STORYMIRROR

Sonalika Mohanty

Romance

4  

Sonalika Mohanty

Romance

ଛଳନା

ଛଳନା

6 mins
300

ଜୀବନ ରେ କେବେ କେତବଳେ କଣ ଘଟି ବ ସେଇଟା କେହି ଜାଣି ନଥାଏ । ମଣିଷ ସବୁ ବଲେ ଯାହା ଚାହେଁ ତାକୁ ସବୁ ସମୟରେ ସେଇଟା ମିଳେନା । ଏଇ ଆଶା କରିବା କେବେ ଆଶା ଠୁ କମ ତେ କେବେ ଅଧିକ ପାଇବାକୁ ଜୀବନ କୁହାଯାଏ । ଏଇ କାହାଣୀରେ ମୁଖ୍ୟ 2 ଟି ଚରିତ୍ର ଅଛି ଗୋଟେ ପ୍ରେମିକ (ରଘୁ ) ଆଉ ଗୋଟେ ପ୍ରେମିକା ( ଜୟା ) ର ।


ଜୟା ସ୍କୁଲ ରେ ଆଜି ପ୍ରଥମ ଦିନ । ଦିନେ ଯେଉଁ ସ୍କୁଲ ର ସେ ଛାତ୍ରୀ ଥିଲା ଆଜି ଜୟା ସେ ସ୍କୁଲ ର ଶିକ୍ଷୟତ୍ରୀ । ଜୟା କୁ ପଢେଇ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନ ଙ୍କ ମାଧରୁ 1 କି 2 ଜଣ ଅଛନ୍ତି ।

ପିଲେମାନେ ଇଏ ତୁମ ନୂଆ ଶିକ୍ଷୟତ୍ରୀ ଜୟା ଗୁରୁମା , ପ୍ରଧାନ ଶିକ୍ଷକ ଜୟା କୁ ଚିନାହିଁ କୁହନ୍ତି ।

ଗୁରୁମା ପ୍ରଣାମ ।

ପ୍ରଥମ ଦିନ ଜୟା କୁ ଯେଉଁ ଶ୍ରେଣୀ ଦିଆ ଯାଏ ପଢେଇବାକୁ ସେଇ ଶ୍ରେଣୀ ଗୃହ ସହ ଜୟା ଘନିଷ୍ଟ ଲୁଚି ରହିଛି ।

ଏବେ ସେହି ଗୃହକୁ ୮ ମ ଶ୍ରେଣୀ କରା ଯାଇଛି ଜେତ ବଳେ ଜୟା ଏଠାକୁ ପ୍ରଥମେ ଆସିଥିଲା ସେହି ସମୟରେ ଏହି ଗୃହ ୯ ଶ୍ରେଣୀ ହାଉଥିଲା । ଜୟା ର ସବୁ କଥା ଜଳ ଜଳ ହେଇ ମାନେ ପଡି ଯାଏ ।

ନା କିଛି ବି ବଦଳିନୀ ସେଇ ଶ୍ରେଣୀ ଗୃହ ସେଇ ଘଣ୍ଟା ଓ ସେଇ ତାରିଖ ଖାଲି ବଦଳିଛି ଯାହା ମୋ ବୟସ ଓ ସେ ତାରିଖ ପଛରେ ଲେଖା ହେଇ ଥିବା ବର୍ଷ ।

ଗୁରୁମା କୁ ଦେଖି ପିଲା ମାନେ ଛିଡା ହୁଅନ୍ତି କିନ୍ତୁ ଜୟା ର ମନ ତା ଅଲଗା ଜାଗାରେ ପିଲାଙ୍କ କଥା ତାର ମନେ ନହିଁ ।

କିଛି ସମୟ ପରେ ଜୟା ଅତୀତର ସେଇ ଦୁନିଆରୁ ଫେରି ଆସି ଦେଖେ ତ ପିଲାମାନେ ସବୁ ଛିଡା ହେଇ ଜୟା କୁ ବଲବଲ ହେଇ ଦେଖୁଛନ୍ତି ।

ବସିପଡ ସବୁ ।

ଜୟା :- ପିଲେମାନେ ଆଜି ଠୁ ମୁଁ ତୁମ ମନକୁ ଅଙ୍କ ପଢେଇବି , ତୁମେ ସବୁ ବହି ଆଣିଛ ତ ?

