ଅଭିଶପ୍ତ ବାର୍ଦ୍ଧକ୍ୟ
ଅଭିଶପ୍ତ ବାର୍ଦ୍ଧକ୍ୟ
ପ୍ରାୟ ସବୁ ବାପା,ମାଆଙ୍କ ଇଛା ଥାଏ ମୋର ପୁଅଟିଏ ହଉ।କାଳେ ମଲା ବେଳକୁ ପାଣିଟିକେ ଦେବ କିନ୍ତୁ ଆଜିର ପ୍ରାୟ ସବୁ ପୁଅ ଗାଁ ଛାଡି ବିଦେଶରେ। ମଲା ବେଳକୁ ପାଣି ଟିକେ ତ ଦୂରର କଥା ବଞ୍ଚିଥିଲା ବେଳେ ବାପା ମାଆକୁ ଦେଖା କରିବାକୁ ବି ଆସନ୍ତିନି।
ମୋ ସ୍ତ୍ରୀ ପ୍ରମିଳା ଦୁଇ ପୁଅ ରୋହିତ ଆଉ ରୋହନକୁ ନେଇ ମୋର ଖୁସି ର ସଂସାର।ରୋହନ ଆଉ ରୋହିତ ଦିଜଣ ଯମଜ ଭାଇ।ପ୍ରମିଳା ଯେବେ ମା ହେବାର ଖବର ମତେ ଦେଇଥିଲେ ସେଦିନ ଥିଲା ମୋର ସବୁଠୁ ଖୁସୀର ଦିନ । ସେଦିନ ପ୍ରମିଳାର ହସ ଦେଖି ମତେ ଲାଗିଲା ସତେ ଯେମିତି ତାର ହସଟା ମଣି, ମୁକ୍ତା ଠୁ ବି ବହୁତ ଆହୁରି ଦାମିକା। ଆମେ ଦୁହେଁ ଚାହୁଁଥିଲୁ ଆମର ଗୋଟେ ଝିଅ ହେଉ । ଡାକ୍ତର ଯେବେ କହିଥିଲେ ପ୍ରମିଳା ଗର୍ଭରେ ଦୁଇଟି ସନ୍ତାନ ମୁଁ ବହୁତ ଖୁସି ଥିଲି । କିନ୍ତୁ ଖୁସି ଭିତରେ ବି ପ୍ରମିଳା ଟିକେ ଚିନ୍ତିତ ଥିଲେ।ଦୁଇ ଦୁଇଟି ପିଲାର ଦେଖା ଶୁଣା ଆମେ କରିପାରିବା ନା?
ଦେଖୁ ଦେଖୁ ଆଜି ୩୦ ବର୍ଷ ବର୍ଷ ବିତିଗଲାଣି।
ଦୁଇ ପୁଅ ଗାଁ ଛାଡି ଜଣେ ଦିଲ୍ଲୀରେ ଆଉ ଜଣେ ବିଦେଶରେ । ଆଉ ଆମେ ବୁଢା ବୁଢ଼ୀ ଦିଜଣ ଏଇ ଗାଁରେ।ମା ମନ ତ ବୁଝେନା ସବୁ ଦିନେ ଫୋନେ କରି ନାତି ନାତୁଣୀ ସହ କଥା ହୁଅନ୍ତି। ବେଳେ ବେଳେ ବହୁତ ବାଧ୍ୟ କଲେ ଆସି ବୁଲି ଯାଆନ୍ତି । ଯେବେ ପୁଅ, ବୋହୁ, ନାତି ଆଉ ନାତୁଣୀ ଆସନ୍ତି ଖୁସିରେ ବିଭୋର ହୋଇ ଉଠନ୍ତି ପ୍ରମିଳା । ନାତି, ନାତୁଣୀ ସହ ବହୁତ ଖେଳନ୍ତି ସେମାନଙ୍କ ପାଇଁ ନାନା ପ୍ରକାର ଖାଇବା ବି କରନ୍ତି । ବୃଦ୍ଧ ଅବସ୍ଥାରେ ଖୁସି କହିଲେ କେବେଳ ନାତି ନାତୁଣୀଙ୍କ ଜେଜେ ବାପା ଆଉ ଜେଜେ ମା ଡାକ । ସେ ସୁଖ ବୋଧେ ଆମ ଭାଗ୍ୟରେ ନଥିଲା । ବଡ ପୁଅ ରୋହନ ଆମେରିକାରେ ସାନ ପୁଅ ଦ
