Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyabati Swain

Inspirational Thriller

3  

Satyabati Swain

Inspirational Thriller

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

5 mins
169



ମୁଁ ସନ୍ଦେହ ନଈରେ ଉବୁଟୁବୁ ହେଉଥିଲି ସେତେବେଳେକୁ।


ବୟସ ମୋର ଷୋହଳ।ଗାଁ ଛାଡି ସହର ମାଟିରେ ପାଦ ଥାପିବା ଭାଗ୍ୟ ମୋର ଆଗରୁ ହୋଇ ନଥିଲା। ଗିନାଏ ପାଣିରେ ଚବର ଚବର ହେଉଥିବା ଛୋଟ ବେଙ୍ଗଟିଏ ମୁଁ।ଏକାଥରେ ଗୋଟିଏ ଡିଆଁ ରେ ଯାଇ ପଡିଲି ରେଭେନ୍ସା ସୂର୍ଯ୍ୟ ଘଡି ପାଖେ।ଏତେବଡ଼ ବିରାଟ ସମୁଦ୍ର ଦେଖି ମୁଁ ପ୍ରଥମେ ଡରି ଯାଇଥିଲି।ବିରାଟ ସମୁଦ୍ରରେ ମୁଁ ପହଁରି ପାରିବି ତ ! ଏ ପ୍ରଶ୍ନ ମୋତେ ଆଲୋଡିତ କରିଥିଲା।ଖାଲି ପାଠରେ ନୁହେଁ; ଷ୍ଟାଇଲ୍, ସ୍ମାଇଲ, ଫାଜିଲ୍ ,ହାଇ ହିଲ୍ ରେ ବି ରେଭେନ୍ସା ନମ୍ବର ୱାନ୍।ଖୁବ୍ ଡର ଲାଗିଥିଲେ ବି ନିଜକୁ ଖାପ ଖୁଆଇ ନେଇଥିଲେ ସଭିଙ୍କ ସହ।


୨ ଦ୍ଵିତୀୟ ବର୍ଷ ଦଶହରା ଛୁଟିରେ ମୁଁ ବାପାଙ୍କ ପାଖକୁ ଯିବି ବୋଲି ସ୍ଥିର ହେଲା।ଭୋର ପାଞ୍ଚଟା ରେ ମୁଁ ଷ୍ଟେସନ ଗଲି।କେମିତି ଟିକେଟ କାଟି ବଗିରେ ବସିବି ମୋ ଅଭାଇ ଶିଖାଇ ଦେଇ ଥିଲେ। ଟିକେଟ କାଟି ବଗିକୁ ଅପେକ୍ଷା କଲି। ଜୀବନରେ ପ୍ରଥମ ଥର କଟକରୁ କଲିକତା ଏକା ଯାତ୍ରା କରୁଥିଲି। ମୋ ଭିତରେ ପ୍ରବଳ ଭୟ ଥିଲା।ହାୱାଡ଼ାରେ କେଉଁ ଗେଟ୍ ଦେଇ ଗଲେ ଆଲମ ବଜାର ବାସ୍ ମିଳିବ ତାହା ବି ମୋତେ ଅଜଣା।ଅଭାଇ କିନ୍ତୁ କହିଥାନ୍ତି, " ତୁ କଟକରୁ ବସି ଆ ; ମୁଁ ତୋତେ ହାୱାଡାରେ ଅପେକ୍ଷା କରିଥିବି।" ସନ୍ଧ୍ୟା ପାଞ୍ଚଟାରେ ଟ୍ରେନ ଲାଗିବ। ଯୋଜନା ଅନୁସାରେ ମୁଁ କାମ କଲି।