ପିଲାମାନେ :- ନା ଗୁରୁମା ଆମେ କହି ବହି ଆଣିନୁ ।

ଜୟା :- ହାଉ ପର କ୍ଳାସ ଠାରୁ ଆଣିକି ଆସିବା । ଏବେ ଜଣେ ଜଣେ କରି ତୁମ ନାଁ ଓ ଘର କେଉଁଠି କୁହ ।

ଜଣେ ଜଣେ କରି ତାଙ୍କ ନାଁ ଓ ଗାଁ ର ନାଁ କୁହନ୍ତି । ହତାଠ ଗୋଟେ ନାଁ ଶୁଣି ଜୟା ଚମକି ପଡି ପଛରେ :- ପୁଅ ତମ ନାଁ କଣ କହିଲା ?

ରଘୁବୀର ସାହୁ , ସେ ପିଲା କୁହେ । ଏତିକି ବଳେ ସ୍କୁଲ ଘଣ୍ଟି ବାଜି ଯାଏ ଶନିବାର ଦିନ ମାତ୍ର ୧ କ୍ଳାସ ହୁଏ ଆୟୁ ୨ ଟାରେ ଛୁଆ ଙ୍କୁ ନାଚ , ଗୀତା , ହସ୍ତକର୍ମ ଆଦି ଶିକ୍ଷା ଯାଏ ।

ଜୟା ପୁଣି ସେଇ ଅତୀତକୁ ଫେରି ଯାଏ ଯେଉଁ ଅତୀତରେ ଜୟା ର ଦେଖା ଓ ବନ୍ଧୁତା ରଘୁ ସହ ହେଇଥିଲା । କି ସଂଯୋଗ ଆଜି ଘଟୁଛି ଦେଖା ରଘୁ ର ବି ପୁରା ନାଁ ରଘୁବୀର ସାହୁ ଥିଲା ।

ଜୟା , ରଘୁ , ଲିଜା , , ଗଗନ ଓ ଆକାଶ ୫ ଜଣ ଗୋଟିଏ ସ୍କୁଲ ରେ ପଢି ପାସ କରି ଥିଲେ ଜୟା କେବଳ ଗଗନ କୁ ଜାଣିଥିଲା କାରଣ ଗଗନ ଓ ଜୟା ଗୋଟିଏ ସେକ୍ଶନ ଥିଲା ଆୟୁ ଜୟା ଏତେ କାହା ସହ ମିଶି ପରେନୀ । ଏବେ ସମସ୍ତେ ଭଲ ସାଙ୍ଗ ୫ ଜଣ ବିଜ୍ଞାନ ପଢିଲେ ପୁଣି ସେଇ ଗୋଟିଏ କଲେଜ ରେ ।

ରଘୁ ମାନେ ମାନେ ଜୟା କୁ ଖୁବ ଭଲ ପାଉଥିଲା । ରଘୁ ମନ ର କଥା କୁ ଆଉ ବେଶୀ ଦିନ ମନ ରେ ରଖି ପରେଣୀ ଯାଇକି ଲିଜା କୁ କୁହେ କି ସେ ଟିକେ ଯେମିତି ଜୟା କୁ କହି ଦଊ ।

ଜୟା ଜେତ ବଳେ ଜଣେ କି ରଘୁ ତାକୁ ଭଲ ପାଏ , ଜୟା ର ମନ ଖୁସି ରେ ନାଚି ଉଠେ କାରଣ ଜୟା ମନ ରେ ରଘୁ ଖୁବ ଦିନ ଆଗରୁ ଥିଲା ।

ଆଲୋ ଏମିତି ଠିଆ ଟା ହେଇ କଣ ଭାବୁଛୁ ? ତତେ ମୁଁ କଣ ଏବେ କହିଥିଲି ଟି ତା ଉତ୍ତର ନ ଦେଇ ଭୂତ ପରି ଠିଆ କାଇଁକି ବା କହୁନୁ ମୁଁ କଣ କହିବି ବେଶୀ ଆଉ ଡେରି କରେନା ମୋର ସଡେ ବହୁତ କାମ ।

ଜୟା :- ଜା ତୁ ଯାଇକି ମୋର ହଁ ବୋଲି କହିଦେ ।

ଏଇ ଘଟଣା ସେଇ ସମୟରେ ଘଟି ଥିଲା ଯେଉଁ ସମୟରେ ସେମାନେ ସବୁ +୨ ୨ ବର୍ଷ ରେ ଥିଲେ । ସେତବଳ ସମୟ ର ପାଠ ଓ ଏବ ର ପାଠ ମଧ୍ୟରେ ଅନେକ ତଫାଦ ।

ଦେଖୁ ଦେଖୁ ପରୀକ୍ଷା ଆରମ୍ଭ ହେଇ ଯାଏ ଆଉ ଶେଷ ବି ।

ଆଜି ପରୀକ୍ଷା ର ଶେଷ ଦିନ ସବୁ ସାଙ୍ଗମାନେ ନିଜ ନିଜ ସଙ୍ଗମଙ୍କୁ ବିଦାୟ ଦେଉଥାନ୍ତି ।

ରଘୁ ଜୟା ର ହାତ କୁ ଧରି କୁହେ :- ତୁ କଣ ମତେ ଭୁଲି ଯିବୁ ?

ଜୟା :- ତମେ ଏମିତି କଣ କହୁଛ ମୁଁ ଭୁଲିବି କଣ ପାଇଁ ? ଆଉ ତମକୁ ଏମିତି କାହିଁକି ଲାଗୁଛି ?

ରଘୁ :- ନାଇଁ ସେ କିଛି ନୁହଁ ସକାଳୁ ସକାଳୁ ଗୋଟେ dream ଦେଖିଲି , ହଉ ତୁ ସେ କଥା ଛାଡ ତୁ ମତେ ଚିଠି ଦବୁ କି ନାଇଁ କହିଲୁ ଦଶହରା ଚୁଟିରେ ମୁଁ ତତେ କେତେ ଚିଠି ଦେଇ ଥିଲି ହେଲେ ଗୋଟେ ର ବି ଜବାବ ଦେଲୁନି ଏବେ ଦବୁ କି ନାଇଁ କହ ?

ଜୟା :- ହଁ ଦେବୀ ହେଲେ ତମେ ତମ ନାଁ ରେ ଚିଠି ଦବନି ଘରେ ଭାଇ ରାଗୁଥିଲେ ଗଲଥର ।

ରଘୁ :- ହଉ ଠିକ ଅଛି ମୁଁ ମୋ ଭଉଣୀ ନାଁ ରେ ଦେବୀ ଆଉ English ରେ ଦେବୀ । ତୁ ଏବେ ଯା ନାହାଲେ ବସ ପଳେଇବ ।

୨ ମାସ ବିତି ଗଲାଣି ଏଇ ଭିତରେ ଆଜି ଫଳ ଆସିଛି କଲେଜ କୁ ସବୁ ପିଲା କଲେଜ ରେ ଆଜି ।

ଠକ , ଧୋକେବାଜ ଧୋକା ଦେଲା ମତେ । ତମରି ପାଇଁ ଏଇ ସବୁ ହେଲା ମୋ ସହ ଭୁଲ କଲି ତମକୁ କୁ ଭରସା କରି । ଲିଜା ଏମିତି ଅନେକ କଥା କହୁଥାଏ ରଘୁ କୁ ।

