Sucharita Sena

Horror

4  

Sucharita Sena

Horror

ଅଭୁଲା ରାତି

ଅଭୁଲା ରାତି

5 mins
432


ଝିପି ଝିପି ବର୍ଷା ଲାଗି ରହିଛି | ମଝିରେ ମଝିରେ ଚମକୁ ଥିବା ବୁଜୁଳି ଆଲୋକରେ ସବୁ କିଛି ସ୍ପଷ୍ଟ ଦେଖା ଯାଉଛି | ରବି ଆଗକୁ ବଢ଼ୁଥିଲା | ତାର ଟ୍ରେନ ସଂନ୍ଧ୍ୟା ରେ ପହଂଚିବାର ଥିଲା ରାମଗଡ଼ରେ | କିନ୍ତୁ ଅତ୍ୟଧିକ ବର୍ଷା ହେତୁ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ପହଁଚିଛି | ଦେଖିବାକୁ ଗଲେ ଅନ୍ୟ ଦିନରେ ବି ଟିକେ ବିଳମ୍ବ ହେଲେ ଗାଡି ମିଳିବା କଷ୍ଟ | ଆଜିତ ପାଗ ବହୁତ ଖରାପ | ବସାରେ ପହଂଚିବାକୁ ଗାଡି ଖୋଜିବା ବୋକାମୀ | ଷ୍ଟେସନ ଠାରୁ ଘର ୪ କି. ମି | ଗାଡି ନ ମିଳିଲେ ଚାଲି ଚାଲି ଯିବାକୁ ପଡିବ | ଏମିତିରେ ପାଖରେ ବେଶୀ କିଛି ଜିନିଷ ନଥିଲା | ଅଫସି କାମରେ ବାହାରକୁ ଯିବାକୁ ପଡିଥିଲା | ମଝିରେ ମଝିରେ ଏପରି ଯିବାକୁ ପଡେ | କିନ୍ତୁ କେବେ ଏତେ ଅସୁବିଧାର ସମ୍ମୁଖୀନ ହୋଇ ନଥିଲା | ରବି ପିଲାଟି ଦିନୁ ବାପା ମା ଙ୍କୁ ହରାଇ ସାରିଛି | ବିବାହ ପାଇଁ ଉପଯୁକ୍ତ ବୟସ ହେଲେବି ଝିଅଟିଏ ଖୋଜି ପାରିନି ନିଜ ପାଇଁ | ଏ ସବୁ କାର୍ଯ୍ୟ ଘରର ସଦସ୍ୟ କରନ୍ତି,କିନ୍ତୁ ସେ ତ ଏ କଥାରେ ହତଭାଗ୍ୟ ଥିଲା | ଯାହା କରିବ ନିଜେ କରିବ |

ଷ୍ଟେସନ ବାହାରେ ପଡ଼ିଥିବା ବେଞ୍ଚ ଉପରେ ଟିକେ ବସି, ରୁମାଲ ବାହାର କରି ହାତ ମୁହଁ ପୋଛି ହେଲା | ଗୋଟେ ବଡ ଅସରା ବର୍ଷା ପୁନଃ ଆସିଗଲା | ବର୍ଷା କୁ ଦେଖିଲେ ରବିର ଛୋଟ ବେଳ କଥା ମନେ ପଡ଼ିଯାଏ | ବିଦ୍ୟାଳୟରୁ ଫେରିବା ସମୟରେ ବର୍ଷା ହେଲେ ମନ କୁଣ୍ଢେମୋଟ ହୋଇଯାଏ | ଓଦା ହୋଇ ଘରେ ପହଂଚିବାର ମଜା ଖୁବ୍ ନିଆରା |