ମୁଁ ଯେଉଁ ସମୟ କଥା କହୁଛି, ସେତେବେଳେ ଫୋନ୍ ହିଁ ନଥିଲା।


ଟିକେଟ କାଟି ଅପେକ୍ଷା କଲି।ମୁଁ ଯେଉଁ ଟ୍ରେନ ରେ ଯିବି ସେ ପାଞ୍ଚ ନମ୍ବର ଲନ ରେ ଲାଗିବା କଥା।କିନ୍ତୁ ସେ ସାତ ନମ୍ବର ରେ ଲାଗିଲା।ଲୋକ ମାନେ ମଡ଼ା ଦଳା ହୋଇ ଚାଲୁଥିବା ଟ୍ରେନ ର୍ ବଗି ଭିତରକୁ ଚଢି ଯାଉଥାନ୍ତି।ମୁଁ ପାଞ୍ଚ ନମ୍ବର ଲନ କୁ ଅପେକ୍ଷା ରଖିଥାଏ।ମାଇକି ଆନାଉନ୍ସ କଲା କ୍ରିପୀୟା ଧ୍ୟାନ ଦିଜିୟେ।ପାଞ୍ଚ ନମ୍ବର ଲନ୍ ମେ ଲଗନେ ୱା ଲା ଟ୍ରେନ୍ ସାତ ନମ୍ବର ମେ ଲଗା ରହା ହେ।ମୁଁ ଏତିକ ଶୁଣି ଖୋଜିଲି ସାତ ନମ୍ବର ଲନ୍।ସେତେବେଳେ କୁ ଟ୍ରେନ୍ ଛାଡିବା ଉପରେ।ଅତି ଧୀରେ ଚାଲିଲାଣି।କେଉଁ ବଗିରେ ମୋ ରିଜରଭେସନ୍ ଟିକେଟ ସିଟ୍ ମୁଁ ଜାଣି ନଥାଏ।ଦୌଡ଼ି ଲି ଟ୍ରେନ୍ସହ।ଯେ କୌଣସି ବଗିରେ ଚଢିଯିବା ମୋ ଲକ୍ଷ୍ୟ। ନଚେତ ଟ୍ରେନ୍ ଛାଡିଦେଲେ ଆଉ ଯାଇ ପାରିବି ନାହିଁ।


ମୁଁ ଧଇଁ ସଇଁ ହୋଇ ବଗି ଭିତରକୁ ଚଢ଼ିବାକୁ ଚାହୁଁ ଥାଏ।କିନ୍ତୁ ଚଳନ୍ତା ଟ୍ରେନ୍ ରେ ଚଢି ପାରୁ ନଥାଏ।ହଠାତ୍ ମୁଁ ଡୋରର ବାଡ଼ ଧରିଲା ବେଳକୁ ଜଣେ କେହି ମୋ ହାତ ଧରି ଶୁନ୍ୟେ ଶୁନ୍ୟେ ଟ୍ରେନ୍ ଭିତରକୁ ଟେକି ନେଲେ।ପାଞ୍ଚ ନମ୍ବର ବଗି,ସିଟ୍ ନମ୍ବର ପଇଁତିରିଶି ଝରକା କଡ଼ ସିଟ୍ ରେ ମୁଁ ଯାଇ ବସି ପଡ଼ିଲି।


ଏତେବେଳେ ଯାଏ ଦେଖି ନଥିଲି ମୋତେ କିଏ ସାହାଯ୍ୟ କଲେ।ମୋ ବ୍ୟାଗ୍ ଟି ବି ଏଯାଏ ସେ ଧରିଥାନ୍ତି।ମୁଁ ଏଣେ ତେଣେ ବ୍ୟାଗ୍ ଖୋଜିଲାରୁ ଖଣ୍ଡି ଖଣ୍ଡି ଭୁଲ୍ ଭାଲ୍ ଓଡ଼ିଆରେ ମୋରି ଆଗ ସିଟ୍ ରେ ବସିଥିବା ଲୋକଟି କହିଲେ, କ୍ୟା ଧୁଣ୍ଡ ରହି ହୋ। ତୁମାରି ବ୍ୟାଗ୍? ଲେ ଲୋ ଓ ମୋଲ ପାଖେ ଅଛି।


ଓ ଏଇ ଲୋକ ମୋତେ ଟ୍ରେନ୍ ଭୁତରକୁ ଆସିବାରେ ସାହାଯ୍ୟ କଲେ । ଧନ୍ୟବାଦଟିଏ ଦେଲି।


ଆଡେ ବେଟି ଏମିତି ଟ୍ରେନ୍ ରେ ନାଇଁ ଚଢବ୍।ଖସି ପଡ଼ିଥାନ୍ତ ଜାନ।ଭାଗ୍ୟ ଭଲ ମୁଁ କେତେବେଲୁ ତୁମକୁ ଲକ୍ଷ୍ୟ କରୁଥିଲି।ପିଲା ଲୋକ ଚଳନ୍ତା ଟ୍ରେନ ଭିତଡ଼କୁ ଚେଷ୍ଟା କଡି ବି ଆସି ନାଇଁ ପାରବା।ସେଥିପାଇଁ ମୁଁଇଁ ଗେଟ୍ ପାଖେ ଅପେକ୍ଷା କଲା।ଆଉ ଦିନେ ଏମିତି କଡିବନି।ଜୀବନ ଚାଲିଯିବ। ସରି କହି ମୁଁ ମୋ ବ୍ୟାଗଟି ଆଣି ଝରକା ପଟେ ବାହାରକୁ ଅନାଇଁଲି।


ପ୍ରକୃତ କଥା ମୋତେ ସାହାଯ୍ୟ କରିଥିବା ଲୋକଟି ବଡ଼ ଭୟଙ୍କର ଦିଶୁଥିଲା।କାଳିଆ ମଚ୍ ମଚ୍।ଚନ୍ଦନ ଦସ୍ୟୁ ପରି ନିଶ ଓ ଚେହେରା।ମୁଣ୍ଡରେ ପଗଡ଼ି।ଦାଢ଼ିରେ କଲା ଜାଲି ବାନ୍ଧିଥାଏ।ଆଖି ଦିଟା ଲାଲ୍ ଲାଲ୍।ଏମିତି ଚେହେରା ଅନ୍ୟ କେଉଁ ଜାଗାରେ ଦେଖିଥିଲେ ଭୟରେ ଛାନିଆଁ ହୋଇ ଯାଇଥାନ୍ତି।କିନ୍ତୁ ଏଇ ଲୋକଟି ସାଙ୍ଗେ ମୋତେ ଯାତ୍ରା କରିବାର ଅଛି।ଏତକ ଭାବି ଚୁପ୍ ଚାପ୍ ଝରକା ଦେଇ ବାହାରକୁ ଅନେଇଁଲି।


କିନ୍ତୁ ସେ ଅଚିହ୍ନା ଲୋକଟି ମୋ ପଛରେ ପଡିଗଲା।ସେ ଯାହା ଖଣ୍ଡି ଓଡ଼ିଆରେ କହିଲେ ମୁଁ ମୋ ନିଜ ଭାଷାରେ ଲେଖୁଛି।


ତୁମ ନାଁ କଣ ଝିଅ।


ଏ ମୋ ନାଁ କାହିଁକି ପଚାରୁଛନ୍ତି? ଦେଖିଲା ବେଳକୁ ତ ବାନ୍ତି ଲାଗୁଛି, ପୁଣି ପୋଲିସ ଭଳିଆ ଜେରା କଲେଣି କଣ? ମୋ ମନ ଭାବକୁ ଚାପି ରଖି କହିଲି ସୋନା।


ସୋ ନା । ସୋ ସୁଇଟି ନେମ୍।


ଆରେ ବାବା ଏ ଲୋକ ହିନ୍ଦୀ,ବଙ୍ଗଳା, ଓଡ଼ିଆ, ପୁଣି ଇଂଲିଶି ବି ଜାଣିଛନ୍ତି ! କିନ୍ତୁ କଥା ଆଦିବାସୀ ପରି ଲାଗୁଛି।ହଁ ଯାହା ଲାଗୁ ମୋର କଣ ଅଛି।


କୁଆଡେ ଯାଉଛ, କାହା ପାଖକୁ ଯାଉଛ ବେଟି?


ଆଁ କୁଆଡେ ଯାଉଛି, କାହା ପାଖକୁ ଯାଉଛି, ଏ କୈଫିୟତ ବି ଦେବି !


