STORYMIRROR

Sonalika Mohanty

Horror

3  

Sonalika Mohanty

Horror

ଅତୃପ୍ତ ପ୍ରେମିକ

ଅତୃପ୍ତ ପ୍ରେମିକ

5 mins
213


ରାଜେନ୍ଦ୍ର ବାବୁ ଙ୍କ ବୋହୁ ଜୟା ଦୋଉଡି ଆସି ଦୁତୀ ର ବିଷ ପାଇବା କଥା କୁହେ । ରାଜେନ୍ଦ୍ର ବାବୁ ଓ ତାଙ୍କ ପଡୋଶୀ ବୁଲୁ ମିଶି ଦୁତୀ କୁ ମେଡ଼ିକାଲ ନେଇ ଯାଆନ୍ତି । ଦୁତୀ ପାଖ ଗାଁ ଟୋକା ରଘୁ ପାଇଁ ବିଷ ପାଇବା କଥା ଟା ନିଆଁ ପରି ଗାଁ ତା ସାରା ମାଡି ଯାଏ । ଅଭି ଦୁତୀ ଗାଁ ଘର ପାଖ ପିଲା ସେ ଏଇ ଖବର ଶୁଣିବା ପରେ ରଘୁ ର ସାନ ଭାଇ ରାଜୁ କୁ କଲ କରେ ।

ରାଜୁ :- କଣ ହେଲା ଏତେ ରାତିରେ କଣ ପାଇଁ କଲ କରିଛୁ ?

ଅଭି :- ତୁ ଶୋଇଛୁ ନା କଣ ?

ରାଜୁ :- ନାଇଁ ଶୋଇନି ସମୁଦ୍ର ରେ ନିଆଁ ଲିଭାଉଛି ମୂର୍ଖ ଙ୍କ  ଭଳିଆ କଣ ପଚାରୁଛୁ ରାତି ଆସି ୧୨ ଟା ବାଜିଲାଣି ନ ସୋଇ କଣ ଗିନୀ ବଜେଇବି ।

ଅଭି :- ତା ମାନେ ତମ ଘରେ କିଏ କିଛି ଜାଣିନ କି ?

ରାଜୁ :- କଇଁ କଣ ହେଇଛି କି ?

ଅଭି :- ଆରେ ଦୁତୀ ନାନି ରଘୁ ଭାଇ ପାଇଁ ବିଷ ପିଇକି ଏବେ ମେଡ଼ିକାଲ ରେ ।

ରାଜୁ :- କଣ କହୁଛୁ ତୁ କେତବଳେ ହେଲା ?

ଅଭି :- ସେଇ ୧୧ ଟା ଭିତର ଘଟଣା ହବ ଭଲ ସେ ମୁଁ କିଛି ଜାଣିନି ।

ରାଜୁ :- ହଉ ହଉ ତୁ ଫୋନ ରଖ ମୁଁ ଭାଇ ଆଉ ବାବା ଙ୍କୁ କୁହେ ସବୁ ।

ଏହା ପରେ ରାଜୁ ଯାଇକି ତା ବାବା ମାନେ ରମେଶ ଙ୍କୁ ସବୁ କଥା କୁହେ । ରମେଶ ଓ ରାଜୁ ମିଶି ରଘୁ କୁ ଡାକନ୍ତି ହେଲେ ରଘୁ ତା ରୁମ ର କବାଟ ଖୋଲେ ନହିଁ । ରଘୁ ଏମିତି କବାଟ ନ ଖୋଲିବାର ଦେଖି ରମେଶ ବାବୁ ରାଜୁ କୁ କବାଟ କୁ ଭାଙ୍ଗିବା ପାଇଁ ଆଦେଶ ଦିଅନ୍ତି । ରାଜୁ କବାଟ ଭାଙ୍ଗି ଦେଖେ ତ ରଘୁ ଖଟ କୁ ଆଉଜି ବସିଛି ।

ରାଜୁ :- ତୁ ଆସିଚୁ ହେଲେ କବାଟ ଖୋଲୁ ନଥିଲୁ କଣ ପାଇ ?

