STORYMIRROR

Rekharani Sahu

Inspirational

3  

Rekharani Sahu

Inspirational

ଅଧ୍ୟାପକଙ୍କ ନାଲି ଆଖି

ଅଧ୍ୟାପକଙ୍କ ନାଲି ଆଖି

3 mins
183

ଏଇ ଏବେ ଏବେ ତ ଦଶମ ଶ୍ରେଣୀର ପରୀକ୍ଷା ଫଳ ବାହାରିଲା। ଏବେ ତ କରୋନା ବେଳ ।ବିନା ପରୀକ୍ଷାରେ କେତେ କେତେ ପ୍ରତିଶତ ରଖି ସବୁ ପାସ ହେଇଯାଉଛନ୍ତି ।କିନ୍ତୁ ଆମ ସମୟରେ ଏମିତି ନଥିଲା । ପରୀକ୍ଷା ଦେବାକୁ ଅନ୍ୟ ଜାଗାକୁ ଯାଇ ରହି ପରୀକ୍ଷା ଦେବାକୁ ପଡୁଥିଲା । ପରୀକ୍ଷା ସରିଲେ ପରୀକ୍ଷା ଫଳ ବାହାରିବା ଯେମିତି ଛାତିର ସ୍ପନ୍ଦନ ବାସ୍ତରୀରୁ ବଢି ଶହେ ଚଉରାଳିସି ହେଇଯାଉଥିଲା । ଆଉ ତାପରେ ଆସେ ଆର୍ଟସ ,ସାଇନ୍ସ ,କମର୍ସ କଣ ନେବାର ଚିନ୍ତା ।

  ଟିନାର ଦ୍ୱାଦଶ ସରେ ୨୦୦୭ ମସିହା । ତାର ପରୀକ୍ଷା ଫଳ ଏତେ ଭଲ ହୁଏନି । ସେ ଯିଦ ଧରେ ଇଂଜିନିୟରିଂ କରିବ । ଆଉ ସେମିତି ବି ହୁଏ । ୨୦୦୮ମସିହା ସେପ୍ଟେମ୍ବର ୨୧ ରେ ସେ ଘର ଠାରୁ ବହୁଦୂର ବାଲେଶ୍ୱରରେ ଯାଇ ପଢେ । ଦିନ ପରେ ଦିନ ଗଡିଚାଲେ । ପାଠ ପଢା ପ୍ରତି ଟିନାର ଭାରି ଟେନସନ । ଭଲ ମାର୍କ ନରହିଲେ ଘରେ ଗାଳି କରିବେ । ମନ ଲଗେଇ ଯେତେ ପଢ଼ିଲେ ବି ପରୀକ୍ଷା ଫଳରେ ସେ କେବେ ସନ୍ତୁଷ୍ଟ ହୁଏନି । ସବୁ କ୍ଲାସ କରେ ଯେମିତି ଲକ୍ଷ୍ମଣ ରେଖା ଡେଇଁଲେ ସୀତାଙ୍କୁ ବିପଦ ଥିଲା । ସେମିତି ସେ ପାଠ ପଢି ଭଲ କରିବି ଗୋଟେ ଭଲ ଇଞ୍ଜିନିୟର ହେଇ ବାପାଙ୍କ ସ୍ୱପ୍ନ ପୁରା କରିବ ବୋଲି ଭାବେ ହେଲେ କିଛି ହେଇ ପାରେନି ।

ଦିନ କର କଥା ତାର ଥାଏ ପଦାର୍ଥ ବିଜ୍ଞାନ କ୍ଲାସର ପ୍ରାକ୍ଟିକାଲ୍। ସାର୍ କହିଲେ ଟିନା ତୁମେ ସାରିକି ଯିବ ।

ଟିନା କହେ ସାର୍ ମୋର ଟ୍ୟୁସନ ଅଛି ମୁଁ ରହି ପାରିବି ନାହିଁ ଆଉ ଆମ ଗାଡି ପଳେଇବ ମୁଁ ଚାଲିକରି ଯାଇ ପାରିବି ନାହିଁ ଯେହେତୁ ମୋ ଗୋଡ ବିନ୍ଧୁଚି । ଅଧକ୍ଷଙ୍କୁ ଆଉ ସମ୍ଭାଳିବ କିଏ ନାଲି ଆଖି ଦେଖେଇ କହିଲେ ଡାଇରେକ୍ଟର ସାର୍ ପାଖକୁ ଚାଲ । ଡାଇରେକ୍ଟର ସାର୍ ପାଖକୁ ଟିନା ଗଲା । ସାର୍ କହିଲେ କ'ଣ ହେଇଚିରେ ମା, ଟିନା ସବୁ କଥା ଗୋଟି ଗୋଟି କରି କହିଲା। ଡାଇରେକ୍ଟର ସାର୍ କହିଲେ, ଆରେ ମା କହିଥାନ୍ତୁ ସାର୍ ମୁଁ ଆଉ ଠିଆ ହେବା ପରିସ୍ଥିତିରେ ନାହିଁ ମୋ ଦେହ ବହୁତ୍ ଖରାପ। ଯେତିକି ହଉଚି ତା ଠୁ ଟିକେ ଅଧିକ କହିଥିଲେ ସାର୍ ଛାଡି ଦେଇଥାନ୍ତେ । ଟିନା ହସି ଦେଲା । ସାର୍ କହିଲେ ହଉ ଯାଅ ଏବେ ମୁଁ ସାର୍ ଙ୍କ ସହ କଥା ହେଇଯିବି । ଟିନା ଚାଲି ଚାଲି ମେସକୁ ଆସେ।

