Ramakanta Das

Classics

4  

Ramakanta Das

Classics

ଅହ୍ୟରାଣୀ

ଅହ୍ୟରାଣୀ

9 mins
404


ପ୍ରୀତି ବହୁତ ସରଳ ଝିଅଟିଏ | ବାପା ମାଆଙ୍କର ଏକମାତ୍ର ଝିଅ ପ୍ରୀତି | ଘରେ ପ୍ରୀତି କୁ ସମସ୍ତେ ବହୁତ ଭଲ ପାଆନ୍ତି |ପ୍ରୀତି ବହୁତ କମ ପାଠ ପଢ଼ିଛି ସତ ହେଲେ ବହୁତ ବୁଦ୍ଧିମତୀ | ପ୍ରୀତି ଜୀବନରେ ଏମିତି ସବୁକିଛି ଠିକଠାକ ଚାଲିଥିଲା ହେଲେ ସେ କରିଥିବା ଭୁଲ ପାଇଁ ସେ ସବୁଦିନ ପାଇଁ ଦୂରେଇ ଗଲା ତା ବାପା ଓ ମାଆଙ୍କ ପାଖରୁ|

           ପ୍ରୀତି ପ୍ରକାଶ ବୋଲି ଗୋଟେ ପିଲା କୁ ନିଜଠୁ ବି ଅଧିକ ଭଲପାଏ | ପ୍ରୀତି ଓ ପ୍ରକାଶ ଦୁଇଜଣଙ୍କ ଭଲପାଇବା ଛୋଟ ବେଳର | ଛୋଟ ବେଳେ ପ୍ରୀତି ସବୁବେଳେ ପ୍ରକାଶ କୁ କୁହେ ମୁଁ କେବଳ ତମକୁ ହିଁ ବହାହେବି ଓ ଅହ୍ୟରାଣୀ ହୋଇ ମଶାଣି କୁ ଯିବି ତମ କାନ୍ଧରେ |ତାଙ୍କ ଭଲପାଇବାର ପ୍ରତିବନ୍ଧକ ସାଜେ ଜାତି | ପ୍ରୀତି ଉଚ୍ଚ ଜାତିର ଓ ପ୍ରକାଶ ନୀଚ ଜାତିର | ଦୁଇଜଣଙ୍କ ଘର ଗୋଟେ ଗାଁ ରେ | ପ୍ରୀତି ଓ ପ୍ରକାଶ ଉଭୟଙ୍କ ଘରେ ୨ଜଣଙ୍କ ଭଲ ପାଇବା ବିଷୟ ରେ ଜାଣିଛନ୍ତି | ପ୍ରୀତିକୁ ଘର ଲୋକ ଯେତେ ବିରୋଧ କଲେ ବି ସେ କାହା କଥା ଶୁଣେ ନାହିଁ | ପ୍ରକାଶ ନୀଚ ଜାତିର ହୋଇଥିବାରୁ ପ୍ରୀତିଙ୍କ ଘର ଲୋକ ପ୍ରକାଶକୁ ଆଦୌ ପସନ୍ଦ କରନ୍ତିନାହିଁ | ପ୍ରୀତି ଓ ପ୍ରକାଶ ର ଭଲପାଇବା ସବୁଦିନ ପାଇଁ ଅତୁଟ କେହି କାହାବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବେ ନାହିଁ |

