STORYMIRROR

Madhabi Patel

Abstract

3  

Madhabi Patel

Abstract

ଅଭିମାନ

ଅଭିମାନ

2 mins
221


ସୁବ୍ରତ ଯେବେ ଘରୁ ପାଦ କାଢିବ ଅଭିମାନରେ ଫୁଲେଇ ହେଇଥିବ ପଲ୍ଲବୀ।ତାର ସେ ଅବୋଧ ଆଖିଦୁଇଟାରେ ଛଳଛଳ ହେଉଥିବ ଦୁଇବୁନ୍ଦା ଲୁହ।ଶନିବାର ରବିବାର ଦୁଇଦିନ ତାକୁ ଘରେ ରହିବାର ସୁଯୋଗ ମିଳେ।ସେ ଦୁଇଦିନ ଯାକ ପୂରା ସମୟ ପଲ୍ଲବୀ ତାକୁ ବୁକ୍ କରିନିଏ।ସବୁବେଳେ ତା ସାଥିରେ ଲାଗିଥିବ।କେତେବେଳେ ଗାଲ ଦୁଇଟାକୁ ଚିମୁଟିବ ତ କେତେବେଳେ ନାକ ଭିତରେ ଆଙ୍ଗୁଳି ଖେଞ୍ଚିଦେବ।ଆଖି ଦୁଇଟାକୁ ବି ତାଠାରୁ ବଞ୍ଚେଇ ରଖିବାକୁ ପଡେ ନହେଲେ ସେଠିବି ଆଙ୍ଗୁଳି କେଞ୍ଚିଦେବ।କେତେବେଳେ ପିଠିରେ ଲାଉହେଇ ଓହଳି ପଡେ ତ କେବେ ବେକରେ ଝୁଲିପଡେ।ତାର ଗୋଲାପ ଫୁଲପରି ସେ କୋମଳ ଦେହ ଆଉ ତା ଦେହର ଭିନିଭିନି ବାସ୍ନା ସୁବ୍ରତର ଦେହରେ ଏକ ମଧୁର ଉନ୍ମାଦନା ସୃଷ୍ଟି କରୁଥାଏ।ସୁବ୍ରତ ବେଳେ ବେଳେ ତା ଗୋଲାପିି ଗାଲରେ ଚୁମାଟିଏ ଆଙ୍କି ଦେଉଥାଏ ଓ ନିଜ ଛାତିରେ ତାକୁଜକେଇ ନେଉଥାଏ।ଆଉ ସେ ଲତାଟିଏପରି ତା ଦେହରେ ଗୁଡେଇ ହେଇ ଯାଉଥିଲା।ତାଦେହର ଉଷୁମ ତାକୁ ବହୁତ ଭଲ ଲାଗୁଥିଲା।ବୋଧହୁଏ ପଲ୍ଲବୀକୁ ବି ଭଲଲାଗୁଥାଏ ତେଣୁ ତ ତା ଦେହରୁ ଓହ୍ଲାଇବାକୁ ରାଜି ହୁଏନି।

