ଅଭୂଲା ବର୍ଷା
ଅଭୂଲା ବର୍ଷା
ଋତୁ ଚକ୍ର ଅନୁସାରେ ଗୋଟେ ଗଲେ ଆଉ ଗୋଟେ ନୂଆ ଋତୁ ଆସେ , କିନ୍ତୁ ମତେ ସବୁ ଋତୁ ରୁ ବର୍ଷା ଋତୁ ରେ ଭାରି ମଜା ଲାଗେ । ପ୍ରକୃତରେ ବର୍ଷା ଋତୁ ର ମଜା ନିଆରା । ବାହାରେ ଝୀପ ଝୀପ ବର୍ଷା ଆଉ ଝରକା ପାଖରେ ବସିଲେ ସବୁ ଲୋକ ପୁରୁଣା ଦିନ କୁ ହଜିଯାନ୍ତି । ପ୍ରେମିକ ସହ ଦେଖା ନ କରି ପଡ଼ିଥିବାରୁ ଝରକା ପାଖରେ ବସି ପ୍ରେମିକା ତା ପ୍ରେମ ତା ପ୍ରେମିକ ର କଥା ଭାବୁଥାଏ । ବର୍ଷା କମିଲେ କଣ ବାହାନା କରି ଦେଖା କରିବା କଥା ବସି ଭାବୁ ଥାଏ ପ୍ରେମିକ । ଏଇ ବର୍ଷା ଋତୁ କୁ ନେଇ ଗୋଟେ ନିଆରା କାହାଣୀ ଲେଖିବା କୁ ମୁଁ ଚେଷ୍ଟା କରିଛି ମୋର ଆଶା ସମସ୍ତ ଙ୍କ ମନ କୁ ପାଇବ ।
ଆଷାଢ ମାସ ସାରିବାକୁ ଆଉ ଅଳ୍ପ କିଛି ଦିନ ରହିଲା ହେଲେ ଆକାଶ ରେ ମେଘ ର ଛୋଟ ବଉଦ ଟିଏ ବି ଦିଶୁ ନହିଁ । ଚାଷୀ ମାନେ ଚିନ୍ତା ର ସାଗର ରେ ବୁଡ଼ି ମଲେଣି ଗାଡିଆ , ପୋଖରୀ ଶୁଖି କି ଆଁ । ସମୟ ସକଳ ୮ ଟା ପାଖା ପାଖି ପ୍ରାୟ । ବେଦାନ୍ତୀ ହାତରେ ଛତା ଓ ପାଣି ବୋତଲ କୁ ବ୍ୟାଗ ରେ ରଖି ବାହାର କୁ ଯିବା ଦେଖି ବେଦାନ୍ତୀ ର ମା ( ସୁମିତ୍ରା ଦେବୀ ) ପଚାରନ୍ତି :- ଆଲୋ ମା ତୁ ଏଇ ସକାଳୁ ସକାଳୁ କୁଆଡେ ବହରିଲୁ ?
ବେଦାନ୍ତୀ :- ସ୍କୁଲ କୁ ଯାଉଛି ।
ସୁମିତ୍ରା ଦେବୀ :- ହେଲେ ଖରା ପାଇ ତ ସରକର ଛୁଟି କରିଛନ୍ତି , ହେଲେ ଏବେ ତୁ ସେଠା କୁ କଣ ପାଇଁ ଯିବୁ ?
ବେଦାନ୍ତୀ :- ହଁ ସ୍କୁଲ ଛୁଟି ଅଛି ହେଲେ , ହେଲେ କିଛି ଉପର ଅଫିସର ଆସୁଛନ୍ତି ତେଣୁ ମତେ ଯିବାକୁ ହେବ ।
ସୁମିତ୍ରା ଦେବୀ :- ତୁ ତୋ ସ୍କୁଲ ର ଅଲଗା ଶିକ୍ଷକ କାହା କୁ କହୁନୁ ସେ ସେଠାକୁ ଯିବେ ତୁ କଣ ପାଇ ଏତେ ବାଟ ଯିବୁ ।
ବେଦାନ୍ତୀ :- ନାଇଁ ସବୁ ଶିକ୍ଷକ ମାନଙ୍କୁ ଯିବା କୁ ହେବ , ଆଉ ମୁଁ ତ ପୁଣି ସେଠାକାର ପ୍ରଧାନ ଶିକ୍ଷୟତ୍ରୀ ମତେ ସଭା ଆଗରୁ ଯିବା କଥା ।
ସୁମିତ୍ରା ଦେବୀ :- ହଉ ତୁ ଯଦି ଯିବୁ ତ ଯା ହେଲେ ଆଗ ଏଇ ଲୁଗା ଟା ବଦାଳି ଦେ ଆଉ ଯୋଉ ନୂଆ ଲୁଗା ଟା ତୋ ବାବା ତୋ ପାଇ ଆଣିଛନ୍ତି ତାକୁ ପିନ୍ଧି ଦେ ।
ବେଦାନ୍ତୀ :- ନୂଆ ଲୁଗା ହେଲେ କଣ ପାଇ ? ଆଜି କଣ କି ?
