STORYMIRROR

Ramakanta Das

Children Stories

3  

Ramakanta Das

Children Stories

ଗରିବ ବାପା

ଗରିବ ବାପା

3 mins
247

ଗୋଟିଏ ଗ୍ରାମରେ ଜଣେ ଚାଷୀ ରହୁଥିଲା ଯାହାର ନାମ ରଘୁ ସେ ସବୁଦିନ ବିଲରେ କାମ କରେ ତା ସ୍ତ୍ରୀ ମାଳତୀ ଓ ତାର ଛୋଟ ପୁଅ ରାମ ବହୁତ ଖୁସିରେ ରହୁଛନ୍ତି କିଛିଦିନ ପରେ ରଘୁ ବିଲରୁ କାମ ସାରି ଘରକୁ ଫେରୁଥାଏ ଘରକୁ ଫେରିବା ବେଳକୁ ସନ୍ଧ୍ୟା ହେଇଯାଇଥାଏ । ରଘୁ ଆସୁଥିବା ବାଟରେ ତାର ଗୋଡ ଗୋଟେ ବିଷାକ୍ତ ସାପ ଉପରେ ପଡିଗଲା। ବିଷାକ୍ତ ସାପଟି ରଘୁର ଗୋଡ କୁ କାମୁଡି ଦେଲା ରଘୁ ସମସ୍ତଙ୍କୁ ଚିତ୍କାର କରି ଡାକିଲା କିଏ କୋଉଠି ଅଛ ମତେ ବଞ୍ଚାଅ ସନ୍ଧ୍ୟା ହୋଇଥିବାରୁ ରଘୁର ଡାକ କେହି ଶୁଣିପାରିଲେନି କିଛି ସମୟ ପରେ ରଘୁ ଚେତାହରେଇ ପଡିଗଲା ତା ପରଦିନ ସକାଳେ ୨ଟି ଲୋକ ସେ ବାଟ ଦେଇ ଯାଉଥିଲେ ଦେଖିଲେ ରଘୁ ଅଚେତ ହେଇ ବାଟରେ ପଡ଼ିଛି । ସେ ୨ ଜଣ ରଘୁ କୁ ଟେକିକି ଆଣି ତା ଘର ସାମ୍ନାରେ ରଖିଦେଲେ ମାଳତି ଦେବି ପଚାରିବାରୁ ସେ ଲୋକ ୨ ଜଣ କହିଲେ ରଘୁ କୁ ସାପ କାମୁଡି ଦେଇଛି ସେ ଆଉ ଏ ଦୁନିଆରେ ନାହିଁ । ଏ କଥା ଶୁଣି ମାଳତୀ ଦେବୀ ଦୁଃଖରେ ଭାଙ୍ଗି ପଡିଲେ ।

    କିଛିଦିନ ପରେ ମାଳତୀ ଦେବୀ ବିଲରେ କାମ କଲେ ଓ ରାମ କୁ ପାଠ ପଢ଼େଇଲେ । ଏମିତି କିଛି ଦିନ ବିତିଗଲା ।ରାମ ବଡ ହୋଇ କଲେଜରେ ପଢିଲା । ମାଳତୀ ଦେବୀ ସବୁ ଦିନ କାମ କରନ୍ତି ଓ ସେ ପଇସାରେ ମା ପୁଅ ଦୁଃଖ ସୁଖ ରେ ଚଲିଯାଆନ୍ତି । ଏମିତି ଦିନେ ରାମ କଲେଜ ପାଖରେ ଥିବା ଛୋଟ ହୋଟେଲ ରେ ବସି ଖାଉଥିଲା । ତାର ସାଙ୍ଗ ୨ଜଣ ଆସି କହିଲେ ରାମ ତୁ ପିକନିକ ଯିବୁନି କି ରାମ ତାଙ୍କୁ ପଚାରିଲା ପିକନିକ ଗଲେ କେତେ ଟଙ୍କା ଖର୍ଚ୍ଚ ହେବ ତା ସାଙ୍ଗ ୨ ଜଣ କହିଲେ ପାଞ୍ଚଶହ ଟଙ୍କା ଏ କଥା ଶୁଣି ସାରି ରାମ ଘରକୁ ଫେରିଲା ମାଳତୀ ଦେବୀ ଙ୍କୁ କହିଲା ମା ମୋର ପାଞ୍ଚଶହ ଟଙ୍କା ଦରକାର ମୁଁ ପିକନିକ ଯିବି ଏ କଥା ଶୁଣି ମାଳତୀ ଦେବୀ କହିଲେ ଦେଖେ ବାପା ମୋ ପାଖରେ ଏତେ ବି ଟଙ୍କା ନାହିଁ ମୁଁ ତତେ ଦେଇପାରିବି ରାମ ଏ କଥା ଶୁଣି କହିଲା ଯଦି ତୁ ମତେ ପଇସା ନ ଦେବୁ ମୁଁ ଘର ଛାଡି ପଳେଇବି । ମାଳତୀ ଦେବୀ ରାମକୁ ବୁଝେଇଲେ ଓ କହିଲେ ହଁ ମୁଁ କୋଉଠୁ ଯୋଗାଡ କରି ତତେ ପାଞ୍ଚଶହ ଟଙ୍କା ଦେବି ତୁ ଏ ଘର ଛାଡି ଯାଆନି ବାପା ମାଳତୀ ଦେବୀ ସାଙ୍ଗେ ସାଙ୍ଗେ ସେ ବିଲର ମାଲିକଙ୍କ ପାଖକୁ ଗଲେ ଓ ତାଙ୍କର ସବୁ ଦୁଃଖ କହିଲେ ମାଳତୀ ଦେବୀଙ୍କର ସବୁ କଥା ଶୁଣି ମାଳତୀ ଦେବୀଙ୍କୁ ପାଞ୍ଚଶହ ଟଙ୍କା ଦେଲେ ମାଳତୀ ଦେବୀ ପାଞ୍ଚଶହ ଟଙ୍କା ଆଣି ରାମ କୁ ଦେଲେ ।

    କିଛିଦିନ ପରେ ବସ ରେ ରାମ ଓ ତାର ସାଙ୍ଗ ମାନେ ପିକନିକ ଗଲେ ପିକନିକ ଯିବା ସମୟରେ ରାମ ତାଙ୍କ କଲେଜ ର ଗୋଟେ ଝିଅ ରାନୀ କୁ ଭଲପାଇଲା ରାମ ଓ ରାନୀ ୨ ଜଣ ୨ ଜଣକୁ ବହୁତ ଭଲପାଇଲେ ରାନୀ ବହୁତ ଦୁଷ୍ଟ ସେ ଘରେ କାହା କଥା ବି ମାନେନି କିଛି ଦିନ ପରେ ରାମ ଓ ରାନୀ ୨ଜଣଙ୍କର ବାହାଘର ଖୁବ ଧୁମଧାମ ରେ ହେଲା ରାନୀ ଘରର କିଛି କାମ ନ କରି ମାଳତୀ ଦେବୀ ଙ୍କୁ ସବୁ କାମ କରିବାକୁ କହେ ରାମ ଆଗରେ ମାଳତୀ ଦେବୀଙ୍କ ନା ରେ ମିଛ କଥା କୁହେ ରାମ ସେ ସବୁ କିଛି ନ ବୁଝି ମାଳତି ଦେବୀଙ୍କୁ ବହୁତ ଗାଳି କରେ ସବୁ କଥା ଶୁଣି ମାଳତୀ ଦେବୀ ଚୁପ ରୁହନ୍ତି ଏମିତି କିଛିଦିନ ବିତିଗଲା । ଦିନକର କଥା ରାନୀ ନିଜେ ନିଜେ ତାର ହାତ କାଟିଦେଲା ସନ୍ଧ୍ୟାରେ ଯେତେବେଳେ ରାମ ଘରକୁ ଫେରିଲା ସେତେବେଳେ ରାନୀ ତାକୁ ମିଛ କହିଲା କହିଲା ଦେଖ ତମ ମା ଆଜି ମୋର କି ଅବସ୍ଥା କରିଛନ୍ତି ଏ କଥା ଶୁଣି ରାମ ବହୁତ ରାଗିଗଲା । ମାଳତୀ ଦେବୀ ଯେତେ ବୁଝେଇଲେ ବି ରାମ କିଛି ନ ଶୁଣି ମାଳତୀ ଦେବୀଙ୍କୁ ଘରୁ ବାହାର କରିଦେଲେ ମାଳତୀ ଦେବୀ କାନ୍ଦି କାନ୍ଦି ଘର ଛାଡି ପଳେଇଲେ ।

