Nityananda Sahu

Inspirational

3  

Nityananda Sahu

Inspirational

ଅଛୁଆଁ

ଅଛୁଆଁ

14 mins
250



ହେଇଟି ଶୁଣୁଛ ! ଆଜି ଯାହା ହେଲେ ସବୁ ଫାଇନାଲ କରି ଆସିବ । ନିଜ ଜିଦରେ ଅଟଳରହିବ । ଏ ସମୟରେ ଦୁଃଖ ଲାଗିଲେବି , ସମସ୍ତ କର୍ମ ସରିଲା ପରେ , ଘରେ କଥା ପକେଇ ଜମିବାଡ଼ିର ମାମଲା ଯାହା ହେଲେ ଛିଡ଼େଇ ଆସିବ । ଆମର କଣ କିଛି ଅଧିକାର ନାହିଁ । ଚାକିରୀ କରି ଭଲରେରହୁଛେ ବୋଲି , ସେମାନଙ୍କର ଦେହରେ ଯାଉନି । 


ସେରୋହିଣି କଣ ନିଜକୁ ଭାବୁଛି କି ? ସବୁ ସମ୍ପତି ତା ନାଁରେ କରି , ଘରର ଉତ୍ତରାଧିକାରୀ ହେବା କୁ ଚେଷ୍ଟା କରୁଚି। କାଲି ସକାଳେ ଆମ ପିଲା ମାନେ ବଡ଼ ହେଲେ , ତାଙ୍କର ପାଠ ପଢା ଆଉ ବାହାଘର ପାଇଁ ଟଙ୍କା କେଉଁଠୁ ଆସିବ । ପାଖରେ ଗାଁର କିଛି ସମ୍ପତି ଥିଲେ ତ ବିକି କି କିଛି ଗୋଟେ କରିହେବ । ତା ଛଡା ଆମେ ଆଉ କୋଉ ସେ ଗାଁରେରାହୁଛେ ଯେ । ମୁଁ ସେଠି ଆଦୌ ଚଳି ପାରିବିନି । ଏତେ ବଡ଼ ଘର ବନେଇବା ବାପାଙ୍କର କଣ ଦରକାର ଥିଲା । ଗୋଟେ ଘର ଝାଡୁ ମାରିଲେ ଅଣ୍ଟାରେ ଯନ୍ତ୍ରଣା ହେଉଛି । ପୂଜାପର୍ବରେ ଗଲେ କିଏ ଏତେ ସେ ଘରର କାମ କରିବ । ହଁ ଶୁଣ ସେ ଘର କୁ ଆମ ନାଁରେ କରେଇ ଆଣିବ ।ରାସ୍ତା କଡ଼ରେ ଏତେ ବଡ଼ ଘର ଅଛି । ଭଡାରେ ଦେଲେ ତ ଦି" ପଇସା ମିଳିବ । ତମକୁ ଶୁଣା ଯାଉଛି ନା ନାହିଁ । 

ଅରେ ହଁ ଶୁଣୁଛି , ଗାଡି ଚାବି ଟା ଦେଲେ ତ ମୁଁ ବହାରିବି ! ବିଳମ୍ବ ହେଲାଣି , ସମସ୍ତେ ମତେ ଅପେକ୍ଷା କରିଥିବେ । 

ଶୁଣ "ସେଠି ଦାନବିର ହରିଶ୍ଚନ୍ଦ୍ର ହୋଇ ଖର୍ଚ୍ଚ କରିବନି । ଯେତେ ସବୁ ବଡ଼ ଆଶା ତୁମ ବାପାଙ୍କର । ଟଙ୍କା କୁ ପାଣି ଭଳି ଖର୍ଚ୍ଚ କରିବାର ଅଭ୍ୟାସ ବୁଢା ବେଳେ ବି ଯାଇନି । ନ' ମାଗିବା ଯାଏ ଗୋଟେ ବି ଟଙ୍କା କାଢ଼ି ବ' ନି ପକେଟରୁ । ମତେ ଆସି ସବୁ ଖର୍ଚ୍ଚର ହିସାବ ଦେବ । ଦେଖି କି ଯିବ ।


ସ୍ୱାମୀ ସ୍ତ୍ରୀ ଦି ଜଣଙ୍କର କଥା ଶୁଣି ମତେ ଆଶ୍ଚର୍ଯ୍ୟ ଲାଗୁଥାଏ । ତାଙ୍କର ପରିବାରର କଳହ ଭିତରେ ମୁଁ ପଶିବା ଠିକ ଭାବୁନ ଥିଲି । କିନ୍ତୁ ଏ ସମୟରେ କଣ ଏମିତି ଚର୍ଚ୍ଚା କରିବା ଠିକ ହେଉଛି ? ନିଜକୁ ମୁଁ ପ୍ରଶ୍ନ କରୁଥିଲି । ଅରେ ହଁ ଆପଣ ମାନେ ଭାବୁଥିବେ ମୁଁ କିଏ ।ମୋର ପରିଚୟ କଣ ।

ମୁଁରାମର ସାଙ୍ଗ (ଆଦି ) ।ରାମ ମୋର ପଡୋଶୀ ଆଉ ମୋ ଅଫିସର ସହକର୍ମୀ । ସେଥିପାଇଁ ମୋର ତା ସହ ଘନିଷ୍ଠ ସମ୍ପର୍କ । 

ପରିସ୍ଥିତି ଆଜି କଣ , କିଛି ଟା ଆପଣ ଅନୁମାନ କରି ସାରିଥିବେ । ଦୀର୍ଘ ଗୋଟେ ଘଣ୍ଟାର ଘରେଇ ଡ୍ରାମା ସରିଲା ଶେଷରେ । ମୁଁ କାର ପାଖରେ ଥାଇ ସବୁ ଶୁଣୁଥାଏ । 

ରାମର ମା'ଙ୍କର ଦେହାନ୍ତର ଖବର ଗୋଟେ ଘଣ୍ଟା ହେଲା ଶୁଣିଲା ପରେ ,ରାମ ମତେ ଫୋନ କରି ପୁରୀ ଯିବା ପାଇଁ ଅନୁରୋଧ କରିବାରୁ , ମୁଁରାଜି ହୋଇଗଲି । ଭାବିଲି ତାର ମେଣ୍ଟାଲ କଣ୍ଡିସନ ଏବେ ଠିକ ନ ଥିବ । ତା ସହ ଭୁବନେଶ୍ୱରରୁ ପୁରୀ ଯିବା ଠିକ ହେବ ।ରାତି ଆସି 12 ଟା ବାଜିଲାଣି । 

