ଅବିଶ୍ୱାସ ! ! !
ଅବିଶ୍ୱାସ ! ! !
ଗଳ୍ପ - ଅବିଶ୍ୱାସ !
(ସତ୍ୟ ଘଟଣା )
ମୋ ଜଣେ ସାଙ୍ଗ ସତ୍ୟପ୍ରିୟ I
ଆମେ ଦୁହେଁ ସାଙ୍ଗେ ପଢ଼ୁଥିଲୁ ତେଣୁ ସମ୍ପର୍କ ଆଜି ବି ନିବିଡ଼ I ଆଜି ବି ଆମ ବନ୍ଧୁତ୍ୱ କୁ ନେଇ ଉଭୟ ଗର୍ବ କରୁ I ତାହାର ଲୋକ ଙ୍କ ପ୍ରତି ବ୍ୟବହାର ଆଚରଣ ଏତେ ଭଲ ଯେ ସମସ୍ତେ ତାଙ୍କୁ ଭଲପାନ୍ତି I
ଜଣେ ସତ୍ୟବାଦୀ ରୂପରେ ମୁଁ ତାକୁ ଜାଣେ I ସେ ଅନ୍ୟାୟ ହେଲେ ନିଶ୍ଚୟ ବିରୋଧ କରିବ,ସେ ବହୁତ ସ୍ୱାଭିମାନୀ ମଣିଷ ଟିଏ I ସ୍ୱାଭିମାନ ସହ ସାଲିସ କରିବାର କେବେ ଶିଖିନାହିଁ I ଏହି ଗୁଣ ଟି ମୋତେ ବହୁତ ଭଲ ଲାଗେ I
ନିଜର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ସତ୍ୟପ୍ରିୟ ଗୋଟିଏ ଚପଲ ଦୋକାନ ରେ କାମ କରେ I ତାହାକୁ ଠିକ ମାସିକ ଘରକୁ ଚଳିବା ପାଇଁ ଟଙ୍କା ମିଳେ I
ପ୍ରତିଦିନ ବିଭିନ୍ନ ସାପ୍ତାହିକ ହାଟ କୁ ଯାଇ ମାଲିକ ସହ ଚପଲ ବିକିବା କାମ ଥିଲା I ସତ୍ୟପ୍ରିୟ ଲୋକ ମାନଙ୍କୁ ବଜାରରେ ଚପଲ ଦେଖାଏ ଓ ତାହାର ମାଲିକ ବିକ୍ରି ଚପଲ ର ଟଙ୍କା କୁ ଗଣି ବ୍ୟାଗ ରେ ରଖନ୍ତି I ବେଳେବେଳେ ମାଲିକ ଙ୍କ ଛୋଟ ଭାଇ ମାଲିକ ସହ ବଜାର ଆସନ୍ତି କିନ୍ତୁ କିଛି ବିକ୍ରି ରେ ସାହାଯ୍ୟ କରନ୍ତିନି ,ଗୋଟିଏ କଥା କହିଲେ ତାଙ୍କୁ ଖାଲି ବୁଲିବାକୁ ପଇସା ଅଯଥା ରେ ଖର୍ଚ୍ଚ କରିବାକୁ ତାହାର ସଉକ ସତେ !
ଦିନେ ମାଲିକ ଓ ସତ୍ୟପ୍ରିୟ ଚପଲ ବିକ୍ରି କରିବା ପାଇଁ ଗୋଟିଏ ବଜାର କୁ ଆସିଥାନ୍ତି I ସେଦିନ ବହୁତ ଭଲ ଚପଲ ବିକ୍ରି ହେଉଥାଏ ତେଣୁ ମାଲିକ ବହୁତ ଖୁସି ହେଉଥାନ୍ତି I
ହଟାତ କିଛି ସମୟ ପାଇଁ ମାଲିକ ସତ୍ୟପ୍ରିୟ କୁ କହିଲେ - ଏ ସତ୍ୟ ! ମୁଁ ମୋ ସାଙ୍ଗ ଦୋକାନ ରୁ ଆସୁଛି ତୁ ଚପଲ ବିକ୍ରି କରୁଥା !
ଯାହା ବିକ୍ରି କରିବୁ ପାଖରେ ରଖିଥିବୁ ଆଉ ସେ ପଇସା ବ୍ୟାଗ ରେ ରଖିଦେବୁ ମୁଁ ଫେରିଲେ ହିସାବ କରିବି I ଏହା କହି ମାଲିକ ସେଠୁ ଚାଲିଗଲେ I
ମାଲିକ ଚାଲିଗଲା ପରେ ସତ୍ୟପ୍ରିୟ ଚପଲ ବିକିବାକୁ ଲାଗିଲା ଆଉ ଯାହା ବିକ୍ରି କରେ ଗଣି ପଇସା ଥିବା ବ୍ୟାଗ ରେ ରଖିଦିଏ I
କିଛି ସମୟ ପରେ ମାଲିକ ଭାଇ ଆସି ପଚାରିଲା - ଭାଇ କୁଆଡେ ଯାଇଛନ୍ତି !
ସତ୍ୟପ୍ରିୟ- ସେ ତାଙ୍କ କେଉଁ ସାଙ୍ଗ ଦୋକାନ କୁ ଯାଇଛନ୍ତି ,କିଛି କାମ ଅଛି କହିଥିଲେ ?
ଏହାପରେ ମାଲିକ ର ଭାଇ ଟଙ୍କା ବ୍ୟାଗ କୁ ଦେଖି ଓ ଟଙ୍କା ଗଣି - ଓହୋ ! ଆଜି ତ ବହୁତ ବିକ୍ରି ଚପଲ ହୋଇଛି ! ଏହା କହି କିଛି ଟଙ୍କା ସେଠୁ ଚୁପ ରେ ନେଇ ସତ୍ୟପ୍ରିୟ କୁ ଆସୁଛି କହି ଚାଲିଗଲା I
ଅଧଘଣ୍ଟା ପରେ ମାଲିକ ଆସି ପହଞ୍ଚିମାଲିକକୁ ଦେଖି ସତ୍ୟପ୍ରିୟ - ଆଜ୍ଞା ! ଏ ଭିତରେ ଏଠି ଥିବା ସେହି ଦଶ ଟି ଚପଲ ବିକ୍ରି ହୋଇଛି ଟଙ୍କା ଛଅ ଶହ !
ସବୁ ବ୍ୟାଗ ରେ ଭରି ଦେଇଛି !
ଏହା ଶୁଣି ମାଲିକ ବ୍ୟାଗ ର ଟଙ୍କା ଗଣିବାକୁ ଲାଗିଲେ ଦେଖିଲେ ଓ କହିଲେ - କଣ ତୁ ମିଛ କହୁଛୁ ! ଏ ବ୍ୟାଗ ରେ ତିନି ହଜାର ଦୁଇ ଶହ ଟଙ୍କା ଥିଲା ଯଦି ଛ ଶହ ବିକିଲୁ ତେବେ ତିନି ହଜାର ଆଠ ଶହ ହେବା କଥା ମାତ୍ର ତିନି ହଜାର ଏକ ଶହ ଅଛି I ବାକି ସାତ ଶହ କୁଆଡ଼େ ଗଲା ! ତୁ ଏକ ରଖିଛୁ
!
ସତ୍ୟପ୍ରିୟ- ନାଇଁ ଆଜ୍ଞା ! ମୁଁ ସେ ପଇସା ବିଷୟରେ କିଛି ଜାଣିନି !.
ଏ କଥା ଶୁଣି ମାଲିକ ଜୋରରେ ଗୋଟିଏ ହାତରେ ଚାପୁଡ଼ା ସତ୍ୟପ୍ରିୟ କୁ ମାରିଲେ ! ହଟାତ ଏପରି କରିବେ ସତ୍ୟପ୍ରିୟ ଭାବି ନ ଥିଲା ! ତେଣୁ ସେ ପଡ଼ିଗଲା !
ଏପରି ଘଟଣା ଦେଖି ବଜାର ର ଲୋକ ମାନେ ଚପଲ ଦୋକାନ ଚାରିଆଡ଼େ ଜମା ହୋଇଗଲେ I
ପଚାରିଲେ କଣ ହୋଇଛି ?
ମାଲିକ -ଏହାକୁ ମୁଁ ଚପଲ ବିକିବା ପାଇଁ ରଖିଥିଲି ହେଲେ ଆଜି ମୋ ଟଙ୍କା ମୋ ବ୍ୟାଗ ରୁ ଚୋରି କରି ମୋ ସହ ବିଶ୍ୱାସଘାତ କରିଛି ! ଛି ! ଛୋଟଲୋକ ର ପ୍ରକୃତି ବଦଳେ ନାହିଁ !
