STORYMIRROR

Sonalika Mohanty

Children Stories

3  

Sonalika Mohanty

Children Stories

ଗ୍ରୀଷ୍ମର ଏକ ସନ୍ଧ୍ୟା

ଗ୍ରୀଷ୍ମର ଏକ ସନ୍ଧ୍ୟା

4 mins
10

ଏଇ କାହାଣୀ ଟି ମୁଁ ମୋ ଜେଜେ ମା ଙ୍କ ଠୁ ଶୁଣି ଥିଲି ସେ ସମୟ ରେ ମୋ ମାମା ଘର ଠୁ ବହୁତ ଦୂରରେ ଚାକିରି କରୁଥିଲେ ତେଣୁ କେବଳ ମେ ମାସରେ ହିଁ ଆମେ ଗାଁ କୁ ଆସିପାରୁ ଥିଲୁ । ଗାଁ କୁ ଥରେ ଆସିଲେ ମୋର ଚଗଲାମୀ ବଢି ଯାଏ , ଆଉ ଖାଇବାରେ ବହୁତ ହଇରାଣ କରେ। ସେ ଦିନ ମୁଁ ଖାଇବିନି ଖାଇବିନି କହି କାନ୍ଦି କାନ୍ଦି ଗଡୁ ଥାଏ । ଆମ ଫ୍ଯାମିଲି ରେ ମୁଁ ଗୋଟେ ବଲି ଛୁଆ ଖୁଡୀ ଆଉ ମାମା ମିଶି ମତେ ଖୁଆଇବା ପାଇଁ ଚେଷ୍ଟା କରୁଥାନ୍ତି ହେଲେ ମୋର ଗୋଟେ ଜିଦ ମୁଁ କହିବିନି । ମୋର ଜେଜେମା ଆଉ ସମ୍ଭାଳି ପରିଲେନି ସେଉଠୁ ମତେ ଗୋଟେ କାହାଣୀ କି କହିଥିଲେ 

              ପୂର୍ଣମୀ ଚାନ୍ଦ ମୋ ପ୍ରେମ ର ଦୂତ 

ଚନ୍ଦ୍ର ଗଡ ର ରାଜକୁମାରି ଙ୍କୁ ଆଜି ୧୬ ପୁରୀ ୧୭ ବର୍ଷ ହେଲା ରାଜା ସ୍ତିର କରିଛନ୍ତି ଯେ ଏଇ ବର୍ଷ ମାଘ ମାସରେ ଜେମା ଙ୍କ ପାଇଁ ସୋୟମ୍ବର ହେବ ତେଣୁ ଏଇ ବର୍ଷ ଜନ୍ମ ଦିନ ହେଉଛି ବାପା ଘରେ ଶେଷ ଜନ୍ମ ଦିନ କଳି ଅଣ୍ଡାରୁ ଉଠି ଜେମା ତାଙ୍କର କିଛି ଦାସୀ ସହ ପାହାଡ ଉପରେ ଥିବା ଭବାନୀ ମା ଙ୍କ ମନ୍ଦିର କୁ ଗଲେ । ସେ ପାହାଡ କୁ ଲାଗି ଗୋଟେ ବିଶାଳ ନଦୀ ଟିକେ ବୋହି ଯାଏ , ସେଇ ନଦୀ ପାଇଁ ଚନ୍ଦ୍ରଗଡ ଓ ରତ୍ନପୁର ମଧ୍ୟ ରେ ଯୁଦ୍ଧ । 

ଜେମା ମା ଙ୍କୁ ଗାଧେଇ ବା ପାଇଁ ପାଣି ଆଣିବାକୁ ନଦୀ କୂଳ କୁ ଯିବା ବଲେ ଦେଖନ୍ତି ଯେ କେହି ଜଣେ ଆହତ ହୋଇ ପଡିଛି । ପାଖକୁ ଯାଇ ନିରିଖୀ ଦେଖିଲାରୁ ଜାଣିଲେ ରେ ରତ୍ନପୁର ର ସିପାହୀ ବଲି । 

