ନିଲାବନ୍ତୀ ଗ୍ରନ୍ଥ
ନିଲାବନ୍ତୀ ଗ୍ରନ୍ଥ
ନିଲାବନ୍ତୀ ଗ୍ରନ୍ଥ କୌଣସି ପୌରଣିକ ଗ୍ରନ୍ଥ ନୁହେ ଏହା ଏକ ଅଭିଶପ୍ତ ଗ୍ରନ୍ଥ । ଆମେ ମାନେ ଯେତିକି ବି ଗ୍ରନ୍ଥ ବିଷୟରେ ଜାଣିଛେ ସୁଣିଛେ ବା ପଢିଛେ ସେ ସବୁ ଗ୍ରନ୍ଥ ମଣିଷ ଲେଖିଛି ଭଗବାନଙ୍କ ନିର୍ଦେଶ ଅନୁସାରେ ମାତ୍ର ନିଲାବନ୍ତୀ ଗ୍ରନ୍ଥକୁ କେହି ମଣିଷ ନୁହେଁ ଜଣେ ଯକ୍ଷଣୀ ଲେଖିଥିଲା ।
ଏହି କାହାଣୀ ୨୦୦ ବର୍ଷ ପୂର୍ବର ମଧ୍ୟପ୍ରଦେଶରେ ଗୋଟେ ଗାଁ ଥିଲା । ସେଇ ଗାଁ ପୂଜାରୀଙ୍କ ବିବାହର ଅନେକ ବର୍ଷ ବିତିବା ପରେ ଗୋଟେ ଝିଅଟିର ଜନ୍ମ ହେଇଥିଲା । ପୂଜାରୀ ଝିଅର ନାଁ ନିଲାବନ୍ତୀ ରଖିଲେ । ନିଲାବନ୍ତୀ ଦେଖିବାକୁ ଖୁବ ସୁନ୍ଦରୀ ଥିଲା, ତାର ସୁନ୍ଦର ତା ଆଗରେ ଅପସରି ବୋଧେ ଫିକା । ବରଫ ଠାରୁ ବି ଅଧିକ ଧଳା ରଙ୍ଗ ଶରୀର, ନୀଳ ଆଖି, ଲାଲ ଓ ଗୋଲାପି ମିଶା ଓଠ, ରାତ୍ରି ର ଅନ୍ଦାର ପରି କଳା ଘନ କେସ । ତୁଳସୀ ଦୁଇ ପତ୍ରରୁ ବସିଲା ପରି ନିଲାବନ୍ତୀର ଗୁଣ ବି ଜଣା ପଢୁ ଥିଲା । ନିଲାବନ୍ତୀର ସାଙ୍ଗ ପିଲା ଯୋଉ ବୟସ ରେ ଖେଳନା ସହ ଖେଳୁ ଥିଲେ ନିଲାବନ୍ତୀ ସେହି ବୟସରେ ପଶୁ ପକ୍ଷୀ ସହ ଖେଳୁ ଥିଲା । ପ୍ରଥମେ ପ୍ରଥମେ ପୂଜାରୀ ଏହାକୁ ଦେଖି ଆଶ୍ଚର୍ଯ ହେଇ ଯାଉଥିଲେ । ବାଘ ପରି ହିଂସ୍ର ପଶୁ ନିଲାବନ୍ତୀ ସହ ଖେଳୁ ଥାଏ କିନ୍ତୁ ତାକୁ ଦିନେ ହେଲେ ବି ଆଘାତ କରେ ନହିଁ । ନିଲାବନ୍ତୀ ଚଢେଇ ମାନଙ୍କୁ ଧରି ଦିଅ ହେଲେ ସେ ଚଢେଇ ଉଡି ପାରନ୍ତି ନାହିଁ । ଧୀରେ ଧୀରେ ବୟସ ବଢିବା ସହିତ ଜଙ୍ଗଲର ସବୁ ପଶୁ ପକ୍ଷୀ , କୀଟ,ପତଙ୍ଗ ନିଲାବନ୍ତୀ ପାଖକୁ ଆସିବାକୁ ଲାଗିଲେ । ନିଲାବନ୍ତୀ ଗଛ ମାନଙ୍କ ସହ ବି କଥା ହେଇପାରୁଥିଲା । ସେ ଗଛରେ ଧରି ଥିବା କଞ୍ଚା ଫଳକୁ ଗୋଟେ ମୁହୂର୍ତ କେ ପାଚିଲା କରି ପାରୁ ଥିଲା, ଶୁଖିଲା ଗଛକୁ ବି ସତେଜ କରି ପରିବାର ଶକ୍ତି ରଖୁ ଥିଲା ସେ । ନିଲାବନ୍ତୀର ଏହି ସବୁ କାମ ଦେଖି ଗାଁ ଲୋକ ତାକୁ ଡାହାଣୀ ବୋଲି କହୁ ଥିଲେ । ପୂଜାରୀଙ୍କ ପାଖକୁ ମଧ୍ୟ ଆଉ କେହି ଯିବାକୁ ପସନ୍ଦ କରୁ ନଥିଲେ । ପୂଜାରୀ ଅନେକ ବୁଝେଇଲେ ହେଲେ ନିଲାବନ୍ତୀ ଶୁଣିବାକୁ ନାରାଜ ଶେଷରେ ପୂଜାରୀ ନିଲାବନ୍ତୀ ସହ ଯାଇ ଜଙ୍ଗଲ ମଝିରେ ଘର କରି ରହିଲେ । ଜଙ୍ଗଲରେ ରହିବା ପର ଠାରୁ ରାତିରେ ନିଲାବନ୍ତୀ ଜଙ୍ଗରେ ବୁଲୁ ଥିଲା ଓ ଭୂତ, ପ୍ରେତ ମାନଙ୍କ ସହ କଥା ହେଇ ପୁରୁଣା ଇତିହାସ ଜାଣୁ ଥିଲା ସମୟ ଅନୁସାରେ ନିଲବନ୍ତୀର ବୁଦ୍ଧି ବଢୁଥିଲା । ପକ୍ଷୀମାନଙ୍କ ସହ କଥା ହେଇ ଲୁଚି ରହି ଥିଲା ଖଜାନାକୁ ନେଇ ଆସୁ ଥିଲା ଏମିତି କରି କରି ପୂଜାରୀ ଓ ନିଲାବନ୍ତୀର ପଇସାର ଅଭାବ ସରିଗଲା । ସବୁ ଦିନ ପରି ସେଦିନ ବି ନିଲାବନ୍ତୀ ଜଙ୍ଗଲକୁ ଯାଇ ଥାଏ ଜଙ୍ଗଲରେ କେହି ଜଣେ ଚିତ୍କାର କରି ତା ଆଡକୁ ଆସୁଥିଲା । ସେ ଲୋକଟି ଜଣେ ବ୍ୟବସାୟର ଶରୀରରେ ବହୁତ କ୍ଷେତ ଥିଲା ନିଲାବନ୍ତୀ ଜାଣିଥିବା ବିଦ୍ୟା ସାହାଜ୍ୟରେ ଭଲ କରି ଦିଅ । ସେ ଲୋକଟିର ଘର ଜଙ୍ଗଲ ଆରପାରି ଗାଁରେ ସେ ନିଲାବନ୍ତୀର ସୁନ୍ଦରତା ଆଗରେ ମୋହିତ ହେଇଗଲା । ଆଉ ସେ ବିବାହର ପ୍ରସ୍ତାବ ନିଲାବନ୍ତୀକୁ ଦେଲା । ବ୍ୟବସାୟ ସହ ବିବାହ ପାଇ ନିଲାବନ୍ତୀ ରାଜି ହେଲା ହେଲେ ମାତ୍ର ଗୋଟେ ସର୍ତରେ । ସର୍ତ ଅନୁସାରେ ନିଲାବନ୍ତୀ ଦିନ ସାରା ବ୍ୟବସାୟ ସହ ରୁହେ ଓ ରାତି ହେଲେ ଜଙ୍ଗଲକୁ ଚାଲି ଯାଏ । ଏମିତି ଜଙ୍ଗଲରେ ବୁଲୁ ବୁଲୁ ଗୋଟେ ପିଶାଚ ସହ ଭେଟ ହୁଏ । ସେ ପିଶାଚ ନିଲାବନ୍ତୀର ଶକ୍ତିକୁ ଦେଖି ତାକୁ କୁହେ କି, ନିଲାବନ୍ତୀ ଜଣେ ଯକ୍ଷଣୀ ଆଉ କିଛି ଅଭିଶାପ କାରଣରୁ ସେ ଏଇ ମଣିଷ ଶରୀରରେ ଫଶୀ ଯାଇଛି ଓ ସେ ପିଶାଚ ଯକ୍ଷଣୀଲୋକକୁ ଯିବା ପାଇଁ ବାଟ କୁହେ ।
ପିଶାଚ କହି ଥିବା ଅନୁସାରେ ନିଲାବନ୍ତୀ ପ୍ରତି ରାତିରେ ଜଙ୍ଗଲରେ ସାଧନା କରେ ଓ ପଶୁ ପକ୍ଷୀଙ୍କ ବଳି ଦିଏ । ନିଲାବନ୍ତୀକୁ ଜଙ୍ଗଲରେ ସାଧନା କରୁଥିବାର ଗାଁର ଜଣେ ଲୋକ ଦେଖି ଦିଏ ଓ ସେ ଗାଁରେ ସବୁ ଲୋକମାନଙ୍କୁ କହି ଦିଏ । ଲୋକମାନେ ବି ଲୁଚି ଦେଖନ୍ତି ନିଲାବନ୍ତୀ କରୁ ଥିବା ସାଧନାକୁ । ଗାଁ ଲୋକଙ୍କୁ ନିଲାବନ୍ତୀ ଉପରେ ସନ୍ଦେହ ହୁଏ କି ଗାଁରେ ପିଲା ଚୋରୀରେ ମଧ୍ୟ ନିଲାବନ୍ତୀର ହାତ ଅଛି ।
ସେ ରାତି ସାଧନାର ଶେଷ ରାତିଥାଏ । ପିଶାଚ କହିବା ଅନୁସାରେ ନିଲାବନ୍ତୀ ପୂଜା କରେ ପୂଜା ସାରିବା ପରେ ଗୋଟେ ଶବ ଭାସି ଭାସି ଆସେ ଆଉ ସେଇ ଶବ ହାତରୁ ତାବିଚ କାଢିଲେ ଯାଇକି ସେ ତାର ଦୁନିଆକୁ ଫେରି ପାରିବ । ନିଲାବନ୍ତୀ ସେ ଶବ ହାତରୁ ତାବିଚ କାଢିବାକୁ ଚେଷ୍ଟା କରେ ହେଲେ ସହଜରେ ଖୋଲି ପାରେନା ତାପରେ ସେ ଦାନ୍ତ ଲଗେଇ ତାବିଚ ଖୋଲେ । ଏହା ଦେଖି ଗାଁ ଲୋକ ଭାବନ୍ତି କି ନିଲାବନ୍ତୀ ବୋଧେ ସେ ଲୋକକୁ ମାରି ଖାଉଛି ଆଉ ବେଶୀ ଡେରି ନ କରି ସବୁ ଲୋକ ତାକୁ ମାରିବା ପାଇଁ ଦୌଡ଼ନ୍ତି । ନିଲାବନ୍ତୀ ଜୀବନ ବିକଳରେ ସେଠାରୁ ଖସିକି ପଳେଇବାକୁ ଚେଷ୍ଟା କରେ ସେ ଯାଇକି ଗୋଟେ ଗଛ ପାଖରେ ଲୁଚିକି ଯକ୍ଷ ଦୁନିଆର କବାଟ ଖୋଲିବା ପାଇଁ ଅପେକ୍ଷା କରେ ।
