STORYMIRROR

Kumar Mrutyunjay

Inspirational

2  

Kumar Mrutyunjay

Inspirational

ଆତ୍ମସ୍ୱାଭିମାନ

ଆତ୍ମସ୍ୱାଭିମାନ

2 mins
322

ହୁଦୁହୁଦିଆ ଖରା ବେଳ, ସମୟ ପ୍ରାୟ ପୂର୍ବାହ୍ନ ଅତିକ୍ରମ କରିବା ଉପରେ, ଭୁବନେଶ୍ୱର ରୁ ବାତାନୁକୁଳ ନିୟନ୍ତ୍ରିତ ବସ ରେ ଆସି ଦାଶ ବାବୁ ପହଞ୍ଚିଲେ ସଦର ଛକ ରେ ସେଠୁ ଗାଁ ଛକ କୁ ଯିବାକୁହେଲେ କେଣ୍ଟର କିମ୍ବା ଟ୍ରେକର ହିଁ କେବଳ ସାହା ଭରସା, ତାହାରି ଅପେକ୍ଷା ରେ ରବିଭାଇ ଗୁମୁଟି ଆଗରେ ଦାଶ ବାବୁ ଛିଡା ହେଇଥାନ୍ତି, ଦେହରୁ ଗମଗମ ଝାଳ ନିର୍ଗତ ହେଉଥାଏ, ତତଲା ଝାଞ୍ଜି ମଝିରେ ମଝିରେ ପିଟୁଥାଏ, ପକେଟ ରୁ ରୁମାଲ କାଢି ଟିକେ ଅନ୍ୟମନସ୍କ ହୋଇ ପୋଛୁ ପୋଛୁ ହଠାତ କିଏ ଜଣେ କିଛି ଦେବା ପରି ଲାଗିଲା. 


"ବାବୁ ସମାଜ, ସମ୍ବାଦ, ପ୍ରମେୟ ପଢନ୍ତୁ ଆଜିର ତାଜା ଖବର... " ପ୍ରାପ୍ତ ବୟସ୍କା ବୃଦ୍ଧା ଜଣକ ଖବର କାଗଜ ଟେ ହାତ ରେ ଧରି ଦାଶ ବାବୁ ଙ୍କ ଆଡେ ବଢ଼େଇ ଦେଇଥାନ୍ତି. 


"ମାତ୍ର ପାଞ୍ଚ ଟଙ୍କା ରେ ଜାଣି ପାରିବେ ଚଳନ୍ତି ଖବର...." ବୋଲି ପୁଣି ବୃଦ୍ଧା ଜଣକ କହିଲେ.. 


"ବୟସ ପଞ୍ଚସ୍ତରୀ ପାଖାପାଖି, ଅଶୀ ପ୍ରତିଶତ ପାଚିଲା ବାଳ, ଚମ ଏକଦମ ହୁଗୁଳା ହେଇଗଲାଣି, ଦେହ ରୁ ଝାଳ ବୋହି ଯାଉଛି,ପିନ୍ଧିଥିବା ଶାଢ଼ୀ ପ୍ରାୟ ମଳିନ ଓ ଛିନ୍ନ"... ଦାଶ ବାବୁ ଏଇ କିଛି ସମୟ ମଧ୍ୟରେ ବୃଦ୍ଧା କୁ ଅନୁଧ୍ୟାନ କରି ନେଇଥାନ୍ତି. 


"ମାଆ ଆପଣଙ୍କ ଘର କେଉଁଠି?"ଦାଶ ବାବୁ କଥୋପକଥନ ଆରମ୍ଭ କଲେ. 


ବୃଦ୍ଧା:ଦଧିବାମନପୁର

ଦାଶ ବାବୁ:ଆଛା ଆମ ଘର ବିଳାସପୁର.. 

(ପର୍ସ ରୁ କୋଡିଏ ଟଙ୍କା ଟେ କାଢି ଗୋଟେ ଧରିତ୍ରୀ ଦେଲେ)


ବୃଦ୍ଧା ଜଣଙ୍କ ଖବର କାଗଜ ବଢ଼େଇ ଦେଇ ଦାଶ ବାବୁ ଙ୍କ ଠୁ କୋଡିଏ ଟଙ୍କା ନେଇ ବାକି ପନ୍ଦର ଟଙ୍କା ଫେରାଉ ଥିବା ବେଳେ ଦାଶ ବାବୁ କହିଲେ, "ଥାଉ ଥାଉ ମାଆ ତମେ ରଖ ". 


ବୃଦ୍ଧା ଜଣଙ୍କ କହିଲେ,"ନା! ପରିଣତ ଜୀବନ ରେ ମୋ ପାଖେ କିଛି ଥାଉ ନଥାଉ ଆତ୍ମସ୍ୱାଭିମାନ ଟିକକ ଅଛି, ବାବୁ, କାହାରିକୁ ହାତ ପାତୁଥିଲେ ମୁଁ ଆଜି ବୁଢ଼ୀ ବୟସ ରେ ଖବର କାଗଜ ବିକୁ ନଥାନ୍ତି". 


ଦାଶ ବାବୁ ଅବାକ ହୋଇ ସମସ୍ତ କିଛି ଶୁଣିସାରିବା ପରେ ଆଉ କିଛି କହିବାର ନଥିଲା, ପନ୍ଦର ଟଙ୍କା ବୃଦ୍ଧା ଙ୍କ ଠୁ ରଖିନେଲେ,ହେଲେ ତାଙ୍କ ମଥା ବୃଦ୍ଧା ଟି ପ୍ରତି ଶ୍ରଦ୍ଧା ଭକ୍ତି ରେ ନଇଁ ଯାଉଥିଲା.


ବୃଦ୍ଧା ଧିରେ ଧିରେ ତାଙ୍କ କାମ ରେ ଆଗକୁ ବଢିଯାଉଥିଲେ... 

କୁଆଡ଼ୁ ଦଳେ ଚେଙ୍ଗଡ଼ା ଟୋକା ବାକ୍ସ ଧରି ହାଜିର ହେଇଗଲେ,"କିଛି ଶୁଣିବା ଆଗରୁ କହିବାକୁ ଲାଗିଲେ, "କ୍ଲବ ଘର ପାଇଁ ଚାନ୍ଦା ଦରକାର"..ପଚାଶ ଟଙ୍କା ରୁ କମ ହେବନି


କିନ୍ତୁ ବୃଦ୍ଧା ଙ୍କ କହିଥିବା କଥା କଥା ଟି ଏଭଳି ରେଖାପାତ କରିଥିଲା ଯେ, ଦାଶ ବାବୁଙ୍କ କାନ ରେ ଖାଲି ସେଇ ଗୋଟିଏ ପଦ ଗୁଞ୍ଜରିତ ହେଉଥିଲା, "ମୋ ପାଖେ କିଛି ଥାଉ ନଥାଉ ଆତ୍ମସ୍ୱାଭିମାନ ଟିକକ ଅଛି".



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational