STORYMIRROR

Sonalika Mohanty

Romance

3  

Sonalika Mohanty

Romance

ପ୍ରେମ

ପ୍ରେମ

3 mins
192


ମାମାର ପୁରା କଲେଜରେ ମାତ୍ର ଗୋଟେ ଝିଅ ସାଙ୍ଗ ଥିଲା ଆଶା ଆଉ ବାକି ସବୁ ପୁଅ ସାଙ୍ଗ ଥିଲେ । ମାମା ସବୁ ସମୟରେ ରାଜୁ ଓ ଗଗନ ସହ ବୁଲେ । କଲେଜରେ ଆଡମିଶନ ଥାଏ। ରାଜୁ ଓ ମାମା ଙ୍କ ନାମ ଲେଖା ସାରିଯାଇଥିଲା ସେମାନେ ଗଗନ କୁ ଅପେକ୍ଷା କରି ବସିଥିଲେ , କ'ଣ ପାଇଁ ଗଗନ ଏତେ ଡେରି କରୁଛି ସେୟା ଦେଖିବାକୁ ମାମା ଗଗନ ପାଖକୁ ଯାଏ ।

ମାମା ତ ଯାଇଥିଲା ଗଗନ କୁ ଡାକିବା ପାଇ ହେଲେ ସେ ଗଗନ କୁ ଡାକିବା ଭୁଲି ଗଲା ଆଉ ସେଇଥି ସେମିତି ଛିଡା ହେଇ ନିଲ କୁ ଦେଖୁ ଥାଏ ।

ନିଲ ନୂଆ ପିଲା ଥିଲା ମାମା ପଢୁଥିବା କଲେଜରେ ଆଉ ମାମା ବି ଆଜି ପ୍ରଥମ ଥର ନିଲ କୁ ଦେଖିଲା ଆଉ ସେ ଚାହିକି କି ତାର ଆଖି ନିଲ ଠାରୁ ହଟେଇ ପାରୁ ନଥିଲା । ମାମା ସେ ସମୟରେ ନିଲର ନାଁ ବି ଜାଣି ନଥିଲା ।

ମାମା ଚାଲ ଯିବା । ଗଗନ ଡାକି ଦିଅ ଓ ମାମା ସେଠାରୁ ଚାଲି ଆସେ ।


ଘର କୁ ଆସିବା ପର ଠାରୁ ମାମାର ମନ ନିଲ ପାଖରେ , କଣ ପାଇଁ ସେ ପିଲା ତାର ମୁଣ୍ଡରୁ ଯାଉନି , କଣ ପାଇଁ ଗୋଟେ ଅଜଣା ପିଲା ତା ମନ କୁ ବାରମ୍ବାର ଆସୁଛି । ଏଇ ସବୁ କଥା ସବୁ ସମୟରେ ମାମାର ମନ କୁ ଘଣ୍ଟି ଦେଉଥିଲା ।