ରବି ମନେ ମନେ ଗୁଣୁଗୁଣୁ ହେଉଥିଲା ଓଡ଼ିଆ ଫିଲିମ୍ ର ଗୀତ ବର୍ଷା ପଡ଼ିଲାଣି କିମିତି ଯିବା,

ଯିବା କଥା ଆମେ ପରେ ଭାବିବା

ରବି ହଟାତ ଚୁପ ହୋଇଗଲା, ତାକୁ ଲାଗିଲା ସେ ଗାଉଥିବା ଗୀତ କୁ ବୋଧେ କିଛି ଦୂରରେ ଠିଆ ହୋଇଥିବା ସେ ଝିଅ ଶୁଣିନେଲା | ଝିଅଟି ଚାହିଁ ରହିଥିଲା ଆପଲକ ନୟନରେ | ରବି ର ଆଖି ମିଶିଗଲା ସେ ଝିଅ ଆଖି ସହିତ | ରବି ନଜର ଫେରାଇ ନେଲା | ସେ କେବିବି କୌଣସି ଝିଅକୁ ଏପରି ଭାବରେ ଚାହିଁ ପାରେନି, ଯଦି ଚାହିଁ ପାରିଥାନ୍ତା ତାହେଲେ ଆଜି ଯାଏ ଏମିତି ଏକା ନଥାନ୍ତା |ରବିର ର ଇଛା ହେଲା ଆଉ ଥରେ ଚାହିଁବାକୁ | ରବି ପୁନଃ ସେ ଝିଅକୁ ଚାହିଁଲା |ଝିଅଟି କିନ୍ତୁ ରବିକୁ ସେମିତି ଚାହିଁଥାଏ | ରବି ମନରେ ଯେପରି ହଲଚାଲ ହେଲା | ପ୍ରଥମ ଥର କୌଣସି ଝିଅ କୁ ସେ ଚାହୁଁଛି | ତାକୁ ଭଲ ଲାଗିଲା | ମନ ଭିତରେ ଯେପରି ଆନନ୍ଦ ଅନୁଭବ ହେଉଥିଲା | ସେ ଭୁଲି ଗଲା ଘରକୁ ଯିବା କଥା, ଅଥବା ବାହାରେ ବର୍ଷା ହେଉଛି ନା ଛାଡ଼ିଲାଣି | କିଛି ସମୟ ଚାହିଁବା ପରେ ରବି ଭାବିଲା,ଏତେ ରାତିରେ ଝିଅଟି କାହିଁକି ଏଭଳି ଭାବରେ ଠିଆ ହୋଇଛି | ହୋଇପାରେ ଘର ଲୋକ ପାଖ ଆଖକୁ ଗାଡି ଖୋଜିବାକୁ ଯାଇଥାଇ ପାରନ୍ତି |

ବର୍ଷା ଛାଡି ଆସୁଥିଲା | ରବି ଭାବୁଥିଲା ଏହି ସମୟରେ ଘର ମୁହାଁ ହେବା ଉଚିତ | କିନ୍ତୁ ପାଖରେ ସେ ଝିଅ ଏପରି ଶୂନଶାନ ଯାଗାରେ ଏକା ଠିଆ ହୋଇଛି | କିପରି ତାକୁ ଛାଡିକି ଚାଲିଯିବ | ରବି ଅନେକ ସମୟ ଅପେକ୍ଷା କଲା କିନ୍ତୁ ଝିଅଟିର ପରିବାର ଲୋକ କେହି ଆସିଲେନି |

ରବି ବିଚରା ବସି ବସି, ଅପେକ୍ଷା କରି ତାର ଧର୍ଯ୍ୟ ଭାଙ୍ଗି ଗଲା | ଏପରି କିଛି ନଜାଣି, ଅନ୍ଧାରେ ବାଡ଼ି ବୁଲାଇବା ଅପେକ୍ଷା ଝିଅକୁ ପଚାରି ନେବା ଭଲ |ରବି ଝିଅଟିର ପାଖକୁ ଯାଇ ପଚାରିଲା " ଆପଣ କଣ କାହାର ଅପେକ୍ଷା ରେ ଅଛନ୍ତି | ବହୁତ ସମୟ ହେଲା ମୁଁ ଅପଣଂକୁ ଦେଖୁଛି ଏଠାରେ ଏପରି ଠିଆ ହୋଇଛନ୍ତି ? | ଝୁଅଟି ତା ପଛକୁ ଚାହିଁଲା | ଦେଖିଲା ପଛରେ କେହି ନାହାଁନ୍ତି | ରବି ପଚାରିଲା ମୁଁ ଅପଣଂକୁ କହୁଚି କୁଆଡେ ଯିବେ | ଝିଅଟି ଆଖିରେ ଲୁହ ଭରି ଆସିଲା | କହିଲା " ଘରକୁ କୁ ଯିବାକୁ ଚାହୁଁଛି କିନ୍ତୁ ଯାଇ ପାରୁନି" |

ରବି ଝିଅଟିର ଲୁହ ଦେଖି ସହି ପାରିଲାନି | ନିଜ ଉପରେ ରାଗ ଆସିଲା | ବିଧେହୁଏ ଝିଅକୁ ଟିକେ ଉଞ୍ଚା କଣ୍ଠରେ ପଚାରି ଦେଲା ବୋଧେ |

