Soumya Shubhadarshinee

Drama

3  

Soumya Shubhadarshinee

Drama

ଅଭାବିତ ମୁହୂର୍ତ୍ତ

ଅଭାବିତ ମୁହୂର୍ତ୍ତ

5 mins
7.0K


 ପୃଷ୍ଠାରେ କିଛି ଲେଖା ଯାଉଛି ଆଉ ଲେଖା ହେଉଥିବା ପୃଷ୍ଠାଟି ଚିରା ଯାଉଛି। ଏଇ କାର୍ଯ୍ୟକ୍ରମ ଅବିରତ କରି ଚାଲିଛି ନିଶି ଅଧଘଣ୍ଟା ହୋଇଗଲା। ଡ଼ଷ୍ଟବିନ୍ ଭରି ଗଲାଣି ସେଇ ନଷ୍ଟ ପୃଷ୍ଠା ସମ୍ଭାରରେ। ନୀର୍ଲିପ୍ତ ହୋଇ ସେଇଠି ଵସିଛି ଅରୁଣ । ପୁରା ପୁରି ଜଡ ଵସ୍ତୁଟିଏ ପରି, ସତେ କି ବୃଦ୍ଧ ବଟ ବୃକ୍ଷ, ଭୂକମ୍ପ ବି ଦୋହଲେଇ ପାରିବ ନାହିଁ ତାକୁ। ନିଜ ଧର୍ମ ପତ୍ନୀର ଏତାଦୃଶ ପାଗଳାମି ଦେଖୁଛି ସେ କିନ୍ତୁ କହୁନି କିଛି । କାରଣ ଆଜିକାଲି କିଛି ବି କହିବା ନିରାପଦ ନୁହେଁ। ନିଶିର ମନରେ ତା ସମ୍ପର୍କିତ ଯେଉଁ ସନ୍ଦେହ ବସା ବାନ୍ଧିଛି ତା ପ୍ରଭାବରେ କିଛି ବି ହେଇପାରେ।

ନିଶି ଏବେ ଅଛି ଵୋଧେ ତୃତୀୟ ବିଶ୍ଵଯୁଦ୍ଧ ପ୍ରସ୍ତୁତିରେ । ବୋଧେ ଲେଖୁଛି ଆଟୋମିକ୍ ବୋମା ପ୍ରସ୍ତୁତିର ଗୋପନ ଫର୍ମୁଲା। ସେ ଟିକିଏ ହସ୍ତକ୍ଷେପ କଲେ ହୋଇପାରେ ତା ଉପରେ ବୋମାର ପରୀକ୍ଷଣ। ଚୁପ୍ ରହିବା ତା ପାଇଁ ଶ୍ରେୟସ୍କର।

ହଠାତ୍ କଲିଂ ବେଲ୍ ର ଶବ୍ଦରେ ଭାଙ୍ଗିଲା ନିଶିର ତନ୍ଦ୍ରା ଆଉ ସେ ତାର ସେଇ ଅତି ଜରୁରୀ କାର୍ଯ୍ୟ ଛାଡି ଖୋଲିଲା ଦରଜା। ଝଲକାଏ ଶୀତଳ ବାସ୍ନାମୟ ପବନ ପଶିଆସିଲା । ସେଇ ବାସ୍ନାର ଅଛି ବି ଗୋଟେ ସୁନ୍ଦର ପରିଚୟ ... 'ସ୍ନାତା ' ନିଶିର ବାନ୍ଧବୀ , ଥିଲା କ୍ଲାସ୍ ମେଟ୍, ରୁମ୍ ମେଟ୍ ଏବେ ପେଇଂ ଗେଷ୍ଟ୍ ।

ସ୍ନାତା ପୁରା ସ୍ୱପ୍ନସ୍ନାତା ଲାସ୍ୟମୟୀ ଓଡିଆଣୀ। ଦେଖିଲେ ମନ ଖୁସି ହୋଇଯାଏ। ସବୁବେଳେ ଥାଏ ରଙ୍ଗୀନ୍ କିନ୍ତୁ ମାର୍ଜିତ ପୋଷାକରେ । ସୁନ୍ଦର ଚୁଡି ମୁଠେ ଥାଏ ଗୋଟେ ହାତରେ ଆଉ ଘଡି ଆର ହାତରେ। ସବୁବେଳେ ଥାଏ ଛୋଟ ବିନ୍ଦି ଆଉ କଜଳ ମଖା ଚାହାଣୀ। 