ଜେମା ମନେ ମନେ ଭାବନ୍ତି - ଯାଉଛି ସିପାହୀ ମନକୁ ଡାକି ଦେବୀ । ନା ନା ସେମିତି କରିବା ଟା ଭୁଲ ହେବ କାରଣ ଯଦି ସିପାହୀ ଆସିଯିବେ ତାହେଲେ ଯାକୁ ବନ୍ଦୀ କରି ଦେବେ ଓ ପିତା ମହାରାଜ ନିଶ୍ଚୟ ଫାଶୀ ନାହାଲେ ମୁଣ୍ଡ କାଟ କରିବାର ଆଦେଶ ଦେବେ । ବିନା କାରଣ ରେ ଏଇ ମଣିଷ ଟା ମାରିଯିବ ଆଉ ସବୁ ପାପ ମୋ ମୁଣ୍ଡରେ ଲାଗିବ । ମତେ କିଛି ଗୋଟେ କରିବା କୁ ପଡିବ । ହେଲେ କଣ କରିବି ... 

ଅନେକ ସମୟ ଧରି ନଦୀ କୂଳ ରେ ଜେମା ଙ୍କୁ ଛିଡା ହେଇବାର ଦେଖି ଦାସୀ ଜଣେ ପାଖ କୁ ଆସି ପଛରେ ,

ଦାସୀ - କିଛି ଅସୁବିଧା ଅଛି ?

ରାଜକୁମାରି ଗମ୍ଭୀର ସ୍ବର ରେ କୁହନ୍ତି - ମୁଁ ପୂଜା କରୁଥିବା ସମୟ ରେ ମତେ ବାଧା ନ ଦେବା ପାଇଁ ଆଦେଶ କରିଥିଲି ଆଉ ତମର ଏତେ ସାହସ ମୋ ଆଦେଶ କୁ ଭାଙ୍ଗିଲ । 

ଦାସୀ ଟି ଡରି ଯାଇ କୁହେ - କ୍ଷମା କରିବେ ଦେଇ ଆପଣ ଙ୍କୁ ଅନେକ ସମୟ ଧରି କୂଳ ତାରେ ଛିଡା ହବାର ଦେଖି ମୁଁ ଚାଲି ଆସିଲି । 

ରାଜଳୁମାରି - ମୁଁ ନଦୀ ଦେବୀ ଙ୍କ ପୂଜା କରୁଥିଲି ଆଉ ତମେ ସବୁ ନଷ୍ଟ କରି ଦେଲା ଏବେ ଏଠୁ ଯାଅ ଯୋଉ ପାଜର୍ନ୍ତ ମୁଁ ଡାକି ନହିଁ କେହି ଯେମିତି ନ ଆସନ୍ତି । 

ଏହା ପରେ ଦାସୀ ସେଠୁ ଚାଲି ଗଲା ହେଲେ ଜେମା ଦେଇ ଙ୍କ ଚିନ୍ତା ଟି ବଢି ଗଲା କଣ ବା କରିବେ ଧୀରେ ଧୀରେ କରି ଫରଚା ହେବ ଆରମ୍ଭ ହେଲାନି କେହି ଦେଖି ବା ଆଗରୁ ତାଙ୍କୁ କିଛି କରିବା କୁ ହିଁ ପଡିବ । ହଁ ଜାଣି ଗାଳି କଣ କରିବି । ଭବାନୀ ମା ଙ୍କ ମନ୍ଦିର ପାଖରେ ଗୋଟେ ଛୋଟ ଗୁମ୍ଫା ଟେ ଥିଲା ସେଠୀ ଜଣେ ବୁଦ୍ଧ ସନ୍ୟାସୀ ରହୁଥିଲେ ଏପରି ସମୟ ରେ ସନ୍ୟାସୀ ଙ୍କ ଛଡା ଆଉ କାହା ଉପରେ ବିଶ୍ବାସ ନଥିଲା । 