ରବି କହିଲା "ଠିକି ଅଛି କୁହ କୁଆଡେ ଯିବ ମୁଁ ନେଇ ଛାଡି ଦେବି |

ଝିଅଟି କହିଲା "ଜାଣିନି କୁଆଡେ ଯିବି, ଘରକୁ ଯିବାକୁ ବାଟ ପାଉନି " |

ରବି କହିଲା" ବାଟ ପାଉନା? କାହିଁକି ? କଣ ଏ ଯାଗା ନୂଆ | ମତେ କୁହ ମୁଁ ନେଇଁ ଛାଡି ଦେବି |

"ଆସ ମୋ ସାଙ୍ଗରେ" କହି ରବି ଆଗକୁ ବଢ଼ୁଥିଲା |

ରବି ହାତକୁ ପଛରୁ ସେ ଝିଅ ଧରି ନେଲା | ରବି ମନରେ ପୁଣି ହାଲଚାଲ ସୃଷ୍ଟି ହେଲା | ପ୍ରଥମ ଥର ଝିଅ ଟିଏ ତା ହାତକୁ ଧରୁଛି | ସେ ଅନୁଭବ କଲା ସେ ଝିଅର ହାତ ବରଫ ଭଳି ଥଣ୍ଡା ଲାଗୁଛି | ଏତେ ଥଣ୍ଡା? | ଝିଅଟି ଓଦା ବି ହୋଇନି, ହୋଇପାରେ ବର୍ଷା ପାଣିରେ ହାତକୁ ଓଦା କରିଥିବ |

ରବି ବୁଲି ଚାହିଁଲା" ଝିଅଟି ହସୁଥିଲା " | ରବି ଅବୁଝା ଥିଲା | ଝିଅଟି ତା ସାଙ୍ଗରେ ନ ଯାଇ ହସୁଛି କାହିଁକି |

ରବି ପଚାରିଲା " କଣ ହେଲା? ଆସ ମୋ ସାଙ୍ଗରେ " |

ଝିଅଟି ଆହୁରି ଜୋର ହସି ଵାକୁ ଲାଗିଲା |

ରବି ମନେ ମନେ ଭାବିଲା ଏ ଝିଅ କଣ ମାନସିକ ରୋଗୀ, ନା ପାଗେଳୀ | କେବେ କାନ୍ଧୁଚି, କେବେ ହସୁଛି | କହୁଚି ଘରକୁ ଯିବ ହେଲେ ବାଟ ପାଉନି |

ରବି ପଚାରିଲା " ଯଦି ଘରକୁ ଯିବା କଥା ଆସନ୍ତୁ, ନହେଲେ ମୁଁ ଚାଲିଯିବି | ମୋର ବିଳମ୍ବ ହେଉଛି " |

ଝିଅଟି ର ହସ ଉଭେଇ ଗଲା | ମୁଣ୍ଡ ତଳକୁ ପୋତି ଠିଆ ହେଲା | ଧୀରେ କହିଲା ମୁଁ ଚାଲି ପାରିବିନି ଯିବି କିପରି? ମୋର ଗୋଡ ନାହିଁ |

ରବି ଝିଅର କଥାରେ ରାଗିଲା ଭଳି କହିଲା " ଗୋଡ ନାହିଁ ତ ଠିଆ କିପରି ହୋଇଛ ? | ରାତି ଅନେକ ହେଲାଣି ମଜା କାରିବାର ସମୟ ନୁହେଁ, ଆସ ମୋ ସହିତ " |

ଝିଅଟି ନିଜ ପାଦରୁ ଶାଢ଼ୀକୁ ଧୀରେ ଧୀରେ ଉପରକୁ ଉଠାଉଥିଲା, ଆଣ୍ଠୁ ପାଖରୁ ସେ ଝିଅର ଗୋଡ ନଥିଲା | ରବି ମୁଣ୍ଡ ବୁଲାଇ ଦେଲା | ଝିଅଟି ଠିଆ କିପରି ହୋଇଛି ? |