ହେଲେ ରଘୁ କିଛି ଉତର ଦିଏନା । ଠିକ ସେଇ ସମୟ ରେ ରାଜୁ ର ମା ରଘୁ କୁ ଯେମିତି ହଲେଇ ଦିଅନ୍ତି ରଘୁ ପଡି ଯାଏ । ଦେଖିବା ସମୟ ରେ ରଘୁ ପାଖରୁ ବିଶ ର ଖାଲି ବୋତଲ ମିଳେ । ରଘୁ ର ନିଶ୍ବାସ ସେଟବଳକୁ ବନ୍ଦ ହେଇଯାଇ ଥାଏ କିନ୍ତୁ ବାପା ମା ମନ ବୁଝିବା କଷ୍ଟ ତେଣୁ ରଘୁ କୁ ମେଡ଼ିକାଲ ନେଇକି ଯାନ୍ତି ସେଠୀ ଡକ୍ଟର ରଘୁ କୁ ମୃତ ବୋଲି ଘୋଷଣା କରନ୍ତି କିନ୍ତୁ ଦୁତୀ ବଞ୍ଚି ଯାଏ ।

ଦୁତୀ ଓ ରଘୁ ଉଭୟ କୁ ଖୁବ ଭଲ ପାଉଥିଲେ ହେଲେ ଘର ଲୋକ ରାଜି ନ ହେବାରୁ ବାଧ୍ୟ ହୋଇ ସେମାନେ ବିଶ ପିଇକି ମାରିବାକୁ ନିଷ୍ପତି ନିଅନ୍ତି । ହେଲେ ଦୁତୀ କୁ ତା ଭାଉଜ ଦେଖି ଦେଇ ଥିବାରୁ ସେ ବଞ୍ଚି ଯାଏ କିନ୍ତୁ ଦୁତୀ ରଘୁ ବିନା ବଞ୍ଚିବାନୀ ବଲି ସମସ୍ତ ଙ୍କୁ ସଫା ସଫା କହି ଦିଏ । ଏହା ପରେ ସେ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା । ଏବଂ ସବୁ ସମୟ ରେ ପାଗଳ ଙ୍କ ପରି ହୁଏ ।

ଦୁତୀ ର ବାରମ୍ବାର ଏପରି କରିବା ଦେଖି ରାଜେନ୍ଦ୍ର ବାବୁ ତାଙ୍କ ଝିଅ କିଛି ଦିନ ପାଇଁ ଗାଁ ରୁ ଦୂର କୁ ନେବାର ନିଷ୍ପତି ନିଅନ୍ତି । ନୂଆ ପରିବେଶ ରେ ରହିବା ପରେ ଦୁତୀ କିଛି କିଛି ଠିକ ହେବାକୁ ଲାଗେ । ଏମିତି କି ଆଜି କୁ ୫ ବର୍ଷ ବିତି ଗଲା ରଘୁ ମାରିବାର । ଦୁତୀ ବି ପୁରୁଣା ଦିନ କୁ ଭୁଲି ନୂଆ ଜୀବନ ଗଢିବାକୁ ଯାଉଛି । ସବୁ ନିଜସ କିଣା ସରିଲାଣି । ଏମିତି ସନ୍ଧ୍ୟା ରେ ଜୟା ଓ ଦୁତୀ କଥା ହେଉଥିଲେ ସେହି ସମୟ ରେ ଦୁତୀ ଯାଇକି ରାଜେନ୍ଦ୍ର ବାବୁ ଙ୍କୁ ରଘୁ ସମାଧି କୁ ଦେଖା କରିବାର କଥା କୁହେ । ଆଉ କିଛି ଦିନ ପରେ ଦୁତୀ ପର ଘର କୁ ଚାଲି ଜୀବ ଓ ରାଜା ପୁଣି NRI ବାହାଘର ପରେ ଖୁବ କମ ହିଁ ଆସିବ ତେଣୁ ଝିଅ ତାର ଇଚ୍ଛା ପୁରା କରିବା ଯାଇ ରାଜେନ୍ଦ୍ର ବାବୁ ଦୁତୀ କୁ ସାଥିରେ ନେଇ ଗାଁ ରେ ହେଇଥିବା ସମାଧି ପାଖକୁ ନିଅନ୍ତି । 