            କିଛିଦିନ ମଧ୍ୟରେ ପ୍ରୀତିର ବାହାଘର ଠିକ ହୁଏ| ନିର୍ବନ୍ଧ ବି ସାରିଯାଏ | ଏ ବାହାଘରକୁ ନେଇ ପ୍ରୀତି ଟିକେ ବି ଖୁସି ନଥାଏ | ଘର ଲୋକମାନଙ୍କ ସମ୍ମାନ ରଖିବାକୁ ଯାଇ ସେ ଏ ସବୁର ବାଧ୍ୟ ହୋଇ ରାଜି ହୁଏ | ପ୍ରୀତି ର ବାହାଘର ବିଷୟରେ ପ୍ରକାଶ ସବୁ ଜାଣେ ହେଲେ ସେ କିଛି ବି କରିବାର ପରିସ୍ଥିତି ରେ ନଥାଏ | କାହିଁକି ନା ସେ ରୋଜଗାର କରେ ନାହିଁ ସେଥିପାଇଁ ତାକୁ ବହୁତ ଖରାପ ଲାଗେ | ଘରର ଗୋଟେ ପୁଅ ବୋଲି ଘରେ ବାପା ,ମା ତାକୁ କେହିବି କିଛି କୁହନ୍ତି ନାହିଁ | ପ୍ରୀତି ର ବାହାଘରକୁ ଥାଏ ମାତ୍ର ଅଳ୍ପ ଦିନ ବାକି | ପ୍ରୀତି ପ୍ରକାଶକୁ ଫୋନ କରି କହିଲା ଶୁଣ ପ୍ରକାଶ ଆଉ ଅଳ୍ପ ଦିନ ପରେ ମୋର ବାହାଘର ହେଇଯିବ | ତମେ କିଛି କର ନହେଲେ ତମ ପାଖରୁ ସବୁଦିନ ପାଇଁ ମୁଁ ଦୁରେଇ ଯିବି | ମୁଁ ଚାହୁଁନି ପ୍ରକାଶ ଆମର ଏତେ ବର୍ଷ ର ପ୍ରେମ ଏମିତି ଅଧାରେ ରହିଯାଉ | ପ୍ରକାଶ କଣ କରିବ କିଛି ବି ଭାବିପାରେ ନାହିଁ | ତା ବାପା ଓ ମାଙ୍କ ଠାରୁ ଅନୁମତି ଆଣି ସେ ରାତି ଅଧରେ ଯାଇ ପ୍ରୀତି କୁ ଉଠେଇ ଆଣେ | ପ୍ରୀତି ଖୁସିରେ ଖୁସିରେ ଘରୁ ଚାଲିଯାଏ | ଦୁଇଜଣଙ୍କର ଗାଁ ମନ୍ଦିରରେ ବାହାଘର ହୁଏ | ପ୍ରୀତି ଓ ପ୍ରକାଶ ଦୁହେଁ ବହୁତ ଖୁସିଥାନ୍ତି ତାଙ୍କ ଦୁଇଜଣଙ୍କର ଛୋଟ ବେଳର ସ୍ବପ୍ନ ଆଜି ସାକାର ହୋଇଛି ବୋଲି ଭାବି | 

     କିଛିମାସ ପରେ ପ୍ରୀତି ପ୍ରକାଶ କୁ ବୁଝାଏ ଶୁଣ ପ୍ରକାଶ ତମେ ଏବେ କେମିତି ରୋଜଗାର କରିବ ସେ କଥା ଚିନ୍ତା କର | କେତେଦିନ ତମେ ଆଉ ବାପା ମାଙ୍କ ପଇସାରେ ଖାଉଥିବ | ସେତେବେଳେ ତମେ ଏକୁଟିଆ ଥିଲ ସେ କଥା ଅଲଗା ଥିଲା ଏବେ କଥା ବହୁତ ଅଲଗା | ବାପାଙ୍କର ବୟସ କ୍ରମଶଃ ବଢିଚାଲିଛି | ସେ ଅବା ଆଉ କେତେଦିନ ଖଟିବେ ତମେ ବିଦେଶକୁ ଯାଏ | କାଲି ସକାଳେ ଆମର ପିଲା ଯେତେବେଳେ ଏ ଦୁନିଆଁ ଆସିବ ସେ ବି କଣ ବାପା ମାଙ୍କ ଉପରେ ବୋଝ ହୋଇ ରହିବ | ବାପା ମା ତମକୁ କିଛି କହିବା ପୂର୍ବରୁ ତୁମେ ବିଦେଶ ଯାଇ ରୋଜଗାର କର | ପ୍ରକାଶ ମନ ଭିତରେ ବହୁତ ରଗୁଥାଏ ହେଲେ ପ୍ରୀତି କୁ କାଳେ କଷ୍ଟ ହେବ ସେ ଚୁପ ହେଇ ସବୁ କିଛି ଶୁଣୁଥାଏ | ପ୍ରୀତି କଥା ମାନି ପ୍ରକାଶ କିଛି ଦିନ ପରେ ବିଦେଶ ଯାଏ ରୋଜଗାର କରିବା ପାଇଁ | ଗୋଟେ ମାସ ପରେ ପ୍ରକାଶ ଘରକୁ ପଇସା ପଠାଏ । ଏ ସବୁ ଦେଖି ପ୍ରକାଶର ବାପା ମା ବହୁତ ଖୁସି ହେଲେ | ଧୀରେ ଧୀରେ ପ୍ରୀତି ତାର ବାପା ମାଙ୍କ ସହ ଲୁଚି ଲୁଚି କଥା ହେଲା | ଏମିତି ଗୋଟେ ମାସ ସବୁ କିଛି ଠିକ ଚାଲିଥାଏ |

     ଋତୁ ବଦଳିଲା ପରି ବଦଳି ଯାଏ ପ୍ରକାଶ ସ୍ଵଭାଵ ଓ ବ୍ୟବହାର ନା ସେ ପ୍ରୀତି କୁ ଫୋନ କରେ ନା ପଇସା ପଠାଏ | ପ୍ରୀତି ଯେତେବେଳେ ଫୋନ କରେ କାମରେ ଅଛି ବୋଲି ଫୋନ କାଟିଦିଏ | ସବୁଦିନ ପ୍ରକାଶ କାମ କରେନାହିଁ ଯେତିକି ଦିନ କାମ କରେ ସେ ପଇସା ସବୁ ଖର୍ଚ୍ଚ କରିଦିଏ | ଅଧେ ଦିନ କାମ କଲେ ଆଉ ଅଧେ ଦିନ ଛୁଟି କରି ଖାଇପିଇ ବୁଲେ | ଏ କଥା ସେ କାହାକୁ ବି କୁହେ ନାହିଁ | ଏ ଭିତରେ ବିତି ଯାଇଥାଏ ୬ ମାସ ପ୍ରୀତି ଗର୍ଭରେ ବଢୁଥାଏ ୬ ମାସର ସନ୍ତାନ | ପ୍ରକାଶ ଏ କଥା ଜାଣିଲେ ବି ସେ କେବେ ପ୍ରୀତି କୁ ଫୋନ କରି ପଚାରୁନଥାଏ | ପ୍ରୀତି ତମେ ଭଲ ଅଛ କି ନାହିଁ | ପ୍ରୀତି ସବୁଦିନ କାନ୍ଦେ | ପ୍ରକାଶର ଏମିତି ପତିକ୍ରିୟା ଦେଖି ପ୍ରକାଶର ବାପା ମା ପ୍ରୀତି କୁ ବହୁତ କଥା କୁହନ୍ତି | ପ୍ରୀତି ପ୍ରତି ଥିବା ତାଙ୍କ ମନରେ ଭଲପାଇବା ଘୃଣାରେ ପରିଣତ ହୁଏ | ମେଡ଼ିସିନ ଖାଇବା ପାଇଁ ବି ସେ ପ୍ରୀତି କୁ ଟଙ୍କା ଟିଏ ବି ଦେଉନଥାନ୍ତି | ପ୍ରୀତି ର ମା ପ୍ରୀତିର ପରିସ୍ଥିତି ବିଷୟରେ ଜାଣି ଲୁଚେଇ ତାକୁ ଅଳ୍ପ ଅଳ୍ପ ଟଙ୍କା ଦିଅନ୍ତି ସେ ପଇସାରେ ସେ ତାର ମେଡ଼ିସିନ ଆଣି ଖାଏ | ଯେତେ କଷ୍ଟ ହେଉ ନା କାହିଁକି ସେ ସବୁଦିନ ସବୁ କାମ କରେ | ତାର ଶାଶୁ ଓ ଶ୍ୱଶୁରଙ୍କ ମନ ସେଥିରେ ଶାନ୍ତ ହୁଅନି ସେ ପ୍ରୀତି ବହୁତ କଥା କୁହନ୍ତି | ସବୁକିଛି ସହିଯାଏ ପ୍ରୀତି ବହୁତ ଥର ବି ମରିଯିବା ପାଇଁ ବାହାରେ ହେଲେ ତାର ପେଟରେ ବଢୁଥିବା ପିଲା ପାଇଁ ସେ ସବୁକିଛି ସହି ଦେହକୁ ପଥର କରି ରୁହେ | ବେଳେ ବେଳେ ଭାବେ ଯଦି ମୁଁ ସେଦିନ ବାପା ମାଙ୍କ କଥା ମାନି ଆଉ କୋଉ ପୁଅ କୁ ବହାହେଇଥାନ୍ତି ହୁଏତ ଏ ଦିନ ମତେ ଆଜି ଦେଖିବାକୁ ପଡିନଥାନ୍ତା | ସେଦିନ ରାତିରେ ମୁଁ ଘର ଛାଡ଼ି ଆସିଲିନି ଯେ ସବୁଦିନ ପାଇଁ ହଜେଇ ଦେଇ ଆସିଲି ମୋର ହସ ଓ ଖୁସି | ନା ଏଠି ମୋ ଶାଶୁ ଶ୍ୱଶୁର ନିଜର ନା ମୋର ସ୍ୱାମୀ | ସବୁଦିନ ଏମିତି ଭାବେ ଓ ବହୁତ କାନ୍ଦେ |

