STORYMIRROR

Madhabi Patel

Romance Inspirational

2  

Madhabi Patel

Romance Inspirational

ଅଦୃଶ୍ୟ ଝଡ

ଅଦୃଶ୍ୟ ଝଡ

3 mins
82


ସୁମନ୍ତ ସୌକିନୀକୁ ହାଇସ୍କୁଲରେ ପଢିଲା ବେଳୁ ପସନ୍ଦ କରୁଥିଲା । ସିଏ ତାର ହେଡମାଷ୍ଟରଙ୍କ ଗୋଟିଏ ମାତ୍ର ଝିଅ । ସୁନ୍ଦରୀ ସାଙ୍ଗକୁ ମେଧାବୀ ବି । ସେ ଆଉ ସୌକିନୀ ଆଗ ପଛ ହେଇ ପାଶ୍ କରନ୍ତି । ଦୁଇ ଚାରି ନମ୍ବରରେ ସେ ସୌକିନୀଠୁ ଆଗରେ ରହେ । ସେଥିପାଇଁ ସାର୍ ତାକୁ ବହୁତ ପସନ୍ଦ କରନ୍ତି । କୁହନ୍ତି ସେ ତାଙ୍କ ସ୍କୁଲର ଗୌରବ । ଦିନେ ବଡ ଚାକିରି କରିବ ନିଶ୍ଚୟ । ସୌକିନୀ ବି ତାକୁ କେବେ ପ୍ରତିଦ୍ୱନ୍ଦ୍ୱୀ ଭାବେନି ବରଂ ଖୁସି ହୁଏ ସେ ପ୍ରଥମ ହେଉଛି ବୋଲି । ସୁମନ୍ତକୁ ଥରେ ଥରେ ଲାଗେ ଯେମିତି ଜାଣିକି ସୌକିନୀ ପଛରେ ରହିଯାଏ । କ୍ଲାସ ପରୀକ୍ଷାରେ ତ ସବୁବେଳେ ଆଗରେ ରୁହେ । ହେଲେ ଫାଇନାଲ୍ ପରୀକ୍ଷାରେ ସୁମନ୍ତ ଆଗେ ହେଇଯାଏ । ସେଥିପାଇଁ ତାକୁ ବୃତ୍ତି ମିଳେ । ସେହି ଟଙ୍କାରେ ତାର ବହିପତ୍ର କିଣା ହୁଏ । ଅଭାବ ଭିତରେ ବି ତା ବାପା ମାଆ ତାର ପଢାକୁ ପ୍ରାଧାନ୍ୟ ଦିଅନ୍ତି । ସେ ସକ୍ଷମ ହେଇଗଲେ ବାକି ଦୁଇ ଭାଇ ଭଉଣୀକୁ ବି ସମ୍ଭାଳି ନେବ ବୋଲି ସଭିଙ୍କ ଆଶା ରହିଛି । ହେଲେ ମନ ଭିତରେ ତାର ସୌକିନୀକୁ ନେଇ ମଧୁର ଅନୁଭବଟେ ଦିନୁଦିନ ବିକଶିତ ହେବାରେ ଲାଗିଥାଏ । ସେ ନିଜକୁ ଏକ ଭଲ ପୋଷ୍ଟରେ ଦେଖିବାକୁ ଚାହୁଁଥିଲା । ସେଥିପାଇଁ ପଢାରେ ଧ୍ୟାନ କେନ୍ଦ୍ରିତ କରି ଦେଇଥିଲା । ବି ଏସ୍ ସି ପରେଏକ ଛୋଟ ଚାକିରି ପାଇଗଲା । ଆଉ ଚାକିରି ସହିତ ଆଇ.ଏ.ଏସ୍.ର ପଢା ବି ଜାରିରଖିଥାଏ । ଅନ୍ଲାଇନରେ ପଢାପଢି କରୁଥାଏ । ଏବେ ଶୁଣିଲା ସୌକିନୀର ବାହାଘର ଠିକ୍ ହେଉଛି । ସେ କଣ କରିବ ଏବେ । ହୃଦୟର କାଚକାନ୍ଥ ଭାଙ୍ଗିବାର ରଣଝଣ ଶବ୍ଦଟେ ସେ ଶୁଣି ପାରୁଥିଲା । ତା ମନ ଭିତରେ ଅଦୃଶ୍ୟଝଡଟେ ବହି ଯାଉଥିଲା । ସେ ଏ ଛୋଟ କ୍ଲରିକାଲ୍ ଚାକିରି ନେଇ ସାର୍ ଙ୍କ ପାଖକୁ କେଉଁ ଭରସାରେ ସୌକିନୀର ହାତ ମାଗିବାକୁ ଯିବ?ତାର ଆଇ.ଏ.ଏସ୍.ର ଫଳାଫଳ ଯଦି ଶିଘ୍ର ବାହାରିଯାଆନ୍ତା ତାହେଲେ ସେ କିଛି କରିପାରନ୍ତା । ସେ ଭଗବାନଙ୍କୁ ପ୍ରର୍ଥନା କରିବାକୁ ଲାଗିଲା । ଭଗବାନ ତାର ପ୍ରାର୍ଥନା ଶୁଣିଲେ ସେ ଆଇ.ଏ.ଏସ୍. ପାଇଥିଲା ଭଲ ରେଙ୍କରେ । 

