ଅଧା ଗଢ଼ା ଅଭିଶପ୍ତ ପ୍ରେମ
ଅଧା ଗଢ଼ା ଅଭିଶପ୍ତ ପ୍ରେମ
ନୂଆ ଚାକିରୀ ସାଙ୍ଗକୁ ନୂଆ ସହର ମନରେ ପ୍ରବଳ ଉତ୍କଣ୍ଠା ମଳୟ ର। ହେଲେ ନୂଆ ଚାକିରୀ ଯୋଗୁ କ୍ୱାଟର ମିଳି ନଥାଏ। ତେଣୁ ଭଡା ଘରଟିଏ ନେଇ ରହିଲା ମଳୟ।
ସକାଳୁ ଅଫିସ ବାହାରିଲା ବେଳକୁ କବାଟ ଠକଠକ ହେଲା। ସେ ଟିକେ ଆଶ୍ଚର୍ଯ୍ୟ ହେଇଗଲା। ଏଇ ନୂଆ ଜାଗାରେ ତାକୁ ବା କିଏ ଜାଣିଚି ଯେ?
କବାଟ ଖୋଲି ଦେଖିଲା ଜଣେ କମ ବୟସ ର ମଇଳା ଲୁଗା ପିନ୍ଧା ସ୍ତ୍ରୀ ଲୋକ ଟିଏ।
ମଳୟ -"କାହାକୁ ଖୋଜୁଛ? "
ସ୍ତ୍ରୀ ଲୋକ -"ମୋ ନା ନିଶା "ବାବୁ ମୁଁ ଶୁଣିଲି ଆପଣ ଏଠିକି ନୂଆ ଆସିଛନ୍ତି ତ। ଭାବିଲି କାଳେ ଆପଣଙ୍କ ର କାମ ବାଲି ଦରକାର ଥିବ। ସେଇଥି ପାଇଁ ପଚାରିବାକୁ ଚାଲି ଆସିଲି। "
ମଳୟ -"ନା ମୁଁ ତ ଏକେଲା ଲୋକ। ମୋର ଚାଲିଯାଉଛି।
ନିଶା -"ବାବୁ, ମନା କରନି ବେଶୀ ଟଙ୍କା ପଛେ ନ ଦିଅ ମତେ ରଖି ଦିଅ। ବହୁତ ଗରୀବ ମୁଁ ବାବୁ। ଦୟା କର।
ମଳୟ ତ ଭାରି ସରଳ ହୃଦୟ ପିଲା ସେ କାହା ଦୁଃଖ ଦେଖିପାରେନି ତେଣୁ ତାକୁ କାଲିଠୁ କାମ କୁ ଆସିବାକୁ କହି ଅଫିସ ବାହାରିଲା ତେବେ ନିଶା କହିଲା କାଲିଠୁ କାହିଁକି ମୁଁ ଆଜିଠୁ କାମ ଆରମ୍ଭ କରିଦେଉଛି।। ମଳୟ ହଁ କହି ଅଫିସ ଚାଲିଗଲା।
ଅଫିସ ରୁ ଫେରି ଦେଖେ ତ ଘର ପୁରା ଚକାଚକ ଆଉ ତା ମନ ପସନ୍ଦ ର ବିରିୟାନୀ ବି ରନ୍ଧା ହେଇଥିଲା।। କିନ୍ତୁ ବାସ୍ନା ଟା ଯେମିତି ଚିନ୍ହିଲା ଭଳି ଲାଗୁଥିଲା।। ଖାଇକି ଶୋଇବାକୁ ପଳେଇଲା।।
ହଟାତ ଅଧ ରାତିରେ ତା ନିଦ ଭାଙ୍ଗିଗଲା କିଛି ଗୁଣୁଗୁଣୁ ଶବ୍ଦ ରେ ତାକୁ ଲାଗିଲା ଯେମିତି ତାକୁ କେହି କିଛି କହୁଛି।
ଚାରିଆଡେ ଅନେଇଲା ଲାଇଟ ମାରିଲା କିନ୍ତୁ କାଇଁ କେହି ତ କୁଆଡେ ନାହାନ୍ତି।। ତାକୁ ଶୋଷ ଲାଗିବାରୁ ସେ ରୋଷେଇ ଘର ଆଡେ ଗଲା ପାଣି ପିଇବାକୁ ହଟାତ ତା ହାତରୁ ଗ୍ଳାସ ଟା ଖସି ଗୋଟେ ସ୍ଲlବ ଉପରେ ପଡିଲା।
ତଳ କୁ ନଇଁ ଗ୍ଳାସ ଟା ଆଣିଲା ବେଳେ ତାକୁ ମନ ହେଲା ଯେମିତି ସେ ସ୍ଲlବ ତଳେ କିଛି ଗୋଟେ ଅଛି। ଏତିକି ବେଳେ ହଟାତ ଲାଇଟ କଟିଗଲା। ହଡବଡେଇ ଗଲା ସେ।
କିନ୍ତୁ ଲାଇଟ ଆସିଲା ବେଳକୁ ସେଠି ସେମିତି କିଛି ବି ନଥିଲା। ସେ ସେସବୁ ବେଶୀ ନ ଭାବି ଶୋଇବାକୁ ଚାଲିଗଲା।