   କିଛିଦିନପରେ ହଠାତ ରାମ ଦେହ ଖରାପ ହେଲା ରାନୀ ରାମ କୁ ନେଇ ମେଡିକାଲ ଗଲା ଡାକ୍ତର ବାବୁ କହିଲେ ରାମ ର ହାର୍ଟ ରେ ଗୋଟେ ଛୋଟ କଣା ହେଇଛି ଯଦି ଅଳ୍ପ ଦିନରେ ଭିତରେ ଅପେରସନ ନ ହୁଏ ତ ରାମ ବାବୁଙ୍କର ବଞ୍ଚିବାର ଆଶଙ୍କା ବହୁତ କମ କେହିବି ବି ଜଣେ ହାର୍ଟ ଦେବାକୁ ରାଜି ହେଲେନି ଏ କଥା ଶୁଣି ମାଳତୀ ଦେବୀ ସାଙ୍ଗେ ସାଙ୍ଗେ ଦୌଡ଼ି ଆସିଲେ ଡାକ୍ତରଖାନାକୁ ଓ ଡାକ୍ତର ବାବୁଙ୍କୁ କହିଲେ ଡାକ୍ତର ବାବୁ ମୋ ହାର୍ଟ ନେଇ ମୋ ପୁଅ କୁ ବଞ୍ଚେଇ ଦିଅ ରାମର ଅପେରସନ ସରିଲା ତାର ଚେତା ଫେରିଲା ସେ ଡାକ୍ତର ବାବୁ ଙ୍କୁ ପଚାରିଲା ଡାକ୍ତର ବାବୁ କିଏ ସେ ସହୃଦୟୀ ବ୍ୟକ୍ତି ଯିଏ ତାଙ୍କ ଜୀବନ ହାରି ମୋ ଜୀବନ ବଞ୍ଚେଇଲେ ଡାକ୍ତର ବାବୁ କହିଲେ ସେ ଆଉ କେହିନୁହନ୍ତି ତମ ମା ଏ କଥା ଶୁଣି ରାମ ଓ ରାନୀ ୨ଜଣ ବହୁତ କାନ୍ଦିଲେ ରାମ ତାର ଛାତି ରେ ହାତ ରଖି କହିଲା ମା ଲୋ ମୋର ଭୁଲ ହେଇଛି ମୁଁ ତତେ କେବେ ବି ବୁଝିପାରିଲିନି ବହୁତ କଷ୍ଟ ଦେଇଛି ମାଳତୀ ଦେବୀ ରାମର ସ୍ବପ୍ନ ରେ ଆସି କହିଲେ ବାପାରେ ମୁଁ ତତେ କେବେ ବି ଭୁଲ ବୁଝିନି ମତେ କଷ୍ଟ ଏଥି ପାଇଁ ହେଲା ଯେ ତୁ ମତେ କେବେ ବି ବୁଝିବାକୁ ଚେଷ୍ଟା କଲୁନି ଏ କଥା ଶୁଣି ରାମ ବହୁତ କାନ୍ଦିଲା।

ସବୁବେଳେ ବାପା ମାଙ୍କୁ ସନମାନ ଦେବା ଉଚିତ ସେ ଆମ ପାଇଁ ଜୀବନ୍ତ ଇଶ୍ୱର ତାଙ୍କୁ କଷ୍ଟ ଦେଲେ ଆମେମାନେ କେବେ ବି ଖୁସି ରେ ରହିପାରିବାନି ।


Rate this content
Log in