ଅରୁଣକୁ ଭଲ ଲାଗେ ତା ଉପସ୍ଥିତି ଆଉ ତାକୁ ନେଇ ଅନେକ ମଧୁର ସ୍ୱପ୍ନ। ରୁହ ଟିକେ ବୁଝାଇବାକୁ ହେବ ସେ ସବୁ ସ୍ୱପ୍ନରେ, ସେ ସ୍ନାତାର ପରିଚିତ ଶୁଭାକାଂକ୍ଷୀ । ଆଉ କିଛି ବି ଏପଟ ସେପଟ ନୁହେଁ । ସେ ନିଶିର କେବଳ ବାନ୍ଧବୀ। ନିଶି ଓ ତାର ସଂସାରର ଅବିଚ୍ଛେଦ୍ୟ ଅଙ୍ଗ। ତା ପରି ବାନ୍ଧବୀ ପାଇ ନିଶି ଭାଗ୍ୟବତୀ ଆଉ ସେ ବି ଆନନ୍ଦିତ।

ସ୍ନାତା ପ୍ରଗଳ୍ଭ ଆଉ ଭାରି ସ୍ନେହୀ , ସବୁବେଳେ ଭଲ ଲାଗେ ତା' ଅତ୍ମୀୟତା। ସେ ଚାକିରୀ କରେ ଆଉ ରୁହେ ତାଙ୍କ ସହ ପେଇଂ ଗେଷ୍ଟ୍ ହୋଇ। ଆସିଲା ଏବେ ହାତରେ ଧରିଛି ତାର ପସନ୍ଦର ପ୍ୟାକେଟ୍ ଯେଉଁ ଥିରେ ଅଛି ପନୀର୍ ପକୋଡା । ସେଇ ନନ୍ଦନ ରେଷ୍ଟୁରାଣ୍ଟ୍ ର ସ୍ପେସିଆଲ୍ । ପକୋଡ଼ାଠୁ ବେସି ସୁନ୍ଦର ସେ ପ୍ୟାକେଟ। ସିଲଭର ରଙ୍ଗର ପ୍ୟାକେଟ ଉପରେ ''For You" ର ସେ ଲେଖା । ଆଉ ଭିତରେ ଚଟପଟା ସ୍ୱାଦର ପକୋଡା ପୁରା ମସ୍ତ।

ଅରୁଣ ଜାଣେ ଏବେ ନିଶି ଆରମ୍ଭ କରିବ ସେଇ ପ୍ରସଙ୍ଗ ଯାହା ତୃତୀୟ ବିଶ୍ଵଯୁଦ୍ଧ ଠାରୁ ବି ସଙ୍ଗିନ୍ ତା ଲାଗି। ଭୁଲିଯିବ ସ୍ନାତାର ଅଫିସ ଫେରନ୍ତା କ୍ଲାନ୍ତି ଆଉ ତାର ଭୋକ। ପରିଚିତ ପୃଥିବୀକୁ ସ୍ଥାଣୁ କରି ସେ ଲାଗିଯିବ ତା ଯୁଦ୍ଧରେ। ସେ ଅସହାୟ ପରିସ୍ଥିତି ଏବେ ଦିନକୁ ଦିନ ହେଉଛି ଖୁଵ୍ ଅସହ୍ୟ। ଗୋଟେ ଭିତ୍ତିହୀନ ସନ୍ଦେହର ବଳୟ ଭିତରେ ନିଷ୍ପେସିତ ହେଉଛି ତାର ଅନ୍ତର। ସେ ଜାଣେ ଆଉ ସ୍ନାତା ବି ନିଶିର ଯୁକ୍ତି କେବଳ ପାଗଳାମି। କିଛି ବି ପ୍ରାସଙ୍ଗିକତା ନାହିଁ କିନ୍ତୁ ସେଇ ଚିନ୍ତାଧାରା ଅପରିବର୍ତ୍ତିତ ରହିଛି ନିଶି ଭିତରେ।