ନାମ ଲେଖାର କିଛି ଦିନ ପରେ କଲେଜରେ କ୍ଳାସ ଆରମ୍ବ ହେଇଥିଲା । କ୍ଳାସ କରିବାର ୧୫ କି ୨୦ ଦିନ ପରେ ମାମାରାଜୁ ଠାରୁ ଖାତା ମାଗିବାକୁରାଜୁ ବେଞ୍ଚ ପାଖକୁ ଯାଏ ମାମା ତରାଜୁ କୁ ଖାତା ମାଗିବା କୁ ଯାଇଥିଲା ହେଲେ ସେ ପୁଣି ଗୋଟେ ଅଲଗା ଦୁନିଆରେ ହଜି ଗଲା ଛାହିଁ କି ମାମା ତାର ନଜର ନିଲ ଠାରୁ ଦୂରେଇ ପାରୁ ନଥିଲା ଆଉ ଖାତା ବଦଳରେ ପେନ ନେଇ ଆସେ । ଏମିତି ଅନେକ ଦିନ ବିତି ଯାଏ ମାମା ଯେତେ ଚେଷ୍ଟା କରେ ହେଲେ ତ ଆଖି ନିଲ ପାଖକୁ ଚାଲି ଯାଏ । ମାମା ଆଉ ନିଜକୁ ରୋକୀ ପରେନି ଆଉ ନିଲ ବିଷୟରେ ଜାଣିବା କୁ ତାର ସାଙ୍ଗ ମାନଙ୍କୁ କୁହେ ଆଉ କିଛି ସିନିୟର ଙ୍କୁ କୁହେ । ଆକାଶ ଆଉ ଚିକୁନ ୨ ଜଣକୁ ପୁର କଲେଜ ତାଙ୍କ ବାଳୁଙ୍ଗାମି ପାଇ ଜଣେ ଆଉ ମାମା ସେଇ ୨ ଜଣ ଙ୍କ ସହ ସମ୍ପକ ଖୁବ ଭଲ ଥିଲା ଚିକୁନ ଆଉ ଆକାଶ ନିଜ ଭଉଣୀ ପରି ଭଲ ପାଉଥିଲେ ମାମା କୁ ମାମା କହିବ ଅନୁସାରେ ସେମାନେ ନିଲ ବିଷୟରେ ଜାଣିବା ପାଇ ଅଲଗା ପିଲା ଙ୍କୁ କୁହନ୍ତି ହେଲେ କେହି ନିଲର ନାଁ ବି କହି ପରନ୍ତିନି ମାମା କୁ ।

ଶେଷରେ ଚିକୁନ ଓ ଆକାଶ ତାଙ୍କ ନିଜ ଅନ୍ଦାଜ କୁ ଚାଲି ଆସନ୍ତି । କ୍ଳାସ ସାରି ହସ୍ଟେଲ କୁ ଯାଉଥିବା ସମୟରେ ଆକାଶର ଚିକୁନର ନିଲ କୁ ଅଟକେଇ ତାକୁ ତାର ନାଁ , ଘର , କୋଉ ଝିଅ କୁ ଭଲା ପାଉଛି କି ନା ସବୁ ପଚାରନ୍ତି । ନିଲ ପୁର ଡରି ଯାଏ ଆଉ ଡରି ଡରି ସବୁ ପ୍ରଶ୍ନର ଉତର ଦିଅ ।


ଏବେ ମାମା କେବଳ ନିଲର ନାଁ ଆଉ ଘର କୋଉଠି ଜାଣିଥିଲା ହେଲେ ଆଉ କିଛି ବି ଜାଣି ନଥିଲା । ବାକି କଥା ଜାଣିବା ପାଇଁ ଚିକୁନ କୁ କୁହେ ହେଲେ, ଚିକୁନ ଯାହା ସବୁ କୁହେ ସେ କଥା ଶୁଣିବା ପର ଠାରୁ ମାମାର ମନ ଭାଙ୍ଗି ଯାଏ । 


ଚିକୁନ କହିବ ଅନୁସାରେ ନିଲ କେବେ ବି ପ୍ରେମ ଚକରରେ ପଡିବାନୀ ଆଉ ନିଲ ଯେମିତି ଶାନ୍ତ , ସରଳ, ଧୀର ସ୍ତିର ପିଲା ସେ କେବେ ବି ମମ ପରି ଝିଅ କୁ ଭଲ ପାଇ ବାନି । ତାହେଲେ ଏବେ ହବ କଣ ସେଇଟା ସମୟ କହିବ ସେ ପାର୍ଜୟନ୍ତ ଅପେକ୍ଷାରହିଲା ।

ପ୍ରକୃତରେ ଏଇ କାହାଣୀ ସତ ମିଛ ଯାହା ଚରିତ୍ର ମାନଙ୍କ ନାଁ ।


Rate this content
Log in

Similar oriya story from Romance