କାଲ୍ କାଟା, ବାପାଙ୍କ ପାଖକୁ।


ଛୁଟି କଟେଇବା ପାଇଁ ?


ହଁ।


ପଢୁଛ?


ବାଜେ ଲୋକ ,ଏତେ ବକଟେ ଛୁଆ ଆଉ କଣ କରନ୍ତି ପାଠ ନ ପଢି ମନେ ମନେ ରାଗି କହିଲି ମୁଁ।ଏକେତ ସେ ଲୋକଟିକୁ ଅନେଇଁଲା ବେଳକୁ ଭୟ ଓ ଅଇ ଉଠାଉଥାଏ। ଗାଧାଏ କି ନାହିଁ କେଜାଣି।ଗୋଟେ ଉତ୍କଟ ଗନ୍ଧ ମୋତେ ଆହୁରି ବିରକ୍ତ କରି ଦେଉଥାଲା।ଏଣୁ ତାଙ୍କୁ କେବଳ ବରଦାସ୍ତ କରିବା ଛଡା ମୋର ଅନ୍ୟ ଉପାୟ ନଥାଳା।


ତାଙ୍କ ସବୁ ପ୍ରଶ୍ନର ଉତ୍ତର ହଁ , ନା ରେ ମୁଁ ଦେଉଥିଲି।


ମୋ ପାଖରେ ଜଣେ ଯୁବକ ବସିଥିଲେ।ସେ ବାରମ୍ବାର ମୋ ଉପରେକୁ ଜାଣି ଜାଣି ଢଳି ପଡୁଥିଲେ।ମୋ ପାଖ ଯାଏ ଜାକି ହୋଇ ଆସି କେଉଁଠି ନା କେଉଁଠି ହାତ ନ ଜାଣିଲା ପରି ବଜେଇ ଦେଉଥିଲେ। ମୁଁ ଝରକା ରେଲିଂ ଭିତରକୁ ଭିତରକୁ ପଶି ପଶି ଯାଉଥିଲି।ଝରକା ନଥିଲେ ମୁଁ ଯାଇ ଟ୍ରେନ୍ ବାହାରେ ପଡେନ୍ତେଣି।


ଭୟଙ୍କର ଲୋକଟି ପୁଣି ପଚାରିଲେ କେଉଁ କ୍ଲାସ୍।


+୨ ସେକେଣ୍ଡ୍ ଇଅର୍।


ସାବାସ ଖୁବ୍ ମନ ଲଗାଇ ପଢ଼।


କଲିକତାରେ ବାପା କଣ କରନ୍ତି ?


ହାଜିରା ବାବୁ।


ଆଛା, ଚା ପିଓଗି ?


ନା


ଖାଓଗି


ନା


ଆରେ ବେଟି ଖାଓଙ୍ଗେ ନେହି, ପିଓଗେ ନେହି ତୋ କୈସା ହୋଗା।


ମୋତେ ବହୁତି ରାଗ ଲାଗିଲା।ସେ ଲୋକଟା ତ ଏମିତିରେ ଅତି କଦର୍ଯ୍ୟ।ସେଥିରେ ରୋଟି ଉପରେ କଣ ଖଟା ପରି କାଳିଆ କାଳିଆ ଥୋଇ ଗାଉଁ ଗାଉଁ କରି ଖାଇ ଯାଉଥାଏ।


ମୁଁ ବିରକ୍ତ ହୋଇ ବଡ଼ ପାଟିରେ କହିଲି ,"ୱାଟସ୍ ୟିଓର୍ ପ୍ରୋବ୍ଲେମ୍ ଅଙ୍କଲ୍ ? ମୁଝେ ତଙ୍ଗ୍ ମତ୍ କରୋ।" 


ଲୋକଟି ଟିକେ ଚୁପ୍ ହୋଇଗଲେ।ଏମିତି କହିଲି ବୋଲି ମୋତେ ଖରାପ ଲାଗିଲା।ମୁଁ ନରମ ସ୍ୱରରେ କହିଲି ସରି, ଜ୍ୟାଦ ବାତ୍ ୟା ବକ୍ ବକ୍ ମୁଝେ ଆଛା ନେହି ଲଗତି।