ଲୋକ ଟିର ଅବସ୍ତା ବିଷୟରେ ଜାଣିବା ପାଇଁ ଜେମା ସବୁ ଦିନ ଭବାନୀ ମା ମନ୍ଦିର କୁ ଆସୁଥିଲେ ପୂଜା କରିବା ପରେ ସନ୍ୟାସୀ ଙ୍କ ପାଖକୁ ଯାଇ ଲୋକ ଟିକୁ ଦେଖି ଆସୁଥିଲେ । 

ଅନେକ ଦିନ ବିତି ଯିବା ପରେ ଦିନେ ସେ ଲୋକ ଟିକୁ ହୋସ ଆସିଲା । ଆଖି ଖୋଲିବା ପରେ ପ୍ରଥମ ଥର ସେ ରାଜକୁମାରି ଙ୍କୁ ଦେଖିଲେ । ଶତ୍ରୁ ରାଜ୍ୟ ର ଜେମା ହେଇକି ମଧ୍ୟ ତାଙ୍କ ଜୀବନ ରକ୍ଷା କରିଥିବାରୁ ଧନ୍ଯ ବାଦ ଜାଣନ୍ତି । 

ରାଜକୁମାରି - ତମ କୁ ଦେଖିଲେ କେହି ସିପାହୀ କହିବେନି ?

ମୁଁ ରତ୍ନପୁର ର ରାଜକୁମାର ରୁଦ୍ର ଦେବ । ଗୁରୁକୁଳ ରୁ ଫେରିବା ସମୟ ରେ ସନ୍ଦେଶ ମିଲଲା ଯେ ଶତ୍ରୁ ରାସ୍ତାରେ ଆକ୍ରମଣ କରିବା ପାଇଁ ଅପେକ୍ଷା କରି ବସିଛନ୍ତି । ଛଦ୍ମ ବେଶ କରି ଆସୁଥିଲି ମୋର ଜଣେ ସିପାହୀ ବାଟରେ ବିଶ୍ବାସ ଘଟକତା କଲ ଓ ମୁଁ ସୋଇଥିବା ସମୟ ରେ ଆକ୍ରମଣ କରି ଦେଲେ ମୁଁ ଯୁଦ୍ଧ କରିଲି ହେଲେ ପରି ପରିଲି ନହିଁ ଜୀବନ ବଞ୍ଚେଇବା ପାଇଁ ନଦୀ କୁ ଦେଇ ପଡିଲି । ବର୍ତମାନ ମତେ ଏବେ ଅନୁମତି ଦିଅନ୍ତୁ ମୋର ରାଜ୍ୟ କୁ ଯିବା ନିହାନ୍ତି । 

ସନ୍ୟାସୀ - ବର୍ତମାନ ତୁମେ ସମ୍ପୂର୍ଣ ସୁତଃ ହୋଇନ ତେଣୁ କିଛି ଦିନ ଏଠାରେ ରହିବା କୁ ପଡିବ । 

ରାଜକୁମାର - ରାଜ୍ୟ ରେ ନ ପହଁଚିଲେ ସେ ବିଶ୍ବାସ ଘାତକ କିଛି ବି କରି ପରେ । 

ସନ୍ୟାସୀ - ତେବେ ନିଅ ଏଇ ଜଡିବୁଟି କୁ ପ୍ରତି ଦିନ ରାତିରେ ସେବନ କରିବ ୧୫ ଦିନ ପାଇଁ ଦେଇଛି ସାରିବା ପୂର୍ବ ରୁ ଆସିକି ପହଞ୍ଚିବ । 

୧୫ ଦିନ ବିତିଲା ରାଜକୁମାର ଆସି ପୁଣି ପହଁଚିଲେ ସନ୍ୟାସୀ ପାଖରେ ହେଲେ ଆଜି ସେ ରାଜକୁମାର ନୁହ ଯୁବରାଜ । ଏଇ ଯିବା ଆସିବା ଭିତରେ ଯୁବରାଜ ଓ ରାଜକୁମାରି ଙ୍କ ଭିତରେ ପ୍ରେମ ବଢି ଗଲା । 