ସେ ଏବେ ଖୁସି ଥିଲା । ମନ ଭିତରର ଝଡ ଏବେ ଶାନ୍ତ ପଡିଯାଇଥିଲା । ସେ ସାରଙ୍କ ଘରକୁ ଏ ଖୁସି ଖବର ଦେବାକୁ ଗଲାବେଳେ ସେ ପଟୁ ସାର୍ ନିଜେ ପେପରଟେ ଧରି ଘରୁ ବାହାରୁଥାନ୍ତି ତା ପାଖକୁ ଆସିବାକୁ । 

ସେ ତାକୁ ଦେଖି ବହୁତ ଖୁସି ହେଇଗଲେ । ତାକୁ ପ୍ରଶଂସା କଲେ । ଏମିତି ଛାତ୍ର ପାଇ ନିଜକୁ ଗର୍ବ ଲାଗୁଛି ବୋଲି କହିଲେ । ଉତ୍ତମ ସୁଯୋଗ ଦେଖି ସେ ସୌକିନୀର ହାତ ମାଗିଲା । ସାର୍ ଖୁସି ଖୁସି ରାଜି ହେଇଗଲେ ଏ ପ୍ରସ୍ତାବରେ । ସୌକିନୀ ବି ମନେମନେ ସୁମନ୍ତକୁ ପସନ୍ଦ କରୁଥିଲା ଏ କଥା ବାପା ହିସାବରେ ସେ ଶୁଙ୍ଘି ନେଇଥିଲେ । ସୁମନ୍ତର ଟ୍ରେନିଙ୍ଗ୍ ସରୁସରୁ ବାହାଘରର ସବୁ ଯୋଗାଡ ହେଇଗଲା । ଏତେବେଳକୁ ଜଣା ପଡିଲା ସାରଙ୍କୁ କରୋନା ହେଇ ଯାଇଛି । ସେ କ୍ୱାରେଣ୍ଟାଇନରେ ରହିଲେ । ବୟସାଧିକ୍ୟ ଓ ଅନେକ ବେମାରି ଥିଲା । ସେଥିପାଇ ଏ ରୋଗ ତାଙ୍କ ଉପରେ ଭାରି ହେଇଗଲା । ଏବେ ପୁଣି ଏକ ଅଦୃଶ୍ୟ ଝଡ ଚାଲୁଥିଲା ସୁମନ୍ତର ହୃଦୟରେ । ସେ ଭଗବାନଙ୍କୁ ଡାକୁଥିଲା ସାରଙ୍କ ଆରୋଗ୍ୟ କାମନା କରି । ଭଗବାନ ପୁଣି ତାର ଡାକ ଶୁଣିଥିଲେ । ବହୁତ ବଡ ସଂକଟ ଟଳି ଯାଇଥିଲା । ସାରଙ୍କ ନେଗେଟିଭ୍ ରିପୋଟ୍ ଆସିଛି । ଏବେ ପୁଣି ଜୀବନରେ ତାର ସ୍ଥିରତା ଆସିଛି । ବେଳେ ବେଳେ ମଣିଷ ଏମିତି ପରୀକ୍ଷାର ସାମନାକରେ । ସେତେବେଳେ ତାର ମନ ଓ ହୃଦୟରେ ଅଦୃଶ୍ୟ ଝଡଟେ ନୀରବ ହେଇ ବହୁଥାଏ । ଉପରକୁ ଦେଖାନ ଗଲେବି ଭିତରେ ମଣିଷକୁ ଦୁର୍ବଳ କରିଦିଏ । ସେ ଏବେ ସେ ଝଡ ଭିତରୁ ବାହାରି ଆସିଥିଲା । ଦୁଇଜଣଙ୍କ ବାହାଘର ହେଲ ସୁରୁଖୁରୁରୋ । ଏବେ ସାର୍ ବି ତାଙ୍କ ସାଙ୍ଗରେ ଆସି ରହୁଛନ୍ତି । ନିଜ ବାପାମାଆ ଓ ଭାଇଭଉଣୀଙ୍କ ସବୁ ଦାୟିତ୍ୱ ସେ ସମ୍ଭାଳି ନେଇଛି । 



Rate this content
Log in

Similar oriya story from Romance