     କିଛି ମାସ ପରେ ପ୍ରୀତିର ଗୋଟେ ପୁଅ ହୁଏ | ପ୍ରୀତି ପୁଅର ମୁହଁକୁ ଦେଖି ବହୁତ ଖୁସି ହୁଏ ତାକୁ ଏମିତି ଲାଗେ କି ବଞ୍ଚିବା ପାଇଁ ତାକୁ ସାହାରା ମିଳିଗଲା ବୋଲି | ପୁଅ ହେବା ଖବର ଶୁଣି ପ୍ରକାଶ ସାଙ୍ଗମାନଙ୍କ ପାଖରୁ କିଛି ପଇସା ଧାରେ ଆଣି ଘରକୁ ଆସେ | ପ୍ରକାଶ କୁ ଦେଖି ପ୍ରୀତି ଟିକେ ରାଗେ ଓ ଏତେ ଦିନ ପରେ ପ୍ରକାଶ କୁ ଦେଖି ବହୁତ ଖୁସି ହୁଏ | କିଛିଦିନ ପରେ ପ୍ରୀତି ପ୍ରକାଶ କୁ ପଚାରେ ତମେ କଣ ପାଇଁ ମୋ ଫୋନ କଟିଦିଅ | ତମର କଣ କେବେ ବି ଇଚ୍ଛା ହୁଏନି ମୋ ସହ କଥା ହେବାପାଇଁ | କେବେ ବି ତମେ ଭାବିଛ ତୁମ ବିନା ମୋର ଏଠି କେମିତି ଦିନ କଟିଛି | କେବେ ବୁଝିଛ ତମ ବାପା ମା ମତେ କେତେ କଷ୍ଟ ଆଉ କେତେ ଯନ୍ତ୍ରଣା ଦେଇଛନ୍ତି ?? ତମେ କଣ ପାଇଁ ବୁଝିବ ଯେ ତମେ ତ ମୋ ବିନା ବହୁତ ଖୁସିରେ ଥିବ ନା। ପ୍ରୀତିର କଥା ଶୁଣି ପ୍ରକାଶ ରାଗିଯାଇ କହିଲା ହଁ ମତେ ସେଠି ରସଗୋଲା ଖାଇବା ପରି ଲାଗୁଥିଲା । କେବଳ ତମ କଥାକୁ ଭାଙ୍ଗି ପାରିବିନି ବୋଲି ମୁଁ ବାଧ୍ୟ ହୋଇ ଯାଇଥିଲି ନହେଲେ ମୋର ଟିକେ ବି ଇଚ୍ଛା ନଥିଲା ଘର ଛାଡ଼ି ଆଉ କୋଉଠି ରହି ରୋଜଗାର କରିବାକୁ । ହଁ ଶୁଣ ତମେ ମତେ କେବେ ବି ବାଧ୍ୟ କରିବନି ରୋଜଗାର କରିବା ପାଇଁ । ପ୍ରକାଶର କଥା ଶୁଣି ପ୍ରୀତି ଆଖିରେ ଲୁହ ଆସିଗଲା ସେ ନିସ୍ତବ୍ଧ ହୋଇଗଲା । ସେ ସ୍ବପ୍ନ ବି ସୁଦ୍ଧା ଭାବିନଥିଲା ତା ଜୀବନରେ ଏମିତି ବି ଦିନେ ପରିସ୍ଥିତି ଆସିବ ବୋଲି ।ସବୁବେଳେ ଚିନ୍ତା କରୁଥାଏ ମୋର ଗୋଟେ ଛୋଟ ଛୁଆଟିଏ ଆଜି ଭଲ ଅଛି କାଲି ମନ୍ଦ ଅଛି । କାଲି ଯଦି ତାର ଦେହ ଖରାପ ହୁଏ ତ ମୁଁ କାହାକୁ ହାତ ପତେଇବି । ମୋ ସ୍ୱାମୀ ଯିଏକି ଜୀବନରେ ଟିକେ ବି କଷ୍ଟ କରିବାକୁ ଚାହାଁନ୍ତିନି । ମୋ ଶାଶୁ ଓ ଶ୍ବଶୁର ଯିଏ କି ମତେ ଆଉ ଟିକେ ବି ଭଲପାଉନାହାନ୍ତି । ଏମିତି ଦୁଃଖରେ ସୁଖରେ ତାର ଦିନ କଟୁଥାଏ କରିଥିବା ଭୁଲ୍ ର ଶାସ୍ତି ପାଉଛି ବୋଲି ସେ ଭାବୁଥାଏ । ଜୀବନରେ ତାର ଗୋଟେ ଦୁଃଖ କି ସେ କେବେ ବି ବଦଳେଇ ପାରିଲାନି ପ୍ରକାଶକୁ । ତାର ଅଭାବ ଓ ଅସୁବିଧା କୁ ସେ ତାର ମାକୁ ଫୋନ ରେ କୁହେ ତାର ମା ପ୍ରତି ମାସରେ ଲୁଚେଇକି କିଛି ପଇସା ତାକୁ ଦିଅନ୍ତି । ସେ ଏ କଥା କାହାକୁ ବି କୁହେନି।