ବେଦାନ୍ତୀ ର କଥା ଶୁଣି ସୁମିତ୍ରା ଦେବୀ ହସି ହସି ତାଙ୍କ ଶାଶୁ ଙ୍କୁ କୁହନ୍ତି :- ମା ଆପଣ ଶୁଣୁଛନ୍ତି ଟି ଅପଙ୍କ ଫୁଲେଈ ନାତୁଣୀ ର କଥା ।
ଜେଜେ ମା :- ହଁ ସେତେବେଳେ ବାପା ଦୋକାନ ରୁ ପିନ୍ଧୁ ଥିଲା ଆଉ ଏବେ ନିଜ ଦୋକାନ ରୁ ପିନ୍ଧିବାକୁ ପଡିବ ତ ସେଇଥି ପାଇ ଭୁଲି ଯିବାର ବାହାନା ।
ବେଦାନ୍ତୀ :- ମୁଁ ତମ ୨ ଜଣ ଙ୍କ କଥା କିଛି ଜାଣି ପାରୁନି ।
ଜେଜେମା :- ହଇଲୋ ନାତୁଣୀ ଟୋକୀ ଆଜି ତୋ ଜନ୍ମ ଦିନ କଥା ଟା ଭୁଲି ଗାଲୁ । ପିଲା ବଳେ ଗୋଟେ ,ଆସ ଆଗରୁ ନୂଆ ଡ୍ରେସ ପାଇଁ ନାଚୁ ଥିଲୁ ହେଲେ ଏବେ ଭୁଲି ଗାଲୁ ।
ବେଦାନ୍ତୀ ମୁଣ୍ଡରେ ହାତ ମାରି କୁହେ :- ସତେ ତ ମୁଁ ପୁରା ଭୁଲି ଯାଇଛି ।
ସୁମିତ୍ରା ଦେବୀ :- ହଉ ତୁ ଆଉ ବେଶୀ ସମୟ ନଷ୍ଟ କରେନା ଜଲଦୀ ଯାଇକି ନୂଆ ଲୁଗା ପିନ୍ଧି ଦେ ।
ବେଦାନ୍ତୀ :- ନାଇଁ ନାଇଁ ସ୍କୁଲ uniform ପିନ୍ଧି କି ଯିବା କୁ ପଡିବ । ମୁଁ ଏବେ ଯାଉଛି ଆସିଲେ ପିନ୍ଧିବି ଆଉ ହଁ ମୋ ପାଇ ପୁରୀ ଆଉ ଆଳୁ ତରକାରୀ କରିକି ରଖି ଥିବୁ ଆସିଲେ ଖାଇବି ଆଉ ନୂଆ ଲୁଗା ନୁହ ବାବା ଙ୍କୁ କହିବୁ ଡ୍ରେସ ଆଣିବେ ।
ସୁମିତ୍ରା ଦେବୀ ବେଦାନ୍ତୀ ପାଇଁ ରାନ୍ଧି ଥିବା ପିଠା ଆଉ ଖିରୀ ପାଖରେ ପୁରୀ କରି ନେଇକି ଠାକୁର ଙ୍କ ପାଖରେ ଭୋଗ କରନ୍ତି । ଠିକ ସେଇ ସମୟ ରେ ଅରୁଣ ବାବୁ ଙ୍କ ଫୋନ ଆସେ ।
ସୁମିତ୍ରା ଦେବୀ :- hello
ଅରୁଣ :- ହଁ ସୁମିତ୍ରା ମୁଁ ତମ ଫୋନ ରେ କିଛି ଡ୍ରେସ ର ଫୋଟୋ ପଠେଇଛି ଟିକେ ଦେଖି କି କହିଲା କୋଉ ଟା ଆମ ବେଦାନ୍ତୀ କୁ ମନ କୁ ଆସିବ ।
ସୁମିତ୍ରା ଦେବୀ :- ତମେ ମତେ କଣ ପାଇଁ ପଢେଇଛ ସିଧା ବେଦାନ୍ତୀ କୁ ପଠେଇ ଦିଅ ।
ଅରୁଣ :- ହଁ ତାକୁ ପଠେଇକି call କରିଥିଲି ହେଲେ ତା ଫୋନ ଅଫ ଦେଖେଇଲା ତ ତମକୁ ପଠେଇଲି ।
ସୁମିତ୍ରା ଦେବୀ :- ବୋଧେ ଅଫିସର ମାନେ ଆସି ଜୀବେଣୀ । ହଉ ତମେ ଏବେ ଫୋନ ରଖ ଆଉ ମୁଁ ଦେଖି କି ତମକୁ କଲ କରୁଛି ।
ବେଦାନ୍ତୀ ର ବୟସ ବହୁତ କମ କିନ୍ତୁ ପାଠ ପଢା ଅନୁସାରେ ସିଧା ପ୍ରଧାନ ଶିକ୍ଷୟତ୍ରୀ ଭାବେ ପୋଷ୍ଟିଂ ହେଲା । ସେଇ କମ ବୟସ ରେ ବି ବେଦାନ୍ତୀ ତାର ସବୁ ଦୈତ୍ୟ କୁ ଠିକ ଭାବରେ ତୁଳେଇବାରେ ସଫଳ । ସେଇ କାରଣରୁ ଆସିଥିବା ସବୁ ଅଫିସର ବେଦାନ୍ତୀ ର ପ୍ରଶଂସା କରିବାରେ ଲାଗି ଥିଲେ ।
୧ ଅଫିସର :- ଆମେ ଆପଣାକୁ ମାନି ଗାଲୁ ବେଦାନ୍ତୀ ଦେବୀ ଖୁବ କମ ବୟସରେ ଏତେ ସବୁ ଦାୟିତ ୧୦୦୦ କେ ଜଣେ ହି ତୁଳେଇ ପାରନ୍ତି ।
ବେଦାନ୍ତୀ :- ନା ମ୍ଯାଡାମ ମୁଁ ଏକା କିଛି ବି କରିନି ସବୁ ସମୟରେ ମତେ ମୋ ସହ କର୍ମୀ ମାନେ ସହଯୋଗ କରିଛନ୍ତି ଆଉ ଆଜି ଯଦି ଆପଣ ମୋର ଏକ ପ୍ରଶଂସା କରିବେ ତେବେ ସେଇଟା ଭୁଲ ହବ ।
୨ ଅଫିସର :- ମୋର ଆଶା ଆଜି ଯାହା ବି ମିଟିଂ ରେ କଥା ହେଲେ ସେଇଥିରେ ଆଉ କିଛି ଅଭୁଜା ନଥିବ । ସରକାର ଙ୍କ ଦ୍ବାରା ଦିଆ ଯାଇଥିବା ବହି ସବୁକୁ ପିଲା ମାନଙ୍କୁ ଦେଇ ଦେବେ । ଏବେ ଆମେ ଆସୁଛୁ ।
ଦିଦି ମୁଁ କଣ କହୁ ଥିଲି କି ସ୍କୁଲ Whatsapp ଗ୍ରୁପ ରେ ମ୍ଯସାଜ କରି କହି ଦୌଚି କି କଲି ଆସି ବହି ନବାକୁ ।
ବେଦାନ୍ତୀ :- ନାଇଁ କିଛି କୁହାନି ଛୋଟ ପିଲା ଏତେ ଖରା ରେ ଆସିବା ତା ମତେ ଜମା ଠିକ ଲାଗୁନି ତମେ ମାନେ ଗୋଟେ କାମ କର ଆମ ସ୍କୁଲ ରେ କେତେ ପିଲା ଓ ସବୁ କୋଉ କୋଉ ଗାଁ ରୁ ଆସୁଛନ୍ତି ତାର ଲିଷ୍ଟ କର । ବାକି ଦିଦି ସାର ମାନେ ଲିଷ୍ଟ ଅନୁସାରେ ବହି ସବୁକୁ ପ୍ଯାକ କର କି ମୁଁ ଗାଡି ଠିକ କରିକି ଆସୁଛି ।
ଅନୁ ଦିଦି :- ଗାଡି, ଗାଡି କଣ ହବ ?