 ଅରୁଣକୁ ଭାରି ଭୋକ ଆଉ ପକୋଡାର ଚମତ୍କାର ବାସ୍ନା । ଦୁଇଟି ଜିନିଷର ଖୁଵ ଭଲ ସଂଯୋଗ। ଅରୁଣର ଇଚ୍ଛା ହେଲା ପରେ କରିବା ସେ ଯୁଦ୍ଧ ଆଗ ଟିକିଏ କ୍ଷୁଧା ନିବାରଣ କରାଯାଉ। ସେ ଖୁଵ୍ ଖାମଖିୟାଲ ଭାବେ କହିଲା ସ୍ନାତା ଭଲ ହେଲା ତୁମେ ଆସିଗଲ ଭାରି ମୁଣ୍ଡ ବିନ୍ଧା ହେଉଛି ଟିକେ ଚା ପିଇବାକୁ ପ୍ରବଳ ଇଚ୍ଛା। ସ୍ନାତା ବେସି ପ୍ରାକ୍ଟିକାଲ୍ କହିଲା ଓଃ ଅରୁଣ ଭାଇ ଟିକେ ବସ ଏଇ ନେଇ ଆସୁଛି ।

 ଅଜଵ ନୀରବତାର ରାଜୁତି ନିଶି ଆଉ ଅରୁଣ ଏକଦମ୍ ଚୁପ୍ ଦେଖୁଛନ୍ତି ସ୍ନାତାର ସହଜ ସମ୍ଭାଷଣ। ନିଶି ଭାବୁଛି ସେ କଣ ଭୁଲ୍ କରୁଛି ଆଉ ଅରୁଣ ଓ ସ୍ନାତା ପୁରା ଠିକ୍ ନା ଦୁହେଁ ତାକୁ ବୋକା ବନେଇ ରଖିଛନ୍ତି। ତାର ଏ ଭୟଙ୍କର ,ବିପର୍ଯ୍ୟସ୍ତ, ଅସ୍ତ ବ୍ୟସ୍ତ ମନୋଦଶାର ଟିକିଏ ବି ପ୍ରଭାବ ପଡୁନି ଅରୁଣ କି ସ୍ନାତା ଉପରେ ? କି ବିଚିତ୍ର ସତେ।

  ଅରୁଣ ଦାସ ଗୋଟେ ଏନଜିଓ ସହ ସକ୍ରିୟ ଭାବେ ଜଡ଼ିତ। ତା ନିଜର ଆଇଟି ସେକ୍ଟରର ଇଞ୍ଜିନିୟରିଂ ଚାକିରୀ ପରେ ବି ସେ "ସମ୍ପୂର୍ଣ୍ଣା " ନାମକ ସଂସ୍ଥା ସହ ନିଜକୁ ସଂଶ୍ଳିଷ୍ଟ କରିଛି। ସେ ସଂସ୍ଥାର କାମ ପରିତ୍ୟକ୍ତ , ଅସହାୟ, ନିର୍ଯାତିତ, ନିଷ୍ପେସିତ ନାରୀ ମାନଙ୍କ ଉଦ୍ଧାର କରିବା। 

 ରୂପା ସେନ୍ ନାମ୍ନୀ ଝିଅଟି ସେଇ ସଂସ୍ଥା ମାଧ୍ୟମରେ ପରିଚିତ ହୋଇଛି ଅରୁଣ ସହ। ସେ ସାଲିଆ ସାହିରେ ରୁହେ। ତା ବାପାକୁ କିଛି ଲୋକ ମିଛ ଚୋରୀ କେସ୍ ରେ ଫସେଇ ଜେଲରେ ପୁରେଇ ଦେଇଛନ୍ତି। ଝିଅଟି ସମ୍ପୂର୍ଣ୍ଣା ସଂସ୍ଥା ମାଧ୍ୟମରେ ନିଜ ପିତା ପାଇଁ ନ୍ୟାୟ ମାଗିବାକୁ ଆସିଛି। ଅରୁଣ ଆଉ ତା ସଂସ୍ଥାର ଆଉ କିଛି କର୍ମଚାରୀ ସେଇ କେସ୍ ରେ କରୁଛନ୍ତି ତଦନ୍ତ।