ତା ପରଦିନ ତା ଅଫିସ ରେ ତା ସହ କାମ କରୁଥିବା ଝିଅ ରଶ୍ମି କୁ ଗତ ରାତି ରେ ଘଟିଥିବା ଘଟଣା କହିଲା। ରଶ୍ମି ତାକୁ ଏକ ଲେମ୍ବୁ ଘର ର ଯେ କୌଣସି କୋଣ ରେ ରଖିବାକୁ କହିଲା। ଆଉ କହିଲା ଯଦି ଲେମ୍ବୁ ର ରଙ୍ଗ ନାଲି ହେଇ ଯାଏଁ ତେବେ ତମ ଘରେ କିଛି କୁଶକ୍ତି ଅଛି।
କିନ୍ତୁ ଏ ସବୁ କୁ ଅବିଶ୍ୱାସ କରୁଥିବା ମଳୟ ସେ ଲେମ୍ବୁ କୁ ଘର ଭିତରେ ସେମିତି ହିଁ ଫୋପାଡ଼ି ଦେଇଥିଲା। ତା ପରଦିନ ସକାଳେ ସେ ଲେମ୍ବୁ ର ରଙ୍ଗ କିନ୍ତୁ ନାଲି ହେଇଯାଇଥିଲା ହେଲେ ସେ ଦେଖିବା ପୂର୍ବରୁ ତା ଚାକରାଣୀ ତାକୁ ଓଲେଇ ଫୋପାଡ଼ି ଦେଇଥିଲା।
ଏ ସବୁ ବିଷୟରେ ଅଜଣା ମଳୟ ଅଫିସ ଚାଲିଗଲା। ଅଫିସ ରୁ ଫେରି ଖାଇକି ଶୋଇବାକୁ ଚାଲିଗଲା। ସେଦିନ ବି ପୂର୍ବ ଭଳି ତା ନିଦ ଭାଙ୍ଗିଗଲା ତାକୁ ଲାଗିଲା ଯେମିତି ତାକୁ କେହି ରୋଷେଇ ଘରକୁ ଡାକୁଛି ଆଉ ତାକୁ କିଛି କହିବାକୁ ଚାଁହୁଛି।।
ତେବେ ମୋବାଇଲ ରେ ଲାଇଟ ମାରି ରୋଷେଇ ଘର ଆଡେ ମୁଁହlଇଲା ସେଇଠି ସେମିତି କିଛି ବି ପାଇଲାନି କିନ୍ତୁ ତାକୁ କାହାର କାନ୍ଦ ଶୁଭିଲା ବିକଳ କାନ୍ଦ ଏତିକି ବେଳେ ହଟାତ ତା ଗୋଡ ଖସିଗଲା ସ୍ଲlବ ଆଡେ ଆଉ ସେ ସ୍ଲlବ ତଳକୁ ଚାଲିଗଲା, ଆରେ !ଏ କଣ !କି ଆଶ୍ଚର୍ଯ୍ୟ କଥା ୟେ ଆ ତଳେ ଗୋଟେ ଏମିତି ଘର ବି ଅଛି??
ସେଇଠି କିଛି ଗୋଟେ ମାଡିଦେଲା ଭଳି ଲାଗିଲା ମୋବାଇଲ ଲାଇଟ ରେ ଦେଖିଲା ଗୋଟେ ପୁରୁଣା ଡାଏରି। କଭର ପେଜ ଟା ଦେଖି ସେ ଏକାବାର ସ୍ତବ୍ଧ। !ଏଇଟା ଠିକ ତା ସୁମନ ର ଡାଏ ରି ଭଳି ହଁ ସେ କଲେଜ ଟାଇମ ରେ ସୁମନ କୁ ଦେଇଥିଲl।।
ସୁମନ !ତା ପ୍ରଥମ ତଥା ଶେଷ ପ୍ରେମ ପିଲାଦିନୁ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ କିନ୍ତୁ ତାଙ୍କର ମିଳନ ବୋଧେ ଭାଗ୍ୟ ରେ ନଥିଲା।।
ସୁମନ ଘର ମଳୟ ଠାରୁ ଜାତିରେ ବଡ ତେଣୁ ସୁମନ ଘରେ ଜମା ବି ରାଜି ହେଲେନି ଆଉ ସୁମନ କୁ ତା ମାଉସୀ ଘରକୁ ପଠେଇଦେଲେ ଆଉ ମଳୟ କୁ କହିଲେ ସେ ବାହା ହେଇଯାଇଛି ବୋଲି।
ହେଲେ ମଳୟ ଏ ସବୁ ସହଜ ରେ ଗ୍ରହଣ କରିପାରିଲାନି ତଥାପି ନିଜକୁ ସମ୍ଭାଳି ନିଜ ପଢ଼ାରେ ଧ୍ୟାନ ଦେଲା ଏପଟେ ସୁମନ କୁ ତା ଘର ଲୋକ କହିଲେ ମଳୟ ଅନ୍ୟ ଏକ ଝିଅ କୁ ପସନ୍ଦ କରିଛି ବାହାଘର ପାଇଁ।।