ଝରକା ଦେଇ ଶୀତଳ ପବନ ଆସି ମୋ ଆଖି ମୁଦି ଦେଉଥିଲା।ମୁଁ ସିଟ୍ କୁ ଆଉଜି ଶୋଇ ପଡ଼ିଲି।ମୋ ପାଖରେ ବସିଥିବା ଯୁବକକୁ ମୌକା ମିଳିଗଲା।ସେ ଶୋଇବା ଅଭିନୟ କରି ମୋ ଛାତିରେ ବାଡେଇ ହୋଇଗଲା।ଠାଏ କରି ମୋ ନିଦ ଭାଙ୍ଗିଗଲା।ୟୁ..


ମୋ ପାଟିରୁ ନ ବାହାରିବା ପୂର୍ବରୁ ସେ ଅସୁନ୍ଦର, ଭୟଙ୍କର ଅଙ୍କଲ୍ ଜଣକ ଯୁବକଟି ର କଲର୍ ଧରି ଉତ୍ତମ ମଧ୍ୟମ ଦେଇ କହୁଥାନ୍ତି, ଏ ମୋର ବେଟି ଅଛି।କୈସେ ସାହାସ ହୁୟା।ଅଵ ଦେଖତା ହୁଁ କୌନ୍ ବଚାଏଗା ତୁଝେ।


ଯୁବକଟି ସେ ଅଙ୍କଲ୍ ଗୋଡ଼ ଧରି କହୁଥାନ୍ତି ଭୁଲ୍ ହୋଇ ଯାଇଛି, ପ୍ଲିଜ଼ ଛାଡି ଦିଅନ୍ତୁ ପ୍ଲିଜ଼।


ଜୀବନ ରେ ଏକା ଯାତ୍ରା।ପୁଣି ଏ ଅଜବ ଲୋକ, ସାଙ୍ଗକୁ ଏ ଅଭଦ୍ର ଯୁବକ।ଭିତରେ ଭିତରେ ଖୁ କାନ୍ଦିଲେଣି ମୁଁ।


ସେ ଅସୁନ୍ଦର ଭୟଙ୍କର ଅଂକଲ୍ଟି କହିଲେ, ସୋ ଯାଓ ବେଟି ମେ ହୁଁ ନା।


ଶୋଇବି ନା ଛତୁ।କେମିତି ହାୱାଡା ଧରିବି ସେଇ ଚିନ୍ତା।


ପୁଣି ଗୋଟେ ଅଘଟଣ ଘଟିଲା।କି ସମୟରେ ଯାତ୍ରା ଆରମ୍ଭ କରିଥିଲି କେଜାଣି।ଟି ଟି ଆଇ ଆସିଲେ ଟିକେଟ୍ ଚେକ୍ କରିବାକୁ।ମୋତେ ଯେତେବେଳେ ଟିକଟ୍ ମାଗିଲେ ମୁଁ ଚାରିଆଡ଼େ ଖୋଜି ନ ପାଇ କାନ୍ଦ କାନ୍ଦ ହୋଇଗଲି।ସେଇ ଅସୁନ୍ଦର ଅଙ୍କଲ୍ ଟି କହିଲେ, ସାର୍ କସୁର୍ ମେରା।ଓ ଜବ୍ ଟିକେଟ୍ ହାଥ୍ ମେ ଲେକର୍ ଆୟି ଥି ମୈନେ ଉସ୍କୋ ଉଠାଲିଆ।ଟିକେଟ୍ ଗିର୍ ପଡି।ତୋ ଟି ଟି ଆଇ ଏଡ଼େ ଏଡ଼େ ଆଖି କରି ଚାହିଁଲା।ଆଛା ଜୋରିମାନା ଦେ ରହାହୁଁ କହି ପାଞ୍ଚ ଶହ ନୋଟ୍ ଟିଏ ଟି ଟି ଆଇ ପକେଟ ରେ ସେ ଅଙ୍କଲ୍ ଗୁଞ୍ଜି ଦେଲେ।ଟି ଟି ଆଇ ଚୁପ୍ ଚାପ୍ ଚାଲିଗଲା।


