STORYMIRROR

Aravinda Das

Inspirational

3  

Aravinda Das

Inspirational

ଅକ୍ଷି ମୁଠି , ଡିଜିଟାଲ ମଣିଷ

ଅକ୍ଷି ମୁଠି , ଡିଜିଟାଲ ମଣିଷ

1 min
15.4K


ସନା ପ୍ରଧାନଙ୍କୁ ରାତି ସାରା ନିଦ ହୋଇନଥିଲା।ରାତି ପାହିଲେ ଅକ୍ଷି ତୃତୀୟା। ଓଡିଶା ବାହାରେ, ସଫ୍ଟୱେର କମ୍ପାନୀରେ ବଡ଼ ପୋଷ୍ଟରେ କାମ କରୁଥିବା ଏକମାତ୍ର ପୁଅ ତାଙ୍କୁ କଥା ଦେଇଛି, ଆସନ୍ତା କାଲି ଗାଁରେ ଥିବା ନିଜ ବିଲରେ ଅଖି ମୁଠି ଅନୁକୁଳ କରିବେ ନିଜ ହାତରେ। ସନାତନ ଖୁସିରେ ଖାଲି କୁରୁଳି ଉଠୁଥିଲେ।ରାତିରୁ ଉଠି ନିତ୍ୟକର୍ମ ସରି ବ୍ୟାଗ ସଜାଡି ବସିଥାନ୍ତି ସନାତନ।ସତରେ ସେ ଯିବେ?

ସ୍ତ୍ରୀଙ୍କ ଦେହାନ୍ତ ପରେ ସେ ଏବେ ଚାକିରିଆ ପୁଅ,ବୋହୁଙ୍କ ପାଖରେ ରହୁଛନ୍ତି।ଓଡିଶା ବାହାରେ ରହି ପ୍ରବାସରେ ସ୍ମୃତି ସବୁକୁ ଖାଲି ଯାହା ସାଉଁଟିବା ସାର।

ସକାଳ ହେଲା।ପୁଅ,ନାତି ଆସି ପାଖରେ ବସିଲେ।

"ବାପା, ଆସନ୍ତୁ ଅକ୍ଷିମୁଠି ଅନୁକୂଳ କରିବେ।"

ଆଶ୍ଚର୍ଯ୍ୟ ହୋଇ ସନାତନ କହିଲେ,"ଏଇଠି ବସି ଗାଁ ଜମିରେ କେମିତି ଅନୁକୂଳ କରିବା ?

ହସି ଦେଇ ପୁଅ କହିଲା,' ଓଃ, ବାପା, ଆଜିକାଲି ପରା ଡିଜିଟାଲ ଯୁଗ। ଅଫିସ,ବ୍ୟାଙ୍କ କାମ, ପାଠପଢ଼ା,କିଣା ବିକା, ପୂଜାପାଠ ଏମିତିକି କ୍ରିୟାକର୍ମ ବି ଘରେ ବସି କମ୍ପ୍ୟୁଟର ,ମୋବାଇଲରେ ହେଉଛି।ହେଇ ଦେଖ ଗୁଗୁଲ ମ୍ୟାପ୍ ରେ ଆମ ଗାଁ ସୁଜନପୁର,ଚଇତି ନଈ, କେନାଲ ବନ୍ଧ ଓ ଆମ ଜମି।'

ସନାତନ ଦେଖୁଥିଲେ ରେଖାଚିତ୍ର ଭଳି ଦିଶୁଥିବା ଜିନିଷ ସବୁକୁ।ନାତି ଆସି ଯୋଡ଼ିଦେଲା କାର୍ଟୁନ ଭଳି ଦୁଇଟା ବଳଦ ,ଗୋଟେ ଲଙ୍ଗଳ ଓ ଗୋଟେ ମଣିଷ।ସେ ମଣିଷ ମୁହଁରେ ତାଙ୍କ ଫଟ ଯୋଡ଼ାଗଲା। ବାଜିଲା ଓଡ଼ିଆ ଗୀତ......'ଚଷା ଭାଇରେ, ଏ ମା, ମାଟି ତୋ ଜୀବନ ଧନ.....'

ଚିତ୍ର ମଣିଷ ବୁଣୁଥିଲା ଅକ୍ଷୀମୁଠି।ସମସ୍ତେ ଏକାଠି ତାଳି ମାରୁଥିଲେ।ପୁଅ ବନ୍ଦ କଲା ମୋବାଇଲ।ସରିଗଲା ଅକ୍ଷିମୁଠି ଅନୁକୂଳ.....

ପଥରମୂର୍ତ୍ତି ଭଳି ବସିଥିଲେ ସନାତନ।ତାଙ୍କୁ ଲାଗୁଥିଲା ସେ ଯେମିତି ବନିଯାଇଛନ୍ତି ଡିଜିଟାଲ ମଣିଷ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational