Sunanda Mohanty

Romance Tragedy Others

3  

Sunanda Mohanty

Romance Tragedy Others

ଅବ୍ୟକ୍ତ କୋହ

ଅବ୍ୟକ୍ତ କୋହ

2 mins
175



ଫୋଟୋରେ ହେଉ ସିସି ଟିଭି କ୍ୟାମେରାରେ ହେଉ ଅନେକ କଥା, ଅନେକ ସ୍ମୃତି, ଅନେକ ଅନୁଭବ କୟେଦ ହୋଇଯାଏ । ଆଉ କିଛି ହୃଦୟରେ ସତ ମିଛର ଆଲେଖ୍ୟ ଗୁଡିଏ କାୟେଦ ହେବାକୁ ଯାଇ ଛଟପଟ ହେଉଥାଏ ସତ ନା ମିଛ ନା ଖାଲି ଦୁର୍ଭାବନା, ନା ଦୁର୍ଭାବନା ଭିତରେ କିଛି ସଦ୍ଭାବନା କେଜାଣି l

   ଲୋକପ୍ରିୟ ବାଳିକାବଧୂ ସିରିଏଲର ବହୁ କଳାକାର ବିଦାୟ ନେଲେଣି କିନ୍ତୁ କିଛି ମୁଖ୍ୟ କଳାକାରମାନଙ୍କ ଭିତରୁ ବଡଆନନ୍ଦି ଭୂମିକା ନିଭାଉଥିବା ପ୍ରତ୍ୟୁଷା ବାନାର୍ଜ୍ଜି, ଆଉ ତାଙ୍କ ସହ କଲେକ୍ଟର ସାହେବ ଚରିତ୍ର ନିଭାଉଥିବା ସିଦ୍ଧାର୍ଥ ଶୁକ୍ଳାଙ୍କ ବିୟୋଗ ସମଗ୍ର ଜନତାଙ୍କୁ କରିଦେଲା ସ୍ତବ୍ଧ ଓ ଚକିତ l

   ସିଦ୍ଧାର୍ଥ ଶୁକ୍ଳା ଚାଲିଯିବାପରେ ତାଙ୍କ ଭାବି ପତ୍ନୀ ହେବାକୁ ଯାଉଥିବା ପଞ୍ଜାବର ଲୋକପ୍ରିୟ ନାୟିକା ଚରିତ୍ର ନିଭାଉଥିବା ଅଭିନେତ୍ରୀ ଶେହନାଜ ଗିଲ ଅତ୍ୟନ୍ତ ମର୍ମାହତ ତଥା ଭାଙ୍ଗିପଡିଛନ୍ତି ଏମିତିକି ଶଯ୍ୟାଶାୟୀ । କାରଣ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢିଉଠିଥିଲା "ବିଗବସ", ଘରେ ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା ହିଁ ବିଜୟୀ ହୋଇଥିଲେ l

   ସେହି ବିଗବସ ସିରିଆଲରେ ହିଁ ଦେଖା ହୋଇଥିଲା ସିଦ୍ଧାର୍ଥଙ୍କ ସହ ସେହନାଜଙ୍କର ହେଲେ ସିଦ୍ଧାର୍ଥଙ୍କ ଭଳି ଉଦୀୟମାନ, ହ୍ୟାଣ୍ଡସମ, ସବୁଦିଗରୁ ଫିଟ ଯୁବକ ସେହନାଜ ଗିଲଙ୍କ ପ୍ରତି ଆକୃଷ୍ଠ ହେବା ପ୍ରେମରେ ପଡିବା, ପୁଣି ପ୍ରେମର ଫଳ ବିବାହରେ ପରିଣତ ହେବାକୁ ଯାଉଥିବାର ଅନ୍ତରାଳରେ ନିଶ୍ଚୟ ଦୁଇଗୋଟି ପ୍ରମୁଖ ଭୂମିକା ଥାଇପାରେ ବୋଲି ମନେହୁଏ l

  ପ୍ରଥମତଃ ପ୍ରତ୍ୟୁଷା ବାନାର୍ଜ୍ଜି ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିବା ସହ, ସେ ଦୁହିଁଙ୍କର ପରସ୍ପର ପ୍ରତି ନିଶ୍ଚୟ ଆକର୍ଷଣ ରହିଥିବ, ଯେହେତୁ ବାଳିକାବଧୂ ସିରିଏଲର କଥାବସ୍ତୁ ସେହିଭଳି ଥିଲା ଓ ପରସ୍ପର ପରସ୍ପରର ବନ୍ଧୁ ବୋଲାଉଥିଲେ ମଧ୍ୟ ପ୍ରତ୍ୟୁଷାଙ୍କ ଦାରୁଣ ମୃତ୍ୟୁପରେ ସିଦ୍ଧାର୍ଥଙ୍କ ହୃଦୟରେ କେଉଁଠି ନା କେଉଁଠି ସେ ଶୂନ୍ୟସ୍ଥାନ ରହିଯାଇଥିବ ଯାହାର ପ୍ରତିଫଳନ ସେହନାଜ ଗିଲ, ଯାହାଙ୍କ ଶାରୀରିକ ଗଠନ ଓ ପରିପାଟୀ ନିହାତି ପ୍ରତ୍ୟୁଷା ବାନାର୍ଜ୍ଜିଙ୍କ ସହ ଶତକଡା ନବେ ଭାଗ ମିଶିଯାଉଥିଲା l

