STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଆତ୍ମଜା

ଆତ୍ମଜା

1 min
165


ଡକ୍ଟର ତନୁଜା ହସ୍ପିଟାଲ ରୁ ଡ୍ଯୁଟି ସାରି କ୍ବାଟରରେ ପହଞ୍ଚିଲା। ଓଃ କି କ୍ଳାନ୍ତି।କବାଟ ଖୋଲି ଡ୍ରଇଁରୁମ୍ ସୋଫା ଉପରେ ମୁଣ୍ଡ ରଖି ଆଉଜି ବସିପଡିଲା ।ଆଉ ଆଖି ବୁଜିବା ମାତ୍ରେ ଆଜିର ଘଟଣା ମନେପଡିଲା।ସେ ଭାବିବାକୁ ଲାଗିଲା,ଆଜିର ସ୍ବାର୍ଥସର୍ବସ୍ବ ଦୁନିଆରେ ସମସ୍ତେ ସ୍ବାର୍ଥପର ହୋଇପାରନ୍ତି ହେଲେ ମା! ସେ ତ ଜନ୍ମଦାତ୍ରୀ,ଧରିତ୍ରୀ। ସେ କେମିତି ସ୍ବାର୍ଥପର ହୋଇପାରିଲା? ପ୍ରସବ ବେଦନା ସହି,ବକ୍ଷ ଚିରି ଜନ୍ମିତ ସନ୍ତାନକୁ ପରିତ୍ୟକ୍ତ କରି ହସପିଟାଲ ରେ ଛାଡି ପଳାଇଲା କେବଳ ନବଜାତକଟି କନ୍ୟା ବୋଲି।

   ଶିଶୁଟି ହସ୍ପିଟାଲ ବେଡ୍ ରେ ସେବିକା ମାନଙ୍କ ହେପାଜତରେ ଥିଲା।ନିଷ୍ପାପ ଶିଶୁଟି କୁଆଁ କୁଆଁ କାନ୍ଦି ସତେ ଯେପରି ମା କୋଳର ଉଷ୍ମତା ଓ ମା ବକ୍ଷର ଅମୃତଧାରାକୁ ଖୋଜୁଥିଲା।ସତରେ କଣ କୁତ୍ରିମ ଦୁଗ୍ଧ ଗୁଣ୍ଡ ତା ତୃଷ୍ଣା ମେଣ୍ଟାଇ ପାରିବ?ଅପରିଚିତ ମାନଙ୍କ କୋଳ ତାକୁ କଣ ମା କୋଳର ଉଷ୍ମ ତା ଦେଇ ପାରିବ? ନିଷ୍କାପ ଶିଶୁଟିର ବା ଦୋଷ କଣ।ମାଆ ବାପା ତାକୁ ପରିତ୍ୟକ୍ତ କରି ଛାଡିଗଲେ।ପୁତ୍ରାନ୍ଧ ପରିବାର ମନରୁ ସ୍ନେହ,ଶ୍ରଦ୍ଧା, ଦୟା,ମାନବିକତା,ସହୃଦୟତା ସତେ ଯେପରି କୁଆଡେ ଉଭାଇ ଗଲା। କେବଳ ପୁତ୍ର ସନ୍ତାନ ଯେ ପିତାମାତାଙ୍କୁ ପିତୃତ୍ବ ମାତୃତ୍ବ ର ପରିଚୟ ଦିଏ ତା ନୁହେଁ କନ୍ୟା ଯେ ସମଗୌରବ ଆଣିଦେଇଥାଏ ,ଏ କଥା ବୁଝିବାକୁ ପୁତ୍ରାନ୍ଧ ପିତାମାତା ଅକ୍ଷମ।କନ୍ଯା ସନ୍ତାନ ପ୍ରତି ହୀନମନ୍ଯତା ତନୁଜା ମନରେ ଘୃଣା ଜାତ ହେଲା ସ୍ବାର୍ଥପର ସମାଜ ପ୍ରତି। 

   ତତ୍ କ୍ଷଣାତ୍ ତନୁଜା ଗାଡି ବାହାର କରି ହସ୍ପିଟାଲ ବାହାରିଗଲା।ଶିଶୁ କନ୍ୟା ପାଖକୁ ଗଲା।ପିଲାଟି ନିଦରେ ଶୋଇ ପଡିଥିଲା।ଶିଶୁଟିର ନିଷ୍ପାପ ମୁହଁକୁ ନିରୀକ୍ଷଣ କଲା ତାକୁ ଲାଗିଲା ସତେ ଯେପରି ପିଲାଟି ସହ ତା'ର ଜନ୍ମ ଜନ୍ମାନ୍ତର ର ସମ୍ପର୍କ। ଶିଶୁଟି ଯେପରି କହୁଛି ମାଆ ମୋତେ କୋଳକୁ ନିଅ।ସେ ଏଥର ଶିଶୁଟିକୁ ବକ୍ଷରେ ଜାବୁଡି ଧରିଲା।ଆଉ ଅନୁଭବ କଲା ଦିବ୍ଯ ଶିହରଣ। ମାତୃତ୍ବ ର ଦିବ୍ଯ ଅନୁଭବ। ଯାହା ଅବର୍ଣ୍ଣନୀୟ।ସେ ନିଷ୍ପତ୍ତି ନେଲା ଶିଶୁଟିକୁ ଏପରି ଅନାଥର ପରିଚୟ ନେଇ ବଞ୍ଚିବାକୁ ଛାଡିଦେଇ ପାରିବ ନାହିଁ। ସେ ପିଲାଟିକୁ ଲାଳନପାଳନ କରି ପ୍ରମାଣ କରିଦେବ ବକ୍ଷ ଚିରି ଜନ୍ମ  ନଦେଲେ ମଧ୍ୟ ଶିଶୁଟି ଆତ୍ମଜା ଠାରୁ କମ୍ ନୁହେଁ ।ବାରମ୍ବାର ଉଚ୍ଚାରଣ କରୁଥିଲା ଆତ୍ମଜା.........ଆତ୍ମଜା ..........ଆତ୍ମଜା .....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational