ଗରିବ ବାପା
ଗରିବ ବାପା
ନରେନ୍ଦ୍ର ବାବୁଙ୍କର ଏକମାତ୍ର ଝିଅ ସୁଶ୍ରୀ । ନରେନ୍ଦ୍ର ବାବୁ ତାଙ୍କ ଝିଅ କୁ ବହୁତ ଭଲ ପାଆନ୍ତି । ସୁଶ୍ରୀ ଭଲ ପାଠ ପଢେ ଓ ସବୁବେଳେ କ୍ଲାସ ରେ ଫାଷ୍ଟ ହୁଏ । ନରେନ୍ଦ୍ର ବାବୁ ବହୁତ ଗରିବ ହେଇଥିବାରୁ ତାଙ୍କ ଝିଅ କୁ ସେ ଅନ୍ୟ ବାପା ମାନଙ୍କ ପରି କିଛି ବି ଗିଫ୍ଟ ଦେଇ ପାରନ୍ତିନି । ସେଥିପାଇଁ ସୁଶ୍ରୀ ର ମନ ବହୁତ ଦୁଃଖ ।
ଦିନକର କଥା ସୁଶ୍ରୀ ସ୍କୁଲ ଫେରି ତା ମାଙ୍କ ଆଗରେ କାନ୍ଦି କି କହିଲା । ବାପା ମତେ ଯମା ବି ଭଲ ପାଉନାହାନ୍ତି । ମୁଁ ସବୁ ବେଳେ କ୍ଲାସ ଫାଷ୍ଟ ହଉଚି ହେଲେ ବାପା ମତେ କିଛି ବି ଗିଫ୍ଟ ଦେଉନାହାନ୍ତି କି କୁଆଡେ ବୁଲେଇବା ପାଇଁ ନେଉନାହାନ୍ତି । ମୋ ସାଙ୍ଗ ମାନେ ମୋ ଠୁ କମ ମାର୍କ ରଖିଲେ ବି ତାଙ୍କ ବାପାମାନେ ସେମାନଙ୍କୁ ବଡ ବଡ ହୋଟେଲ କୁ ନେଇ ଭଲ ଖାଇବା ଖାଇବାକୁ ଦେଉଛନ୍ତି ।ମୁଁ ଫାଷ୍ଟ ହେଇକି ବି ମୋର କିଛିନାହିଁ ।ନରେନ୍ଦ୍ର ବାବୁ ଘରର ଦୁଆର ପାଖରେ ଠିଆ ହୋଇ ସବୁ କଥା ଶୁଣୁଥାନ୍ତି । ଝିଅର ଏ ସବୁ କଥା ଶୁଣି ନରେନ୍ଦ୍ର ବାବୁଙ୍କ ଆଖିରେ ଲୁହ ଆସିଗଲା । ନରେନ୍ଦ୍ର ବାବୁ ଘରକୁ ଆସିଲେ ଓ ଝିଅକୁ ବୁଝାଇଲେ । କହିଲେ ମା ରେ ମୋ ପାଖରେ ଏତେ ବି ପଇସା ନାହିଁ କି ମୁଁ ତତେ ବଡ ହୋଟେଲ ରେ ନେଇ ଖାଇବାକୁ ଦେବି । କଥା ଦଉଚି ତୁ ଯଦି ଏଥର ପରୀକ୍ଷାରେ ଭଲ ମାର୍କ ରଖିବୁ ତତେ ମୁଁ ତତେ ବଜାର କୁ ନେଇ ତୋ ମନ ପସନ୍ଦର ଖାଇବା ଦେବି । ଏ କଥା ଶୁଣି ସୁଶ୍ରୀ ଖୁସି ହେଇଗଲା । ସବୁ ଦିନ ପଢିଲା ଓ ପରୀକ୍ଷା ଦେଲା । ନରେନ୍ଦ୍ର ବାବୁ ଯୋଉଠି ଯେମିତି କାମ କରି ଯେତିକି ପଇସା ଆଣନ୍ତି ସେ ପଇସା ରୁ ଅଧେ ସୁଶ୍ରୀ ପାଇଁ ରଖନ୍ତି ।
କିଛିଦିନ ପରେ ସୁଶ୍ରୀ ର ରେଜଲ୍ଟ ଆସିଲା । ସୁଶ୍ରୀ କ୍ଲାସ ରେ ଫାଷ୍ଟ ହେଲା । ସେଦିନ ସନ୍ଧ୍ୟାରେ ସୁଶ୍ରୀ ଓ ନରେନ୍ଦ୍ର ବାବୁ ବଜାରକୁ ଗଲେ । ଏମିତି କିଛି ବାଟ ଯାଉ ଯାଉ ସୁଶ୍ରୀର ଆଖି ପଡିଲା ପାଖ ଦୋକାନ ରେ ହଉଥିବା ଦୋସା ଉପରେ । ସୁଶ୍ରୀ ନରେନ୍ଦ୍ର ବାବୁଙ୍କୁ କହିଲା ବାପା ବାପା ମୁଁ ଦୋସା ଖାଇବି । ସୁଶ୍ରୀ ଓ ନରେନ୍ଦ୍ର ବାବୁ ସେ ଦୋକାନ କୁ ଗଲେ । ନରେନ୍ଦ୍ର ବାବୁ ସେ ଦୋକାନର ମାଲିକ କୁ ପଚାରିଲେ ବାବୁ ଦୋସା ଗୋଟି କେତେ । ସେ ମାଲିକ ଜଣକ କହିଲା ମାତ୍ର ପଚାଶ ଟଙ୍କା । ନରେନ୍ଦ୍ର ବାବୁ ଦୋକାନୀ କୁ କହିଲେ ଓ ଗୋଟେ ଦୋସା ଆଣିଲେ । ଏ କଥା ଦେଖି ସୁଶ୍ରୀ ପଚାରିଲା ବାପା ତମେ ଖାଇବନି ଗୋଟେ କଣ ପାଇଁ ଆଣିଲ । ତମ ପାଇଁ ଗୋଟେ ଆଣିଲନି । ନରେନ୍ଦ୍ର ବାବୁ କହିଲେ ନାରେ ମା ମୁଁ ଘରେ ଖାଇଥିଲି ମୋର ଇଛା ନାହିଁ ତୁ ଖା । ସୁଶ୍ରୀ ମନ ଖୁସିରେ ଦୋସା ଖାଇଲା । ନରେନ୍ଦ୍ର ବାବୁଙ୍କ ପକେଟ ରେ ପଚାଶ ଟଙ୍କା ଥାଏ । ଏ ସବୁ ଦେଖୁଥାନ୍ତି ତାଙ୍କ ପଛ ବେଞ୍ଚ ରେ ବସିଥିବା ଜଣେ ବାବୁ । ସେ ଏ ସବୁ ଦେଖି ଦୋକାନରେ ଥିବା କର୍ମଚାରୀ କୁ ଡାକିଲେ ଓ କହିଲେ ଆଗ ବେଞ୍ଚ ରେ ବସିଥିବା ବାବୁଙ୍କୁ ଗୋଟେ ଦୋସା ପ୍ଲେଟ ଦେବ । ହଁ ଶୁଣ କହିବନିକି ମୁଁ ଦେଇଛି ବୋଲି । ଏ କଥା ଶୁଣି ସାରି ସେ କର୍ମଚାରୀ ନରେନ୍ଦ୍ର ବାବୁଙ୍କୁ ନେଇ ଗୋଟେ ଦୋସା ପ୍ଲେଟ ଦେଲା । ନରେନ୍ଦ୍ର ବାବୁ ପଚାରିବାରୁ ସେ କର୍ମଚାରୀ ଜଣକ କହିଲା ଆଜି ଆମ ଦୋକାନ ରେ ଅଫର ଅଛି ଗୋଟେ ଦୋସା ଖାଇଲେ ଆଉ ଗୋଟେ ଦୋସା ମାଗଣା । ନରେନ୍ଦ୍ର ବାବୁ ଓ ସୁଶ୍ରୀ ଦୋସା ଖାଇଲେ । ଦୋସା ଖାଇସାରି ପଇସା ନରେନ୍ଦ୍ର ବାବୁ ଦୋକାନୀ ମାଲିକକୁ ପଇସା ଦେଲା ବେଳକୁ ଦୋକାନୀ ପଇସା ରଖିଲାନି । ଦୋକାନୀଟି କହିଲା ତମ ଠାରୁ ପଇସା ରଖାଯିବନି ଆଜି ତମ ପାଇଁ ମାଗଣା । ହଁ ଶୁଣ ତମ ପାଇଁ ଆଉ ଗୋଟେ ଦୋସା ପାକିଙ୍ଗ ହେଇ ଅଛି ସେଇଟାକୁ ନେଇଯାଅ । ନରେନ୍ଦ୍ର ବାବୁ ଓ ସୁଶ୍ରୀ ଦୋସା ଆଣି ଘରକୁ ଆସିଲେ । ସୁଶ୍ରୀର ମା ସେ ଦୋସା କୁ ଖାଇଲେ ଓ ଖୁସି ହେଇଗଲେ । ସେ ବାବୁ ଜଣକ ୩ଟି ଦୋସା ର ପଇସା ଦୋକାନୀ କୁ ଦେଇଥିଲେ । ସୁଶ୍ରୀ ଓ ନରେନ୍ଦ୍ର ବାବୁଙ୍କ ପଛରେ ଆସି ଏ ସବୁ ଦେଖିଲେ ଓ ଖୁସି ହେଇଗଲେ ।
ସବୁବେଳେ ଗରିବ ଲୋକ ମାନଙ୍କୁ ସାହାଯ୍ୟ କରିବା ଉଚିତ । ଆମର ଛୋଟ ସାହାଯ୍ୟ ତାଙ୍କ ପାଇଁ ବହୁତ ବଡ ଖୁସି ।