ରଘୁ :- ତୁ ମୋ ଉପରେ କଣ ପାଇଁ ରାଗୁଚୁ ତୁ ଯେମିତି କହିଲୁ ମୁଁ ସେମିତି କଲି ।

ଲିଜା :- ତମେ ଯଦି ସତରେ ମୁଁ କହିବା ଅନୁସାରେ କରିଥାନ୍ତ ତେବେ ଆଜି ଜୟା ଜାଗାରେ ମୁଁ ଥାନ୍ତି କଲେଜ ରେ 2nd ନୁହ 1st ହେଇଥାନ୍ତି ।

ରଘୁ :- ଦେଖ ମୁଁ ତୋ କହିବା ଅନୁସାରେ କରିଛି ସେ ତୋ ଠୁ ଅଧିକ ନମ୍ବର କେମତି ରଖିଲା ମୁଁ ଜାଣିନି , ତୁ ଏବେ ଯା ଆଇଠୁ ।

ହଁ ଚାଲି ଯାଉଛି ତୁମ ଠୁ ତମ ଜୀବନରୁ ରୁହ ତମେ ତମ ଜୟା ସହ ମୁଁ ହି ବୋକି ଥିଲି ତମ କୁ ବିଶ୍ବାସ କଲି ଆଉ ଜୟା ସହ ପ୍ରେମ ର ମିଛ ଛଳନା କରିବାକୁ କହିଲି , ଛଳନା ତମେ ଜୟା ସହ ନୁହଁ ମୋ ସହ କରୁଥିଲା । ମତେ କଥା ଦେଇ ଥିଲ କି ଜୟା ର ପାଠ ରେ ମନ ଲାଗିବାକୁ ଦବନି ହେଲେ କଣ ହେଲା । ଏମିତି ଅନେକ କଥା କୁହେ ଲିଜା ରଘୁ କୁ ଆଉ କାନ୍ଦି କାନ୍ଦି ଚାଲିଯାଏ ।

ଆରେ ତମେ ଏଇଠି ବସିଛ ମୁଁ ପୁରା କଲେଜ ରୁ ଖୋଜୁଛି । ରଘୁ ଜୟା ପାଖରେ ବସିକି କୁହେ ।

ଜୟା :- କଣ ହେଇଛି ତମର ତମ ମୁହଁ ଏମିତି ଶୁଖିଲା କଇଁ ଲାଗୁଛି କିଏ କଣ କହିଲା ନା ଯାହା ଆଶା କରିଥିଲ ତାର ବିପରୀତ ହେଇଗଲା ।

ରଘୁ :- ତୁ କଣ କହୁଛୁ ମୁଁ କିଛି ଜାଣିପାରୁନି ।

ଜୟା :- ଜାଣି ନହେଲା ପରି ତ କିଛି କହିନୀ , ଛି ରଘୁ ଛି ତମେ ତମେ ସଶକୁ ଏମିତି କରିବ ବଲି ମୁଁ କେବେ ଭାବି ନଥିଲି । ତମ ପ୍ରେମ ଲିଜା କୁ ଜିତେଇବାକୁ ଯାଇ ମୋ ସହ ଛଳନା କଲ । ଏବେ ମୁଁ ସବୁ ବୁଝି ପାରୁଛି କଣ ପାଇଁ ତମେ କାଲ୍ସ ନ କରି ଗପିବାକୁ ଡାକ । ଭଲ ହେଲା ଆଜି ତମ ସବୁ କଥା ଶୁଣି ଦେଲି ନହେଲେ ...