ଶୀଘ୍ର ଯାଇ ପୁରୀରେ ପହଞ୍ଚି ସ୍ୱର୍ଗ ଦ୍ୱାରରେ ଶବ ସତ୍କାର କରି ଆସିବା କୁ ପଡିବ । କିଏ ଜାଣିଚି ସେଠି କେତେ ଗହଳି ଏବେ ଥିବ । ଜବର ଉଛେଦ ଚାଲିଥିଲା ଶୁଣିଥିଲି , ଜାଗା ବି ବହୁତ କମ ଥିବ । ଏରାମ ଟିକେ ଶୀଘ୍ର ବାହାରେ , ଯିବା ।


ହଁରେ ଭାଇ ଆସୁଛି ବୁଟ ଟା ପିନ୍ଧୁଥିଲି । ଏମିତି ସମୟରେ ନିଜକୁ ଦୁଃଖ ଲାଗିବା କଥା ! ବାବୁ ଆମର ବୁଟ ଆଉ ଟିପ ଟପ ବେଶରେ ବାହାରୁ ଛନ୍ତି । କିଛି ମୁଁ ବୁଝି ପାରୁ ନ ଥିଲି । 

ଗାଡି ମୁଁ ଚଲେଇବାକୁ କହି ରାମ କୁ ବସିବା ପାଇଁ କହିଲି। କିଛି ବାଟ ଗାଲା ପରେ , ମତେ ଠିକ ଲାଗିଲାନି ରାମ"ର ହବଭାଵ । ଆଛାରାମ , ମାଉସୀ ଙ୍କର ଦେହାନ୍ତରେ ତୁ କଣ ମ୍ରିୟମାଣ ନୁହେଁ କି ? 

ହଁରେ ଆଦି"" ଟିକେ କଷ୍ଟ ଲାଗୁଚି କିନ୍ତୁ ମା ଯନ୍ତ୍ରଣାରୁ ମୁକ୍ତି ପାଇଗଲା ମୋର । 

ଆଦି :- କିନ୍ତୁ ବୁଝିପାରିଲି ନି ଭାଉଜ କଣ ପାଇଁ ସମ୍ପତି ବିଷୟରେ କିଛି କହୁଥିଲେ । କଣ ହୋଇଛି କିରେ ? 

ରାମ :- ସେମିତି କିଛି ନାହିଁ । ମୋ ଭଉଣୀ (ରୋହିଣି) ବାପା ମା" ଙ୍କ ପାଖରେରହି ସେବା କରେ । ତା ସ୍ବାମୀ ବେରୋଜଗାରିଆ ଟା । ଆମ ଘରେ ସବୁ ବେଳେ ପଡିରହୁଛି । ମୁଁ ତ କାମ ଵ୍ୟସ୍ତତାରେ ସମୟ ଦେଇ ପାରିଲିନି ? ସେ ମୋ ଅନୁପସ୍ଥିତର ଫାଇଦା ନେଇ , ବାପାଙ୍କୁ ଆମ ନାଁରେ ମିଛ ସତ କହି ଘୃଣା ଭାବ ଜାଗ୍ରତ କରେଇ ଦେଇଛି । ସେଥିପାଇଁ ତୋ ଭାଉଜ ସେମିତି କହୁଥିଲା । 

ଆଜି ଯାହା ହେଲେ ବି ଏହାର ସମାଧାନ କରି ଆସିବା କୁ ପଡିବ । ସେ (ରୋହିଣି) ନିଜକୁ କଣ ଭାବିଛି କି? ଯାଜପୁର କୋରାଇରୁ କଣ ପାଇଁ ମା କୁ ଏତେ ଦୂର ଆଣିକି ଆସିଲେ । ମତେ ନୀଚ ଦେଖେଇବା ବୁଦ୍ଧି ମୋ ଭଉଣୀର ଯାଇନି କି କେବେ ଯିବନି । ଏତେ ଶୀତରେ ଲୋକେ ଘରୁ ବାହାରି ପାରୁ ନାହାନ୍ତି ? କଣ ଆଉ କହିବି ତାକୁ ? 


ମୁଁ ରାମର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି । ମା " ସିଏ । ଆଜି ଶେଷ ମୁହୁର୍ତ୍ତରେ ଦୁଃଖ କରିବା ବଦଳରେ ରାମର ମୁହଁରେ ଟିକେ ବି ଉଦାସର ଲକ୍ଷଣ ଜଣା ପଡୁନି । ତା ଛଡା ସବୁ ପୁଅ ମାନେ ଚାହାନ୍ତି , ବାପା ମା ଙ୍କର ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସମ୍ପର୍ଣ୍ଣ କରିବା କୁ । କିନ୍ତୁ ରାମ ଖୁସି ନାହିଁ ? ନିଜକୁରୋକି ପାରିଲି ନି , ମନରେ ଅନେକ ସନ୍ଦେହ ଆସିଲାରାମ ଉପରେ । ତା କଥା କେତେ ସତ୍ୟ ଥିଲା , ମତେ ବିଶ୍ୱାସ ହେଉନଥିଲା ।

କେମିତି ପୁଅ ଏରାମ , ଶେଷ ସମୟରେ ବି ଧାରେ ଲୁହ ତା ଆଖିରେ ଦେଖିବା କୁ ମିଳୁନି । ଜନ୍ମ କଲା ମା" ପାଇଁ ତା ଶେଷ ବେଳେ ଲୁହ ଟିକେ ଢାଳିବା କୁ କୁଣ୍ଠା କରୁଛି ?

ମୁଁ ବା କିଏ ଏ ପ୍ରଶ୍ନ କରିବା କୁ ତାକୁ । ମୋ ବିବେକ ଆଉ ମନ ଦୁହିଁ ଙ୍କ ଭିତରେ ଆଗ୍ରହର ଏକ ଯୁଧ୍ୟ ଆରମ୍ଭ ହୋଇ ସାରିଥାଏ । ନିଜକୁ ସମ୍ଭାଳି ନେଲି । ଗୋଟେ ଘଣ୍ଟାର ଯାତ୍ରା ଭିତରେ ମନ କୁ ଆସୁଥିବା ପ୍ରଶ୍ନ ସବୁ ଚାପି ,ରାମ କୁ ମଝିରେ ମଝିରେ ଲକ୍ଷ୍ୟ କରୁ ଥାଏ । ସେ ଆରାମରେ ବସି ମୋବାଇଲେରେ ଫେସବୁକ ଖୋଲି କଣ ସବୁ ଦେଖୁ ଥାଏ ।


ଗାଡି କୁ ସ୍ୱର୍ଗଦ୍ୱାର ନିକଟରେ ସମୁଦ୍ର କୂଳର ପାର୍କିଂରେ ସାଇଡ କରିରଖିଲି ।ରାମ ସେମିତି ମୋବାଇଲରେ ବ୍ୟସ୍ତ ଥାଏ । ଅରେ ଯିବୁନି କି ? ପୁରୀ ହୋଇଗଲା । ଏବେ ଓଲ୍ଲା ଯିବା , ସେମାନେ ତତେ ଅପେକ୍ଷା କରିଥିବେ , ମୁଖାଗ୍ନି ଦେବା ପାଇଁ । 

ଦୁହେଁ ସମୁଦ୍ର କୂଳ ପଟୁ ସ୍ୱର୍ଗଦ୍ୱାର କୁ ଯିବା ଆରମ୍ଭ କଲୁ । ଅନେକ ଗହଳି ଥିଲା ସେ ଦିନ । ସରକାରଙ୍କ ତରଫରୁ ମାଗଣା ହରିଶ୍ଚନ୍ଦ୍ର ଯୋଜନା ଥିବାରୁ ଗରିବ ଲୋକ ମାନେ ସାହାଯ୍ୟ ନେବାର ଦେଖିଲୁ । କିଛି ସମୟ ଖୋଜା ଖୋଜି ପରେ ଯାଇ ମାଉସୀ ଙ୍କ ମରଶରୀର ପାଖରେ ପହଞ୍ଚିଲୁ । ସେଠାରେ ଆଗରୁ ଆତ୍ମୀୟ ମାନେ ଅପେକ୍ଷା କରିଥିଲେ । ସମସ୍ତେ ମାଉସୀ ଙ୍କ ଦେହାନ୍ତରେ ମ୍ରିୟମାଣ ଆଉ ଦୁଃଖିତ ମଧ୍ୟ ଥିଲେ ।

ରାମ କୁ ମାଉସୀ ଙ୍କ ପାଖକୁ ଯିବା କୁ କହି ମୁଁ ଶୀତ ହେଉଥିବା କାରଣରୁ ପାଖ ଦୋକାନରୁ ଗୋଟେ ସିଗାରେଟ ଆଣିବା କୁ ଚାଲିଗଲି । ସମୟ ତ ଲାଗିବ ଶବ ସତ୍କାର ପାଇଁ । କିଛି ସମୟ ପରେ ସେଠାରେ କେହି ଜଣେ ଜୋରରେ ପାଟି କରିବାର ଶୁଣିବା କୁ ମିଳିଲା । ଦେଖୁ ଦେଖୁ ଭାରି ମାତ୍ରରେ ଲୋକେରୁଣ୍ଡ ହୋଇଗଲେ ଚାରି ଆଡ଼େ । ମୁଁ ଅଧା ଜଳା ସିଗାରେଟ ଫିଙ୍ଗି ଦୋୖଡିଲି ସେ ଭିଡ଼ ଆଡକୁ । କଣ ଘଟଣା ହେଇଚି ଦେଖିବା ପାଇଁ ।


---- କୁଆଡେ ଆସିଛୁରେ କୁଳାଙ୍ଗାର । 

--- ଖବର "ଦାର ମାଳତୀ କୁ ତୁ ଛୁଇଁ ପାରିବୁନି ।


ତୋ ପରି ଅଭାଗା ପୁଅ ପାଇ ନିଜକୁ ଖରାପ ଲାଗୁଚି । ମା' ତୋରରୋଗରେ ପଡି ଛଟପଟ ହେଉଥିଲା । ଖବର ପରେ ଖବର ଦେଲି , ଟିକେ ବି ଇଛା କଲୁ ନି ଥରୁ ଟିଏ ଆସି ଦେଖି ଯିବା ପାଇଁ । କେତେ ଭଲ ପାଉଥିଲା ତତେ । ତା ଭଲ ପାଇବାର ମୂଲ୍ୟ କଣ ଦେଲୁରେ ହତଭାଗା ।

କେମିତି ତୁରେ ଏତେ ନିର୍ଦୟ ହୋଇପାରିଲୁ । ଜିଇଁ ଥାଉ ଥାଉ ତୋ ମା କୁ ତୁ ମରିଦେଲୁ । 

ଦେଖ ଆଜି କେମିତି ନିରବି ଶୋଇ ଯାଇଛି । ପୁଅର କର୍ତ୍ତବ୍ୟ ତୋର କଣ କରିବା ଦରକାର ନ ଥାଲା । ଶ୍ରବଣ କୁମାର ବାପା ମା ଙ୍କୁ କାନ୍ଧରେ ଭାର ସାହାଯ୍ୟରେ ତୀର୍ଥ ଯାତ୍ରା କରାଇ , ସେବା କରୁଥିଲା । 

ତୋ ପରି ପୁଅ ଶ୍ରବଣ କୁମାର ହୋଇ ତ ପାରିଲା ନି କିନ୍ତୁ ଶେଷ ଶ୍ରାବଣରେ ବାପା ମା ଦି ଜଣ କୁ ଦିନରାତି ଦୁଃଖରେ ଭସେଇ ଦେଲୁ । 

ଭାବିଛୁ ଆଜି ତୋ ମା କୁ ମୁଖାଗ୍ନି ଦେଇ ଦେଲେ ତୋ ଦାୟୀତ୍ୱ ସରିଯିବ ଆଉ ପୁଅ ହେବାର ଗୌରବରଖି ପାରିବୁ ଏ ବଡ଼ ଦାଣ୍ଡରେ ।

ସେମିତି ହେଇ ପାରିବନି । ତୋ ଅପେକ୍ଷା ମୋ ଝିଅ ଶହେ ଗୁଣରେ ଭଲ , ବାହା ହେଲା ପରେ ବି ସ୍ୱାମୀ ସ୍ତ୍ରୀ ଦି ଜଣ ପାଖରେରହି ଶେଷ ଯାଏ ତାର ସେବା କରି ପାରିଲେ । ସେ ହିଁ ମୋର ପୁଅ ଆଉ ଝିଅ । 


--- ଯା ଚାଲି'ଯା ଏଠୁ ।

----ତୋ ମୁହଁ ଚାହିଁବାକୁ ଘୃଣା ଲାଗୁଚି ।


ଗହଳି ଭିତରୁ କେହି ଜଣେ କହିବାର ଶୁଣିବା କୁ ମିଳିଲା ।

----- ଛାଡ଼ନ୍ତୁ ମଉସା । ପୁଅ ଟା କଣ ଗୋଟେ ଭୂଲ କରିଦେଇଛି । ତାକୁ କ୍ଷମା କରି ଦିଅନ୍ତୁ। ସେ ଭୂଲ ମାଗି ନେବ!!

ଆଜି ପରି ଦିନରେ ସେ କଥା ଉଠେଇ ଆଉ ବା ଲାଭ କଣ ?? ଗଲା ଲୋକ ତ ଚାଲିଗଲାଣି । ମାର ମୁକ୍ତି ହିଁ ପୁଅ ହାତର ମୁଖାଗ୍ନିରେ ହୋଇପାରିବ ।

---- ଆପଣ କିଛି ଜାଣି ନାହାନ୍ତି ଆଜ୍ଞା (ରୋହିଣୀ ପରି ଲାଗୁଥାଏ) । ଏ ମୋ ଭାଇ , କେମିତି ପୁଅ କେଜାଣି । ଯେଉଁ ବାପା ମା ରକ୍ତ କୁ ପାଣି ଛଡେଇ ବଡ଼ କଲେ । ପାଠ ଶାଠ ପଢି ବଡ଼ ଚାକିରୀ କରିଲା ପରେ ଆଉ ସେ ମଣିଷ ଚିହ୍ନି ପାରୁନି ।


---ରୋହିଣୀ ପ୍ଲିଜ ଚୁପ ହୋଇଯା । ଏତେ ଲୋକଙ୍କ ସମ୍ନାରେ ତୋ ଭାଇ କୁ ଅପଦସ୍ତ କରି କଣ ତତେ ଭଲ ଲାଗୁଚି । ମୁଁ ମା'ର ଶେଷକୃତ୍ୟ ସମ୍ପୂର୍ଣ୍ଣ କରିବା କୁ ଆସିଛି । ସେତକ କରିବା କୁ ଦେ । ଏ କଥା କଣ ଘରେ ହେଇପାରିବ ନି ? 

---ଏ ହାତ ଛାଡ଼ ,

--- ମୋ ମା କୁ ତୁ ଛୁଇଁ ପାରିବୁନି ? 


-----ତୁ ଜାଣିଚୁ ,ତତେ ଜନ୍ମ କଲା ବେଳେ ଦଶ ମାସ ଗର୍ଭରେରଖି ମା ଯେତିକି କଷ୍ଟ ସହି ନ ଥିଲା । ତୁ ବଡ଼ ହେଲା ପରେ ଏମିତି କଷ୍ଟ ଦେଲୁ ଯେ , ସେ ତୋ ଚିନ୍ତା କରି କରି ଶେଷରେ ଆଜି ଚିତାରେ ଜଳିବା କୁ ଯାଉଛି । ଧର୍ମ ସହି ବ ନାହିଁରେ ଭାଇ । 

----- ତା'ର ତୋରାଣି ପାଣିର ମୂଲ୍ୟ ଆଜି ତୁ ତୋ ଘରୁ ପାଣି ଟୋପେ ପିଇବା କୁ ନ ଦେଇ , ତୋ ସ୍ତ୍ରୀ ହାତରେ ଧକ୍କା ମାରି ବିଦା କରି ସୁଝି ଦେଲୁରେ । 


---- ତୁ ଏତେ ଆଉ ଭଲେଇ ହୋଇ ଦେଖେଇ ହଅନା । ତୁ ବି ତ ତୋ ସ୍ବାର୍ଥ ପାଇଁ , ପଡିରହିଛୁ । ଭାବିଛୁ କଣ ମୁଁ କିଛି ବୁଝି ପାରୁନି । ଏତେ ବଡ଼ ଘର କୁ ତୋ ନାଁରେ କରେଇ ନେବୁ ନାହିଁ। ଏଇ ଦେଖ ଭାଇ ମାନେ , ଏ ଝିଅ କୁଆଡେ , ଲୋଭ ଆ"ର ଜମା ନାହିଁ କୁଆଡେ , ମା ଦେହରେ ଗୋଟେ ବି ସୁନାରଖିନି , ସବୁ ଖୋଲି ନେଇଛି । ମାନୁଚି ମୁଁ ମା କୁ ସମୟ ଦେଇ ପାରିନି । କିନ୍ତୁ ତୋ ପରିକା ଲୋଭୀ ଭଉଣୀ ମୁଁ କେବେ ଦେଖିନି ।


---- ଚୁପ ହେଇଯାରାମ । କଣ କହିଲୁ ତୋ ଭଉଣୀ ଲୋଭୀ। ହଁ ସେ ଲୋଭୀ ମୁଁ କହୁଚି ତା ବାପା ହୋଇ । ଆରେ ତୋର ମନେ ଅଛି ଚାରି ମାସ ତଳେ ତୋ ମା ଦେହ ଭଲ ନ ହେବାରୁ , ଆମେ ତୋ ପଖାକୁ ଭୁବନେଶ୍ୱର ଯାଇଥିଲୁ । ତୁ କଣ ଔଷଧ ଦେଲୁ ଜାଣିନି । ତୋ ଘରେ ତୋ ଭରିଜା ଯେଉଁ କଥା କହିଲା , ବୁଢା ବୁଢ଼ୀ ଦି ଜଣ କୁ ହାତ ଧରି ଆଣି ଘର ଦୁଆର ବାହାର କୁ ଠେଲି ଦେଇ , କବାଟ ଦେଇ ଘରେ ବସି ଗଲ । ଜାଣିଚୁ ସେ ଦିନ କଣ ହେଇଥିଲା । 

କେତେ ଆଶାରେ ତୋ ମା' ; ତୁ ଖାଇବୁ ବୋଲି ବାରି ପୋଖରୀରୁ ମାଛ ଧରାଇ ,ତୋ ଭିଣେଇ କୁ କହି , ତୋ ପାଇଁ ନେଇଥିଲା । ମାଛ ଧରି ତୋ ଘରେ ପହଞ୍ଚିଲା ପରେ , ତୋ ଭାରିଜା ଖଣ୍ଡକ ମୋ ସ୍ତ୍ରୀ ହାତରେ ବଛେଇଲା , ମାଛକୁ ତେଲରେ ଛଣେଇଲା । ତୁମେ ସ୍ୱାମୀ ସ୍ତ୍ରୀ ପୁଅ ସମସ୍ତେ ଖାଇଲ । ଆମେ ସେମିତି ବୁଢା ବୁଢ଼ୀ ଦୁହେଁ ବସି ଥିଲୁ । ଘରୁ କଣ ଟିକେ ଚୁଡା କଦଳୀ ଖାଇ ଯାଇଥିଲୁ । ଭୋକରେ ଆଉଟୁ ପାଉଟୁ ହୋଉଥିଲୁ । ଦିନ ଦୁଇଟା ବାଜି ଥିଲା । ନା ଖାଇବା କୁ ତୁ କହିଲୁ ନା ତୋ ସ୍ତ୍ରୀ । କିଛି ତମେ ନ କହିବାରୁ ଆଉ ସହି ନ ପାରି ସେ(ମାଳତୀ) ତତେ ଯିବା ପାଇଁ କହି , କିଛି ଟଙ୍କା ମାଗିବାରୁ , ତୋ ଭରିଜାରାଗରେ ଫଁ ଫଁ ହୋଇ ମାଡି ଆସିଲା । 


---- କଣ ଭାବିଛ କି ? ମାଛ ଦି ପିସ କଣ ଆଣିଦେଲା ଯେ , ଭାବିଲ ଆମକୁ ପୁଳାଇ ଦେ ଦେଇଛ । ଏଠି ଆମେ ପୋତିକିରଖିଛୁ , ତୁମେ ଯେତେବେଳେ ଆସିବ ଆମେ ଝଣ ଝଣ କରି ହଲେଇ ଦେଇ , ତୁମକୁ ଦେଇଦବୁ । ଆଉ ତୁମେ ଖୁସିରେ ଚାଲିଯିବ । କାଇଁ ସେ ପେନସନ ଟଙ୍କା ସବୁ ଝିଅ କୁ ଦେଇ , ଏଠି କୁମ୍ବୀର କାନ୍ଦଣା କାନ୍ଦୁଛ ।

----- ନା ଲୋ ମା , ଆମେ ଟଙ୍କା ଟିଏ ବିରୋହିଣୀ କୁ ଦେଇନୁ । ଯାହା ପେନସନ ମିଳୁଛି , ମୋର ପୋଡ଼ା ମୁହାଁ ବ୍ଲଡ଼ କ୍ୟାନ୍ସର କିରୋଗ ହେଲା ?? ସବୁ ଔଷଧ କିଣା କିଣିରେ ସରି ଯାଉଛି । ଘର ଚଳିବା କୁ କଷ୍ଟ ହେଉଛି । ଆର ମାସରେରୋହିଣୀ ଦି ପଇସା ଦେବାରୁ ଆମେ ଯେନେ ତେନେ ଚଳି ଗଲୁ । ହେଲେ ଏ ମାସରେ ଆଉ ଝିଅ କୁ ମାଗିବା କୁ ଖରାପ ଲାଗିଲା ।


----- ଭଲ କଥା ଆଉ , ଝିଅ ନ ଦେଇ ପାରିଲେ , ପୁଅ ପାଖରେ କୋଉଠି ପୋତା ହୋଇଛି କି ? ଆମେ ଯେତେବେଳେ କହୁଥିଲୁ , ଉପର ଘର କୁ ଭଡା ଦେଇ , କିଛି ଟଙ୍କା ଭଡାଟିଆ ପାଖରୁ ତ ପାଇଥାନ୍ତ। କାହିଁ ସେତେବେଳେ ମନା କରୁଥିଲ ।

----- ବାପ ଅଜା ଚଉଦ ପୁରୁଷ ଅମଳର ଘର ଟା , ଆଜି ଯାଏ ଅଭାବରେ ପଢିଚୁ ସିନା ,କେବେ ଆମ ଘରେ ପରମ୍ପରା ନାହିଁ ଭଡାଟିଆରଖିବାର । ତୁ କଣ ପାଇଁ ବୋହୂ ହୋଇ ବୁଝିପାରୁ ନୁ????

----ବହୁତ ବୁଝିଲି , ଆଉ ବହୁତ ତୁମ ନାକ ସଁ ସଁ ଦେଖା କାନ୍ଦ ବି ଦେଖିଲି , ଆଉ କିଛି ବାକି ନାହିଁ । ଉଠ ଚାଲ , ମୋ ଘରେ ତୁମର କୌଣସିରହିବାର ଅଧିକାର ନାହିଁ । ଟଙ୍କା କଥା ପୁରା ଭୁଲି ଯାଅ । 


----- ଜୀବନର ଶେଷ ସମୟରେ ପୁଅ ହାତରୁ ମୁଖାଗ୍ନି ମିଳିଲେ , ଆତ୍ମା କୁ ଶାନ୍ତି ମିଳେ । ତୋ ମାର ଆଶା ଆଉ ଭରସା କୁ ଏମିତି ସେ ଦିନ ତୁ ନିରବରହି ତୋ ଭାରିଜା ସାମ୍ନାରେ , ଆମକୁ ଅପମାନିତ କରି ବିଦା କରିଦେଲୁ । ତାର କଷ୍ଟ କଣ ସେଇ ଦିନ ବୁଝିବୁ , ଯେବେ ତୋ ପିଲା , ତତେ ହିଁ ସେମିତି କରିବେ । 

ତୋ ସ୍ତ୍ରୀର ଧକ୍କାରେ ତୋ ମା ତଳେ ପଡି ଯିବାରୁ , ତା ମୁଣ୍ଡ ପଛପଟ ମାଡ଼ ହେଇଗଲା । ମୋ ଅଣ୍ଟାରେ ଯନ୍ତ୍ରଣା ହୁଏ , ସେଥିପାଇଁ କଷ୍ଟ ମଷ୍ଟେ ତୋ ମା କୁ ଉଠେଇ , ଯାହା ଭଗବାନ ଙ୍କ ଇଛା କହି କାନ୍ଦି କାନ୍ଦି ଫେରି ଆସିଲୁ । 


ବାଟରୁ ପାଣି ବୋତଲ ଆଉ ବିସ୍କୁଟ ଟିଏ କିଣି ଖାଇ ବସରେ ଘରକୁ ଫେରିଲୁ । ମଧ୍ୟରାତ୍ରିରେ ତୋ ମାର ମୁଣ୍ଡରେ ବହୁତ ଯନ୍ତ୍ରଣା ହେବାରୁ , ପାଖ ମେଡିକାଲ କୁ ନେଇଗଲୁ । ସେଠାରୁ ସେମାନେ , କଟକ ବଡ଼ ମେଡିକାଲ ପଠେଇ ଦେଲେ। ଡାକ୍ତର ମୁଣ୍ଡ କୁ ସ୍କାନ କରି ଦେଖି କହିଲେ , ମୁଣ୍ଡରେରକ୍ତ ଜମାଟ ବାନ୍ଧି ଦେଇଛି । ଅପରେସନ କରିବା କୁ ପଡିବ ।

ତୁ ତ ଟଙ୍କା ଟିଏ ଦେଇ ନ ଥିଲୁ , ପାଖରେରେ ବେଶି ଟଙ୍କା ନ ଥିଲା , ଶେଷରେରୋହିଣୀ ତା ହାତର ଚୁଡି , ହାର ମୁଦି ସବୁ ବିକ୍ରି କରି ମା'ର ତାର ସେବା ଦୀର୍ଘ 15 ଦିନ ଯାଏ , ନ ଖାଇ ନ ପିଇ ମେଡିକାଲରେ ପଡିରହି ସେବା କଲା ।

ସେ ଲୋଭ କରିଛି ତ , ମାର ଖୁସି ପାଇଁ , ନିଜର ଶାଶୁଘର ଛାଡି ଚାଲିଆସିଲା । ପାରାଲାଇଜ ମାର ସବୁ ସେବା ଯତ୍ନ ନେବାରୁ ତୋ ମା ଚାରି ମାସ ଯାଏ ଟିକେ ସୁସ୍ତ ଥିଲା । 

--ହେଲେ ତୁ ବଡ଼ ବାବୁ ହୋଇ ,ମାର ଟିକେ ସେବା କରିବା କୁ କୁଣ୍ଠା କଲୁ କେମିତି । ଚାରି ମାସରେ ଚାରିଶ ଥର ଖବର ,ଫୋନ ,ମେଶଜ , କରିଲା ପରେ ବି ତୋରରିପ୍ଲାଇ କିଛି ଆସିଲାନି । ତୋରି ଚିନ୍ତାରେ ବ୍ଲଡ଼ ପ୍ରେସର ବଢି ନାକ ଆଉ ଆଖିରୁରକ୍ତ ଶ୍ରାବ ହେବାରୁ , ମେଡିକାଲ ନେଇଗଲୁ । 

ଡାକ୍ତର ବାବୁ ପାରୁ ପ୍ରାଯ୍ୟନ୍ତ ଚେଷ୍ଟା କଲେ । 


--- ଶେଷ ନିଶ୍ୱାସ ଛାଡିଲା ବେଳେ , ତୋ ମା ହିଁ କହିଥିଲା । ମୋ ପୁଅ ଯଦି ମାର ମମତା କୁ ଚିହ୍ନି ପାରିଲାନି । ତେବେ ତାର ମା"ର ଶରୀରରେ ମୁଖାଗ୍ନି ଦେବାର କୌଣସି ଅଧିକାର ନାହିଁ । ସେ ମୋ ପାଇଁ ଅଛୁଆଁ । ମୋ ଝିଅ ହିଁ ମତେ ମୁଖାଗ୍ନି ଦେବ ।ରାମ ନାମ ତୁଣ୍ଡେ ଧରିଲେ ଜୀବ କୁ ମୁକ୍ତି ମିଳିଯାଏ କିନ୍ତୁ ମୋରାମ କୁ ଡାକି ଡାକି ବି ସେ ଆସିଲାନି । ସେମିତି ପୁଅ ମତେ ଲୋଡ଼ା ନାହିଁ । 

କାହିଁ ସେ ତ୍ରେତୟାରରାମଚନ୍ଦ୍ର ଭଗବାନ ଆଉ ଆଜିର କଳିର ମୋ ପୁଅରାମ , ନାମ ଏକ କିନ୍ତୁ ଭାବ ଅନେକ । ସେ ଭାବରେ ବି ମୋ ପୁଅର ପ୍ରେମ ପାଇବା ଭାଗ୍ୟରେ ନାହିଁ ।

ଥର ଥର କଣ୍ଠରେ କହିଯାଉଥିଲା ମୋ ମାଳି(ମାଳତୀ) । ଭଉଣୀ ତୋର ପାଖରେ ବସି ଗୀତା ପଢୁଥିଲା , ତୁଳସୀ ଜଳ ଟିକେ ପିଇଛି କି ନାହିଁ , ତୋ ମା ଏ ଦୁନିଆଁ ଛାଡିଦେଲା । କେବଳ ଏତିକି କହି । ମା ସବୁ ଭୁଲି ଯାଏ , ତା ପିଲାର ଭୂଲକୁ ମମତା ପଣରେ କିନ୍ତୁ ତୋ ମା ତତେ କ୍ଷମା କରି ପାରି ନି। ଆଉ ମୁଁ ବି କରି ପାରିବିନି ।


---------/ ଯା ଏଠୁ ମୋ ଆଖି ସାମ୍ନାରୁ ଚାଲିଯାଅ । 


ରୁଣ୍ଡ ଥିବା ଜନ ସାଧାରଣରାମ କୁ ମଉସା ଙ୍କ ଗୋଡ଼ ଧରି ଭୂଲ ମାଗିବା କୁ କହୁଥିଲେ କିନ୍ତୁରାମ ତାର ଗର୍ବ ଆଉ ଅହଂକାରରେ ଚୂର ହୋଇ ମୁଣ୍ଡ ନୁଆଇଁ ବାକୁ ନାରାଜ ।

ସମସ୍ତେ ଛି ଛା କରି ଚାଲିଯାଉଥିଲେ , ହେଲେରାମ ସେମିତି ଠିଆ ହୋଇ , ଯୁକ୍ତି କରିଚାଲି ଥାଏରୋହିଣୀ ସହ । ଯାଇକି କୋଉଠି କାଠ ଘିଅ , ଗଡୁ ଇତ୍ୟାଦି ମିଳିବ ଯୋଗାଡ଼ କରିବା ବଦଳରେ , ନିର୍ବିକ ହୋଇ କିଛି ନ ଜାଣିଲା ପରି ସୁଟ ବୁଟ ପିନ୍ଧି ଠିଆ ହୋଇଥାଏ । ଭଉଣୀ ଜୁଆଁଇ କୋକେଇ ଆଉ ସବୁ ଜିନିଷ ପ୍ରସ୍ତୁତ କରି ସାରିଥାଏ । 