ସୁବ୍ରତ ଥିଲେ ସେ ତା ମାଆ ବାପାକୁବି ମନେକରେନି କି ଖୋଜେନି ।ତା ସହ ବାହାରକୁ ବୁଲିଗଲେ କିଛି ଖାଇନିଏ।ବଜାର ଯାଇ ତା ପସନ୍ଦର ସବୁ ଜିନିଷ କିଣିଦେବା ପାଇଁ ଅଝଟ କରେ।ଆଉ ସୁବ୍ରତକୁ ତାର ସବୁ ଫରମାଇସ୍ ପୂରାକରିବାକୁ ହିଁ ପଡେ।ନହେଲେ କାନ୍ଦି କାନ୍ଦି ଗଡିଯିବ।ଧିରେ ଧିରେ ପଲ୍ଲବୀ ବଡ ହେବାକୁ ଲାଗୁଥାଏ।ଆଉ ତାର ଫରମାଇସ ବି ବଡଧରଣର ହେଇ ଯାଉଥାଏ।ଏଭିତରେ ଅନେକବର୍ଷ କଟି ଯାଇଛି।ସୁବ୍ରତର ବାହାଘର ହେଇଯାଇଛି।ବାହା ହେଲାପରେ ଧିରେ ଧିରେ ସ୍ତ୍ରୀର କଟକଣାରେ ସେ ଆଉ ପଲ୍ଲବୀକୁ ସମୟ ଦେଇ ପାରୁନି।ପଲ୍ଲବୀର ଅବୋଧ ଆଖିରେ ଅସୁମାରି ପ୍ରଶ୍ନ ଉଙ୍କିମାରିବା ଦେଖେ ସେ।ଯେମିତି ପଚାରୁଥାଏ କାକା ଏବେ ଆଉ ତୁମେ ମତେ ଆଗପରି ଗେଲ କରୁନ? ମତେ ଆଗପରି ଭଲ ପାଉନ?କଣ କାକୀ ଆସିଲାପରେ ମତେ ଭୂଲିଗଲ ପୂରାପୁରି।ସେ ତାର ପ୍ରଶ୍ନର କିଛି ଉତ୍ତର ଦେଇ ପାରେନା।କଣ କହିବ ଏ ବଡ ଲୋକମାନଙ୍କ ମନରେ କେତେ ଇର୍ଷା ଘର କରିଥାଏ।ନିଜଛଡା ଆଉ କାହାକୁ ଭଲ ପାଇଲେ ଏମାନେ ସହି ପାରନ୍ତିନି।ଅନେକ ପାହାଡ ଠିଆ କରିଦିଅନ୍ତି ସେ ମଧୁର ସଂପର୍କ ମଝିରେ।ଦୂର କରିଦିଅନ୍ତି ଦୁଇଟି ଛଳଛଳ ମନର ମଧୁର ଆବେଗଭରା ଭଲ ପାଇବାକୁ।ସେ ବୁଝୁଥିଲା ପଲ୍ଲବୀ ଭିତରେ ଉଠୁଥିବା ଅଭିମାନର ଲହରକୁ।ଆଖିରେ ଜକେଇ ଆସିଥିବା ଲୁହର ଭାଷାକୁ।ତାର କୁନି କଣ୍ଢେଇକୁ ଛାଡି ରହିବା ତାପାଇଁ ବି ବଡ କଷ୍ଟକର ହେଉଥିଲା।ନିଜ ବାପା କୁ ପଛକରି ସେ ସବୁବେଳେ କାକା କାକା ହୁଏ।ଆଉ ଆଜି ସେଇ ଝିଆରୀର ବିଦାୟୀର ଦିନ।ଆଖିରେ ଆଖିଏ ଲୁହ ନେଇ ସେ ସାଙ୍କେତିକ ଇସାରାରେ ଜଣାଉଥିଲା କାକା ଆଜିତ ଆସ ଥରେ ମୋର ଗଳେ ମିଳିନିଅ ଶେଷଥର ପାଇଁ।ଏମିତି କଣ ତୁମ ବଡ ମାନଙ୍କ ଭିତରେ ମନଫଠାଫଟି ହେଇଗଲା ଯେ ତୁମ ଆଦରର ଗେହ୍ଲିକୁବି ଥରେ ଭେଟ କରୁନ।ଆସନା ଆଗେ ଯେମିତି ମୁଁ ଦୁଇବର୍ଷର ଥିଲାବେଳେ ମତେ କୋଳେଇ ନେଉଥିଲ ସେମିତି ଟିକେ ଗେଲକରିଯାଅ ମୁଁ ସେ ଟିକିଏ ସ୍ନେହକୁ ସାଉଁଟି ମୋ ସାଥିରେ ନେଇଯିବି।କାକା ଦୂରରେ ଥାଇ କେବଳ ଅନାଇଁ ରହିଥିଲେ।ଦୁଇ ଘରର ଭିତରେ ଉଠିଥିବା ପାଚେରିଟା ଦୁଇଟି କୋମଳ ନିରୀହ ଆତ୍ମାକୁ ବି ବହୁ ଦୂର କରି ଦେଇଥିଲା।କେବଳ ଅଭିମାନରେ ଗୁମୁରୁଥିଲା ଦୁଇଟି ହୃଦୟ।



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya story from Abstract