ବାଟରେ ଆଉ ଗୋଟିଏ ଟ୍ରେନ୍ ଅଲଗା ରେଳ ଧାରଣା ଉପରକୁ ଚାଲି ଆସିବାରୁ ଆମ ଟ୍ରେନ୍ ଦୁଇ ଘଣ୍ଟା ରାସ୍ତା କ୍ଲି ଅର୍ ହେବା ଯାଏ ଅପେକ୍ଷା କଲା।ପାଞ୍ଚଟା ରେ ପହଂଚିବା ଟ୍ରେନ୍ ସାତ ଟାରେ ପହଞ୍ଚିଲା।ପୁଣି ତିନି ନମ୍ବର ଲନ୍ ରେ ଲାଗିବା ପରିବର୍ତ୍ତେ ସାତ ନମ୍ବର ରେ ଲାଗିଲା।ମୋ ଅଭାଇ ଅପେକ୍ଷା କରି କରି ଏଣେତେଣେ ଖୋଜୁଥାନ୍ତି।


ରାତି, ଭୟ କରିଗଲି ମୁଁ।କୁଆଡେ ଯିବି।କାହାକୁ ଚିହ୍ନିନାହିଁ।ରାସ୍ତା ଘାଟ ମାଲୁମ ନାହିଁ।


ଏହି ସମୟରେ ଏଣେ ତେଣେ ଟିକେ ବୁଲି ସେଇ ଅଙ୍କଲ୍ ଜଣକ ମୋ ପାଖକୁ ଆସିଲେ।ତାଙ୍କୁ ଦେଖି ମୋ ଦେହରେ ଟିକେ ଜୀବନ ପଶିଲା।ସେ କହିଲେ ୱେଟିଙ୍ଗ୍ବେzଞ୍ଚ ଉପରେ ବସ୍ ଲୋ।ଭେୟା ଆଜାଏଙ୍ଗେ। ଏଇ ପାଖଲେ ମୋଲ ଘର୍।ଆମ ଘଲେ ରହି ଯିବା।କାଲ୍ ତୁମାରି ଭେୟା କୋ ଧୁଣ୍ଡେଙ୍ଗେ।


ମୁଁ ଉଁ ଚୁ କିଛି କହୁ ନଥାଏ।ଅଧ ଘଣ୍ଟାଏ ପରେ ବ୍ୟସ୍ତ ହୋଇ ମୋ ଅଭାଇ ମୋତେ ଖୋଜି ଖୋଜି ଆସି ପହଞ୍ଚିଲେ।ମୁଁ ଭାଇକୁ ଦେଖି କୁଣ୍ଢେଇ କାନ୍ଦି ପକାଇଲି।


ମୋ ଭାଇ ଓ ସେ ଅଙ୍କଲ୍ କେତେ କଥା ହେଲେ।ସେ ଗଲା ବେଳକୁ ବାଏ କହିଲେ।ମୁଁ ବି ହସି ହସି ତାଙ୍କୁ ବାଏ କହିଲି।


ସେ ଅଙ୍କଲ୍ ଟି କହିଲେ, ହାଁ ଏସି ହସ ରହେନା ବେଟି।


ସେ ଆଖିରୁ ଅଦୃଶ୍ୟ ହୋଇ ଯାଉଥିଲେ।

 

ଅଚିହ୍ନା ମଣିଷ ଅଙ୍କଲ୍ ଟି ମୋତେ ଖୁବ୍ ଚିହ୍ନା ଓ ଭଲ ଲାଗୁଥିଲେ।ତାଙ୍କ ଅସୁନ୍ଦର କି ଭୟଙ୍କର ଚେହେରା ମୋତେ ଆଉ ଦିଶୁ ନଥିଲା।



Rate this content
Log in

More oriya story from Satyabati Swain

Similar oriya story from Inspirational