ଏ କଥା ଶୁଣି ସେଠାରେ ଥିବା ଲୋକମାନେ ସତ୍ୟପ୍ରିୟ କୁ ଛିଃ ଛିଃ କଲେ I .
ଏପରି ଅପମାନିତ ବିନାଦୋଷ ରେ ହେବା ସ୍ବପ୍ନ ରେ ସୁଦ୍ଧା ଭାବିନ ଥିଲା I
କିଛି ଲୋକ କହିଲେ ତାହାର ସାର୍ଟ ଓ ପ୍ୟାଣ୍ଟ କୁ ଚେକ କର ନିଶ୍ଚିତ ଚୋରି କରିଥିବା ଟଙ୍କା ମିଳିବ ?
ଏହା ଶୁଣି ମାଲିକ ସତ୍ୟପ୍ରିୟ ର ସାର୍ଟ ଓ ପ୍ୟାଣ୍ଟ କୁ ତଲାସୀ ବାକୁଲାଗିଲେ !
ଏହା ଦେଖି ଲୋକମାନେ ହସିବାକୁ ଲାଗିଲେ I
ସତ୍ୟପ୍ରିୟ ନିରୀହ ହୋଇ କହୁଥାଏ - "ବିଶ୍ୱାସ କରନ୍ତୁ ଆଜ୍ଞା ! ମୁଁ ଚୋରି କରିନାହିଁ I ଆପଣ ଙ୍କ ପାଖରେ ଏତେ ବର୍ଷ କାମ କଲି ଆପଣ ମୋତେ ଭଲ ଭାବେ ଜାଣନ୍ତି I ମୋତେ ଏତେ ଲୋକ ଆଗରେ ବଭୁଲ ରେ ଲୋକହସା କରନ୍ତୁ ନାହିଁ I
ଏହା ଶୁଣି କିଛି ଲୋକ ପଛ ପଟୁ କହୁଥାନ୍ତି - ଆରେ ଚୋର ମୁହଁଟାଣ,ସତ କଥା ମାନୁନାହିଁ I
ମାଲିକ ସବୁ ସାର୍ଟ ଓ ପେଣ୍ଟ ପକେଟ କୁ ଅଣ୍ଡାଳିବା ପରେ କିଛି ପାଇଲେ ନାହିଁ I
ମାଲିକ ରାଗରେ କହିଲେ - ଲାଗୁଛି ତୁ ସେ ଟଙ୍କା ତୋର କେଉଁ ଚୋର ସାଙ୍ଗସାଥି ମାନଙ୍କୁ ଦେଇଛୁ I ତୁ ଯଦି ଏମିତି ଚୋର ତୋର ସାଙ୍ଗସାଥି ମାନେ ଆହୁରି କେଡେ ବଡ ଚୋର,ବଦମାସ ହୋଇଥିବେ I ତୋତେ ପୋଲିସ ହାତ ରେ ଦେବାକୁ ପଡ଼ିବ I
ଲୋକମାନେ - ହଁ..ହଁ..ତାକୁ ପୋଲିସ ହାତରେ ଦେଇଦିଅ I ଏମିତି ଲୋକ ସମାଜରେ କଳଙ୍କ I
ହଟାତ ସତ୍ୟପ୍ରିୟ ଚିତ୍କାର କରି କହିଲା -
" ଚୁପ ରୁହନ୍ତୁ ସମସ୍ତେ I
ବିନା ଦୋଷ ରେ ଆପଣ ମାନଙ୍କ ପାଇଁ ମୁଁ ଗୋଟିଏ ଚୋର ସମାଜ ପାଇଁ କଳଙ୍କ !
