମୋର ବାହାଘର ସ୍ଥିର ହେବାକୁ ଯାଉଛି। ସେ ଖୁସି ହୋଇଗଲେ। କହିଲେ ଭଗବାନ କରନ୍ତୁ ଆପଣ ଜଲଦି ହାତକୁ ଦିହାତ ହୋଇଯାଆନ୍ତୁ। କମ୍ପାନୀ ତରଫରୁ ବିରାଟ ଆୟୋଜନ କରିବା। ଖୁସିରେ ଫାଟିପଡୁଥିଲି ମୁଁ।

 କହିଉଠିଲି ମୋର ଚିନ୍ତାଧାରା, ଆଦର୍ଶ ସେସବୁ ସମ୍ପର୍କରେ। ସ୍ମିତହସି ଶ୍ରୀଚନ୍ଦନବାବୁ କହିଲେ ସିଦ୍ଧାର୍ଥ ବାବୁ ! ମନୁଷ୍ଯ ଏମିତି ବହୁତ କିଛି ଭାବିଥାଏ କିନ୍ତୁ.....।

        ଚିଡିଉଠି ମୁଁ କହିଲି, ଆପଣ ତ ବାହା ହୋଇନାହାନ୍ତି କି ହେବାର ଯୋଜନା ବି ନାହିଁ, ଆପଣ କେମିତି କହିଦେଉଛନ୍ତି ଏସବୁ ସମ୍ଭବ ନୁହଁ। ଶ୍ରୀଚନ୍ଦନ ବାବୁ କହିଲେ, ନା ନା ଜୀବନରେ ଆପଣଙ୍କ ଠାରୁ ଅଧିକ ପ୍ରତିଶୃତିବଦ୍ଧ ମନୁଷ୍ଯ ଦେଖିଛି କିନ୍ତୁ ବାହାଘର ପରେ ସମ୍ପୁର୍ଣ୍ଣ ଓଲଟା ସିଦ୍ଧାର୍ଥ ବାବୁ, ତେଣୁ କହିଦେଲି ଖରାପ ଭାବିବେନି।

ମୁଁ କହିଲି କିନ୍ତୁ ଶ୍ରୀଚନ୍ଦନ ବାବୁ, ମୋ ନିଜ ଉପରେ ମୋର ଅଗାଧ ବିଶ୍ବାସ। ମୁଁ କାର୍ଯ୍ଯରେ ପରିଣତ କରି ଦେଖାଇଦେବି, ମୋର ସୁନ୍ଦର ସଂସାର।

ଦୀର୍ଘଶ୍ବାସ ଛାଡି ଶ୍ରୀଚନ୍ଦନ ବାବୁ କହିଲେ ଭଗବାନ ଆପଣଙ୍କ ସବୁ ଇଚ୍ଛା ପୁରଣ କରନ୍ତୁ।

ଖୁସି ଓ ଆଗ୍ରହରେ ମନପ୍ରାଣ ଦେଇ କାର୍ଯ୍ଯରେ ଲାଗିପଡିଲି ମୁଁ।


କ୍ରମଶଃ........



Rate this content
Log in

Similar oriya story from Classics