ଝିଅଟିର ମୁହଁ ବଦଳିବାକୁ ଲାଗିଲା | ସେ ଯେତିକି ସୁନ୍ଦର ଦେଖା ଯାଉଥିଲା ଏବେ ତାଠାରୁ ଅଧିକ ବିକଟାଳ ଦେଖା ଗଲା | ରବି ଆଖି ଆଗରେ ଗୋଟେ ଅତୃପ୍ତ ଆତ୍ମା, ତା ତଣ୍ଟି ସୁଖୀ ଯାଉଥାଏ | କଣ କରିବ କିଛି ବୁଝି ପାରୁ ନାଥାଏ | ରବି ଦୌଡ଼ି ଵାକୁ ଲାଗିଲା | ସେ ଆତ୍ମା ମାଙ୍କଡ଼ ଭଳି ଛାତ ଉପରେ ଡେଇଁ ଡେଇଁ ଆସୁଥାଏ | ରବି ଯେଉଁଠୁ ଦୌଡିବା ଆରମ୍ଭ କରୁଥିଲା ପୁନଃ ସେଇଠାରେ ପହଂଚି ଯାଇଥିଲା | ରବି ଦେଖିଲା ସେ ଆତ୍ମା ମୁଣ୍ଡ ତଳକୁ କରି ଦୁଇ ହାତରେ ଚାଲି ଚାଲି ଆସୁଛି | ତା ମୁହଁ ପାଖକୁ ମୁହଁ ଆଣି ବିକଟାଳ ରଡି ଛାଡିଲା |

ରବି ହାତ ଯୋଡି କହୁଥାଏ ମତେ ଛାଡ଼ିଦେ |

ଆତ୍ମା ଦାନ୍ତକୁ କଟ କଟ କରି ହାସିବାକୁ ଲାଗିଲା | ଛାଡି ଦେବି ଛାଡି ଦେବି ଯାଆ ଛାଡି ଦେଲି କହି ରବିକୁ ବହୁତ ଉଞ୍ଚାକୁ ଟେକି ନେଇ ପୋପଡ଼ି ଦେଲା | ତଳେ ଥିବା କାଠ ଖଣ୍ଡ ରବିର ପେଟରେ ପସି ଗଲା | ରବି ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥଏ | ସେ ଆତ୍ମା ଧୀରେ ଧୀରେ ପଛୁଆ ପଛୁଆ ଯାଉଥାଏ | ରବି ର ଆଖି ବନ୍ଦ ହୋଇଗଲା |

ରବିର ଆଖି ଖୋଲିଲା | ସେ ଡାକ୍ତରଖାନା ରେ ପଡିଥାଏ | ପେଟ ରେ ପଟି ବନ୍ଧା ହୋଇଥାଇ ଓ କଷ୍ଟ ବି ହେଉଥାଏ | ଆଗରେ ବସିଥିବା ସେ ଅପରିଚିତ ବ୍ୟକ୍ତି କହିଲେ " ତମେ ଷ୍ଟେସନ ଭିତରେ ଅଚେତ ଅବସ୍ଥାରେ ପଡିଥିଲ | ତୁମ ପେଟରେ ଗଭୀର କ୍ଷତ ଥିଲା | ମୁଁ ଡାକ୍ତରଖାନା ନେଇ ଆସିଲି | ତିନି ଦିନ ପରେ ତୁମର ଚେତା ଆସୁଛି | ପୋଲିସ ତୁମର ଚେତା ଆସିବାକୁ ଅପେକ୍ଷା କରିଛି | କିଏ ତୁମର ଏପରି କଲା କହିବ |

ରବି ଖାଲି ଚାହୁଁଥିଲା | ସେ ଧୀରେ କହିଲା ମଉସା ପୋଲିସ କଣ ବିଶ୍ବସ କରିବ ମୋ ସହ ଯାହା ଘଟିଲା ତାହା ଗୋଟେ ଆତ୍ମା ର କାମ | ବ୍ୟକ୍ତି ଜଣକ କହିଲେ"ପୋଲିସ ବିଶ୍ବସ ନକରି ପରେ କିନ୍ତୁ ମୁଁ କରିବି | ଏ ନୂଆ କଥା ନୁହେଁ, ସେଠାରେ ଆତ୍ମା ଅଛି | ମୁଁ ବିଗତ ତିରିଶ ବର୍ଷରୁ ସେଠାରେ ସଫାଈ କର୍ମଚାରୀ ଅଛି | ମୋ ସାମ୍ନାରେ ଅନେକ ଘଟଣା ଘଟିଛି | ଯେଉଁମାନେ ସେ ଆତ୍ମା କୁ ଦେଖନ୍ତି ଓ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତି ଆତ୍ମା ସେମାନଙ୍କୁ କ୍ଷତି ପହଞ୍ଚାଏ |

ରବି ଭାବୁଥିଲା ଜୀବନରେ ଆଉ କେବେ କାହାକୁ ସାହାଯ୍ୟ କରିବିନି |



Rate this content
Log in

Similar oriya story from Horror