ନିଲାବନ୍ତୀକୁ ନେବା ପାଇଁ ଯକ୍ଷ ଲୋକରୁ ଜଣେ ଡଙ୍ଗାରେ ଆସେ । ନିଲବନ୍ତୀ ଡଙ୍ଗା ପାଖକୁ ଯିବା ସମୟରେ ତା ସ୍ବାମୀ ତାକୁ ଧରି ଦିଏ ଓ କୁହେ କି , ମତେ ସେଇ ଗ୍ରନ୍ଥ ଦେ ଯୋଉ ଥିରେ ତୁ ସବୁ ଜ୍ଞାନ ଲେଖି ରଖିଚୁ ନହେଲେ ମୁଁ ସବୁ ଗାଁ ଲୋକଙ୍କୁ ଡାକି ଦେବି । ନିଲାବନ୍ତୀ ତା ସ୍ବାମୀକୁ ଦେଖି ଡରି ଯାଏ କାରଣ ତା ସ୍ବାମୀ ମଣିଷ ନଥିଲା ସେ ଗୋଟେ ପିଶାଚ ଥିଲା ଆଉ ସେ ନିଲାବନ୍ତୀର ସୁନ୍ଦର ରୂପରେ ନୁହେଁ ସେ ନିଲାବନ୍ତୀ ପାଖରେ ଥିବା ଶକ୍ତିରେ ମୋହିତ ହେଇଯାଇ ଥିଲା । ନିଲାବନ୍ତୀ ଅନେକ ଅନୁରୋଧ କରେ ତାକୁ ଛାଡି ଦେବା ପାଇଁ କିନ୍ତୁ ତା ସ୍ବାମୀ କିଛି ବି ଶୁଣେନା । ଏବେ ଆଉ କିଛି ବାଟ ନଥିଲା ଯଦି ସେ ସେଇ ଗ୍ରନ୍ଥ ନ ଦେବ ତାହେଲେ ସେ ଆଉ କେବେ ବି ତା ଦୁନିଆକୁ ଯାଇ ପାରିବ ନାହି ଯଦି ଦେଇ ଦିଏ ତାହେଲେ ନିଲବନ୍ତୀର ସ୍ବାମୀ ସେ ବିଦ୍ୟାର ଖରାପ ଉପଯୋଗ କରିବ । ନିଲବାନ୍ତି କାନ୍ଦି କାନ୍ଦି ସେଇ ଗ୍ରନ୍ଥକୁ ଅଭିଶାପ ଦେଇ କୁହେ, ମୁଁ ନିଲାବନ୍ତୀ ଏଇ ଗ୍ରନ୍ଥକୁ ମଣିଷ ସମାଜର ମଙ୍ଗଳ ପାଇଁ ଲେଖି ଥିଲି ମୁଁ ନିଲାବନ୍ତୀ ଆଜି ଅଭିଶାପ ଦଉଚି ଯିଏ ଯିଏ ଏଇ ଗ୍ରନ୍ଥକୁ ଅଧା ପଢିବ ସେ ପାଗଳ ହେଇଯିବ ଆଉ ଯିଏ ପୁରା ପଢିବ ସେ ମରିଯିବ ।
ଏହା ପରେ କୁହାଯାଏ କି ନିଲାବନ୍ତୀର ସ୍ବାମୀ ପାଗଳ ହେଇକି ମରିଗଲା । ଆଉ ସେ ସେଇ ଗ୍ରନ୍ଥକୁ ପଢିଛି ସେ ମାରିଛି । କିଛି ମହାନ ସାଧକ ଯେଉଁ ମାନଙ୍କୁ ଅଭିଶାପର ମୁକ୍ତ ଜଣା ସେମାନେ ଏହି ଗ୍ରନ୍ଥ ଦ୍ବାରା ଅନେକ ଅନେକ ମହାନ ଓ ମଣିଷ କଲ୍ୟାଣ କାମ କରିଛନ୍ତି ।