ତାପରେ ସେଇ ପଦାର୍ଥ ବିଜ୍ଞାନ ସାର୍ ଙ୍କ ନା ସିଏ ରାକ୍ଷସ ଦିଏ। କିନ୍ତୁ ସାର୍ ଙ୍କୁ ଯେବେ ଦେଖେ କଲେଜରେ କେବେ ଅସମ୍ମାନ କରେନି। ସବୁବେଳେ ଭକ୍ତିର ସହ ପ୍ରଣାମ କରେ। କିନ୍ତୁ ସାର୍ ଙ୍କ ଯୋଉ ପେପର ଥିଲା ସେଇ ପରୀକ୍ଷାରେ ସେ ଫେଲ ହୁଏ। କଥାରେ କହନ୍ତି ନାହିଁ....

 "ଯଦି ଗୁରୁଙ୍କୁ କରିବ ସମ୍ମାନ ତେବେ ଏକଲବ୍ୟ ହୋଇ କରିବ ଆଙ୍ଗୁଠି ଦାନ

ତା ସହ ପାଇବ ସବୁ କିର୍ତ୍ତୀ ଜସମାନ ନୋହିଲେ ଜୀବନ ସାରା ମୁଣ୍ଡାଇବ ସବୁ ଅପମାନ। "

ତାପରେ ଟିନା ସେ ସାର୍ ଙ୍କ ସହ କଲେଜ୍ ଲାଇବ୍ରେରୀ ପାଖରେ ଦିନେ ଭେଟ ହୁଏ। ସାର୍ ଙ୍କ ରାଗ ପୁରା ଶାନ୍ତ ହେଇଯାଇଚି। ପଚାରିଲେ କିରେ ମା ପରୀକ୍ଷା ଫଳ କେମିତି ହେଇଚି। ସାର୍ ଆପଣଙ୍କ ପେପରରେ ବ୍ୟାକ୍ ଲାଗୁଛି। ସାର୍ କହିଲେ ବ୍ୟସ୍ତ ହୋନି। ସେମିତି ହୁଏ କ୍ଲିଅର ହେଇଯିବ ମନ ଦେଇ ପଢ଼େ। ସତକୁ ସତ ଯେମିତି ସାର୍ ଙ୍କ କଣ୍ଠରେ ସରସ୍ଵତୀ ବସିଥିଲେ ସେହିପରି ହେଲା ତାପର ସେମିଷ୍ଟାର୍ ରେ ସେ ପେପର କ୍ଲିୟର।

ସାର୍ ଙ୍କ ନାଲି ଆଖି ସତରେ ଜୀବନର ରାସ୍ତା ଦେଖାଇ ଥିଲା। ଆଉ ସେଇ ସାର୍ ଙ୍କ ସହ କେଲେଜ ସରିଲା ପରେ ଥରେ ଭେଟ ହୁଏ। ସାର୍ ଥାଆନ୍ତି ତାଙ୍କ ଛୋଟ ପୁଅ ଆଉ ସ୍ତ୍ରୀ ସହ। ଟିନା ଭେଟେ ସାର୍ ଙ୍କର ଗୋଟେ ନୂଆ ରୂପ। ସତେ ଯେମିତି ଶାନ୍ତ ସରଳ ଉଦାର ବ୍ୟକ୍ତି। ଆମର ନଜରିଆ ଅନ୍ୟ ପାଇଁ ଯେମିତି ସତରେ ସେମିତି ନଥାଏ। ସମସ୍ତଙ୍କର ପରିସ୍ତିତି ପରିବେଶ ସହ ସନ୍ତୁଳିତ ରୂପ ଥାଏ । ଯୋଉ ସାର୍ ଦିନେ ଟିନାକୁ ରାକ୍ଷସ ବୋଲି ବୋଧ ହେଉଥିଲେ ସେ ସାର୍ ଯେମିତି ନିଜ ଆପଣାର ଲୋକ ପାଇଁ ରକ୍ଷକ ସାଜିଛନ୍ତି।


   ଗୁରୁ ଚିର ପୂଜିତ, ସେ ଆମ ମା ବାବା ହୁଅନ୍ତୁ କିମ୍ବା ଅଧ୍ୟକ୍ଷ ଅବା ଯାହା ଠାରୁ ଆମେ କିଛି ବି ଶିଖିଛନ୍ତି ସେ ଆମ ଗୁରୁ ହୋଇଯାନ୍ତି ଆଉ ସେ ସଦା ଚିର ନମସ୍ୟ।

ବିଦ୍ର : ସତ୍ୟ ଘଟଣା ଉପରେ ଆଧାରିତ, ଯଦି କିଛି ଭୁଲ୍ ଥାଏ କ୍ଷମା ଦେବେ।



Rate this content
Log in

Similar oriya story from Inspirational