ପ୍ରତି ମାସ ପୁର୍ଣିମା ରେ ଭବାନୀ ମା ଙ୍କ ମନ୍ଦିର ର ପାଖରେ ଭେଟ ହାଉଥିଲେ । ଦିନେ ମହଲ ରୁ ଲୁଚି ବାହାର କୁ ଜୀବ ସମୟ ରେ ରାଣୀ ରାଜକୁମାରି ଙ୍କୁ ଦେଖି ଦିଅନ୍ତି ରାଣୀ ଲୁଚି ଲୁଚି ପିଛା କରିବାରୁ ସବୁ ଜାଣି ଗଲେ । ତା ପର ଠାରୁ ରାଜକୁମାରି କୁ ମହଲ ଭିତରେ ବନ୍ଦୀ କରି ରଖ ଗଲା । 

୨ ମାସ ବିତି ଗଲା ହେଲେ ଜେମା ଆସୁନାହାନ୍ତି । ଯୁବରାଜ ଙ୍କ ମନ ଭଲ ନଥାଏ କାନ୍ଦି କାନ୍ଦି ପୁର୍ଣିମା ର ଚାନ୍ଦ କୁ ପ୍ରଶ୍ନ କରନ୍ତି କଣ ପାଇଁ ସେ ଆସୁନାହାନ୍ତି କାନ୍ଦି କାନ୍ଦି ସୋଇପଡନ୍ତି । 

ସେଇ ଦିନ ରାତିରେ ଗୋଟେ ସ୍ବପ୍ନ ଆସେ ଯେ ରାଜକୁମାରି କାନ୍ଦୁଛନ୍ତି ଓ ସେଦିନ ଦେଖା କରି ଯିବା ପର ଠୁ ଯାହା ସବୁ ଘଟି ଥିଲା ତାକୁ ଦେଖି ଥିଲେ । ଘଟଣା ର ସତ୍ୟତା ଜାଣିବା ପାଇଁ ଗୁପ୍ତଚର ପଢାନ୍ତି । ଗୁପ୍ତଚର ଟି ସବୁ ସତ ଆସି ବକ୍ଷିଣୀ ଦିଏ । ଓ ତା ସହ କୁହେ କି ଆଉ ୪ ଦିନ ଗଲେ ଜେମା ଙ୍କ ବିବାହ ସେନାପତି ସହ । 

ପୁଣି ଯୁବରାଜ ଚନ୍ଦ୍ର ଙ୍କୁ ଦେଖି ବିବାହ ନିଦ ଯାଇ ସେଠୁ ଜେମା ଙ୍କୁ ଆଣିବା କଥା କୁହନ୍ତି । ଜେମା ଙ୍କୁ ମଧ୍ୟ ସ୍ବପ୍ନ ହୁଏ କି ବିବାହ ମଣ୍ଡପ ରେ ଥିବା ସମୟ ରେ ଯୁବରାଜ ଆସି ପହଞ୍ଚି ଯାନ୍ତି ଓ ତାଙ୍କୁ ସେଠୁ ମୁକୁଳାଇ ନିଅନ୍ତି ଓ ଅନ୍ୟ ପଟେ ରୁଦ୍ର ଦେବ ଙ୍କ ସାନ ଭାଇ ଇନ୍ଦ୍ର ଦେବ ସିପାହୀ ଧରି ଆକ୍ରମଣ କରନ୍ତି । 

ବାକି ରାଜ୍ୟ ମିଶି ଏଇ ଯୁଦ୍ଧ କୁ ବନ୍ଦ କରି ଦିଅନ୍ତି ଓ ଏବେ ଦୁଇ ସମୁଦି ରାଜ୍ୟ ଖୁସି ରେ ରୁହନ୍ତି ।


Rate this content
Log in