କଲି ବାହାଘର ଛାତ ଉପରେ ଦୁତୀ ରାଜା ସହ ଫୋନ ରେ କଥା ହଉଥାଏ । ହତାଠ ଗୋଟେ ଚିତ୍କାର ଶୁଣାଯେ ଓ କଲ ଟା କାଟି ଯାଏ । ତା ପରେ ରାଜା ଅନେକ ଥର କଲ କରେ ହେଲେ ରିଙ୍ଗ ହେଇକି ସବୁ କଲ କାଟି ଯାଏ । ସକାଳୁ ଫୋନ ଆସେକି ଆଜି ବାହାଘର ହେଇ ପାରିବନି କାରଣ ଦୁତୀ କଲି ରାତିରେ ସିଢି ରେ ପଡି ମେଡ଼ିକାଲ ରେ ଭଲ ହେବାକୁ ଅତି କମ ରେ ଦୁଇ ମାସ ସମୟ ଲାଗିବା ।

ଦୁତୀ କୁ ଦେଖା କରିବା କୁ ପ୍ରତି ସପ୍ତାହ କୁ ଥରେ ରାଜା ଦେଖା କରିବାକୁ ଯାଏ । ଏମିତି ବସିକି କଥା ହଉଥିବା ସମୟ ରେ ରାଜା ଦୁତୀ ର ହାତ କୁ ଜୋରେ ଥରି ତା ପାଖକୁ ଟାଣି ଆଣେ କି ସେଇ ସମୟ ରେ ସାଇଡ ଟେବଲ ଉପରେ ଥିବା ଛୁରୀ ଶୂନ୍ୟ ରୁ ଉଡିକି ଆସି ରାଜା ହାତ କୁ କାଟି ଦିଏ । ଏହା ଦେଖି ରାଜା ଓ ଦୁତୀ ଆଶ୍ଚର୍ଯ ହୋଇ ଜଣେ ଆଉ ଜଣ କୁ ଅନେଇ ରହି ଗଲେ ।

ଦୁତୀ କାଳେ ଡରି ଜୀବ ସେଇଥି ପାଇଁ ରାଜା କଥା କୁ ବଦଳେଇ ଦିଏ । ସେଦିନ ରାଜା ଓ ତାର ପରିବାର ବାହାଘର ଦିନ ଠିକ କରିବାକୁ ଆସିଥିଲେ । ସବୁ ଜିନିଷ ଠିକ କରା ହେଇକି ଥିଲା ବାସ ଯାହା ହାତ ଗଣ୍ଠି ପଡିବ । ତେଣୁ ୪ ଦିନ ପରେ ବାହାଘର ଦିନ ଠିକ ହେଲା । ବାହାଘର ଦିନ ସକାଳୁ ଦୁତୀ ରକ୍ତ ବାନ୍ତି କରିବା ଆରମ୍ଭ କରି ଦିଏ ଓ ପାଗଳ ପରି ଅବୁରୁ ଚାବୁରୁ ଗପିବାକୁ ଲାଗେ । ଦୁତୀ କୁ ମେଡ଼ିକାଲ ନବା ସମୟ ରେ ରାଜା ଆସି ପଞ୍ଚେ ଓ ମନା କରେ ମେଡ଼ିକାଲ ନ ନେବା ପାଇଁ । ରାଜା କଥା ଶୁଣି ସମସ୍ତେ ଆଶ୍ଚର୍ଯ ହେଇ ରାଜା ଓ ତାର ବାବା ମାମା ଙ୍କୁ ନେଇ ରୁହନ୍ତି ।