ରୂପା ଏ ଅସହାୟ ପୃଥିବୀରେ ଅରୁଣ ଓ ତା ସହଯୋଗୀ ମାନଙ୍କୁ ଖୁଵ୍ ବିଶ୍ୱାସ କରୁଛି । ଦିନ ରାତି ସେ ଅରୁଣକୁ ଫୋନ୍ କରୁଛି । କିଛି ବି ସମସ୍ୟା ଆସିଲେ ବିକଳ ହୋଇ ସାହାଯ୍ୟ ମାଗୁଛି। ତା ଜୀବନ ବି ବିପଦପୂର୍ଣ୍ଣ ଏ କଥା କହୁଛି , ସେଇ ଅସାମାଜିକ ଲୋକ ମାନେ ତାକୁ ବି ଧମକ ଚମକ ଦେଉଛନ୍ତି। ଅରୁଣ ରୂପାକୁ ନେଇ ସମ୍ପୂର୍ଣ୍ଣାରେ ଥଇଥାନ୍ କରିଛି। ତାର ପାଠ ପଢା ଲାଗି ଚେଷ୍ଟା କରୁଛି।

ଏ ସାମାଜିକ କାର୍ଯ୍ୟକୁ ବୁଝୁନି ନିଶି। ଭାବୁଛି କିଛି ଗୋଟେ ଭିନ୍ନ ସମ୍ପର୍କ ଗଢୁଛନ୍ତି ସେ ଆଉ ରୂପା।ସବୁଦିନ ସେଇ ପ୍ରସଙ୍ଗକୁ ଜବରଦସ୍ତି ଟାଣି ଆଣି ଉପସ୍ଥାପନ କରୁଛି ନିଶି ଶୁଣୁନି । ଅରୁଣ ତାର ଏ ବ୍ୟସ୍ତତା ସେ କଥା ନୁହେଁ , ବୁଝେଇ ବୁଝେଇ ଥକି ଗଲାଣି ସେ। କିନ୍ତୁ କେଜାଣି କାହିଁକି ନିଶିର ପ୍ରତ୍ୟୟ ହେଉନି। ସ୍ନାତାକୁ ବି ଟାଣି ଆଣି ଏଥିରେ ସାମିଲ କରୁଛି ସେ।

ଏଇ ଭାବନାରେ ପୂର୍ଣ୍ଣଛେଦ ଟାଣି ଆସିଲା ସ୍ନାତା ଧୂମାଭ ଚାହା କପ୍ ଓ ସେଇ ପନୀର ପକୋଡା ସହ। କହିଲା ପୁରା ହସନ୍ତ ମୁହଁରେ ଏ ନିଶି ଏ ଅରୁଣ ଆସ ଚା ' ଟିକେ ନିଅ।

ନିଶି ଆଉ ଆରୁଣ ବସିଛନ୍ତି ସେଇ ଚା ' କପ ନେଇ ଆଉ ଆରମ୍ଭ କରୁଛନ୍ତି ଖାଇବା । ସେଇ ମୁହୂର୍ତ୍ତରେ ସ୍ନାତା କହିଲା ରୁହ ଟିକେ ଆଉ ଜଣେ ବି ଆସୁଛନ୍ତି ଚାହା ପିଆ ବନ୍ଧୁ। ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ସେ ଦୁଇଜଣ ସ୍ନାତାକୁ ଆଉ ସେଇ ପ୍ରଶ୍ନ ଉଭୟଙ୍କ ଆଖିରେ କିଏ ,,,? 