ତଥାପି ଦୁହେଁ ଦୁହିଁଙ୍କୁ ଝୁରୁଥାନ୍ତି। ମଳୟ ପାଖେ ଫୋନ ଥାଏ ସତ ହେଲେ ସୁମନ ର କୌଣସି କଣ୍ଟାକ୍ଟ ନମ୍ବର ତା ପାଖେ ନଥାଏ।। ଆଉ ସୁମନ ପାଖେ ଫୋନ ତ ଦୂର ର କଥା ସେ ମଳୟ ର ନମ୍ବର ବି ଜାଣି ନଥାଏ।
ସୁମନ ଭାଗ୍ୟରେ ବୋଧେ ଖାଲି ଦୁଃଖ ଯନ୍ତ୍ରଣା ଲେଖା ଥିଲା ତା ନିଜର ମଉସା ତା ସହ ଦୁଷ୍କର୍ମ କରି କାଳେ ଘରେ କହିଦେବ ବୋଲି ତାକୁ ତାଙ୍କ ଘର ର ରୋଷେଇ ଘର ତଳେ ଥିବା ବେସମେଣ୍ଟ ରେ ମାରି ଫୋପାଡ଼ି ଦେଇଥିଲେ ଆଉ ସୁମନ ର ମାଉସୀ କୁ ଆଉ ତା ଘର ଲୋକ ଙ୍କୁ ସୁମନ କୋଉ ପିଲା ସହ ଭlଗି ଯାଇଥିବା କଥା କହିଲେ।
କିନ୍ତୁ ଭାଗ୍ୟ ର ବିଡମ୍ବନା କେମିତି ଯୋଉ ଘରେ ସୁମନ ସହ ଏ ସବୁ କାଣ୍ଡ ହେଇଥିଲା ଭାଗ୍ୟ ମଳୟ କୁ ଆଣି ସେଇଠି ପହଞ୍ଚାଇ ଦେଲା।
ମଳୟ ସେ ଡାଏରି ରୁ ଏ ସବୁ ପଢି ଜାଣିଲା ଯୋଉଟା ତା ସୁମନ ଲେଖିଥିଲା।। ଖୋଜି ପକେଇଲା ସେ ଜାଗା ଆଉ ମିଳିଲା ସୁମନ ର ମାଟି ସହ ମିଶି ଯାଇଥିବା କିଛି ହାଡ ଆଉ ସେ ସବୁ କୁ ଧରି ବହୁତ କାନ୍ଦିଲା ତା ସୁମନ କୁ ସେ ଖୋଜି ପାଇଲାନି କେମିତି ଯଦି ଖୋଜି ପାରିଥାନ୍ତା ତା ସୁମନ ଏବେ ତା ପାଖରେ ଥାନ୍ତା।
ସେ ପର ଦିନ ସକାଳେ ପୋଲିସ କୁ ଫୋନ କଲା ପୋଲିସ ଆସି ଛାନବିନ କଲା ବାକି କିଛି ପ୍ରମାଣ ବି ମିଳିଲା ସୁମନ ର ମଉସା ବିରୁଦ୍ଧରେ ଆଉ ଡାଏରି ରେ ଥିବା ତଥ୍ୟ ଆଧାରରେ ସୁମନ ମଉସା ଙ୍କୁ ଆଜୀବନ କାରାଦଣ୍ଡ ହେଲା।।
ମଳୟ କୁ ଯେମିତି ତା ସୁମନ ଟାଣି ଆଣିଥିଲା ଏଠିକି ଆଉ ଅପେକ୍ଷା କରିଥିଲା ନ୍ୟାୟ ପାଇବାକୁ ଚାକରାଣୀ ନିଶା ବେଶରେ ତା ପାଖକୁ ଆସିଥିଲା । ସୁମନ ର ଯଥାଚିତ କ୍ରିୟା କର୍ମ ସାରିଲା ମଳୟ।
ସୁମନ ର ଆତ୍ମା ଶାନ୍ତି ପାଇଲା। ଏବେ ଆଉ ମଳୟ ଡରେନି ସେଇଠି ରହିବାକୁ ଆଉ ମଳୟ ଆଜି ପର୍ଯ୍ୟନ୍ତ ସେଇ ଘରେ ରହିଆସୁଛି କାରଣ ସେଇଠି ତା ସୁମନ ର ସ୍ମୃତି ଅଛି।
ଆ ଭିତରେ ପାଞ୍ଚ ବର୍ଷ ବିତିଯାଇଥାଏ ମଳୟ ସେ ଘର ଟାକୁ ସୁମନ ନାରେ ଅନାଥ ଆଶ୍ରମ କରିଦେଇଥାଏ ଆଉ ନିଜେ ଅବିବାହିତ ହେଲେ ସୁଦ୍ଧା ଅନାଥ ପିଲାମାନଙ୍କୁ ବାପା ଭଳି ସ୍ନେହ ଦେଇ ଖୁସି ରେ ରହୁଛନ୍ତି ସମସ୍ତେ।।