ଜାଗାସ୍ଥିର ସାରି କାଠ ସବୁ କୁ ପାଖରେ ଥିବା ଲୋକଙ୍କ ସାହାଯ୍ୟରେ ବୁହାଇ , ଜୁଇ ପ୍ରସ୍ତୁତ ସରିଥାଏ । ଖଣ୍ଡେ କାଠ ବିରାମର ବିବେକ କହିଲା ନି ଉଠେଇ ମା ପାଇଁ ନେବା ପାଇଁ । କି ପୁଅରେ ଏ , ନିଜକୁ ଖରାପ ଲାଗୁଥାଏ ।ରାମ ସହ ସାଙ୍ଗ ହୋଇଥିବାରୁ । ଭାବିଲି ମୁଁ ବି କାହାର ପୁଅ , କାହିଁକି ମା ଟା ପୁଅର ମୁଖାଗ୍ନିରୁ ବଂଚିତ ହେବ , ମଉସା ଙ୍କୁ ପରିଚୟ ନ ଦେଇ , ଅନୁରୋଧ କଲି । ମଉସା ଏକ ଜିଦରେ ଥିଲେ ,ରାମ ତା ମା କୁ ଛୁଇଁ ପାରିବନି । କି ମୁଖାଗ୍ନି ଦେଇ ପାରିବନି । 


------ କୋକେଇ କାନ୍ଧେଇ ନେବା ପାଇଁ କେହି ବି ଆତ୍ମୀୟ ଲୋକ ନ ଥିଲେ କେବଳରାମର ଭିଣେଇ , ଭଉଣୀ , ସାହି ଭିତର ଦାଦା ଆଉ ମାଉସ ଙ୍କୁ ଛାଡି । ମାଉସ ବାଡ଼ି ସାହାଯ୍ୟରେ ଭରା ଦେଇ ଚାଲୁଥିଲେ । ସେ ବା ଏ ଭିଡ଼ ଭିତରେ କଣ କୋକେଇ କାନ୍ଧେଇ ଯାଇ ପାରିବେ । ଶେଷରେ ମୁଁ ନିଜେ କାନ୍ଧ ଦେଇ ମାଉସୀ ଙ୍କୁ ଜୁଇ ଖେଳା ପାଖକୁ ନେଇଗଲୁ । ସାତ ଭେରା ବୁଲେଇ, ଧର୍ମ ନାରେ ଆମେ ଶେଷ କାଠ ଖଣ୍ଡକ ବି ଖଞ୍ଜି ଦେଲୁ । ଦୂରରୁ ସେମିତିରାମ ଦେଖୁ ଥାଏ । ତା ମନରେ କଣ ଏ ଯାଏ ବି ଗର୍ବ ଭାଙ୍ଗି ନି । ଯାହା ମା"ର ଶେଷ ସମୟର ଯାତ୍ରାରେ ହୋଇ ପାରୁନି , ସେ କଣ ଆଉ କେବେ ଜୀବନରେ କରି ପାରିବ ।ରାବଣ ବି ଦିନେ ପ୍ରଭୁ ପାଦ ଧରିଥିଲା । ଏ କୁଆଡେ ପୁଅ , କେମିତି ଦେଖି କି ସହିରହିପାରୁଛି । ଘିଅ ଆଉ ମୁଖାଗ୍ନି ମଉସା ଧରି କି ଠିଆ ହୋଇଥିଲେ ,ରୋହିଣୀ ଯିବା କୁ ଅଗ୍ରସର ହେବାରୁ , ମୁଁ ଯାଇ ଆଣି ଦେଉଛି କହି ଆସିଲି । ଭାବିଲି ଏବେ ବି ସମୟ ଅଛିରାମ କୁ ବୁଝେଇ ,ରାଜି କରେଇ ପାରିବି। ପାଖରେ ପହଂଚିରାମ କୁ କହିଲି ସବୁ ଭୁଲି ମଉସା ଙ୍କୁ ଭୂଲ ମାଗି ଶେଷ ମୁହୁର୍ତ୍ତରେ ମୁଖାଗ୍ନି ଦେଇ" ଦେ'ରେ । ନ ହେଲେ ଏ ଧର୍ମ ଦାଣ୍ଡ ସାକ୍ଷୀ ଅଛି , ତୋ ପାପର ପ୍ରାୟଶ୍ଚିତ ଆଉ କେବେ କରି ପାରିବୁ ନି ?

ମୋ କଥା ସେ ଶୁଣିଚି କି ନ ଶୁଣିଚି । ମତେ ନାଲି ଆଖି ଦେଖେଇ କହିଲା ....

--- ତୁ ମୋ ସାଥିରେ ଆସିଛୁ । ଆମ ପରିବାର କଥାରେ ମୁଣ୍ଡ ଖେଳାନା । ଦେଖିଲୁ ନା ,ମତେ କେମିତି ଏତେ ଲୋକଙ୍କ ସମ୍ନାରେ ଲୋକହସା କଲେ । ନା ମୁଁ ଜାତିରେ ନୀଚ , ନା ମୁଁ କେଉଁ ବଡ଼ ମହାମାରୀରୋଗରେ ପୀଡିତ , ତଥାପି କାହିଁକି ମତେ ଅଛୁଆଁ କହିଲେ ? କହ ମତେ ତୁ ? 


--- ଆରେ ସେମାନେ ବାପା ମା ତୋ ଉପରେ ତାଙ୍କର ସମ୍ପୂର୍ଣ ଅଧିକାର ଅଛି ସାବ୍ୟସ୍ତ କରିବାର । ତୁ କହ ତୋ କର୍ତ୍ତବ୍ୟ କଣ ଠିକ ସେ କରିଛୁ ?? ତତେ ବଡ଼ କରି ସେମାନେ ଆଜି ମଣିଷ କରିଛନ୍ତି। କାହିଁକି ଏ କଥା ଭୁଲି ଯାଉଛୁ । 


----ମୋ ହୃଦୟ ତ କହୁଚି , ତୁ ଭୂଲ କରିଛୁ । କ୍ଷମା ମାଗି ଦେ !ଆଉ ଲୋକ ହସା ହେବା କୁ ତତେ କଣ ଭଲ ଲାଗୁଚି ?????

---- ନା ମୁଁ ଯିବିନି !!! ଯେଉଁ ଯାଏରୋହିଣୀ ମତେ କ୍ଷମା ନ ମାଗିଛି । ବାପା କହିଲେ ଚଳିବ , ସେ ସାନ ଟା ହେଇ କଣ ମତେ ନାଲି ଆଖି ଦେଖେଇ କହିବ । ମୋର କଣ କିଛି ଇଜତ ନାହିଁ । ସେ କଣ କରିବା କଥା କରୁ ,। ଏଇଠି ମୁଁ ଠିଆ ହୋଇଛି । ଦେଖିବି ଆଉ କିଏ ମୁଖାଗ୍ନି ଦେବ !!!!!