           ସବୁ ଦୁଃଖ ଓ କଷ୍ଟ କୁ ସହି ସେ ତାର ଜୀବନ ସହିତ ସଂଘର୍ଷ କରୁଥାଏ କେବଳ ତାର ପୁଅ ମୁହଁକୁ ଚାହିଁ । ସହି ସହି ସେ ଆଉ ସହିପରିଲାନି ସେ ଦୁଃଖ ସବୁକୁ । କିଛି ବର୍ଷ ପରେ ତାର ପୁଅ ବଡ଼ ହେଲା । ପୁଅକୁ ପାଠ ପଢେଇବା ତା ପାଖରେ ଟଙ୍କାଟିଏ ବି ନଥାଏ । କେତେ ଦିନ ବି ସେ ଆଉ ତାର ବାପା ମାଙ୍କ ଠୁ ଲୁଚି ଲୁଚି ପଇସା ଆଣିବ । ତାକୁ ବି ବହୁତ ଖରାପ ଲାଗୁଥାଏ । ଏ ଭିତରେ ସେ ବହୁତ ଥର ଚେଷ୍ଟା କରିଛି ପ୍ରକାଶ କୁ ବୁଝେଇବା ପାଇଁ ହେଲେ ସେ କେବେ ସେଥିରେ ସକ୍ଷମ ହେଇନି । ତା ପ୍ରତିବଦଳରେ ପ୍ରକାଶ ତା ଉପରେ ରାଗିଯାଇ ହାତ ଉଠେଇ ମାରେ । ସେଥି ପାଇଁ ସେ ଚୁପ ହୋଇ ରହେ । ଶାଶୁ ଓ ଶ୍ୱଶୁର ପୁଅର ଏମିତି ସ୍ଵଭାଵ ଦେଖି ପୁଅ ଓ ବୋହୂଙ୍କୁ ତାଙ୍କଠୁ ଭିନ୍ନ କରିଦେଇଛନ୍ତି । କେତେଦିନ ସେ ଆଉ ପୁଅର ପରିବାର କୁ ପୋଷିଥାନ୍ତେ। ପୁଅ ବି ତାଙ୍କୁ ଚାଷ କାମ କରେ ସାହାଯ୍ୟ କରେ ନାହିଁ ।

      କିଛିଦିନ ପରେ ସାବିତ୍ରୀ ବ୍ରତ ପୂଜା କରିବାପ୍ରୀତି ପ୍ରକାଶକୁ କିଛି ଟଙ୍କା ମାଗିଲା । ପ୍ରକାଶ ରାଗି ଯାଇ କହିଲା ଦେଖେ ତୁ ମତେ ଶାନ୍ତିରେ ବଞ୍ଚିବାକୁ ଦେ । ତତେ ବାହାହେଇ ମୁଁ ବହୁତ କଷ୍ଟ ପାଉଛି। ଯଦି ମୁଁ ଆଜି ଆଉ କାହାକୁ ବାହାହେଇଥାନ୍ତି ହୁଏତ ସେ ମତେ କୋଉଠି ଚାକରାଣୀ ଭଳି ଖଟି ଟଙ୍କା ଦେଇଥାନ୍ତା ହେଲେ ତୋ ଦ୍ୱାରା ସେତିକି ବି ସମ୍ଭବ ହେଇପାରୁନି । ମୋ ଜୀବନରେ ଆସି ତୁ ମୋ ଜୀବନକୁ ନର୍କ କରିସାରିଲୁଣି । ସବୁବେଳେ ଖାଲି ତୋର ଟଙ୍କା । ଟଙ୍କା ଛାଡେ ତତେ ଆଉ କିଛି ତତେ ଜଣା ନାହିଁ। ଏମିତି ବହୁତ କଥା କହିଲା । ପ୍ରକାଶ ମୁହଁରୁ ଏକଥା ଶୁଣି ପ୍ରୀତି ବହୁତ କାନ୍ଦିଲା । ସେ କାହା କଥା ନ ଭାବି ବାଧ୍ୟହୋଇ ବିଷ ଖାଇ ଶୋଇପଡିଲା । ଯେତିକି ସମୟ ସେ ତାର ଜୀବନ ସହିତ ସଂଘର୍ଷ କରୁଥାଏ ଭାବୁଥାଏ ।ଜୀବନରେ ଏମିତି ଏକ ଭୁଲ ମୁଁ କରିଛି ଯେଉଁ ଭୁଲ ପାଇଁ ମୁଁ ନିଜେ ହିଁ ଦାୟୀ । ବାପା ମାଙ୍କ କଥାକୁ ଅମାନ୍ୟ କରି ମୁଁ ଆଜି ମୋର ଜୀବନ ସହିତ ସଂଘର୍ଷ କରୁଛି ।ଆଖିରୁ ତାର ଝରୁଥାଏ ଟୋପା ଟୋପା ଲୁହ ।ବିଷ ଯନ୍ତ୍ରଣା କୁ ସହିପାରୁନଥାଏ ଦେହସାରା ତାର ବିଷ ଜରିଯାଇଥାଏ ।ଶେଷ ସମୟରେ ସେ ଭଗବାନଙ୍କୁ ଡାକି କହିଲା " ହେ ଭଗବାନ ମୁଁ କରିଥିବା ଭୁଲ ପାଇଁ ମତେ କ୍ଷମା କରିଦେବେ!! ମୋ ପୁଅ ତମକୁ ଲାଗିଲା ଭଗବାନ "। ଏତିକି କହୁ କହୁ ତାର ଶଶୀର ଛାଡି ଚାଲିଗଲା ତାର ଆତ୍ମା । ଜୀବନର ସବୁ ଦୁଃଖକୁ ସହି ନପାରି ସେ ସବୁଦିନ ପାଇଁ ମୃତ୍ୟୁ କୁ ନିଜର କରିନେଲା ।

       କିଛି ସମୟପରେ ପ୍ରୀତିର ପୁଅ ଚାହାଳି ରୁ ଫେରି ।ପ୍ରୀତି କୁ ଡାକିଲା ମା ମା ମତେ ପରା ଜୋର ରେ ଭୋକ ଲାଗିଲାଣି କଣ ଦିଟା ଖାଇବାକୁ ଦେଲୁ। ଏମିତି ବହୁତ ଥର ଡାକିଲା ହେଲେ ପ୍ରୀତି ଆଉ ଉତ୍ତର ଦେଲାନି । ସେ ଯାଇ ତାର ବାପା ପ୍ରକାଶ କୁ ପଚାରିଲା ।ବାପା ତମେ ମାକୁ ଦେଖିଛକି ମୁଁ ମାକୁ ଖୋଜି ଖୋଜି ଜମା ପାଉନି। ପ୍ରକାଶ ରାଗିଯାଇ କହିଲା ମୁଁ ତତେ ହାତ ଉଠେଇ ମାରିବା ପୂର୍ବରୁ ତୁ ମୋ ଆଖି ସାମ୍ନାରୁ ଚାଲିଯା । ସକାଳୁ ସକାଳୁ ମା ରଖେଇ ଦଉନି ପଇସା ପାଇଁ ପୁଣି ଏ ପୁଅ। ପ୍ରକାଶର କଥା ଶୁଣି ତାର ପୁଅ ସେଠାରୁ ଚାଲି ଆସିଲା । ଘରସାରା ଏମିତି ଖୋଜୁ ଖୋଜୁ ସେ ଦେଖିଲା ପ୍ରୀତି କମଳ ଘୋଡ଼ି ହୋଇ ଘରର ଗୋଟେ କଣରେ ଶୋଇଛି। ସେ ଯାଇ ପ୍ରୀତିକୁ ଡାକି କହିଲା ମା...ମା ତୁ ଏଇଠି ଶୋଇଛୁ ମୁଁ ତତେ କେତେ ଖୋଜିଲିଣି। ମା ଜାଣିଛୁ ମୁଁ ଆଜି ସବୁ ପାଠ କରି ଆଗୁଆ ପଳେଇ ଆସିଛି। ତୁ କହୁଥିଲୁ ନା ମୋ ପାଇଁ ଗୋଟେ ଭଲ ଖାଇବା କରିବୁ ବୋଲି । ଆସିଲୁ ଜଲ୍ଦି ମତେ ଖାଇବାକୁ ଦେବୁ । ପ୍ରୀତିର ମୃତ ଶରିର ସେତେବେଳକୁ କାଠ ପରି ହୋଇଯାଇଥାଏ । ପ୍ରୀତି ର ପୁଅ ତାର ହାତ ଧରି ଟାଣିଲା ବେଳକୁ ହାତ ତାର ଆପେ ଆପେ ଖସି ଯାଉଥାଏ ।ଦେହଟା ଥଣ୍ଡା ଥଣ୍ଡା ଲାଗୁଥାଏ । କାନ୍ଦି କାନ୍ଦି ସେ ସମସ୍ତଙ୍କୁ ଡାକ ପକେଇଲା ବାପା ବାପା ଜେଜେମା ଜେଜେବାପା ଜେଜେମା  କୁଆଡେ ଗଲ ସମସ୍ତେ ଜଲ୍ଦି ଆସ ମୋ ମା କଣ ପାଇଁ କିଛି ଆଉ କହୁନି । ଭୋ ଭୋ ହୋଇ କାନ୍ଦି କାନ୍ଦି ଡାକୁଥାଏ ସମସ୍ତଙ୍କୁ। ତାର ଚିତ୍କାର ଶୁଣି ସମସ୍ତେ ଆସିଲେ ସେ ଘରକୁ। ପ୍ରକାଶ ଆସି ଡାକିଲା ପ୍ରୀତି ଉଠୁ ପ୍ରୀତି ହେଲେ ପ୍ରୀତି ଆଉ କିଛି ବି ଶୁଣିଲାନି କି ଉତ୍ତର ଦେଲାନି । ପ୍ରୀତିର ହାତକୁ ଧରି ଯେତେବେଳେ ସେ ତାର ନାଡିକୁ ଧରିଲା ସେତେବେଳେ ସେ ଜାଣିପାରିଲା ପ୍ରୀତି ଆଉ ଏ ଦୁନିଆଁରେ ନାହିଁ । ସବୁଦିନ ପାଇଁ ସେ ତାକୁ ଛାଡି ଅରପାରିକୁ ଚାଲିଯାଇଛି । ପ୍ରକାଶ ସ୍ତବ୍ଧ ହୋଇଗଲା । ପୁଅଟି ତାର କାନ୍ଦି କାନ୍ଦି କହୁଥାଏ ମା ଉଠୁ ମା ଉଠୁ । ପ୍ରକାଶ ତା ପୁଅକୁ କୋଳେଇ ନେଇ କହିଲା ନାଁରେ ବାପା ତୋ ମା ଆଉ କେବେ ବି ଆମ ପାଖକୁ ଫେରିବନି। ସେ ସବୁଦିନ ପାଇଁ ଆମକୁ ଛାଡି ଚାଲିଯାଇଛି । ଏକଥା ଶୁଣି ତାର ପୁଅ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା। କେହି ତାକୁ ବୁଝେଇ ପାରୁନଥାନ୍ତି ।