ରଘୁ :- ତମେ ସତ ଜାଣିନା ମୁଁ ମନୁଚି ମୁଁ ତମ ସହ ପ୍ରଥମେ ନାଟକ କରୁଥିଲି ହେଲେ ସେଇ ନାଟକ କେବେ ଯେ ସତ ପ୍ରେମ ରେ ପରିଣତ ହେଇଗଲା ଜାଣି ପାରିଲିନି । ସତ କହୁଛି ମୁଁ ତମକୁ ହିଁ ଭଲ ପାଉଛି । ମୁଁ ଜଣେ ତମେ ବି ମତେ ବହୁତ ଭଲ ପାଅ ।

ଜୟା :- ହଁ ସେଇ ଭଲ ପାଇବା ର ରାଣ ଖାଇ କହୁଛି ଜୀବନରେ କେବେ ବି ତମ ମୁହଁ କୁ ଦେଖିବାକୁ ଇଛା ନାହି ମୋର ।

ସେଇ ଦିନ ଠାରୁ ଆଉ ଜୟା ଆଉ ରଘୁ ର ଦେଖା ହେଇନି ।

ଏଇ ସ୍କୁଲ କୁ ଆସିବା ଆଗରୁ ଜୟା ଆଉ ଏକ ପ୍ରାଇଭେଟ ସ୍କୁଲ ରେ ଥିଲା ଏମିତି ଦିନେ ସ୍କୁଲ ରୁ ଆସିବା ସମୟରେ ଜୟା ଆଉ ଆକାଶ ର ଦେଖା ହୁଏ । ୨ ବନ୍ଧୁ ଅନେକ ସମୟ ଯାଏ କଥା ହୁଅନ୍ତି ଏମିତି କଥା ହେବା ସମୟରେ ଆକାଶ ରଘୁ ର ମାରିବା କଥା ଟା କହି ଦିଅ ଆଉ କହି ଦିଅ କେତେ ଭଲ ପାଉଥିଲା ରଘୁ ଜୟା କୁ ।

ଜୟା ଏଇ ସବୁ ଭାବି ଭାବି ତା ଘରେ ପହଛି ଯାଏ ।

ଜୟା ଘରେ କାମ କରୁଥିବା ସ୍ତ୍ରୀ ଲୋକ ଟି ଦଉଡି ଆସି କୁହେ କଣ ଯେ ଦିଦି ଏତେ ଡେରି କରିଲ ପୂଜାରୀ ସଡେ ଅନେଇ ବସିଛନ୍ତି । ଆଉ ଝିଅ ବି ଏବେ ଯାଏ କିଛି ଖାଇନାହାନ୍ତି ।

ପୂଜାରୀ ନନା :- କଣ ତୁମ ବାବୁ ଙ୍କ ନାଁ କଣ ?

ଜୟା :- ରଘୁବୀର ସାହୁ ।

ପୂଜାରୀ ନନା :- ହଉ ଝିଅ କୁ କୁହ ଥାଳି ଟା ସେ ମୋ ହାତ କୁ ଟେକି ଦେବେ ଯାହା ଫଳରେ ତମ ବାବୁ ଙ୍କ ଆତ୍ମା ଏହା ପାଇଯିବ ।

ଜୟା ଯେବେଠୁ ରଘୁ ର ଭଲ ପାଇବା କୁ ବୁଝିଲା ସେ ଦିନ ଠାରୁ ସେ କୁମାରୀ ଜୟା ରୁ ରଘୁ ର ବିଧବା ଜୟା ଭାବେ ପରିଚିତ ଆଉ ଏଇ ଟିକି ଝିଅ କୁ ରାସ୍ତା ରୁ ପାଇଥିଲା ସେଟ ବଲେ ଝିଅ ଟି ମାତ୍ର ୩ ମାସ ର ହେଇ ଥିଲା । ସେଇ ଦିନ ରୁ ଝିଅ ଟି ହେଲା ଜୟା ଆୟୁ ରଘୁ ର ଝିଅ ଆଉ ଜୟା ତା ର ସ୍ତ୍ରୀ ।



Rate this content
Log in

Similar oriya story from Romance