ସତ କଥା ନ ଜାଣି ଆପଣ ମାନେ ଯେ କୌଣସି ବ୍ୟକ୍ତି ନିରୀହ ବ୍ୟକ୍ତି କୁ ଦୋଷୀ ସଜେଇ ଦୋଷୀ ସଜେଇ ଦିଅନ୍ତି I
ଅଥଚ ଦୁର୍ନୀତି କରୁଥିବା ଲୋକ କୁ ସବୁଜାଣି ମଧ୍ୟ ସମାଜ ଆଗରେ ଅନ୍ଧ ହୋଇ କିଛି ନ ଦେଖିବାର ଅଭିନୟ କରନ୍ତି I"
ଏହା ଶୁଣି କିଛି ଲୋକ ଏ ଚୋର ବହୁତ କଥା କହୁଛି ..ଧର ତାକୁ ବାନ୍ଧି ପୋଲିସ କୁ ଖବରଦେବା I
ଏହା କହି ଲୋକମାନେ ସତ୍ୟପ୍ରିୟ କୁ ଧରି ଟଣାଓଟରା କଲାବେଳେ ବାଇକ ରେ ଚପଲ ଦୋକାନୀ ମାଲିକ ର ଭାଇ ପହଞ୍ଚିଲା ଓ ଘଟଣା କଣ ହେଉଛି ପଚାରିଲା I
ଆଉ ବଡ଼ ଭାଇ ଠାରୁ ସବୁ ବିଷୟ ଶୁଣି - ଭାଇ ,ମୁଁ ତୁମ କୁ କି
ସତ୍ୟପ୍ରିୟ କୁ ନ ଜଣେଇ ସେହି ପଇସା ବ୍ୟାଗ ରୁ ସାତ ଶହ ଟଙ୍କା ନେଇ ଯାଇଥିଲି I ସେ ଟଙ୍କା ସତ୍ୟପ୍ରିୟ ଚୋରି କରିନାହିଁ ,ଏହା ମୋ ଭୁଲ ସେ କିଛି ଦୋଷ କରିନାହିଁ ସମ୍ପୂର୍ଣ୍ଣ ନିର୍ଦୋଷ I
ଏମିତି କଥା ଶୁଣି ସେଠି ଜମା ହୋଇଥିବା ଲୋକେ ସମସ୍ତେ ମୁହଁପୋତି ସେଥିରୁ ଚାଲିବାକୁ ଲାଗିଲେ କିଛି ସମୟ ରେ ସେ ସ୍ଥାନ ରେ ଚପଲ ଦୋକାନ ର ମାଳିକା,ସତ୍ୟପ୍ରିୟ ଓ ଦୋକାନ ମାଲିକ ର ଛୋଟ ଭାଇ କେବଳ ତିନି ଜଣ ଥିଲେ I.
ଏହାପରେ ସତ୍ୟପ୍ରିୟ ମାଲିକ ମୁହଁକୁ ଚାହିଁ କହିଲେ -" ଆଜ୍ଞା ! ବିଶ୍ୱାସ ରେ ଏ ଦୁନିଆ ଚାଲେ I ଟଙ୍କା ପଇସା ଠାରୁ ବିଶ୍ୱାସ ର ସ୍ଥାନ ବହୁ ଊର୍ଦ୍ଧରେ I
କାହାକୁ ବି ସତ କଥା ନ ବୁଝି ଦୋଷ ଲଦି ଦେବେ ନାହିଁ I
ଏବେ ଆପଣ ମୋତେ କାମ ରେ ରଖିବାକୁ ଚାହିଁଲେ ବି ରହିବାକୁ ଚାହୁଁନାହିଁ I ପ୍ରତ୍ୟେକ ବ୍ୟକ୍ତି ର ସ୍ୱାଭିମାନ ଥାଏ ଓ ମୋ ସ୍ୱାଭିମାନ କୁ ସର୍ବ ସମ୍ମୁଖ ରେ ଆଜି ନିଲାମ କରି ଦେଇଥିଲେଣି ଆଜି !
ଦୁନିଆ ରେ ଭଗବାନ ଓ କିଛି ଭଲ ଲୋକ ଅଛନ୍ତି ତେଣୁ ଏ ଦୁନିଆ ରେ ଧର୍ମ ଓ ସତ୍ୟ ବଞ୍ଚି ରହିଛି I ମୁଁ ଏବେ ସେ ସ୍ଥାନ କାମ କରିବାକୁ ଯିବି ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ର ସ୍ୱାଭିମାନ କୁ ସମ୍ମାନ ଦିଆଯାଉଥିବା ଆଉ ମୁଁ ଜାଣିଛି ଆଜି ବି ଦୁନିଆ ରେ ଭଲ ଲୋକ ଅଛନ୍ତି ଆଉ ମୋତେ କିଛି ଅସୁବିଧା ହେବନାହିଁ I"
ଏହାକହି ସତ୍ୟପ୍ରିୟ ସେ ସ୍ଥାନ ଛାଡ଼ି ଚାଳିଯାଉଥିଲା ଓ ପଛପଟୁ ଚପଲ ଦୋକାନୀ ମାଲିକ ଓ ତାହାର ଭାଇ ଚାହିଁରହିଥିଲେ I
ପରିବେଶ ସମ୍ପୂର୍ଣ୍ଣ ନୀରବତା ଥିଲା