  ଦ୍ୱିତୀୟତଃ ସିଦ୍ଧାର୍ଥ ଶୁକ୍ଳାଙ୍କ ପୌରୁଷରେ ଶହ ଶହ କଣ ହଜାର ହଜାର ଯୁବତୀ ତାଙ୍କ ପ୍ରତି ଥିଲେ ଆକୃଷ୍ଠ ଆଉ ବହୁ ସିରିଏଲର କିଛି ନାମିଦାମୀ ଚର୍ଚିତ ନାୟିକାମାନଙ୍କ ଭିତରୁ ଜଣେ ଅଧେ ସିଦ୍ଧାର୍ଥଙ୍କ ସହ ଘନିଷ୍ଠ ହୋଇ ବି ଦେଇଥିଲେ ଧୋକା ତ ସେହି ସମୟରେ ସେହନାଜ ଗିଲଙ୍କ ଆତ୍ମିୟତା, ଚୂଲୁବୁଲି ଭାବ ସମ୍ପର୍ଣ୍ଣ ସହୃଦୟତା ନିଶ୍ଚୟ ମନ କିଣି ନେଇଥିଲା ସିଦ୍ଧାର୍ଥ ଶୁକ୍ଳାଙ୍କର l

   ଏସବୁ କଥାର ଉପସ୍ଥାପନା କେବଳ ହୃଦୟର ବନ୍ଦ କୋଠରୀର କୟେଦ ମୁଣି ଖୋଲିବା ନୁହେଁ ବରଂ ସେହନାଜ ଗିଲଙ୍କୁ । ପୁଣି ଥରେ ନିଜ ଗୋଡ଼ରେ ଛିଡା ହେବାପାଇଁ ପ୍ରୟାସ ଓ ଆଭିମୁଖ୍ୟ, ମାଆ ହରେଇଛି ପୁଅକୁ, ଦୁଇ ଭଗ୍ନୀ ହରାଇଛନ୍ତି ପ୍ରାଣପ୍ରିୟ ଭାଇକୁ। ଏ ସମୟରେ ଅଧର୍ଯ୍ୟ ହୋଇ, ଭାଙ୍ଗି ନପଡ଼ି ପ୍ରକୃସ୍ଥିତ ହୁଅ ସେହନାଜ । ଏ ସଂସାର ଅନିତ୍ୟ ବରଂ ଭଲପାଇବାର ନିଦର୍ଶନରେ ଅଶ୍ରୁମୁଖୀ ମାଆର ସହାୟ ହୁଅ । ଭଗ୍ନୀ ଦୁହିଁଙ୍କୁ ଯଥାମାନ୍ୟ ଓ କର୍ତ୍ତବ୍ୟ ପ୍ରଦର୍ଶନରେ ଆଉ ସର୍ବୋପରି ସିଦ୍ଧାର୍ଥ ଶୁକ୍ଳାଙ୍କର ବୁଲାଜନ୍ତୁ ମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ, ମମତ୍ୱବୋଧ ପ୍ରତି ସମଭାବାପର୍ଣ୍ଣ ହୋଇ ସେମାନଙ୍କ ଆଡକୁ ଥରେ ଚାହିଁ ଭଲପାଇବାର ସଚେତନତାକୁ ଜାଗ୍ରତ କରି ଉଠିବସ ସେହନାଜ। ଭବିଷ୍ୟତକୁ ଛାଡ଼ିଦେଇ ସେହି ସର୍ବନିୟନ୍ତା, ସର୍ବକରୁଣାମୟ ଇଶ୍ୱରଙ୍କୁ ସେ ଯାହା କରିବେ ସଭିଙ୍କ ମଙ୍ଗଳ ପାଇଁ ଅବଶ୍ୟ ସିଦ୍ଧାର୍ଥଙ୍କୁ ନେଇଯାଇ ସେ କେଉଁ ମଙ୍ଗଳ କଲେ ପ୍ରଶ୍ନର ଉତ୍ତରରେ ମୁଁ କେବଳ ଏତିକି କହିବି ହୁଏତ ସିଦ୍ଧାର୍ଥ ଆହୁରି ଲୋକପ୍ରିୟ କଳାକାର ହୋଇଗଲେ, ନୁହେଁ କି? ଅବ୍ୟକ୍ତ କୋହକୁ ଚାପି ରଖି ସେହନାଜ ଗିଲ ନିଶ୍ଚୟ ଉଠିବେ ଭଲପାଇବାର ବାସ ଵିତରିଯିବେର ଆଶା ନେଇ ରହୁଛି ଆଜି ମୁଁ l


Rate this content
Log in

Similar oriya story from Romance