---ରାମ ଶୁଣରେ , ଏତେ ଗର୍ବ କରିବା ଠିକ ନୁହେଁ , ଅହଂକାର ମଣିଷ କୁ ନାଶ କରେ । ଆଜି ତୁ ଅହଂକାରରେ ଵଶ । ତତେ ବୁଝେଇ ପାରିବି ନି ? 


------ ମଉସା ଙ୍କ ପାଖରୁ ସମସ୍ତ ଜିନିଷ ଆଣି ଜୁଇ ପାଖରେ ପହଞ୍ଚିଲି ।ରୋହିଣୀ ଦୂରରୁ ସବୁ ଦେଖୁ ଥିଲା । 

------ କଣ ପାଇଁ ଆପଣ ସେରାକ୍ଷସ ଟା କୁ ବୁଝଉ ଥିଲେ । ତାର ବୁଦ୍ଧି ବିବେକ କିଛି ନାହିଁ । 

----ମୁଖାଗ୍ନି କିଏ ଦେଇ ପାରିବନି ଭାବି ଗର୍ବରେ ଠିଆ ହୋଇଛି ନାହିଁ । ହଉ , ମୁଁ ପୁଅ ନ ହେଲେ ନାହିଁ , ମା'ର ସନ୍ତାନ ତ ! ମୁଁ ହିଁ ଦେବି ମୋ ମା କୁ ମୁଖାଗ୍ନି । ତାର ଗର୍ବ କୁ ଖର୍ବ କରିବି ।।

-------ଦେଖୁ ଦେଖୁରୋହିଣୀ ମାଉସୀ ଙ୍କ ଦେହରେ ମୁଖାଗ୍ନି ଦେଇ ସାରିଥିଲା । ସୁଟ ବୁଟ ପିନ୍ଧାରାମ ଦୂରରୁ ସେମିତି ଦେଖୁ ଥାଏ ସିନା କିନ୍ତୁ ସନ୍ତାପର ଟିକେ ବି ଲକ୍ଷଣ ତା ପାଖରେ ନ ଥିଲା । 

-------ଯେଉଁ ମା ଏନ୍ତୁଡ଼ି ଶାଳରୁ ନିଆଁର ସେକ ଦେଇ ,ରାମ ପରି ପୁଅ କୁ ଛୋଟରୁ ବଡ଼ , ଦି ଓଳି ନ ଖାଇ ପିଇ କରିଥିଲା । ଆଜି ସେଇ ପୁଅ ମା" ପାଇଁ ଟିକେ ବି ଦୁଃଖ କରୁନି । ଅଡ଼ି ବସିଛି ନିଜର ଗର୍ବରେ । ପ୍ରାୟଶ୍ଚିତ ବି ଆଉ ବୋଧ ହୁଏ କେବେ ଜୀବନରେ କରି ପାରିବନି । ମା" ମାଡ଼ ଧୂଳି ପାଡ଼ । ମାର ଚରଣ ଛୁଇଁ ଯଦି ନିଜର ଦୋଷ କୁ ମାନି ନେଇ ପାରିଥାନ୍ତା । ତା ହେଲେ ସେ ବି ଆଜି ସ୍ୱାଭିମାନରେ ମୁଣ୍ଡ ଉଠେଇ ପାରି ଥାନ୍ତା । ହେଲେ ମା" ପାଦ ନ ଛୁଇଁ ସେ ଆଜି ପୁଣ୍ୟ ବଦଳରେ ଅନେକ ପାପର ଭାଗୀଦାରୀରେ ଅଛୁଆଁ ହୋଇରହିଗଲା ।

ଶେଷରେ ଅସ୍ତି କୁ ଶୀତଳ କରି ପାଉଁଶ ସହ କଳସୀରେ ଭରିରୋହିଣି ମଉସା ଙ୍କ ପାଖ କୁ ଚାଲି ଗଲା । ମୁଁରାମ ପାଖ କୁ ଯିବାରୁ , ଚାଲ ଯିବ କହି କାରର ଚାବି ମାଗିଲା । 

ମୋ ନିଜକୁ ବୁଝେଇ ଦେଇଥିଲି । ମୃତ୍ୟୁର ଶେଷ ଶଯ୍ୟାରେ ଜଳୁଥିବା ଜୁଇର ନିଆଁରେ ଯିଏ ନିଜ ମା' ପାଇଁ ଦୁଃଖ ଟିକେ କରି ପାରୁ ନାହିଁ । ସେ ମୋର ସାଙ୍ଗ ହେବା ପାଇଁ ଯୋଗ୍ୟ ନୁହେଁ । ମନେ ମନେ ଭାବି ତାକୁ କାର ଚାବି ଦେଇ କହିଲି ,,

------ତୁ ଚାଲି ଯା " ।ରାତି ପାହିବା କୁ ଆଉ ଗୋଟେ ଘଣ୍ଟା ଅଛି ମୁଁ ମୋହଦାଧିରେ ସ୍ନାନ କରି , ମହା ପ୍ରଭୁ ଦର୍ଶନ ସାରି ଯିବି ।ରାମରାଗରେ ଫଁ ଫଁ ହୋଇ ଚାଲି ଯାଉ ଥାଏ । ତାକୁ ଯିବାର ଦେଖି ଉପସ୍ଥିତ ଲୋକେ ଅଛୁଆଁ ପରି ଦୁରେଇ ହୋଇରହୁଥିଲେ । 

-----ପରସ୍ପର ଭିତରେ କଥା ହେଉଥିଲେ । ଏ କଳି ଯୁଗରେ ଏମିତି ପୁଅ ଥାଇ କି ଲାଭ । ମହାପ୍ରଭୁ କେବେ ବି କ୍ଷମା କରିବେନି । ଟଙ୍କା ପଇସା ଯେତେ ଥିଲେ କଣ ହେବ , ସବୁ ଥାଇ ବି ମଣିଷ ଦିନେ ନିସ୍ୱ ହୋଇ ନିଶ୍ଚିତ ଖାଲି ହାତରେ ଗର୍ବ ଅହଂକାର ସବୁ କୁ ସାଥେ ନେଇକି ଯିବ । 

।। ଓଁ ଶାନ୍ତି ଓଁ ଶାନ୍ତି ।।



Rate this content
Log in

Similar oriya story from Inspirational