ିଲ୍ଲୀରେ । ବଡ ପୁଅ ସହ ଯାଇଥିଲୁ ଆମେରିକା କିନ୍ତୁ ସେଠି କାହା ପାଖରେ ସମୟ ନାହିଁ । ବଡ ପୁଅ କହିଲା ବାପା, ବୋଉ ତମ ଦିଜଣ ଭିତରୁ ମୁଁ ଜଣକୁ ଏଠି ରଖିପାରିବି।ଏଠି ଚଳିବା ବହୁତ କଷ୍ଟ।ପୁଅ ମୁହଁରୁ ଏ କଥା ଶୁଣି ଆମେ ଦିଜଣ ଗାଁକୁ ଫେରି ଆସିଥିଲୁ।।
ସାନ ପୁଅକୁ ଫୋନ କରି ପ୍ରମିଳା କହିଲେ ଆମକୁ ଆସି ଏଠୁ ନେଇଯା ରେ।ଆମେ ବାର୍ଦ୍ଧକ୍ୟର ପରିଣତ ଅବସ୍ଥାରେ ପହଂଚିଗଲୁଣୁ।କିନ୍ତୁ ସେ ରୋକଠୋକ ଶୁଣାଇ ଦେଲା ଏଇଟା ଦିଲ୍ଲୀ ଆଉ ତୁମ ମାନେ ଏଠି ଚାଲିପରିବନି । ତୁମମାନଙ୍କ ପାଇଁ ତ ମାସକୁ ମାସକୁ ଟଙ୍କା ଦଉଚି ଏତିକି କହି ଫୋନ କାଟିଦେଲା।
ପ୍ରମିଳା ମୋ ମୁହଁକୁ ଦେଖି କହିଲେ କଣ କରିବା।ମୋର ଦେହ ଦିନକୁ ଦିନ ଖରାପ ହେବାରେ ଲାଗିଛି ତମେ କେତେଦିନ ଏମିତି ମୋର ସେବା କରିବ।ମୁଁ ହସି ହସି କହେ ଜୀବନ ସାରା।ହଠାତ ମତେ ଛାଡି ପ୍ରମିଳାଚାଲି ଗଲେ ଆର ପାରୁକୁ।କେତେ ବା ଆଉ ଦୁଃଖ ସହିବେ?ଦୁଇ ଦୁଇଟା ପୁଅ ଜନ୍ମ କରିଥିଲେ କିନ୍ତୁ ମଲା ବେଳକୁ କିଏ ଟିକେ ପାଣି ବି ଦେବାକୁ ନଥିଲେ।
ସବୁ କାମ ସରିଲା ପରେ ବଡ ପୁଅ କହେ ତୁ ବାପାକୁ ରଖେ ସାନ କହେ ତୁ ରଖେ।ସେମାନଙ୍କ କଥା ଶୁଣି ମୁଁ କହିଲି ମୋ ପାଇଁ ଝଗଡା କରନି, ମୁଁ ମୋର ରହିବା ଠିକଣା ଖୋଜି ସରିଛି।ତୁମମାନେ ନିଜ ସ୍ତ୍ରୀ ଆଉ ପିଲାମାନଙ୍କ ସହ ଯାଅ । ଆଜି ମୁଁ ଏଠି ଜରାଶ୍ରମରେ ଏଠି ଆସିବା ଆଗରୁ କାହାକୁ ଜାଣିନଥିଲି କିନ୍ତୁ ଆଜି ସମସ୍ତେ ଆପଣାର।ବେଳେବେଳ ପ୍ରମିଳା କଥା ମନେପଡେ କିନ୍ତୁ କାହାକୁ କହିବି??ସେ ଏକା ଦି ଦିଟା ପୁଅବଡ କରିଥିଲେ ଆଉ ଗୋଟେ ମା ବାପକୁ କିଏ ବି ରଖି ପାରିଲେନି।
ଆଜି ପ୍ରମିଳାର ସେହି ହସ ହସ ମୁହଁ ମୋ ଆଖି ଆଗରେ ନାଚି ଯାଉଛି।ସତରେ କେତେ କଷ୍ଟ ଥିଲା ନା ହସ ପଛରେ।