ବେଦାନ୍ତୀ :- ଗାଡି ନହେଲେ ଏତେ ସବୁ ବହି କୁ କଣ ମୁଣ୍ଡରେ ମୁଣ୍ଡେଇ କି ପିଲା ମାନଙ୍କ ଘର କୁ ଯିବା ।
ଅନୁ ଦିଦି :- ଆମେ ସବୁ ପିଲା ମାନଙ୍କ ଘର କୁ ଯିବା ତେବେ ଭାରି ଜମା ହେବ ଅଭିଭାବକ ମାନେ ଆମକୁ ଚା , ଜଳଖିଆ , ସର୍ବତ , କେତେ କଣ ଦେବେ ଆଜି ଦିନ ଟା ପୁର ଖାଇବାରେ ଖାଇବାରେ ଜୀବ ।
ବେଦାନ୍ତୀ :- ଓହୋ ଅନୁ ଦିଦି ଟିକେ ଖାଇବାରୁ ମୁଣ୍ଡ କଢ ଆଉ ପିଲା ଙ୍କ କଥା ରେ ମୁଣ୍ଡ ଦିଅ । ଆଉ ତମେ ମାନେ ଜଲ୍ଦି କାମ ସାର ମୁଁ ଏଇ ଗାଳି ଆଉ ଗାଡି କରି ଆସିଲି ।
ବେଦାନ୍ତୀ ଜଲଦୀ ଆସିବ ବଲି କହି କି ଯାଇ ଥିଲା ହେଲେ ଏବେ ଆସିକି ଦିନ ୩ ଟା ବାଜିଲାଣି । ବେଦାନ୍ତୀ ର ଦେଖା ନାହି କି ଫୋନ ବି ଲାଗୁନି ମା ମନ ଭାରି ବ୍ୟସ୍ତ ଲାଗିଲାଣି ।
ସୁମିତ୍ରା ଲୋ ଜଲଦୀ ଜଲଦୀ ଆଲୋ ଜଲଦୀ ଜଲଦୀ ଦୌଡି ଆସେ , ସର୍ବନାଶ ହେଇଗଲା । ଜେଜେମା ଜୋରେ ଜୋରେ ପାଟି କରି କାନ୍ଦି କାନ୍ଦି ସୁମିତ୍ରା ଦେବୀ କୁ ଡାକନ୍ତି । ସୁମିତ୍ରା ଦେବୀ ଦୌଡି ଆସି ଯାହା ଦେଖନ୍ତି ତା ପରେ ସେ ପୁର ପୁରୀ ପଥର । ଯୋଉ ଝିଅ ପାଇ ଆଜି କ୍ଷୀରୀ , ପୁରୀ , ମଣ୍ଡା , ଆରିସା ଆଦି ପିଠା କରି ଠାକୁର ଙ୍କ ପାଖରେ ତାର ଦୀର୍ଘ ଜୀବନ ର କାମନା କରି ଥିଲେ ସେଇ ଝିଅ ର ଶବ ମା ଆଖି ଆଗରେ ।
ସବୁ କାମ ସାରି ବେଦାନ୍ତୀ ଘର କୁ ବାହାରିବା ସମୟରେ ହଠାତ ଆକାଶ ରେ କଳାବଦଳ ଘେରି ଗଲା ପବନ ଜୋରେ ଜୋରେ ବୋହିବା ଆରମ୍ଭ ହେଲା ସ୍କୁଲ ଗେଟ ରୁ ବାରଣ୍ଡ ଉପରକୁ ଦୌଡି ଆସିବା ସମୟରେ ବିଜୁଳି ବର ଗଛ ଉପରେ ପଡିଲା ଆଉ ସେଇ ଶବ୍ଦ ରେ ବେଦାନ୍ତୀ ର ଜୀବନ ଦୀପ ଲିଭି ଗଲା ।