ସ୍ନାତା ଡାକିଲା ଭିତରକୁ ରୂପା ଆଉ ତା ସହ ମାର୍ଜିତ , ସୁନ୍ଦର ଯୁବକଟିଏ। କହିଲା ସ୍ନାତା ନିଶି ତୁ ଜାଣୁ ରୂପାକୁ କିନ୍ତୁ ଆଜିର ଅତିଥି ହେଲେ ରଜତ୍ । ରୂପା ସହ ରଜତର ବିବାହ ହେବା ଆଜି ପୁରା ପକ୍କା ହୋଇଗଲା। ମୁଁ ଥିଲି ଏଥିରେ ଟିକେ ନେପଥ୍ୟରେ। ବାହାଘରର ପ୍ରସ୍ତୁତି ମୋ ଦ୍ୱାରା । ରଜତ ମୋ ଅଫିସ୍ ରେ କାମ କରେ ଆଉ ରୂପା ସବୁ ଦିଗରୁ ତା ଲାଗି ପେରଫେକ୍ଟ୍ ।

ସେଇ ପ୍ରସ୍ତାବ ଆଜି ଫାଇନାଲ ହୋଇଛି । ରଜତର ପିତା ମାତା ଆଜି "ସମ୍ପୂର୍ଣ୍ଣା " କୁ ଆସି ଏ ବିବାହକୁ ସ୍ୱୀକୃତି ପ୍ରଦାନ କରିଛନ୍ତି।

ସଲ୍ଲଜ ଭାଵରେ ରକ୍ତିମ ଆଭାରେ ଖୁଵ୍ ସୁନ୍ଦର ଲାଗୁଛି ରୂପା । ଆଉ ରଜତ ପୁରା ଆନନ୍ଦ ବିଭୋର। ସବୁ ମିଶି ଖାଇଲେ ପକୋଡା ଆଉ ଚାହା । ହସ ଖୁସିର ଅପୂର୍ବ ଅନୁଭବ। 

ଅରୁଣ ଅଭିଭୂତ ହୋଇଯାଉଛି ମନେ ମନେ ସ୍ନାତାକୁ ଦେଉଛି ହଜାରେ ଧନ୍ୟବାଦ୍। ସତରେ ଗୋଟିଏ ମହାର୍ଘ୍ୟ କାମଟିଏ କରିଦେଇଛି ସେ ତା ଅତି ପ୍ରିୟ ବାନ୍ଧବୀ ପାଇଁ। ସଜାଡି ଦେଇଛି ତା ନୀଡ଼। ଭରିଦେଇଛି ପୁଣି ସେଥିରେ ସମ୍ମୋହକ ସମ୍ପର୍କର ଯାଦୁକାରୀ ସ୍ପର୍ଶ।

ଆଉ ନିଶି ଭିତରେ ଅଜଵ ଭୂକମ୍ପ। ଗୋଟିଏ ଆତ୍ମଗ୍ଲାନି ତାକୁ ଦଂଶୁଛି ଭୟଙ୍କର ଭାବରେ। ଭାବୁଛି ସେ କେତେ ଅପରିପକ୍ୱ ବୁଝି ପାରିଲାନି ନିଜ ଅରୁଣକୁ । କେମିତି ଏ ଅଭାବିତ ମୁହୂର୍ତ୍ତକୁ ଆଣିଲା ନିଜ ଜୀବନକୁ। ନିଜ ଉପରେ ଆଉ ନିଜ ଅରୁଣ ଉପରେ କରିଲା ଅବିଶ୍ୱାସ।

ତା ଅସହାୟତାକୁ ଠିକ୍ ବୁଝି ଅରୁଣ ଆସି ଚୁପ୍ କରି କହିଲା। ଏ ନିଶି " I Love you dear". ଆକାଶରେ ପୂର୍ଣ୍ଣ ଶଶୀ ଆଉ ନିଶିର ଲଜ୍ଜାବନତ ମୁଖରେ ତାର ସ୍ନିଗ୍ଧ ଜ୍ୟୋତ୍ସ୍ନା।

     *ସୌମ୍ୟା ଶୁଭଦର୍ଶିନୀ*


Rate this content
Log in

Similar oriya story from Drama