ରାଜା ଦୁତୀ ସହ ହଉଥିବା କାରଣ ସବୁ ସାଧାରଣ ନୁହେଁ ଏବଂ ଏଇ ଉପଚାର କୋଉ ମେଡ଼ିକାଲ ରେ ନlହିଁ କୁହେ ଓ ଜଣେ ସାଧକ ଙ୍କ ସହ ଭେଟ କରାଏ । ସେ ସାଧକ କିଛି ମନ୍ତ୍ର ପଢି ଦୁତୀ ଉପରେ ବିଭୁତି ପକାନ୍ତି ଦୁତୀ ଶରୀର ର ଉପରେ ଯେମତି ପଦେ ସେ ଚିଲେଇ ଉଠେ । ସେ ସାଧକ ପୁଣି କିଛି ମନ୍ତ୍ର ପଢିବା ପରେ ଦୁତୀ ଜିନକୁ ରଘୁ ବୋଲି ପରିଚୟ ଦିଏ ।

ଏଇ କଥା ସେ ଦିନ ର ଯୋଉ ଦିନ ଦୁତୀ ରଘୁ ସମାଧି ପାଖକୁ ଯାଇଥିଲା । ରଘୁ କୁ ଶେଷ ପ୍ରଣାମ ଜଣାଇ ଦୁତୀ ତା ନୂଆ ଜୀବନ ଭଲ ରେ କାଟିବା ପାଇଁ ଆଶୀର୍ବାଦ କରିବାକୁ ରଘୁ ସମାଧି ପାଖରେ ମୁଣ୍ଡିଆ ମାରି ଆସେ ।

ରଘୁ ଦୁତୀ କୁ ନେଇ ଛୋଟ ଓ ସୁନ୍ଦର ସଂସାର କରିବାର ସ୍ବପ୍ନ ଦେଖିଥିଲା ହେଲେ ଆଜି ସେ ମାରି ଯାଇଛି କିନ୍ତୁ ଦୁତୀ ତାକୁ ଭୁଲି ଗଲା । ରଘୁ କେବେ ବି ଦୁତୀ କୁ ଆଉ କାହାର ହବାର ଦେବା ନହିଁ । ସେଇଥି ପାଇଁ ସେ ଦୁତୀ କୁ ସିଢି ଉପରୁ ଠେଲି ମାରିବାକୁ ଚେଷ୍ଟା କଲ ହେଲେ ସଫଳ ହେଲା ନାହି ତା ପରେ ରାଜା ପାଖରେ ବି ବିଫଳ ହେଲା । ଆଜି ଶେଷ ଦିନ ଦୁତୀ କୁ ମାରିବା ପାଇଁ ଓ ତା ସାଥିରେ ନେବା ପାଇଁ ।

ସାଧକ ଅନେକ କରି ରଘୁ ର ଆତ୍ମ କୁ ବୁଝନ୍ତି କି ଏଇ ଦୁନିଆରୁ ଚାଲି ଯିବା ପାଇଁ ହେଲେ ରଘୁ କିଛି ଶୁଣେନା । ଶେଷରେ ସେ ସାଧକ ରଘୁ ର ଆତ୍ମା କୁ ଏକ ନଡିଆ ରେ ବନ୍ଦୀ କରି ନେଇ ଯାନ୍ତି । ରାଜା NRI ଥିଲା ତେଣୁ ସେ ଆଉ ବେଶୀ ଡେରି ନ କରି କୋର୍ଟ ରେ ଦୁତୀ ସହ ବିବାହ କରି ଚାଲି ଯାଏ ।

କିଛି ବର୍ଷ ପରେ ଦୁତୀ ଓ ରାଜା ଟୁଇଟି ଯମଜ ସନ୍ତାନ ହୁଏ ।



સામગ્રીને રેટ આપો
લોગિન

Similar oriya story from Horror