     କିଛି ସମୟ ପରେ ସମସ୍ତେ ଏ କଥା ଜାଣିଲେ ।ପ୍ରକାଶଙ୍କ ଘର ଆଗରେ ଭିଡ଼ ଲାଗିଲା । ବହୁତ ଲୋକ ବହୁତ କଥା କହିଲେ । ପ୍ରକାଶର ମା ପ୍ରୀତିକୁ ଅହ୍ୟରାଣୀ କରି ସଜେଇ ଦେଲେ । ପ୍ରକାଶ ଯେତେବେଳେ ପ୍ରୀତିର କୋକେଇ କାନ୍ଧରେ ନେଇ ମଶାଣିକୁ ଯାଉଥାଏ । ଗାଁ ଲୋକମାନେ କହୁଥାନ୍ତି ଏମିତି ବେରୋଜଗରିଆ ସ୍ୱାମୀ ଯା ଭାଗ୍ୟରେ ଥିବ ସେ ସ୍ତ୍ରୀ କେବେ ବି ଖୁସିରେ ରହିପାରିବନି। ପ୍ରକାଶ କୁ ସମସ୍ତେ ବହୁତ କଥା କହୁଥାନ୍ତି । ପ୍ରକାଶ ସମସ୍ତଙ୍କ କଥା ଶୁଣି ନିଜର ଭୁଲ ବୁଝିପାରିଲା ।ମନେ ମନେ ଭାବୁଥାଏ ଯଦି ଆଜି ଯାହା କିଛି ବି ହେଇଛି ସବୁ ମୋ ଭୁଲ ପାଇଁ। ଆଜି ମୁଁ ଏ ଛୋଟ ପିଲାକୁ ମା ଛେଉଣ୍ଡ କରିଦେଇଛି। ଏ ସବୁ ଦେଖି ପ୍ରୀତିର ମା ବାପା ମା ଛାତି ଫାଟି ଯାଉଥାଏ । ପ୍ରୀତିର ଶବ ଦେଖି ସେ ନିଜକୁ ସମ୍ଭାଳି ପାରୁନଥାନ୍ତି । କିଛି ସମୟ ପରେ ପ୍ରୀତିର ଶବ ମଶାଣି ପାଖରେ ପହଞ୍ଚେ। ପ୍ରକାଶ ମନେ ମନେ ଭାବୁଥାଏ ମୁଁ ମୋ ଭୁଲ ବୁଝିପାରିଛି ସତ ହେଲେ ସେ ଭୁଲର ପ୍ରାଶ୍ଚିତ ମୁଁ କେବେ ବି କରିପାରିବିନି । ପ୍ରୀତିର ମୃତଦେହକୁ ନେଇ ସଜଡା ହୋଇଥିବା କାଠ ଉପରେ ରଖିଲେ ଓ ପ୍ରୀତିର ପୁଅ ତାର ଶବ ରେ ନିଆଁ ଦେଲା । ସେ ସମୟରେ ପ୍ରୀତିର ଶବରେ ଜଳୁଥିବା ନିଆଁ କୁ ଦେଖି ଭୋ ଭୋ କାନ୍ଦି କାନ୍ଦିପକେଇଲା ପ୍ରକାଶ ଓ କହିଲା ମତେ କ୍ଷମା କରିଦେବୁ ପ୍ରୀତି ମୁଁ ତତେ କେବେ ବି ବୁଝିପାରିଲିନି । ମୁଁ ତତେ କଥା ଦେଉଛି ଆମର ପୁଅକୁ ମୁଁ କେବେ ବି ଦୁଃଖରେ ରଖିବିନି ଆଜିଠୁଁ ମୁଁ ନିଶ୍ଚିୟ ରୋଜଗାର କରିବି ।ଆମର ପୁଅକୁ ବଡ଼ ମଣିଷ କରିବି।

      


Rate this content
Log in

Similar oriya story from Classics